ଅନଲାଇନ ଗେମିଂ ଆପ ଉପରେ ଲାଗିବ ରୋକ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଡିଜିଟାଲ ଗେମିଂ ସେକ୍ଟର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓ ଅନଲାଇନ ବେଟିଂ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ସରକାର ଏହି ବିଲ ଆଣିବେ। ଏହି ବିଲ ଅଧୀନରେ ସମସ୍ତ ଟଙ୍କା ଲଗାଣକାରୀ ଗେମିଂ ନେଣଦେଣ ଉପରେ ରୋକ ଲାଗିବ। ଅର୍ଥାତ ଗେମିଂ ଆପ ଜରିଆରେ କେହି ବି ଟଙ୍କା ଉଠାଇ ପାରିବେ ନାହିଁ କିମ୍ବା ଲଗାଇ ପାରିବେ ନାହିଁ। ପ୍ରସ୍ତାବିତ ରେଗୁଲେସନ ଆଣ୍ଡ ପ୍ରମୋସନ ଅଫ … Read more

ମିସ୍ ୟୁନିଭର୍ସ ଇଣ୍ଡିଆ ହେଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ପାଇଁ ସାରା ଦେଶରୁ ୪୮ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ପରେ, ରାଜସ୍ଥାନର ମନିକା ବିଶ୍ୱକର୍ମା ବିଜୟୀ ହୋଇ ଭାରତ ପାଇଁ ଗର୍ବ ଆଣିଛନ୍ତି । ଏହା ସହ ଉତ୍ତରପ୍ରଦେଶର ତାନ୍ୟା ଶର୍ମା ପ୍ରଥମ ରନର୍ସ ଅପ୍, ହରିୟାଣାର ମେହକ ଢ଼ିଙ୍ଗରା ଦ୍ୱିତୀୟ ରନର୍ସ ଅପ୍ ଏବଂ ଅମିଶୀ କୌଶିକ ତୃତୀୟ ରନର୍ସ ଅପ୍ । ରାଜସ୍ଥାନର ଜୟପୁରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ … Read more

ଟ୍ରେନରେ ଅଧିକ ଲଗେଜ ନେଲେ ପଡିପାରେ ଜୋରିମାନା

ନୂଆଦିଲ୍ଲୀ: ଯାତ୍ରୀଙ୍କ ପାଇଁ କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଲୱେ । ଟ୍ରେନରେ ମନଇଚ୍ଛା ଲଗେଜ ନେଇପାରିବେନି ଯାତ୍ରୀ। ବ୍ୟାଗର ଓଜନ ଅଧିକ ହେଲେ ମଧ୍ୟ ଦେବାକୁ ପଡିବ ଜୋରିମାନା। ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପରି ହେବ ଟ୍ରେନରେ ମଧ୍ୟ ସମାନ ନିୟମ ଲାଗୁ । ଏବେ ଯାତ୍ରୀମାନେ କେବଳ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଟ୍ରେନରେ ଯାତ୍ରା କରିବା ସମୟରେ ଲଗେଜ ବହନ କରିପାରିବେ। ଦେଶର କିଛି ପ୍ରମୁଖ ରେଳ ଷ୍ଟେସନରେ … Read more

ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି…

କେରଳ: କୋଚିରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏ ଆଇ ୫୦୪ ରେ ରବିବାର ବିଳମ୍ୱିତ ରାତିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ବିମାନଟି ଦିଲ୍ଲୀ ପାଇଁ ଉଡ଼ାଣ ଭରିବାକୁ ରହିଥିଲା । କିନ୍ତୁ ଟେପଅପ୍ କରିବାର କିଛି ସମୟ ପୂର୍ବରୁ ପାଇଲଟ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ । ଏହାପରେ ପାଇଲଟ ତୁରନ୍ତ ଏଟିସି ସହିତ ସଂପର୍କ କରିବା ପରେ ଟେକଅପ୍ କରିନଥିଲେ । ଖବର ମୁତାବକ, କେରଳର କୋଚିରୁ ଦିଲ୍ଲୀ ଯାଉଥିବା … Read more

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁଦାଗୀ ସାଂସଦଙ୍କ ତାଲିକା ମାଗିଲେ ସିଇଓ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ସେପ୍ଟେମ୍ୱର ୯ ତାରିଖରେ ଭୋଟ ହବ। ହେଲେ ତା ପୂର୍ବରୁ ଅନେକ ପ୍ରକ୍ରିୟା ନିର୍ବାଚନ କମିସନଙ୍କ ପକ୍ଷରୁ କରାଯାଉଛି । ସେହି ଆଧାରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଚିଠିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟର ଦାଗୀ ସାଂସଦଙ୍କ ତାଲିକା ମାଗିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ, ସିଇଓ । ଗତ ୧୪ ତାରିଖରେ ସିଇଓଙ୍କ ପକ୍ଷରୁ ଗୃହ ବିଭାଗ, ଖାଦ୍ୟ ଯୋଗାଣ ଓ … Read more

