କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କଟକ: ପୁରୀଘାଟ ଗଡ଼ା ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଜଣେ ଅଜ୍ଞାତ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଠାବ ହୋଇଛି । ମହିଳାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୁଣ୍ଡ କାଟି ଶବକୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୁଣ୍ଡବିହୀନ ମୃତଦେହ ହୋଇଥିବାରୁ ମୃତକଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ ଏକ ବଡ଼ସମସ୍ୟା ସୃଷ୍ଟି କରିଛି । ସୂଚନା ଅନୁଯାୟୀ , ଗୁରୁବାର ଦିନ ସ୍ଥାନୀୟ ଲୋକେ କାଠଯୋଡ଼ି ପଠାରେ ଏକ … Read more

କୋଟି କୋଟି ସମ୍ପତି ପାଇଁ ସୁପାରୀ ଦେଇ ମା’ଙ୍କୁ ହତ୍ୟା

ରାଜସ୍ଥାନ: ପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ଓ ସରକାରୀ ଚାକିରି ହାତେଇବା ପାଇଁ ଜଣେ ୨୪ ବର୍ଷୀୟା ଆଇନ ଛାତ୍ରୀ ନିଜ ମା’ଙ୍କୁ ହତ୍ୟା କରାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଝିଅ ୭ଲକ୍ଷ ଟଙ୍କାରେ ସୁପାରି କିଲରଙ୍କୁ ନିଯୁକ୍ତ କରି ଘଟଣାକୁ ସଡ଼କ ଦୁର୍ଘଟଣା ଭଳି ଦେଖାଇବାକୁ ଚେଷ୍ଟା କରିଥିଲା । ମୃତ ମହିଳାଙ୍କ ନାମ ନୀରଜ ଶର୍ମା ବୟସ ୪୫ ବର୍ଷ । ସେ ଜୟପୁର କୋର୍ଟରେ ଲୋୟର ଡିଭିଜନ କ୍ଲର୍କ ଭାବେ … Read more

ଚାନ୍ଦିପୁରରୁ ପିନାକ LRGRର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜରୁ ‘ପିନାକ’ ଲଙ୍ଗ୍‌ ରେଞ୍ଜ ଗାଇଡେଡ୍ ରକେଟ୍ (LRGR)ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ଗତ ୮ ଜୁଲାଇ ରେ ଏହି ପରୀକ୍ଷା ସମ୍ପନ୍ନ ହୋଇଛି। ବ୍ୟବହାରକାରୀଙ୍କ (ସେନା) ଆବଶ୍ୟକତା ଅନୁଯାୟୀ, ରକେଟ୍‌ର ସର୍ବନିମ୍ନ ୬୦ କିଲୋମିଟର ରେଞ୍ଜ୍‌ କ୍ଷମତାର ପରୀକ୍ଷା କରାଯାଇଥିଲା। ଯୋଜନା ଅନୁଯାୟୀ, ଉଡ଼ାଣ ସମୟରେ ରକେଟ୍‌ଟି ନିଜର ସମସ୍ତ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବା ସହ … Read more

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମୀକ୍ଷା ବୈଠକ :ମାର୍ଚ୍ଚ ୨୦୨୭ ସୁଦ୍ଧା ନିର୍ମାଣ ହେବ ୨୨୦୦ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ନୂତନ ସରକାର ଆସିବା ପରେ ପ୍ରଥମ ଦିନରୁ ହିଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ପ୍ରକଳ୍ପକୁ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ (Flagship Programme) ଭାବେ ଗ୍ରହଣ କରାଯାଇଛି। ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ସରକାର ପ୍ରାୟ ୨୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର … Read more

ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଉସା,ମାଉସୀ ଗିରଫ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଉସାଙ୍କୁ ଗିରଫ କରିଛି ପୋଲିସ। ଏହି ମାମଲାରେ ମାଉସୀ ମଧ୍ୟ ସହଯୋଗ କରୁଥିବା ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଜଣେ ନାବାଳିକା ପଢିବା ପାଇଁ ଭୁବନେଶ୍ୱରରେ ତାଙ୍କ ମାଉସୀଙ୍କ ଘରେ ରହୁଥିଲେ। ସେହି ସମୟରେ ମଉସା ଜୟକୃଷ୍ଣ ନାୟକ ବାରମ୍ବାର ତାଙ୍କୁ ଯୌନ ନିର୍ଯାତନା ଦେଇଆସୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଦୀର୍ଘଦିନ … Read more

