ଶତ ପ୍ରତିଶତ ଡାଲିଜାତୀୟ ଫସଲ ସଂଗ୍ରହ କରିବେ ସରକାର:କୃଷି ମନ୍ତ୍ରୀ

ନୂଆଦିଲ୍ଲୀ : ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନକରି ସରକାର ଶତ ପ୍ରତିଶତ ଡାଲିଜାତୀୟ ଫସଲ ଚାଷୀଙ୍କଠୁ ସଂଗ୍ରହ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି । ସୋମବାର ନୂଆଦିଲ୍ଲୀରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ କୃଷକମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହା କହିଛନ୍ତି । ଶ୍ରୀ ଚୌହାନ କହିଛନ୍ତି, ଦେଶର ୭୦ ପ୍ରତିଶତ ଜନସଂଖ୍ୟା ପ୍ରତ୍ୟକ୍ଷ ବା ପରୋକ୍ଷ … Read more

‘ଜାତୀୟ ପର୍ବ’ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ଭାରତ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ରାଜଧାନୀ ଦିଲ୍ଲୀର କାର୍ତ୍ତବ୍ୟ ପଥରେ ଆଜି ପରେଡ୍ ପାଇଁ ମହାନ ପ୍ରସ୍ତୁତି କରାଯାଇଛି। ଆଜି ଗଣତନ୍ତ୍ର ଦିବସ ପରେଡ୍‌ରେ ଦେଶର ସାହସିକତା ଭୂମିରୁ ଆକାଶ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଅପରେସନ୍ ସିନ୍ଦୂର ଥିମ୍ ଉପରେ ଏକ ମହାନ ପରେଡ୍ ପାଇଁ ପ୍ରସ୍ତୁତି ଚାଲିଛି। ଆଜି ସେନାର ସୈନିକମାନେ କାର୍ତ୍ତବ୍ୟ ପଥରେ ମାର୍ଚ୍ଚ କରିବେ। ଏହା ସହିତ, କାର୍ତ୍ତବ୍ୟ ପଥରେ ରାଜ୍ୟ ଏବଂ ମନ୍ତ୍ରଣାଳୟର ସାରଣୀରେ … Read more

୨୦୨୬ ପାଇଁ ପଦ୍ମ ପୁରସ୍କାର ଘୋଷଣା: ଓଡ଼ିଶାରୁ ପାଇବେ ୪ ଜଣ

ନୂଆଦିଲ୍ଲୀ: ୨୦୨୬ ବର୍ଷରେ ପଦ୍ମ ପୁରସ୍କାର ପାଇବେ ମୋଟ ୧୩୧ ଜଣ। ଏ ନେଇ ଭାରତ ସରକାରଙ୍କ ଦ୍ୱାରା ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି।୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ, ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ସେଥିମଧ୍ୟରେ ଓଡ଼ିଶାରୁ ୪ ଜଣ ରହିଛନ୍ତି, ଯେଉଁମାନେ ପଦ୍ମଶ୍ରୀ ପୁରସ୍କାର ପାଇବେ ବୋଲି ଘୋଷଣା ହୋଇଛି। ଏହି ପୁରସ୍କାରଗୁଡ଼ିକ କଳା, ସାର୍ବଜନୀନ ବ୍ୟାପାର, ଚିକିତ୍ସା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ବିଜ୍ଞାନ … Read more

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କ ହତ୍ୟା

ନୂଆଦିଲ୍ଲୀ: ବାଂଲାଦେଶରେ ନିର୍ବାଚନୀ ମାହୋଲ ମଧ୍ୟରେ ଜଣେ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ହିନ୍ଦୁଙ୍କ ପ୍ରତି ଆକ୍ରମଣ ଥମିବାର ନାଁ ନେଉନି । ଏହି କ୍ରମରେ ଶୁକ୍ରବାର ରାତିରେ ନରସିନ୍ଦିରେ ୨୩ ବର୍ଷୀୟ ଚଞ୍ଚଲ ଭୌମିକଙ୍କୁ ତାଙ୍କରି ଦୋକାନାରେ ଜୀବନ୍ତ ଜାଳି ହତ୍ୟା କରାଯାଇଛି । ଚଞ୍ଚଲ ଘଟଣା ଦିନ ରାତିରେ ଗ୍ୟାରେଜରେ ଶୋଇଥିଲେ । ଆକ୍ରମଣକାରୀ ବାହାରେ ସଟର ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଚଞ୍ଚଲ ଭିତର ପଟୁ … Read more

WHO ରୁ ବାଦ ପଡିଲା ଆମେରିକା

ଆମେରିକା: ଆମେରିକା ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସମ୍ପର୍କ ଛିନ୍ନ କରିଛନ୍ତି । WHO ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ଔପଚାରିକ ଭାବେ ନିଜକୁ ଅଲଗା କରିଛି ଆମେରିକା । ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ WHOରେ ଅନିୟମିତତା ହେଉଥିବା ନେଇ ୟୁଏସକୁ ଦୂରେଇବାକୁ ଘୋଷଣା କରିଥିଲେ । ଏବେ ବିଦ୍ଧିବଦ୍ଧ ଭାବେ ଆମେରିକା ଏହି ସଙ୍ଗଠନରୁ ନିଜକୁ ଦୂରେଇଛି । ଆମେରିକାର ସ୍ୱାସ୍ଥ୍ୟ ଏବଂ ବୈଦେଶିକ ବିଭାଗ ଏନେଇ ଘୋଷଣା କରିଛି । … Read more

ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଇ.ସି.ଆଇ ନେଟ୍ ଡିଜିଟାଲ ପ୍ଲାଟଫର୍ମ ର ଶୁଭାରମ୍ଭ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ଆଧାରିତ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀର ଦ୍ବିତୀୟ ଦିବସ ଅବସରରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଇ.ସି.ଆଇ ନେଟ୍ ଡିଜିଟାଲ ପ୍ଲାଟଫର୍ମ ଶୁଭାରମ୍ଭ ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଓ ଡକ୍ଟର ବିବେକ ଯୋଶୀ ଏହାର ଶୁଭାରମ୍ଭ କରିଛନ୍ତି। ୪୦ରୁ ଅଧିକ ଆପ୍ ଏବଂ ୱେବ୍‌ ପୋର୍ଟାଲକୁ ଏକୀକୃତ କରି ଏହି … Read more

ମୋଟର ଯାନ ଆଇନରେ ସଂଶୋଧନ

ନୂଆଦିଲ୍ଲୀ: ମୋଟର ଯାନ ଆଇନ ଉଲଙ୍ଘନକାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଗେଜେଟ ବିଜ୍ଞପ୍ତି ଜାରି କଲା କେନ୍ଦ୍ର ସଡ଼କ ପରିବହନ ବିଭାଗ lନୂଆ ସଂଶୋଧନ ଅନୁସାରେ ବର୍ଷକରେ ପାଞ୍ଚ ଥର ମୋଟର ଯାନ ଆଇନ ଉଲଙ୍ଘନ କଲେ ଗାଡ଼ିର ପଞ୍ଜିକରଣ ରଦ୍ଦ ହେବ। ସେହିଭଳି ଯଦି କେହି ଚାଳକ ପାଞ୍ଚ ଥର ଆଇନ ଉଲଙ୍ଘନ କରୁଛନ୍ତି ତେବେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ ହେବାର ମଧ୍ୟ ବ୍ୟବସ୍ଥା କରାଯିବ। ଏହି ନିୟମକୁ … Read more

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ

ନୂଆଦିଲ୍ଲୀ: ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ୪୫ ବର୍ଷୀୟ ନୀତିନ ନବୀନ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିର ୧୨ତମ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି । ଗତକାଲି ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ତାଙ୍କ ସପକ୍ଷରେ ୩୮ ସେଟ୍ ନାମାଙ୍କନ ଦାଖଲ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଟପ୍ ନେତା ପ୍ରସ୍ତାବକ ଥିଲେ । ନୀତିନଙ୍କ ଦାୟିତ୍ୱ ଗ୍ରହଣ ବିଜେପିର ସଂକଳ୍ପ ପର୍ବରେ ଦିଲ୍ଲୀ … Read more

ବର୍ତମାନ ପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା:ଇରାନ

ଇରାନ: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନୀ ନିକଟରେ ସ୍ବୀକାର କରିଛନ୍ତି, ଗତ ଦୁଇ ସପ୍ତାହ ହେବ ଜାରି ବିରୋଧ ପ୍ରଦର୍ଶନରେ ହଜାର ହଜାର ଇରାନ ନାଗରିକ ନିହତ ହୋଇଛନ୍ତି। ଖାମେନୀ ଏହି ମୃତ୍ୟୁ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ସିଧାସଳଖ ଭାବରେ ଦାୟୀ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ଖୋଲାଖୋଲି ଭାବରେ ପ୍ରଦର୍ଶନକାରୀଙ୍କୁ ଉସକାଇବା ସହ ତାଙ୍କୁ ଆମେରିକାର ସାମରିକ ସମର୍ଥନ ଦେବାର ପ୍ରତିଶ୍ରୁତି ଦେଇଥିଲେ ଯାହା ଫଳରେ ପରିସ୍ଥିତି ଅଧିକ ଉଗ୍ର … Read more

ନ୍ୟୁଜିଲାଣ୍ଡ ଠାରୁ ଦିନିକିଆ ସିରିଜ୍ ହାରିଲା ଭାରତ

ଇନ୍ଦୋର: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ସଂଘର୍ଷ କରି ହାରିଲା ଟିମ୍ ଇଣ୍ଡିଆ ।ଇନ୍ଦୋର ହୋଲକର ଷ୍ଟାଡିୟମରେ ରବିବାର ବିରାଟ କୋହଲିଙ୍କ ଦମ୍‌ଦାର ଶତକ ସତ୍ତ୍ୱେ ଭାରତ ୪୧ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରଲି ମିଚେଲ ଓ ଗ୍ଲେନ ଫିଲିପ୍ସଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୩୭ ରନ୍‌ କରିଥିଲା। ଜବାବରେ କୋହଲିଙ୍କ ଶତକ ସତ୍ତ୍ୱେ ଭାରତ ୪୬ ଓଭରରେ ୨୯୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। … Read more