ଅପରେସନ ଅଖଲ; ଜଣେ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଅଞ୍ଚଳରେ ସୁରକ୍ଷାବହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ଫଳରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅପରେସନ ଅଖଲ ଜାରି ରହିଛି । ଏସଓଜି ଜମ୍ମୁ-କଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫ୍ ମିଳିତ ଭାବରେ ଏହି ଅପରେସନ କରୁଛନ୍ତି । ଭାରତୀୟ ସେନା ‘ଅପରେସନ୍ ଅଖଲ’ ଅଧୀନରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଚିନାର କୋର୍ପସ ଏକ୍ସରେ ସୂଚନା … Read more

ପୁଷ୍କରାକୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଘୋଷଣା ହୋଇଛି। ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପାଇଁ ଦିଆଯାଇଛି । ଏଥର ଜାତୀୟ ପୁରସ୍କାରରେ ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ପାଇଁ ‘କଥଲ’କୁ ପୁରସ୍କାର ଦିଆଯାଇଛି । ଏହି ଚଳଚ୍ଚିତ୍ରଟି ୧୯ ମଇ ୨୦୨୩ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା । ଫିଲ୍ମ ‘ଜବାନ’ ପାଇଁ ଶାହରୁଖ ଖାନ ଏବଂ ଫିଲ୍ମ ‘ଟ୍ବେଲଥ ଫେଲ୍’ ପାଇଁ ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି । ଏହି … Read more

ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ର ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ରେଳ ମନ୍ତ୍ରଣାଳୟର ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଞ୍ଜୁର କରାଯାଇଛି। ଏସବୁ ପ୍ରକଳ୍ପ ପାଇଁ ୧୧,୧୬୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ରେଳ ପ୍ରକଳ୍ପ ଗୁଡ଼ିକ ହେଲା: ଇଟାର୍ସି-ନାଗପୁର ଚତୁର୍ଥ ଲାଇନ, ଛତ୍ରପତି ଶମ୍ଭାଜିନଗର (ଔରଙ୍ଗାବାଦ)-ପରଭଣୀ ଲାଇନ ଦୋହରୀକରଣ, ଆଲୁଆବାରି ରୋଡ୍‌-ନ୍ୟୁ ଜଲପାଇଗୁଡ଼ି ତୃତୀୟ ଓ ଚତୁର୍ଥ ଲାଇନ, ଡାଙ୍ଗପୋଷୀ-ଜରୋଲି ତୃତୀୟ ଓ ଚତୁର୍ଥ ଲାଇନ । ଏହାଦ୍ୱାରା ଓଡ଼ିଶା ସମେତ ୬ଟି ରାଜ୍ୟର ୧୩ଟି … Read more

ମାଲେଗାଓଁ ବିସ୍ଫୋରଣ ମାମଲା:ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ମହାରାଷ୍ଟ୍ର: ୨୦୦୮ ସେପ୍ଟେମ୍ବର ୨୯ ତାରିଖରେ ନାସିକର ମାଲେଗାଓଁ ସହରରେ ଏକ ମସଜିଦ ନିକଟରେ ଏକ ମୋଟରସାଇକେଲରେ ବନ୍ଧା ହୋଇଥିବା ଏକ ବିସ୍ଫୋରକ ଉପକରଣ ବିସ୍ଫୋରଣ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ପୂର୍ବରୁ, ଏନଆଇଏ ସ୍ଵତନ୍ତ୍ର ବିଚାରପତି ଏକେ ଲାହୋଟି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ। ଯେତେବେଳେ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ସ୍ଵତନ୍ତ୍ର ଏନଆଇଏ ବିଚାରପତି ଏକେ ଲାହୋଟିଙ୍କ କୋର୍ଟ ରାୟ ଶୁଣାଇଲେ, ସେତେବେଳେ ପୂର୍ବତନ … Read more

ଟ୍ରମ୍ପଙ୍କ ଟାରିଫ୍ ମାଡ଼ରେ ତଳକୁ ଖସିଲା ସେୟାର ମାର୍କେଟ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଏବଂ ଅତିରିକ୍ତ ଜରିମାନା ଘୋଷଣା କରିବା ପରେ ଏହାର ପ୍ରଭାବ ଆଜି ଭାରତୀୟ ବଜାରରେ ଦୃଶ୍ୟମାନ ହୋଇଛି। ନିଫ୍ଟି ୨୦୦ପଏଣ୍ଟରୁ ଅଧିକ ହ୍ରାସ ପରେ ଖୋଲିଥିବା ବେଳେ ସେନସେକ୍ସ ୭୫୦ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା। ନିଫ୍ଟି ବ୍ୟାଙ୍କ ପ୍ରାୟ ୩୦୦ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ଆଇଟି ୨୧୫ ପଏଣ୍ଟ ଏବଂ ଏଫଏମସିଜି ୩୦୦ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା। ମାର୍କେଟ ଖୋଲିବା ବେଳକୁ … Read more

