ଚଢ଼ାଉ ବେଳେ ୫,୩୦୮ LPG ସିଲିଣ୍ଡର ଜବତ, ୫ ଗିରଫ

ଭୁବନେଶ୍ୱର: ଓଡ଼ିଶାରେ LPG ଗ୍ୟାସ୍‌ କୁ ନେଇ ଚାଲିଥିବା କଳାବଜାରୀ ଓ ଅବୈଧ ସଂଗ୍ରହ ଉପରେ ସରକାରଙ୍କ ବଡ ଧରଣର ଚଢ଼ାଉ ଅଭିଯାନରେ ମୋଟ ୫,୩୦୮ଟି ଏଲପିଜି ସିଲିଣ୍ଡର ଜବତ ହୋଇଥିବାବେଳେ ୫ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, ଗ୍ରାହକଙ୍କ ଅଭିଯୋଗ ଓ ଗୁପ୍ତ ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏକାସାଥିରେ ଚଢ଼ାଉ କରାଯାଇଥିଲା। ଏଲପିଜି ଏଜେନ୍ସୀ, ଗୋଦାମ ଓ ସନ୍ଦେହଜନକ ସ୍ଥାନଗୁଡ଼ିକୁ ନିଶାନା କରି ଚାଲିଥିବା ଏହି ଅଭିଯାନରେ ଅନେକ … Read more

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ: ଆକାଶ ମାର୍ଗରୁ ସର୍ଭେ

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ECI) ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ, ସମସ୍ତ ବୁଥରେ ପ୍ରିଜାଇଡିଂ ଅଧିକାରୀମାନେ ସମସ୍ତ ପ୍ରାର୍ଥୀଙ୍କ ବଟନ୍ EVMରେ ସ୍ପଷ୍ଟ ଭାବରେ ଦେଖାଯାଉଛି ନିଶ୍ଚିତ କରିବା ନେଇ ନିର୍ଦେଶ ରହିଛି । ନିର୍ବାଚନ କମିଶନ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ପ୍ରାର୍ଥୀମାନେ ସେମାନଙ୍କ ଭୋଟର ଗୋପନୀୟତା ବଜାୟ ରଖିବେ ଏବଂ ବାଲଟ୍ ୟୁନିଟ୍ ବଟନ୍‌ରେ କୌଣସି ରଙ୍ଗ, କାଳି, ସୁଗନ୍ଧି କିମ୍ବା ଅନ୍ୟ … Read more

ଜନଗଣନା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାକୁ ରାଜସ୍ଵ ମନ୍ତ୍ରୀଙ୍କ ନିନ୍ଦା

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇ ସ୍ପଷ୍ଟ କରିଦେଇଛନ୍ତି ଯେ, ଜନଗଣନା କାମରେ ବାଧା ସୃଷ୍ଟି କରୁଥିବା ଓ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦୋଷୀମାନଙ୍କୁ ଛଡ଼ାଯିବନାହିଁ। ପାତାଳରେ ଲୁଚିଲେ ବି ସେମାନଙ୍କୁ ଖୋଜି ବାହାର କରାଯିବ ଓ ଆଇନ ଅନୁଯାୟୀ କଠୋର କାର୍ଯ୍ୟବାହୀ ହେବ। ୨୦୨୬ର ହାଇଟେକ୍‌ ଜନଗଣନା ପ୍ରକ୍ରିୟା ମଧ୍ୟରେ ସରକାରୀ କର୍ମଚାରୀଙ୍କୁ ଏପରି ଆକ୍ରମଣ ଘଟଣା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଘରେ ଘରେ ଯାଇ ତଥ୍ୟ ସଂଗ୍ରହ … Read more

ବିଜେପି ଯୁବମୋର୍ଚ୍ଚା ନେତାଙ୍କ ପିତାଙ୍କୁ ହତ୍ୟା

ଉତ୍ତରପ୍ରଦେଶ: ବିଜେପି ଯୁବମୋର୍ଚ୍ଚା ନେତାଙ୍କ ପିତାଙ୍କୁ ଏକ ନିର୍ମାଣାଧୀନ ଘରେ ଗଳା କାଟି ହତ୍ୟା କରିଛି। ତାଙ୍କର ଆଖି ମଧ୍ୟ ବାହାର କରି ଦିଆଯାଇଛି। ଅଭିଯୁକ୍ତ ମୃତଦେହକୁ ଘର ଭିତରେ ବନ୍ଦ କରି ଫେରାର ହୋଇ ଯାଇଥିଲା। ଚିଲାକୌରା ଅଞ୍ଚଳରେ ଏହି ଘଟଣାରେ ଉତ୍ତେଜିତ ହୋଇ ପରିବାର ସଦସ୍ୟମାନେ ମୃତଦେହ ବାହାର କରିବା ପୂର୍ବରୁ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚଲାଇବାକୁ ଦାବି କରି ପ୍ରତିବାଦ କରିଥିଲେ। ଏହା ଦ୍ୱାରା ମୃତଦେହକୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ବାହାର … Read more

ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ନ ପାରିବାକୁ ନେଇ ବିରୋଧୀଙ୍କୁ କଡା ସମାଲୋଚନା କଲେ ଅପରାଜିତା