ଘରୋଇ କ୍ରିକେଟରେ ମଲ୍ଟି-ଡେ’ ମ୍ୟାଚ୍‌ ପାଇଁ BCCI ଆଣିଲା ନୂଆ ନିୟମ

ବିସିସିଆଇ ଘରୋଇ କ୍ରିକେଟରେ ମଲ୍ଟି-ଡେ’ ମ୍ୟାଚ୍‌ ପାଇଁ ‘ସିରିଅସ ଇଞ୍ଜୁରୀ ରିପ୍ଲେସମେଣ୍ଟ’ ନିୟମ ଆରମ୍ଭ କରିଛି। ଏହି ନିୟମ ୨୦୨୫-୨୬ ସିଜନରୁ ଲାଗୁ ହେବ ଏବଂ ମଲ୍ଟି-ଡେ ଫର୍ମାଟରେ ଆଘାତପ୍ରାପ୍ତ ଖେଳାଳିଙ୍କ ପାଇଁ ରିପ୍ଲେସମେଣ୍ଟ ଅନୁମତି ଦିଆଯିବ। ପନ୍ତଙ୍କ ଆଘାତ ଏହି ନିୟମ ପ୍ରଣୟନ ପାଇଁ BCCIକୁ ପ୍ରେରଣା ଦେଇଛି। ନୂଆ ନିୟମ ଅନୁଯାୟୀ ଯଦି କୌଣସି ଖେଳାଳି ମଲ୍ଟି-ଡେ’ ମ୍ୟାଚ୍‌ ସମୟରେ ଗମ୍ଭୀର ଆଘାତ ହେତୁ ମ୍ୟାଚ୍‌ ଛାଡ଼ିବାକୁ ପଡ଼େ, ତେବେ ଟିମ୍‌ ମ୍ୟାନେଜମେଣ୍ଟ ସମାନ … Read more

ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ସଫଳ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି ଚାଲିଲା ଆଲୋଚନା । କିନ୍ତୁ କୌଣସି ଠୋସ ନିଷ୍କର୍ଷ ବାହାରିପାରିନାହିଁ । ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଟ୍ରମ୍ପ-ପୁଟିନ କୌଣସି ଚୁକ୍ତିରେ ପହଞ୍ଚି ପାରିଲେ ନାହିଁ । ଆଲୋଚନା ପରେ ଉଭୟ ଟ୍ରମ୍ପ ଓ ପୁଟିନ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଡିଲ ନହେବା ଯାଏ କୌଣସି ବୁଝାମଣା … Read more

ପାକିସ୍ତାନ ଓ ପିଓକରେ ପ୍ରବଳ ବର୍ଷା ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି

ପାକିସ୍ତାନ: ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଫଳରେ ୧୫୪ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଥିବା ଅଧିକାରୀମାନେ ଶୁକ୍ରବାର ସୂଚନା ଦେଇଛନ୍ତି। ଅଧିକାଂଶ ମୃତ୍ୟୁ ଖାଇବର ପଖତୁନଖ୍ୱା ପ୍ରଦେଶରେ ଘଟିଥିବା ବେଳେ ବନ୍ୟାରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଗିଲଗିଟ-ବାଲ୍ଟିସ୍ତାନରେ କାରାକୋରମ୍ ହାଇୱେ ଏବଂ ବାଲ୍ଟିସ୍ତାନ୍ ହାଇୱେ ସମେତ ପ୍ରମୁଖ ରାସ୍ତାଗୁଡ଼ିକ ଅବରୋଧ ହୋଇଛି। ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି … Read more

୨୨ ବର୍ଷୀୟା ଆନନ୍ଦମୟୀଙ୍କୁ ନେଇ ଚାଲିଛି ସବୁଠି ଚର୍ଚ୍ଚା…

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଆନନ୍ଦମୟୀଙ୍କୁ ନେଇ ଚର୍ଚ୍ଚା । ମାତ୍ର ୨୨ ବର୍ଷ ବୟରେ ୨.୫ ବିଲିୟନ ସମ୍ପତ୍ତିର ମାଲିକ । ଅଚାନକ ନେଲେ ବଡ଼ ଦାୟିତ୍ୱ । ୧୦୦ ବର୍ଷର କମ୍ପାନୀ, ଯାହାର ଭାର ସମ୍ଭାଳିବେ ଆନନ୍ଦମୟୀ । ଆନନ୍ଦମୟୀ ବଜାଜ ଏବେ ସୋସିଆଲ ମିଡିଆ ଏବଂ କର୍ପୋରେଟ୍ ଜଗତରେ ଶିରୋନାମାରେ ଅଛନ୍ତି । ୨୨ ବର୍ଷିୟା ଆନନ୍ଦମୟୀ, ବଜାଜ ଗ୍ରୁପର ଅଧ୍ୟକ୍ଷ କୁଶାଗ୍ର ବଜାଜଙ୍କ ଝିଅ । ଏତେ କମ ବୟସରେ ଆନନ୍ଦମୟୀ, … Read more

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩.୫କୋଟି ବେରୋଜଗାରଙ୍କୁ ଦେବେ ଚାକିରି…

ନୂଆଦିଲ୍ଲୀ: ୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ଯୋଜନା ଘୋଷଣା କରିଥିଲେ, ଯାହା ଅଧୀନରେ ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି ପାଇଥିବା ଯୁବକମାନଙ୍କୁ ୧୫,୦୦୦ ଟଙ୍କାର ପ୍ରୋତ୍ସାହନ ଦିଆଯିବ। ଏହି ଯୋଜନା ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଏବଂ ପ୍ରାୟ ୩.୫ କୋଟି ଯୁବକ ଏଥିରୁ ଉପକୃତ ହେବେ। ଏହା ସହିତ ନୂତନ ଚାକିରି ଦେଉଥିବା କମ୍ପାନୀଗୁଡ଼ିକୁ … Read more