୧୦ ଲକ୍ଷ ଭୋଟର ବାଦ୍ ପଡିବା ପରେ ବିଜେଡି ର ପ୍ରତିକ୍ରିୟା

ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳର ଉପନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ବିଜୟ ନାୟକ ଭୋଟର ତାଲିକାରୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟରଙ୍କ ନାମ ବାଦ୍ ପଡୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଦେବୀ ପ୍ରସାଦ ମିଶ୍ର କହିଥିଲେ, ଏହି ବର୍ଷ ହୋଇଥିବା ସଂଶୋଧନରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରଙ୍କୁ ବାଦ୍ … Read more

ପ୍ରକାଶ ପାଇଲା JEE (ମେନ୍‌) ସେସନ-୨ ରେଜଲ୍ଟ

ନୂଆଦିଲ୍ଲୀ: ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ଫଳ ଜାରି କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍ jeemain.nta.nic.in ଏବଂ nta.ac.inରୁ ଫଳାଫଳ ଜାଣିପାରିବେ। JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ ଅନୁସାରେ,ଏଥର ୨୬ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ହାସଲ କରିଛନ୍ତି।ଜେଇଇ ମେନ୍ ୨୦୨୬ର ଅପ୍ରେଲ୍ ସେସନ ୨ ଅପ୍ରେଲରୁ ୮ ଅପ୍ରେଲ୍ ୨୦୨୬ ଯାଏ ଆୟୋଜିତ ହୋଇଥିଲା , ଯେଉଁଥିରେ ପାଖାପାଖି ୧୧.୨୩ ଲକ୍ଷ ରେଜିଷ୍ଟର୍ଡ ପ୍ରାର୍ଥୀଙ୍କ … Read more

ଉଦଘାଟନ ହେବ ପୂର୍ବରୁ ଆଜି ଲାଗିଗଲା ନିଆଁ

ନୂଆଦିଲ୍ଲୀ: ରାଜସ୍ଥାନରେ ନିର୍ମିତ ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ହୋଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ରିଫାଇନାରୀରେ ମାତ୍ର ୨୪ ଘଣ୍ଟା ପୂର୍ବରୁ ଭୀଷଣ ଅଗ୍ନିକାଣ୍ଡ ହୋଇଛି ।ସୂଚନାନୁଯାୟୀ, ରାଜସ୍ଥାନର ବାଲୋତ୍ରାସ୍ଥି ପଛପଦ୍ରାରେ ଦେଶର ପ୍ରଥମ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ୍ ରିଫାଇନାରୀ-କମ୍-ପେଟ୍ରୋକେମିକାଲ୍ସ କମ୍ଲେକ୍ସ ନିର୍ମାମ ହୋଇଛି । ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ଏବଂ ରାଜସ୍ଥାନ ସରକାର ମିଳିତ ସହଯୋଗରେ ଏହାର ସ୍ଥାପନା କରାଯାଇଛି । ଏହାକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦଘାଟନ କରିବାର … Read more

ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କୁ ଭେଟିଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ସିଜିମାଳି ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀର ଅଧ୍ୟକ୍ଷ, ଏନସିଏସଟିଙ୍କ ସମ୍ମୁଖରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଦ୍ୱାରା ଜାତୀୟ ଅନୁସୂଚିତ ଜନଜାତି କମିଶନରେ ସିଜିମାଳି ମାମଲା ରୁଜୁ କରାଯାଇଛି। ଜାତୀୟ ଅନୁସୂଚିତ ଜନଜାତି କମିଶନର ଅଧ୍ୟକ୍ଷ ଶ୍ରୀ ଅନ୍ତର ସିଂହ ଆର୍ଯ୍ୟ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ତାଙ୍କ କାର୍ଯ୍ୟାଳୟରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଦ୍ୱାରା ଓଡ଼ିଶାର ସିଜିମାଳିରେ ବକ୍ସାଇଟ୍ … Read more