ସମ୍ବଲପୁର: ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ନ ପାରିବାକୁ ନେଇ ବିରୋଧୀଙ୍କ ଭୂମିକାକୁ କଡା ସମାଲୋଚନା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ମଙ୍ଗଳ ବାର ସମ୍ବଲପୁର ଗସ୍ତ ସମୟରେ କଂଗ୍ରେସକୁ କଡ଼ା ସମାଲୋଚନା କରି ସାଂସଦ କହିଛନ୍ତି ଯେ ସଂସଦରେ ଯାହା ଘଟିଲା ତାହା ସମସ୍ତେ ଜାଣନ୍ତୁ ଏବଂ ମହିଳା ଜାଣନ୍ତୁ । ୧୭ ତାରିଖ ଆମ ଦେଶର କଳାଦିବସ । ସେପ୍ଟେମ୍ବର, ୨୦୨୩ରେ ନୀରି ଶକ୍ତି ବନ୍ଦନମ ଅଧିନିୟମ ସର୍ବସମ୍ମତି କ୍ରମେ … Read more

ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ବାଇକ୍ ଚଳା ଚଳ ଉପରେ ଲାଗିଲା କଟକଣା

ପଶ୍ଚିମବଙ୍ଗ : ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ରାଜ୍ୟରେ ଦୁଇ ଚକିଆ ଯାନ ଉପରେ କଡ଼ା ନିୟମ ଲାଗୁ କରିଛନ୍ତି ନିର୍ବାଚନ କମିଶନର। ବାଇକ୍ ରାଲିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିବା ବେଳେ, ରାତି ୬ରୁ ସକାଳ ୬ ପର୍ଯ୍ୟନ୍ତ ବାଇକ୍ ଓ ସ୍କୁଟର ଚଳାଚଳ ଉପରେ ନିଷେଧ ଜାରି ହୋଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କୌଣସି ବାଇକ୍‌ରେ ପଛରେ ଯାତ୍ରୀ ବସାଇବାକୁ ମନା କରାଯାଇଛି। କେବଳ ମେଡିକାଲ ଆପାତକାଳୀନ ସ୍ଥିତି, ପରିବାରିକ … Read more

୨୭ ଏପ୍ରିଲରେ ମୁଖ୍ୟମନ୍ତ୍ରୀଙ୍କ “ଜନଶୁଣାଣୀ” କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୨୭ ଏପ୍ରିଲରେ ଭୁବନେଶ୍ୱରରେ ସକାଳ ୭ଟାରୁ ଦିନ୧୨ଟା ପର୍ଯ୍ୟନ୍ତ ୟୁନିଟ-୨ ଅଶୋକ ନଗରସ୍ଥିତ କ୍ୟାପିଟାଲ ନର୍ସରୀ ନିକଟର ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ହେବ । ସାଧାରଣ ଲୋକେ ଏହି ଅବସରରେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ନିଜ ଅଭିଯୋଗ ଓ ସମସ୍ୟା ଉଠାଇପାରିବେ। ପ୍ରଶାସନ ପକ୍ଷରୁ କୁହାଯାଇଛି, ଏହା ଜନସହଭାଗିତାକୁ ବଢ଼ାଇବା ସହ ଶାସନରେ ପ୍ରତିଦାୟିତ୍ୱକୁ ଆହୁରି ମଜବୁତ କରିବ। ଏହି ଜନଶୁଣାଣୀ ପାଇଁ … Read more

ଢେଙ୍କାନାଳରେ ହେବ ଜେଏସ୍‌ଡବ୍ଲ୍ୟୁ -ପୋସ୍କୋ କାରଖାନା

ଢେଙ୍କାନାଳ: ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋର କାରଖାନା ଢେଙ୍କାନାଳରେ ହେବା ପାଇଁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷିରିତ ହୋଇଛି। ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ଓ ଦକ୍ଷିଣ କୋରିଆର ପୋସ୍କୋ ମଧ୍ୟରେ ‌ଯୌଥ ଉଦ୍ୟୋଗ ସ୍ଥାପନକୁ ନେଇ ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଉଭୟ କମ୍ପାନି ମିଶି ଓଡ଼ିଶାରେ ବାର୍ଷିକ ୬ ନିୟୁତ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ୍‌ କାରଖାନା ସ୍ଥାପନ କରିବେ। ଏହି କାରଖାନା କେଉଁ ସ୍ଥାନରେ ପ୍ରତିଷ୍ଠା ହେବ ତାହାକୁ ନେଇ ଲାଗି … Read more

ସୋଆ କୃଷି ମହାବିଦ୍ୟାଳୟରେ ଅକ୍ଷୟ ତୃତୀୟା ଉତ୍ସବ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଓଡ଼ିଶାର କୃଷିଭିତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ପାଳିତ ହୋଇଯାଇଛି । ନୂଆଗାଁ ସ୍ଥିତ ସୋଆ ଅନ୍ତର୍ଗତ ଆଇ.ଏନ.ଏସ ଫାର୍ମ ଓ ବିଂଝଗିରି ସ୍ଥିତ ଏ.ଆର.ଏସ ଫାର୍ମରେ ପର୍ଯ୍ୟାୟ କ୍ରମେ ଅକ୍ଷୟ ତୃତୀୟା ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କୃଷି ବିଜ୍ଞାନ ମହାବିଦ୍ୟାଳୟର ଡିନ୍ ପ୍ରଫେସର … Read more

‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ: ସୋଆ 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ମହତ୍ କାର୍ଯ୍ୟ ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପି.କେ ସାହୁ ଓ ‘ଜାଗୋ’ କ୍ଲବର ଆବାହକ ପ୍ରଫେସର ଅନୀତା … Read more