ଭାରତୀୟ ସେନାଙ୍କୁ ସୋସିଆଲ୍ ମିଡିଆ ବ୍ୟବହାର ପାଇଁ ଅନୁମତି ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତୀୟ ସେନାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଥିବା ପ୍ରତିବନ୍ଧକରେ ପରିବର୍ତନ କରି ସୋସିଆଲ୍ ମିଡ଼ିଆ ବ୍ୟବହାର ପାଇଁ ଅନୁମତି ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏବେ ସେନା, ସୈନିକ ଏବଂ ଅଧିକାରୀମାନେ କେବଳ ଦେଖିବା ଏବଂ ତଦାରଖ କରିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ । ସେମାନେ କୌଣସି ପୋଷ୍ଟ କରିପାରିବେ ନାହିଁ କିମ୍ବା କୌଣସି ପୋଷ୍ଟକୁ ଲାଇକ୍ କରିପାରିବେ ନାହିଁ । ରିପୋର୍ଟ ଅନୁଯାୟୀ, ଡିଜିଟାଲ କାର୍ଯ୍ୟକଳାପ ସମ୍ପର୍କରେ ସେନା ପାଇଁ ପୂର୍ବରୁ … Read more

ସାନ୍ତାଳୀ ଭାଷାରେ ସମ୍ବିଧାନ ଉନ୍ମୋଚନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ସମ୍ବିଧାନ ଜାରି କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ। ସାନ୍ତାଳୀ ସଂପ୍ରଦାୟର ସମସ୍ତ ଲୋକଙ୍କ ପାଇଁ ଏହା ଗର୍ବ ଏବଂ ଖୁସିର ବିଷୟ। ଅଲ୍ ଚିକି ଲିପିରେ ଏହା ଉପଲବ୍ଧ। ଏହାଦ୍ଵାରା ସେମାନେ ସମ୍ବିଧାନକୁ ନିଜ ଭାଷାରେ ପଢି ବୁଝି ପାରିବେ ସାନ୍ତାଳୀ ଲୋକ । ଅଲ୍ ଚିକି ଲିପିର ଶତବାର୍ଷିକୀ … Read more

ବନ୍ୟା-ବାତ୍ୟା ହେଲେ ବି ଆଉ କଟିବନି ନେଟୱର୍କ: ISRO

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO ) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। କାରଣ ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ କ୍ଷେତ୍ରରେ ମିଳିବ ବଡ଼ ସଫଳତା । ଆଗାମୀ ଦିନରେ ମୋବାଇଲ୍ ନେଟୱର୍କ ପାଇଁ ଦରକାର ପଡ଼ିବନି ଟାୱାର । ଏପରିକି ବନ୍ୟା, ଭୂମିକମ୍ପ କିମ୍ବା ଝଡ଼ ହେଲେ ବି କଟିବନି ନେଟଓ୍ବାର୍କ । ଅପହଞ୍ଚ ଇଲାକାରେ ପହଞ୍ଚିବ ନେଟୱର୍କ ।ସୂଚନାଥାଉ କି, ଶ୍ରୀହରିକୋଟାରୁ ସକାଳ ୮ଟା ୫୫ମିନିଟରେ … Read more

BSF ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀ(BSF)ର ନିଯୁକ୍ତି ବ୍ୟବସ୍ଥାରେ ନିୟମଗୁଡ଼ିକୁ ସଂଶୋଧନ କରିଛନ୍ତି। ସୀମା ସୁରକ୍ଷା ବାହିନୀ ଆଇନ, ୧୯୬୮ ଅନୁଯାୟୀ ପ୍ରଦତ୍ତ କ୍ଷମତା ବ୍ୟବହାର କରି ଏହି ନିଷ୍ପତ୍ତି ନିଆଯାଇଛି। ସୀମା ସୁରକ୍ଷା ବାହିନୀ, ସାଧାରଣ ଡ୍ୟୁଟି କ୍ୟାଡର (ଅଣ-ଗେଜେଟେଡ) ନିଯୁକ୍ତି (ସଂଶୋଧନ) ନିୟମ, ୨୦୨୫ ନାମରେ ନୂତନ ନିୟମ, ଡିସେମ୍ବର ୧୮, ୨୦୨୫ରେ କାର୍ଯ୍ୟକାରୀ ହୋଇଥିଲା।ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ, ପୂର୍ବତନ ଅଗ୍ନିବୀରମାନଙ୍କ ପାଇଁ ସଂରକ୍ଷିତ ଖାଲି ପଦବୀର ୫୦ … Read more

ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼, ୧୦ ମୃତ, ୧୨ରୁ ଅଧିକ ଆହତ

ଜୋହାନ୍ସବର୍ଗ: ଜୋହନ୍ସବର୍ଗର ଦକ୍ଷିଣ ପଶ୍ଚିମାଞ୍ଚଳ ଅନ୍ତର୍ଗତ ବେକେର୍ସଡାଲରେ ଘଟିଛି ଏକ ଲୋମହର୍ଷକ ଘଟଣା। କେତେକ ଦୁର୍ବୃତ୍ତମାନେ ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ କରିଛନ୍ତି । କିଛି ମାସ ମଧ୍ୟରେ ଏହା ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଭୟଙ୍କର ଗୁଳିମାଡ଼ ବୋଲି ଖବର ମିଳିଛି। ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି।ପୋଲିସର କହିବା ଅନୁସାରେ ସହରରୁ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ବେକର୍ସଡେଲରେ ହୋଇଥିବା ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ … Read more

’ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ହାଇଦ୍ରାବାଦ ଯାଇଥିବାବେଳେ ସେଠାରେ ଥିବା ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି ପରିଦର୍ଶନ କରି ଜଗଦଗୁରୁ ରାମାନୁଜାଚାର୍ଯ୍ୟଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହି ସମୟରେ ପ୍ରତିନିଧିମଣ୍ଡଳୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଚିନ୍ନା ଶ୍ରୀମନ୍ତ ନାରାୟଣ ରାମାନୁଜ ଜିୟାର ସ୍ବାମୀଜୀଙ୍କୁ ଭେଟିବା ସହ ଭାରତୀୟ ଆଧ୍ୟାତ୍ମିକ ପରମ୍ପରା, ଅନ୍ତର୍ଭୁକ୍ତ … Read more

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରୁ ବାଦ ପଡିଛନ୍ତି ଉପ ଅଧିନାୟକ ଥିବା ଶୁଭମନ୍‌ ଗିଲ୍‌ । ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ପ୍ରଥମ କରି ଟି-୨୦ ବିଶ୍ୱକପ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର । ୧୬ ଜଣିଆ ତାଲିକାରେ ସଞ୍ଜୁ ସାମସନ ଓ ଈଶାନ … Read more

ଟି-୨୦ ସିରିଜ୍ ଜିତିଲା ଭାରତ

ଗୁଜୁରାଟ: ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଶୁକ୍ରବାର ଦିନ ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ହରାଇ ୨୩୧ ରନ୍ କରିଥିଲା। ୨୩୨ ରନ୍ ଟାର୍ଗେଟ୍‌କୁ ପିଛା କରି ଦକ୍ଷିଣ ଆଫ୍ରିକା ୮ ୱିକେଟ ହରାଇ ୨୦୧ ରନ୍ କରିପାରିଥିଲା। ଦଳ ପକ୍ଷରୁ କ୍ୱିଣ୍ଟନ ଡି କକ ସର୍ବାଧିକ … Read more

ବେଆଇନ୍ ବେଟିଂ ଆପ୍ ମାମଲାରେ ଇଡିର ବଡ଼ ଆକ୍ସନ

ନୂଆଦିଲ୍ଲୀ : ବେଆଇନ ବେଟିଂ ଆପ ମାମଲାରେ ଇଡି ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଅଢ଼େଇ କୋଟି, ଉଥାପ୍ପାଙ୍କ ୮.୨୬ ଲକ୍ଷର ସମ୍ପତ୍ତି, ବଲିଉଡ ସେଲିବେଟ୍ରି ଉର୍ବଶୀ ରୌତେଲାଙ୍କ ୨ କୋଟି ଏବଂ ସୋନୁ ସୁଦ୍‌ଙ୍କ କୋଟିଏ ଟଙ୍କାର ସମ୍ପତ୍ତି ଜବତ କରିଛି l ଏହା ପୂର୍ବରୁ ଇଡି ଶିଖର ଧାୱନଙ୍କର ୪.୫୫ କୋଟି ଏବଂ ସୁରେଶ ରାଇନାଙ୍କର ୬.୬୪ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଥିଲା। ଏପର୍ଯ୍ୟନ୍ତ, 1x ବେଟିଂ ମାମଲାରେ ଇଡି ୧୯.୦୭ କୋଟି … Read more

ଜାତିଆଣ ହିଂସାରେ ବାଂଲାଦେଶ ପୁଣି ଅଶାନ୍ତ

ନୂଆଦିଲ୍ଲୀ: ପୁଣି ଥରେ ପଡୋଶୀ ଦେଶ ବାଂଲାଦେଶରେ ହିଂସା ଦେଖିବାକୁ ମିଳିଛି । ମୟମନସିଂହ ଜିଲ୍ଲାରେ ଗୁରୁବାର ରାତିରେ ଜଣେ ହିନ୍ଦୁ ଯୁବକଙ୍କୁ ଭିଡ ମଧ୍ୟରେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଦୀପୁ ଚନ୍ଦ୍ର ଦାସ । ସେ ଏକ ପୋଷାକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏବଂ ଡୁବଲିଆପଡା ଅଞ୍ଚଳରେ ଭଡାରେ ରହୁଥିଲେ । ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ତାଙ୍କ ଶବକୁ ଗଛରେ ଟାଙ୍ଗି ଜାଳି ଦେଇଛନ୍ତି … Read more