ପୁରୀରେ ଆୟୋଜିତ ହେବ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ

ଭୁବନେଶ୍ୱର : ୨୧ ତାରିଖ ଦିନ ପୁରୀଠାରେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ କମିଟି ସମ୍ମିଳନୀ ଅନୁଷ୍ଠିତ ହେବ । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଶ୍ରୀ ରାହୁଲ ସୁରେଶ ନରେୱକରଙ୍କ ଅଧ୍ୟକ୍ଷତା ଓ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଓ ଓଡ଼ିଶା ସମେତ କର୍ଣ୍ଣାଟକ, ନାଗାଲାଣ୍ଡ ବିଧାନସଭାର ବାଚସ୍ପତି ଯୋଗଦେଇ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଦଳବଦଳ … Read more

ଭାରତୀୟ ଜାହାଜଗୁଡ଼ିକୁ ବି ହର୍ମୁଜ ଦେଇ ଯିବାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଭାରତୀୟ ଜାହାଜଗୁଡ଼ିକୁ ବି ହର୍ମୁଜ ଦେଇ ଯିବାକୁ ଅନୁମତି ମିଳିନାହିଁ । ଇରାନର ନୌସେନା ଭାଗ୍ୟଲକ୍ଷ୍ମୀ ସମେତ ଦୁଇଟି ଭାରତୀୟ ଟ୍ୟାଙ୍କରକୁ ଆଗକୁ ବଢ଼ିବାରୁ ବାରଣ କରିଥିଲା । ଫଳରେ ଭାରତୀୟ ଟ୍ୟାଙ୍କର ସେଠାରୁ ଫେରିଆସିଛି ବୋଲି ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ଭାରତୀୟ ପତାକା ଲାଗିଥିବା ‘ଭାଗ୍ୟଲକ୍ଷ୍ମୀ’ ନାମକ ଟ୍ୟାଙ୍କର୍ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଇରାନ ନୌସେନା ଏହାକୁ ଯିବାକୁ ଅନୁମତି ଦେଇନଥିଲା । ଜାହାଜର କର୍ମଚାରୀମାନେ … Read more

ତାମିଲନାଡୁରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: 23 ମୃତ, 6 ଗୁରୁତର

ତାମିଲନାଡୁ: ରବିବାର ଦିନ ବିରୁଧୁନଗର ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୨୩ ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ଜିଲ୍ଲାର କଟୁନାର ପଟ୍ଟି ଅଞ୍ଚଳରେ ଥିବା ଏକ ଘରୋଇ ବାଣ ଉତ୍ପାଦନ କେନ୍ଦ୍ରରେ ଏହି ଦୁର୍ଘଟଣା ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରକମ୍ପନ ପ୍ରାୟ ୧୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ କାରଖାନା ପରିସରରେ ଅନେକ ଶ୍ରମିକ କାର୍ଯ୍ୟରତ … Read more

ବ୍ୟାସନଗର ତହସିଲଦାରଙ୍କୁ ମାଫିଆଙ୍କ ହତ୍ୟା ଉଦ୍ୟମ

ଯାଜପୁର: ବ୍ୟାସନଗର ତହସିଲଦାରଙ୍କ ହତ୍ୟା ଉଦ୍ୟମ ଘଟଣା ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ଟ୍ରାକ୍ଟର ମାଲିକ, ଡ୍ରାଇଭର ସମେତ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ୫ଟି ଟ୍ରାକ୍ଟର ଓ ୨ଟି ଜେସିବି ଜବତ କରାଯାଇଛି। ଗତକାଲି ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ବେଆଇନ ମାଟି ଚୋରିକୁ ରୋକିବାକୁ ଯାଇଥିବାବେଳେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର … Read more

ନିଖୋଜ ଯୁବକଙ୍କୁ ହତ୍ୟା

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମାଳତେନ୍ତୁଳିଆ ଗ୍ରାମର ନିଖୋଜ ଯୁବକ ରାଜଦୀପଙ୍କ ମୃତଦେହ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଘାଟିରୁ ଉଦ୍ଧାର କରାଯାଇଛି। ରାଜଦୀପଙ୍କୁ ଅପହରଣ କରାଯିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ରାଜଦୀପ ଗତ ଗୁରୁବାରଠାରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ଶନିବାର ଦାରିଙ୍ଗିବାଡ଼ି … Read more