ରାଜଧାନୀରେ ଭୟଙ୍କର ଦୁର୍ଘଟଣା ଅଟୋକୁ ୬୦ ମିଟର ଘୋଷାଡ଼ି ନେଲା ଟ୍ରକ୍

ଭୁବନେଶ୍ୱର:କଟକ-ପୁରୀ ବାଇପାସ୍ ରୋଡ୍‌ର ପାଣ୍ଡରା ଛକ ଦେଖିବାକୁ ମିଳିଛି ନିକଟରେ ଏକ ଭୟଙ୍କର ହିଟ୍ ଆଣ୍ଡ ରନ୍ ଘଟଣା।ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ଅଟୋ ରାସ୍ତାରେ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପରେ ମଧ୍ୟ ଟ୍ରକ୍ ଚାଳକ ଗାଡ଼ି ଅଟକାଇନଥିଲେ ବରଂ ଅଟୋକୁ ପ୍ରାୟ ୫୦ରୁ ୬୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଏହି ଭୟଙ୍କର ଦୃଶ୍ୟ ଦେଖି ଘଟଣାସ୍ଥଳରେ ଥିବା ଲୋକ ଆତଙ୍କିତ ହୋଇପଡ଼ିଥିଲେ।ଟ୍ରକ୍‌ର … Read more

ହ୍ୱାଇଟ୍ ହାଉସ୍ ବାହାରେ ଗୁଳିକାଣ୍ଡ:ସନ୍ଦିଗ୍ଧ ଆକ୍ରମଣକାରୀ ନିହତ

ୱାସିଂଟନ:ଶନିବାର ସନ୍ଧ୍ୟାରେ ଜଣେ ସଶସ୍ତ୍ର ବନ୍ଧୁକଧାରୀ ଆମେରିକାର ରାଷ୍ଟ୍ରପତି ଭବନ ‘ହ୍ୱାଇଟ୍ ହାଉସ୍’ ବାହାରେ ଗୁଳିମାଡ଼ କରିବା ପରେ ସେଠରେ ପ୍ରବଳ ଆତଙ୍କ ସୃଷ୍ଟି ହୋଇଥିଲା । ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ହିଁ ଉପସ୍ଥିତ ଥିଲେ। ତେବେ ଆମେରିକା ସୀମା ସୁରକ୍ଷା ବାହିନୀ ସିକ୍ରେଟ୍ ସର୍ଭିସ୍ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧ ଆକ୍ରମଣକାରୀକୁ ନିହତ କରିଛି। ସଶସ୍ତ୍ର ବନ୍ଧୁକଧାରୀ ଜଣକ ହ୍ୱାଇଟ୍ ହାଉସର … Read more

IPS ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ୧୮ ଜଣ ବରିଷ୍ଠ ଆଇପିଏସ (IPS) ଏବଂ ଓପିଏସ (OPS) ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି।ଏହି ପ୍ରକ୍ରିୟାରେ ନବରଙ୍ଗପୁର ଏସପି (DIGP ଗ୍ରେଡ୍) ଶ୍ରୀ ମଡକର ସନ୍ଦୀପ ସମ୍ପତଙ୍କୁ କଟକ CID-CB ର ଡିଆଇଜି ଭାବେ ବଦଳି କରାଯାଇଛି। ସେହିପରି କଟକ CID-CB ଏସପି ଶ୍ରୀ ପରମାର ସ୍ମିତ … Read more

ଉତ୍କେଲାରୁ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ

ଭୁବନେଶ୍ୱର:ଏଣିକି କଳାହାଣ୍ଡି ଜିଲ୍ଲାର ଉତ୍କେଲାରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ । ମେ’ ୨୫ ତାରିଖରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଦିନକୁ ଦୁଇ ଥର ବିମାନ ସେବା ଯୋଗାଇ ଦିଆଯିବ ବୋଲି ବିମାନ କମ୍ପାନୀ ‘ଇଣ୍ଡିଆ ଏୟାରୱାନ’ ପକ୍ଷରୁ ସୂଚନା ମିଳିଛି ।ତେବେ ଏହି ସେବା ଆରମ୍ଭ ହେଲେ ସାଧାରଣ ଲୋକଙ୍କ ସହିତ ମେଡ଼ିକାଲ, ଜରୁରୀକାଳୀନ ପରିସ୍ଥିତି ଏବଂ ସରକାରୀ ବା ଅଫିସିଆଲ କାମରେ ଯାଉଥିବା ଲୋକମାନେ ଏହା ଦ୍ୱାରା ବେଶ … Read more

୧୦୦ ମିଲିୟନ ଭ୍ୟୁ ଟପିଲା ମୋଦି ଓ ମେଲୋନିଙ୍କ ଭିଡିଓ

ନୂଆଦିଲ୍ଲୀ:ଇଟାଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନିଙ୍କୁ ଏକ ମେଲୋଡି ଟଫି ଉପହାର ଦେଇଥିଲେ। ମେଲୋନି ଏହି ସୁନ୍ଦର ମୁହୂର୍ତ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ଶୀଘ୍ର ଭାଇରାଲ ହୋଇଥିଲା। ଭିଡିଓଟି ବିଭିନ୍ନ ପ୍ଲାଟଫର୍ମରେ ରେକର୍ଡ ସଂଖ୍ୟକ ଭ୍ୟୁ ହାସଲ କରିଛି।ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜିଓର୍ଜିୟା ମେଲୋନିଙ୍କ ସହିତ ଏକ ରିଲ୍ ସେୟାର କରିଥିଲେ। ଯାହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ମେଲୋନିଙ୍କ ପାଇଁ … Read more