ଅଗଷ୍ଟ ୨ରେ ପିଏମ୍‌ କିଷାନ ଟଙ୍କା

ନୂଆଦିଲ୍ଲୀ: ପିଏମ୍ କିଷାନର ୨୦ତମ କିସ୍ତି ଅଗଷ୍ଟ ୨ରେ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨, ୨୦୨୫ରେ ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ମୋଟ ୨୦,୫୦୦ କୋଟି ଟଙ୍କା ସ୍ଥାନାନ୍ତର କରିବେ।ଏହା ଦ୍ୱାରା ସାରା ଦେଶର ୯.୭ କୋଟି ଚାଷୀ ଉପକୃତ ହେବେ। ସରକାରଙ୍କ ଏହି ଯୋଜନା ୨୦୧୯ରେ ପ୍ରଚଳନ କରାଯାଇଥିଲା। ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅଧୀନରେ ୧୯ଟି କିସ୍ତି ମାଧ୍ୟମରେ ୩.୬୯ ଲକ୍ଷ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଇଛିl କୃଷି ମନ୍ତ୍ରଣାଳୟ … Read more

ରେଜିଷ୍ଟର୍ଡ ପୋଷ୍ଟ ବନ୍ଦ ପାଇଁ ନିଷ୍ପତ୍ତି ନେଲା ଡାକ ବିଭାଗ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ, ଭାରତୀୟ ଡାକ ବିଭାଗ ରେଜିଷ୍ଟର୍ଡ (ପଞ୍ଜିକୃତ ପୋଷ୍ଟ)କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଡାକ ବିଭାଗ। ଏହାସହ ଏହାକୁ ସ୍ପିଡ୍ ପୋଷ୍ଟ ସେବା ସହିତ ମିଶ୍ରଣ କରିବ। ସମୟର ଚାହିଦାକୁ ବିଚାର କରି, ଡାକ ବିଭାଗ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଅତ୍ୟନ୍ତ ଆବଶ୍ୟକ ଥିଲା। ତଥାପି, ପଞ୍ଜିକୃତ ମାଧ୍ୟମରେ ଡାକ ପଠାଉଥିବା ଲକ୍ଷ ଲକ୍ଷ ନାଗରିକଙ୍କ ପାଇଁ ଏହା କେବଳ ଏକ ସେବାର ଅନ୍ତ ନୁହେଁ ବରଂ ଏକ … Read more

ବିଶ୍ୱର ମହଙ୍ଗା ସାଟେଲାଇଟ୍ ‘ନିସାର’ର ଆଜି ଉତ୍‌କ୍ଷେପଣ

ଭୁବନେଶ୍ୱର: ବିଶ୍ୱର ସବୁଠାରୁ ଦାମୀ ସାଟେଲାଇଟ୍ ‘ନିସାର’କୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଯିବ । ଶ୍ରୀହରି କୋଟା ସ୍ଥିତ ଶତିସ ଧୱନ ମହାକାଶ କେନ୍ଦ୍ରରୁ ସନ୍ଧ୍ୟା ୫ଟା ୪୦ରେ ଏହାର ଉତ୍‌କ୍ଷେପଣ କରାଯିବ । ଜିଏସ୍‌ଏଲଭି-ଏଫ୍୧୬ ରକେଟ୍‌ ଦ୍ୱାରା ସାଟେଲାଇଟ୍ ‘ନିସାର’ର ଉତ୍‌କ୍ଷେପଣ କରାଯିବ। ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ ପୃଥିବୀର ଚକ୍କର କାଟିବ ଏହି ସାଟେଲାଇଟ୍ । ୧୨ ଦିନରେ ୧,୨୭୩ର ପୃଥିବୀର ଚକ୍କର କାଟିବ ନିସାର ସାଟେଲାଇଟ୍ ।୨ ହଜାର … Read more

ବସ୍‌-ଟ୍ରକ୍ ଧକ୍କା ରେ ୧୮କାଉଡ଼ିଆ ମୃତ

ଦେଓଘର: ଝାଡ଼ଖଣ୍ଡର ଦେଓଘରରେ କାଉଡ଼ିଆଙ୍କୁ ନେଇଯାଉଥିବା ଏକ ବସ୍‌ କୁ ଟ୍ରକ୍ ଟି ଧକ୍କା ଦେବା ଫଳରେ ୧୮ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ୧୨ରୁ ଅଧିକ କାଉଡିଆ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ମୁତାବକ, ବାବା ବୈଦ୍ୟନାଥଙ୍କ ପୀଠରେ ପାଣି ଢାଳି ବାସୁକିନାଥ ଯାଉଥିବା କାଉଡିଆ ଭର୍ତ୍ତି ଏକ ବସ୍ ମୋହନପୁର ଥାନା ଅଞ୍ଚଳର ଜାମୁନିଆରେ … Read more

ପହଲଗାମର ଆକ୍ରମଣ ର ମା‌ଷ୍ଟରମାଇଣ୍ଡ୍‌ ମୁସା ନିପାତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ତିନି ମାସ ବିତିଛି। ତିନି ମାସ ପରେ ଭାରତୀୟ‌ ସେନାକୁ ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦ୍‌ଲା ନେଇଛି ସେନା। ଶ୍ରୀନଗର ଉପକଣ୍ଠ ଲିଡ଼ବାସ ପାହାଡ଼ରେ ସେନାବାହିନୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଶୀର୍ଷ ଲସ୍କର କମାଣ୍ଡର ସୁ‌ଲେମାନ ଶାହ ଓରଫ ମୁସା ଫୌଜି ସମେତ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛି। ନିପାତ ହୋଇଥିବା ଅନ୍ୟ ୨ ଆତଙ୍କବାଦୀ ହେଉଛନ୍ତି ଅବୁ ହମ୍‌ଜା ଏବଂ ୟସିର। ଗତବର୍ଷ ଶ୍ରୀନଗର-‌ସୋନମାର୍ଗ … Read more