ଭୁବନେଶ୍ୱରରେ ଦେଶର ପ୍ରଥମ ଥ୍ରୀଡି ଚିପ୍‌ ପ୍ୟାକେଜିଂ ୟୁନିଟ୍; ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଇନ୍‌ଫୋଭ୍ୟାଲିଠାରେ ଦେଶର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍‌ର ଶିଳାନ୍ୟାସ ରବିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ଭୂମିପୂଜନ କରିଛନ୍ତି। ’ଥ୍ରୀଡିଜିଏସ୍ ସେମିକଣ୍ଡକ୍ଟର ଇନୋଭେସନ’ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ଏହି ୟୁନିଟ୍‌ରେ ପ୍ରାୟ ୧,୯୪୪ କୋଟି ଟଙ୍କା ବିନିଯୋଗ କରାଯିବ। ଏଠାରୁ ବାର୍ଷିକ ୭୦,୦୦୦ ପ୍ୟାନେଲ ଏବଂ ୧୩,୩୦୦ ଥ୍ରୀଡିଏଚ୍ଆଇ (3DHI) ମଡ୍ୟୁଲ ଉତ୍ପାଦନ କରିବାର ଲକ୍ଷ୍ୟ … Read more

ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି ମହିଳା ସଂରକ୍ଷଣ ବିଲ୍ ଉପରେ ଚର୍ଚ୍ଚା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଆଜି ମୁଁ ମୋର ଭଉଣୀ ଏବଂ ଝିଅମାନଙ୍କ ସହ କଥା ହେବାକୁ ଆସିଛି। ଆଜି ଭାରତର ପ୍ରତ୍ୟେକ ନାଗରିକ ସାକ୍ଷୀ ଅଛନ୍ତି ଯେ, ମହିଳା ଶକ୍ତିର ଉଡ଼ାଣ କିପରି ରୋକି ଦିଆଯାଇଛି। ସେମାନଙ୍କ ସ୍ୱପ୍ନକୁ ନିର୍ମମ ଭାବରେ ନଷ୍ଟ କରାଯାଇଛି। ଆମର ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ, ଆମେ ବିଫଳ ହୋଇଛୁ। ନାରୀ … Read more

ଫେମିନା ମିସ୍ ଇଣ୍ଡିଆ ହେଲେ ଗୋଆର ସାଧ୍‌ବୀ ସତୀଶ ସୈଲ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ୬୧ ତମ ଫେମିନା ମିସ୍ ଇଣ୍ଡିଆ 2026 ପ୍ରତିଯୋଗିତାର ବିଜୟ ମୁକୁଟ ପିନ୍ଧିଛନ୍ତି ଗୋଆର ସାଧ୍‌ବୀ ସତୀଶ ସୈଲ । ଗତକାଲି(ଶନିବାର) କିଟ୍‌ ବିଶ୍ବବିଦ୍ୟାଳୟରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ଇଣ୍ଡିଆର ମୁକୁଟ ପିନ୍ଧିଛନ୍ତି ସାଧ୍‌ବୀ । ସେହିପରି ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍‌ ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର, ଦ୍ବିତୀୟ ରନର୍ସ ଅପ୍‌ କେନ୍ଦ୍ରଶାସିତ ଅଞ୍ଚଳର ଅଦ୍ବୈତା ହୋଇଛନ୍ତି । ଏହି … Read more

୨୩ରେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ମିଳିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ବିଭିନ୍ନ ବିଭାଗରେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ଅପରାହ୍ନରେ ଆୟୋଜିତ ନିଯୁକ୍ତ ମେଳା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିବେ ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହୋଇଥିବା ଚିଠି ଅନୁଯାୟୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଇସ୍ପାତ ଓ … Read more

ଇନକା ଆୱାର୍ଡ ସମାରୋହରେ ବୋଉ ବୁଟୁ ଭୂତ ଓ ଅନନ୍ତାକୁ ବିଭିନ୍ନ କାଟୋଗୋରୀରେ ମିଳିଲାପୁରସ୍କାର

ମୂମ୍ବାଇ: ଗତ ଗୁରୁବାର ମୁମ୍ବାଇରେ ଆୟୋଜିତ ଇଣ୍ଡିଆନ ନ୍ୟାସନାଲ ସିନେ ଏକାଡେମୀ ଇନକା ଆୱାର୍ଡ ସମାରୋହରେ ବୋଉ ବୁଟୁ ଭୂତ ଓ ଅନନ୍ତାକୁ ବିଭିନ୍ନ କାଟୋଗୋରୀରେ ପୁରସ୍କୃତ କରାଯାଇଛି । ବୋଉ ବୁଟୁ ଭୂତର ଅଭିନେତା ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଓଡ଼ିଆ ଅଭିନେତା, ବାବୁସାନ ଫିଲ୍ମସ ତଥା ପ୍ରଯୋଜିକା ତୃପ୍ତି ମହାନ୍ତିଙ୍କୁ ଶ୍ରେଷ୍ଠ ଫିଲ୍ମ, ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଅନନ୍ତାର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ କୁମାର ସି.ଦେବ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ … Read more