ଛାତିରେ ତୀର ବିଦ୍ଧ ଯୁବକଙ୍କୁ କିମ୍ସରେ ମିଳିଲା ନୂଆ ଜୀବନ

ଭୁବନେଶ୍ୱର: ରାଉରକେଲାର ଜନୈକ ୨୨ବର୍ଷୀୟ ଯୁବକଙ୍କ ଛାତିରେ ବିଦ୍ଧ ହେବା ପରେ ସେ ଗୁରୁତର ହୋଇପଡ଼ିଥିଲେ। ଯୁବକଙ୍କ ପରିବାର ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଏହାର ଜଟିଳତା ଓ ଏଥିରେ ଅଧିକ ବିପଦ ଥିବାରୁ କୌଣସି ଡାକ୍ତରଖାନରେ ତାଙ୍କ ଦେହରେ ଥିବା ତୀର ବାହାର କରିବା ସମ୍ଭବ ହୋଇପାରିନଥିଲା। ଶେଷ ଆଶା ରଖି ପରିବର ଲୋକେ ତାଙ୍କୁ କିମ୍‍ସରେ ଭର୍ତ୍ତି କରିଥିଲେ। ତେବେ କିମ୍‍ସର ବରିଷ୍ଠ ସର୍ଜନ ଡା. ଅମରେଶ ମିଶ୍ରଙ୍କ ନେତୃତ୍ୱରେ ଡା. … Read more

ସୋଆରେ ଜୁଲାଇ ୧୧-୧୨ରେ ‘ଟେକ୍ନୋଲୋଜି କନ୍କ୍ଲେଭ-୨୦୨୬’

ଭୁବନେଶ୍ୱର: ଇଣ୍ଡିଆନ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନଏଆଇ) ପକ୍ଷରୁ ‘ଟେକ୍ନୋଲୋଜି କନ୍‌କ୍ଲେଭ-୨୦୨୬’ ଆସନ୍ତା ଜୁଲାଇ ୧୧ ଓ ୧୨ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ।ଏହି ଦୁଇ ଦିନିଆ କନ୍‌କ୍ଲେଭରେ ବଂଟିତ କ୍ଷୁଦ୍ର ଓ ମଧ୍ୟମ ଆକାରର ପରମାଣୁ ରିଆକ୍ଟର ମାଧ୍ୟମରେ ଦୀର୍ଘମିଆଦୀ ଶକ୍ତି ସୁରକ୍ଷା, ତୈଳ ଓ ପ୍ରାକୃତିକ ଗ୍ୟାସ ଅନ୍ୱେଷଣ, କୋଇଲା ଗ୍ୟାସିଫିକେସନ୍‌, କ୍ରିଟିକାଲ୍ ମିନେରାଲ୍ ଓ ରେୟାର ଆର୍ଥ ଉତୋଳନ, ସେମିକଣ୍ଡକ୍ଟର … Read more

ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ NIAର ବଡ଼ ସଫଳତା

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ଘଟଣାର ୭ ମାସ ପରେ ଜଣେ ଫେରାର ଅଭିଯୁକ୍ତକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି NIA। ଗିରଫ ଯୁବକ ଜଣକ ଭୁବନେଶ୍ୱର ପଟିଆ ଅଞ୍ଚଳର ରୋହନ ରଞ୍ଜନ ରାଉତରାୟ ଓରଫ୍ ସାନୁ ବୋଲି ଜଣାପଡ଼ିଛି। ଗିରଫ ବେଳେ ସାନୁ ନିକଟରୁ ମୋବାଇଲ୍‌ ଫୋନ୍‌ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ରୋହନର ସିଧାସଳଖ ହାତ ଥିବା … Read more

ଓଡ଼ିଶାରେ ନିର୍ମାଣ ହେବ ପ୍ରଥମ ସ୍କାଏୱାକ୍, ୧୮.୪୨ କୋଟି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ପଳାଶୁଣୀରୁ ରସୁଲଗଡ଼, ଜାତୀୟ ରାଜପଥ-୧୬ ମଧ୍ୟରେ ଏକ ସ୍କାଏୱାକ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ ୧୮.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କାର୍ଯ୍ୟକାରୀ କରୁଛି। ପ୍ରାୟ ୧୮.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ … Read more

ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ ’ ବ୍ୟବସ୍ଥାର ଶୁଭାରମ୍ଭ

କଟକ: ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଆଜି ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଥିଲେ। ସାଇବର ଆର୍ଥିକ ଠକେଇ ଘଟଣା ବଢ଼ୁଥିବାରୁ ଅଭିଯୋଗ ପଞ୍ଜୀକରଣକୁ ଅଧିକ ଦ୍ରୁତ, ସରଳ ଓ ପ୍ରଭାବଶାଳୀ କରିବା ସହ … Read more