ଏସ୍ଆଇ ପରୀକ୍ଷା କେଳେଙ୍କାରୀ:ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

କଟକ:ପୋଲିସ ଏସ୍ଆଇ ପରୀକ୍ଷା ଘୋଟାଲାରେ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ସମେତ ମୋଟ ୧୭ ଜଣଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ ।ସେହିପରି ଅସ୍ତ୍ରୋପଚାର ପାଇଁ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ପକ୍ଷରୁ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ କରାଯାଇଥିବା ଆବେଦନକୁ ମଧ୍ୟ ଖାରଜ କରାଯାଇଛି । ଆସନ୍ତା ୩ ସପ୍ତାହ ମଧ୍ୟରେ ମୁନା ମହାନ୍ତି ଜେଲ ଫେରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଓଡିଶା ପୋଲିସ ସବ୍‌ଇନ୍‌ସପେକ୍ଟର … Read more

ବିଦ୍ୟୁତ୍ କ୍ଷେତ୍ର ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର:ରାଜ୍ୟରେ ୬ ମାସ ପାଇଁ ବିଦ୍ୟୁତ୍ ସେବାରେ ଧର୍ମଘଟକୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର । ଶକ୍ତି ସଙ୍କଟ ଥିବାରୁ କର୍ମଚାରୀ, ଯନ୍ତ୍ରୀମାନେ କରିପାରିବେନି କାର୍ଯ୍ୟବନ୍ଦ ଆନ୍ଦୋଳନ ।୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ କଲେ ସରକାର । ରାଜ୍ୟରେ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ ରାଜ୍ୟ ସରକାର ୬ ମାସ ପାଇଁ ଏସମା ଲାଗୁ କରିଛନ୍ତି । ଉତ୍ପାଦନ, ପରିବହନ ଏବଂ ବିତରଣ କ୍ଷେତ୍ରରେ ଲାଗୁ ହୋଇଛି ଏହି ଏସମା ଆଇନ୍ ।ଶକ୍ତି … Read more

ରାଜଧାନୀରେ ନକଲି NIA ଅଫିସର ଗିରଫ

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଜଣେ ବ୍ୟକ୍ତି ନିଜକୁ ଜାତୀୟ ଅନୁସନ୍ଧାନ ସଂସ୍ଥା (NIA) ର ଅଧିକାରୀ ବୋଲି ପରିଚୟ ଦେଇ ପୋଲିସ କାର୍ଯ୍ୟରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଶୁକ୍ରବାର ଦିନ ଗିରଫ ହୋଇଛନ୍ତି।ଉକ୍ତ ବ୍ୟକ୍ତି ଜଣକ ଖାରବେଳ ନଗର ଥାନାକୁ ଯାଇ ନିଜର ଜଣେ ମହିଳା ବନ୍ଧୁଙ୍କ ମାମଲାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଉପରେ ଚାପ ପକାଇଥିଲେ। ଏହି ସମୟରେ ସେ ନିଜକୁ NIA ଅଧିକାରୀ ବୋଲି କହି ଏକ ନକଲି … Read more

କୋଲକାତାରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ହେବ ବୈଠକ

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଆଜିଠାରୁ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତ କାଳରେ ସେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିବେ। ସୂଚନାଯୋଗ୍ୟ ଯେ, ଦୀର୍ଘ ୧୪ ବର୍ଷ ପରେ ଆମେରିକାର କୌଣସି ବୈଦେଶିକ ସଚିବ କୋଲକାତା ଗସ୍ତରେ ଆସିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, “ବୈଦେଶିକ ସଚିବ ମାର୍କୋ ରୁବିଓ କୋଲକାତାରେ ପହଞ୍ଚିଛନ୍ତି। ଏହା ତାଙ୍କର … Read more

୧୦ ରାଜ୍ୟର ୨୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୮ ତାରିଖରେ ଦେଶର ୧୦ଟି ରାଜ୍ୟର ଖାଲିଥିବା ୨୪ଟି ରାଜ୍ୟସଭା ଆସନଗୁଡ଼ିକ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ଏବଂ ସେହିଦିନ ସନ୍ଧ୍ୟା ୫ଟାରେ ହିଁ ଫଳାଫଳ ପ୍ରକାଶ ପାଇବ। ଏନେଇ ଆଜି ଭାରତୀୟ ନିର୍ବାଚନ କମିଶନ (ECI) ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ଜୁନ୍ ୮ ତାରିଖକୁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟସଭା ନିର୍ବାଚନ ଆନ୍ଧ୍ରପ୍ରଦେଶ , … Read more