ପିଲାଙ୍କୁ ନେଇ ଯାଉଥିବାବେଳେ ସ୍କୁଲ ଗାଡି ଓଲଟିଲା

କୋରାପୁଟ: ଗଞ୍ଜାମ ଜିଲ୍ଲା ଚିକିଟିରେ ଏକ ସ୍କୁଲ୍ ଭ୍ୟାନ ଓଲଟିବାରୁ ୫ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଚିକିଟି ଗଡ଼ ଧାନଘର ଛକ ବିଦ୍ୟୁତ କାର୍ଯ୍ୟାଳୟ ନିକଟ ମୁଖ୍ୟରାସ୍ତାକଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଶନିବାର ସକାଳେ ଏକ ସ୍କୁଲ ଗାଡ଼ି ଓଲଟି ପଡିଛି। ମା ’ ବ୍ୟାଘ୍ରଦେବୀ ନାମକ ସ୍କୁଲ ଗାଡ଼ି ଟାଟା ମ୍ୟାଜିକ (ନଂ. ଓଡ଼ି ୦୭ ୟୁ -୭୧୨୩) ଓଲଟି ପଡିବାରୁ ୧୦ରୁ ଅଧିକ ଛାତ୍ରୀଛାତ୍ର ଆହାତ ହୋଇଛନ୍ତି। … Read more

ଦୀର୍ଘ ଦିନ ପରେ ହର୍ମୁଜ୍‌ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିଲା ଇରାନ୍

ନୂଆଦିଲ୍ଲୀ: ଦୀର୍ଘ ଦିନର ଅବରୋଧ ପରେ ଇରାନ ଖୋଲିଲା ହର୍ମୁଜ୍ ପଥ l ଇସ୍ରାଏଲ୍-ଲେବାନନ୍ ଅସ୍ତ୍ରବିରତି ପରେଏହି ଘୋଷଣା କରିଛନ୍ତି ଇରାନ୍‌ର ବୈଦେଶିକ ମନ୍ତ୍ରୀ ଅରାଘଚୀ । ଏବେ ହର୍ମୁଜ୍‌ରେ ଜାହାଜ ଚଳାଚଳ ହେବ ସ୍ୱାଭାବିକ । ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ଲାଗିଥିବାରୁ ଦୀର୍ଘଦିନ ହେବ ହର୍ମୁଜ ପ୍ରଣାଳୀ ବନ୍ଦ ଥିଲା, ଆଉ ଏବେ ହର୍ମୁଜ ପ୍ରଣାଳୀ ଖୋଲିଥିବାରୁ ସ୍ୱାଭାବିକ ଜାହାଜ ଚଳାଚଲ ହେବ ବୋଲି ଆଶା ରହିଛି । ସାମୁଦ୍ରିକ ପଥ ସମ୍ପୂର୍ଣ୍ଣ … Read more

ଲୋକସଭାରେ ପାରିତ ହୋଇପାରିଲାନି ମହିଳା ସଂରକ୍ଷଣ ସଂଶୋଧନ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ସଂଶୋଧନ ବିଲ୍ । ଶୁକ୍ରବାର ଦିନ ଏଥିପାଇଁ ଲୋକସଭାରେ ହୋଇଥିବା ଭୋଟିଂରେ ମୋଟ୍ ୫୨୮ ଜଣ ସାଂସଦ ଭାଗ ନେଇଥିଲେ । ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ୨୯୮ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଲା ୨୩୦ ଭୋଟ୍ । ଏଥିସହ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ସଂସଦର ନିମ୍ନ ସଦନରେ କାଟ୍ ଖାଇଛି । ଗୃହରେ ଦୁଇ ତୃତୀୟାଂଶ ସମର୍ଥନ ନ ମିଳିବାରୁ କାଟ୍‌ ଖାଇଲା ମହିଳା … Read more

ସିବିଏସଇ ଟପ୍ପର ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧନା: ସୋଆ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ସିବିଏସ୍‌ଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ମାର୍କ ରଖି ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଥିବା ୨ଜଣ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶୀର୍ଷ ସ୍ଥାନ ଅଧିକାର କରିଥିବା ଉଭୟ ଛାତ୍ରୀ- ପୁରୀ ମଦର୍ସ ପବ୍ଲିକ ସ୍କୁଲର ଟିନା ରଥ ଓ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଆଲିଶା ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ । ଉଭୟ … Read more

ଟ୍ୱିନ ସିଟିରେ କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକରେ ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି, ଯାହା ଗ୍ରାହକମାନଙ୍କୁ ଆଶ୍ଵସ୍ତି ଦେଇଛି। ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୦.୨୨ ପଇସା କମି ୧୦୦.୯୭ ଟଙ୍କାକୁ ପହଞ୍ଚିଛି। ସେହିପରି ଡିଜେଲ ଦର ମଧ୍ୟ ୦.୨୨ ପଇସା ହ୍ରାସ ପାଇ ୯୨.୫୫ ଟଙ୍କାରେ ବିକ୍ରି ହେଉଛି। ଏହି ହ୍ରାସ ସତ୍ତ୍ୱେ ମଧ୍ୟ ଦର ଶତକ ଉପରେ ରହିଛି। ଅନ୍ୟପକ୍ଷରେ କଟକରେ ମଧ୍ୟ ତୈଳ ଦରରେ … Read more