ୱାକଫ୍ ସଂଶୋଧନ ବିଲ୍‌କୁ ବିରୋଧ କରିଥିଲେ: ମୁନା ଖାନ୍

ନୂଆଦିଲ୍ଲୀ: ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ । ଗତ ଏପ୍ରିଲ୍‌ ମାସରେ ୱାକଫ୍‌ ବିଲ୍‌କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ବିଲ୍‌କୁ ବିରୋଧ କରିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡି ଶେଷ ମୁହୂର୍ତ୍ତରେ ପଲଟିଯାଇଥିଲା । ସାଂସଦମାନଙ୍କ ବିବେକ ଉପରକୁ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ବିଲ୍‌ ସପକ୍ଷରେ କିଏ ଓ ବିପକ୍ଷରେ କିଏ ଭୋଟ୍‌ ଦେଇଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିଲା … Read more

କୁକୁର ନେଲା କବାଡ଼ି ଖେଳାଳିଙ୍କ ଜୀବନ

ନୂଆଦିଲ୍ଲୀ: ଡ୍ରେନରେ ଖସି ପଡ଼ିଥିବା କୁକୁର ଛୁଆକୁ ବଞ୍ଚାଇବା ପାଇଁ ଆଗେଇ ଯାଇଥିଲେ କବାଡ଼ି ଖେଳାଳି। ହେଲେ କିଏ ଜାଣିଥିଲା ତାଙ୍କର ଗୋଟାଏ ଭୁଲ ପାଇଁ ଜୀବନ ଚାଲିଯିବ ବୋଲି। କୁକୁର କାମୁଡ଼ିଲେ ଆମକୁ ରେବିଜ୍ ଟୀକା ନେବାକୁ ଡାକ୍ତରମାନେ କହିଥାନ୍ତି। ଯଦି ଠିକ୍ ସମୟରେ ଏହା ନକରାଯାଏ ତେବେ ରେବିଜ୍ ହେବା ସୁନିଶ୍ଚିତ। ଠିକ୍ ଏହି ଭୁଲ କରିଥିଲେ ଉତ୍ତରପ୍ରଦେଶର ରାଜ୍ୟସ୍ତରୀୟ କବାଡ଼ି ଖେଳାଳି ବ୍ରିଜେଶ ସୋଲାଙ୍କି। ସୂଚନା ମୁତାବକ, ମାର୍ଚ୍ଚ ମାସରେ ବ୍ରିଜେଶ ଡ୍ରେନରେ … Read more

ବେପରୁଆ ଗାଡ଼ି ଚଳାଇଲେ ଦୁର୍ଘଟଣାରେ ମିଳିବ ନାହିଁ ବୀମା କ୍ଷତିପୂରଣ

ଟ୍ରାଫିକ ନିୟମ ଭଙ୍ଗ କରୁଥିବା ଏବଂ ବେପରୁଆ ଭାବରେ ଗାଡି ଚଲାଉଥିବା କିମ୍ବା ରାସ୍ତାରେ ଷ୍ଟଣ୍ଟ କରୁଥିବା ଚାଳକ ଙ୍କ ପାଇଁ ଏକ ଚେତାବନୀ l ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ କ୍ଷେତ୍ରରେ ଡ୍ରାଇଭରଙ୍କ ଭୁଲ ଯୋଗୁ ମୃତ୍ୟୁ ଘଟେ, ବୀମା କମ୍ପାନୀଗୁଡ଼ିକ କ୍ଷତିପୂରଣ ଦେବାକୁ ବାଧ୍ୟ ନୁହଁନ୍ତି।ମାମଲାଟି କର୍ଣ୍ଣାଟକର ହାସନ ଜିଲାର। ୧୮ ଜୁନ ୨୦୧୪ରେ, ଏନ ଏସ ରବିଶା ନାମକ ଜଣେ ବ୍ୟକ୍ତି ତାଙ୍କ ବାପା, ଭଉଣୀ ଏବଂ ତାଙ୍କ ପିଲାମାନଙ୍କ ସହିତ … Read more

ଘାନାର ଜାତୀୟ ସମ୍ମାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ବିଶିଷ୍ଟ ରାଜନେତା ତଥା ତାଙ୍କ ପ୍ରଭାବଶାଳୀ ବିଶ୍ୱ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ଘାନାର ଜାତୀୟ ସମ୍ମାନ –‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ କରିଛନ୍ତି। ୧.୪ ବିଲିୟନ ଭାରତୀୟଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରି ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତର ଯୁବପିଢ଼ିଙ୍କ ଆକାଂକ୍ଷା, ଏହାର ସାଂସ୍କୃତିକ ପରମ୍ପରା ଏବଂ ବିବିଧତା ତଥା ଘାନାର ଐତିହାସିକ … Read more

ବଦଳିଲା ତାରିଖ,ଏବେ ଜୁଲାଇ ୨୧ରୁ ଅଗଷ୍ଟ ୨୧ ଯାଏଁ ଚାଲିବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ବଦଳିଲା ସଂସଦର ମୌସୁମୀ ଅଧିବେଶନ ତାରିଖ । ଜୁଲାଇ ୨୧ରୁ ଅଗଷ୍ଟ ୧୨ ଭିତରେ ବସିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ଏବେ ଜୁଲାଇ ୨୧ରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି । ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ୧୩ ଏବଂ ୧୪ ତାରିଖରେ କୌଣସି ବୈଠକ ବସିପାରିବ ନାହିଁ । ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ସ୍ୱାଧୀନତା ଦିବସ ଅର୍ଥାତ … Read more

ସାଢ଼େ ୩ କୋଟି ଚାକିରି ଦେବେ ସରକାର

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ୧ ଲକ୍ଷ କୋଟି ଟଙ୍କାର ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ସୃଷ୍ଟି ହେବ ୩କୋଟି ୫୦ ଲକ୍ଷ ଚାକିରି । ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ବଢୁଥିବାରୁ ନିଯୁକ୍ତି ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଅଗଷ୍ଟ ୧ରୁ ୨୦୨୭ ଜୁଲାଇ ୧୭ ତାରିଖ ମଧ୍ୟରେ ଏହି ନିଯୁକ୍ତି ମିଳିବ । ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମାଷ୍ଟରଷ୍ଟ୍ରୋକ୍ … Read more

୯ ଟି ରାଜ୍ୟ ପାଇଁ ବିଜେପି ଘୋଷଣା କଲା ନୂଆ ସଭାପତିଙ୍କ ନାମ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପୁଡ଼ୁଚେରୀ, ମିଜୋରମ, ଆଣ୍ଡାମାନ ନିକୋବର ଓ ମଧ୍ୟପ୍ରଦେଶ ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ବିଜେପି ତରଫରୁ ୨୦ ଟି ରାଜ୍ୟପାଇଁ ବିଜେପି ସଭାପତିଙ୍କ ନାମ ଘୋଷଣା କରିଛି । କୁହାଯାଇଛି କି, ଆସନ୍ତା ୨ ଦିନ ମଧ୍ୟରେ ବାକି ଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଜେପି ତା’ର ସଭାପତିଙ୍କ ନାମ … Read more

ICMR ଓ AIIMS ର ସ୍ପଷ୍ଟୀକରଣ କରୋନା ଟିକା ନୁହେଁ ହୃଦ୍‌ଘାତର କାରଣ

ଭୁବନେଶ୍ୱର: କୋଭିଡ ଟିକା ନୁହେଁ ହୃଦଘାତର କାରଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କିନ୍ତୁ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିବା ସହ କୋଭିଡ ଟିକାର ହୃଦଘାତ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି କୁହାଯାଇଛି । ଇଣ୍ଡିଆନ୍ କାଉନସିଲ୍ … Read more

ମାସେ ପାଇଁ ଜାତିସଙ୍ଘ ସୁରକ୍ଷା ପରିଷଦର ସଭାପତି ହେଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ମଙ୍ଗଳବାର ଜୁଲାଇ ୨୦୨୫ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିବାକୁ ଯାଉଛି। ପାକିସ୍ତାନର ସରକାରୀ ଗଣମାଧ୍ୟମ ଏ ବିଷୟରେ ସୂଚନା ଦେଇଛି। ଏହା ହେଉଛି ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବରେ ପାକିସ୍ତାନର ଦୁଇ ବର୍ଷ କାର୍ଯ୍ୟକାଳର ଏକ ଅଂଶବିଶେଷ। ଜାନୁଆରୀ ୨୦୨୫ରେ ପାକିସ୍ତାନ ଦୁଇ ବର୍ଷ ପାଇଁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲା। ପାକିସ୍ତାନକୁ ୧୯୩ ଭୋଟରୁ ୧୮୨ ଭୋଟ ମିଳିଥିଲା। ଜାତିସଂଘରେ ପାକିସ୍ତାନର … Read more

ରେଳ ଭଡ଼ାରେ ବୃଦ୍ଧି,ରେଳ ଯାତ୍ରୀଙ୍କୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ: ରେଳବାଇ କୋଭିଡ୍‌ ମହାମାରୀ ପରେ ପ୍ରଥମ ଥର ପାଇଁ ଯାତ୍ରୀ ଭଡ଼ାରେ ବୃଦ୍ଧି ଘଟାଇଛି। ନୂଆ ଭଡ଼ା ବୃଦ୍ଧି ଜୁଲାଇ ପହିଲାରୁ ଅର୍ଥାତ ଆଜିଠାରୁ ଲାଗୁ ହୋଇଛି। ଏଥିରେ ଲୋକାଲଠାରୁ ଆରମ୍ଭ କରି ମେଲ୍ ଏକ୍ସପ୍ରେସ୍‌ର ଭଡ଼ା ବୃଦ୍ଧି କରାଯାଇଛି। ରିଜର୍ଭେସନ୍ ଫି, ସୁପରଫାଷ୍ଟର ଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି। ଦ୍ୱିତୀୟ ଶ୍ରେଣୀରେ ପ୍ରତି କିମି ଯାତ୍ରା ପାଇଁ ଅଧା ପଇସା ବୃଦ୍ଧି କରାଯାଇଛି। ଏହି ଅନୁଯାୟୀ ୫୦୧ ରୁ ୧୫୦୦ କିମିର … Read more