ୟୁଜିସି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ତତ୍ତ୍ଵାବଧାନରେ ଶିକ୍ଷା ବର୍ଷ ୨୦୨୫-୨୬ରେ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସରେ ନିୟୋଜିତ କରାଯାଇଛି । ଏହି ଇଣ୍ଟର୍ନସିପ୍‌ର ସମୟସୀମା ୬ ସପ୍ତାହ ରହିଛି । ଇଣ୍ଟର୍ନସିପ୍‌ରେ ଛାତ୍ରଛାତ୍ରୀମାନଙ୍କୁ ମେଣ୍ଟରସିପ୍ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡ଼ି, ପଞ୍ଚାୟତସମିତି କାର୍ଯ୍ୟାଳୟ, ସ୍ଵାସ୍ଥ୍ୟ କେନ୍ଦ୍ର, ବିତ୍ତୀୟ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଓ … Read more

ପୂର୍ତ୍ତ ବିଭାଗର ସମୀକ୍ଷା ବୈଠକ: ସମୟସୀମା ମଧ୍ୟରେ କାର୍ଯ୍ୟ ସାର

ଭୁବନେଶ୍ୱର: ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ ପରିସରରେ ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିର୍ମାଣ ପ୍ରକଳ୍ପର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପୁରୀ ଐତିହ୍ୟ ପ୍ରକଳ୍ପ ଠାରୁ ଆରମ୍ଭ କରି SCBର କ୍ଲିନିକାଲ୍‌ ଓ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସ, ମହିମା ଗାଦି ମନ୍ଦିର ପ୍ରକଳ୍ପ, ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀରେ ହାଇଲେବୁଲ୍‌ ସେତୁ ନିର୍ମାଣ ଆଦି ପ୍ରକଳ୍ପ ରାଜ୍ୟ ବିକାଶର ଗୋଟିଏ ଗୋଟିଏ ବୃହତ୍‌ ଅଙ୍ଗ ସଦୃଶ … Read more

ବସ୍-ଅଟୋ ମୁହାଁମୁହିଁ ଧକ୍କା, ୨ ଶିଶୁଙ୍କ ସମେତ ୬ ମୃତ

ଗଞ୍ଜାମ: ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ଛକରେ ବସ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ଜଣ ନାବାଳିକା ରହିଥିବା ଖବର ମିଳିଛି । ୪ ଜଣ ଆହତଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ … Read more

ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀପରିଷଦର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀପରିଷଦର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀସ୍ଥିତ ‘ସେବା ତୀର୍ଥ’ଠାରେ ଦୀର୍ଘ ୪ରୁ ୫ ଘଣ୍ଟା ଧରି ଚାଲିଥିବା ଏହି ମାରାଥନ ବୈଠକରେ ସରକାରଙ୍କ ବିଭିନ୍ନ ପ୍ରମୁଖ ମନ୍ତ୍ରଣାଳୟର କାର୍ଯ୍ୟଦକ୍ଷତା, ଆଗାମୀ ରଣନୀତି, ବିଶ୍ୱସ୍ତରୀୟ ଶକ୍ତି ସଙ୍କଟ ଏବଂ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ଉପରେ ବ୍ୟାପକ ସମୀକ୍ଷା କରାଯାଇଛି ।ବୈଠକ ପ୍ରାରମ୍ଭରେ ସରକାରଙ୍କ ୯ଟି ପ୍ରମୁଖ ମନ୍ତ୍ରଣାଳୟ ଏବଂ ପ୍ରାୟ … Read more

ପେଟ୍ରୋଲ ଓ ଡିଜେଲ ସଙ୍କଟ:ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୮-ସୂତ୍ରୀ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସେ ଏକ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଇଛନ୍ତି । ୧- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡ୍ରେ କରାଯିବ । ଯେଉଁଠି ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ଥିବ, … Read more

ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା କରାଯାଇଛି । ମିଳିଥିବା ଖବରରୁ ଜଣାପଡିଛି ଯେ, ହମଜା ବୁରହାନଙ୍କୁ ମୁଜାଫରାବାଦରେ ଅଜ୍ଞାତ ଆକ୍ରମଣକାରୀ ଟାର୍ଗେଟ କରିଥିଲେ, ଯେଉଁଠାରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ହମଜା ବୁରହାନ ପାକିସ୍ତାନ ସ୍ଥିତ ଏକ ଆତଙ୍କବାଦୀ ନେଟୱାର୍କ ସହିତ ଜଡିତ ଥିବା ଜଣାପଡିଛି ଏବଂ ପୁଲୱାମା ଆକ୍ରମଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିଶ୍ୱାସ କରାଯାଉଛି। ୧୪ ଫେବୃଆରୀ, ୨୦୧୯ରେ ଜମ୍ମୁ ଏବଂ କଶ୍ମୀରରେ … Read more

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ

ରାୟଗଡ଼ା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ RWSS ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକଙ୍କ ଘରେ ଚଢାଉ ହୋଇଛି। ବ୍ରହ୍ମପୁରର ୬ଟି ସ୍ଥାନରେ ଏବଂ ରାୟଗଡ଼ା ରୋହିତ କଲୋନୀରେ ଏକକାଳୀନ ଚଢାଉ ହୋଇଛି । ଚଢାଉ ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୫ ଜଣ DSP, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପସ୍ଥିତ ଅଛନ୍ତି। ବେରହମପୁରର ଲୋଚାପଡା, ସାଉଣ୍ଡରିଆ ନାଗରଠାରେ ଥିବା ଆବାସିକ ତ୍ରିଗୁଣ ମହଲା କୋଠା, ଗଞ୍ଜାମର ଜଗନ୍ନାଥପ୍ରସାଦ, ଥୋଲାଣ୍ଡା ବାଡା … Read more

ବ୍ରହ୍ମପୁରରେ ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ: ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗିରି ରୋଡ ଅଞ୍ଚଳର ଜନଗହଳିପୂର୍ଣ୍ଣ ରାସ୍ତାରେ ଯୁବକ ଓ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ କରିବା ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁ ଓରଫ୍‌ ମୁକ୍ତେଶକୁ ପୋଲିସ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ ମୁକେଶକୁ MKCG ମାଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ, ଗତ ସୋମବାର (୧୮ ମେ’) ରାତି ପ୍ରାୟ ୮.୩୦ ସମୟରେ ଗିରି ରୋଡ୍ ନିକଟରେ ଉମେଶ ରଥ ଏବଂ ତାଙ୍କ … Read more

CAA ପରିସରଭୁକ୍ତ ନହେଲେ ଗିରଫଦାରୀ ସହ ଦେଶରୁ ହେବେ ବିଦା

କୋଲକାତା: ପଶ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶକାରୀଙ୍କୁ ନେଇ ସରକାର ଆଭିମୁଖ୍ୟ ଅତ୍ୟନ୍ତ କଠୋର କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ଏକ ବୟାନରେ କହିଛନ୍ତି ଯେଉଁମାନଙ୍କ ନାମ ନାଗରିକତ୍ୱ ସଂଶୋଧନ ଆଇନ (CAA) ର ପରିସରଭୁକ୍ତ ନୁହେଁ, ସେମାନଙ୍କୁ ରାଜ୍ୟ ପୋଲିସ ତୁରନ୍ତ ଗିରଫ କରିବ ଏବଂ ଦେଶରୁ ବାହାରକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିବ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ନିୟମ ଆଜିଠାରୁ ହିଁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେଉଛି।ପୂର୍ବରୁ କେନ୍ଦ୍ର ସରକାର CAA ନିୟମ … Read more

୧୦ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ: ୩୫୮ଟି ପୁରୁଣା ଆଇନର ହେବ ଉଚ୍ଛେଦ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ଆଜି ୭ଟି ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ରାଜ୍ୟରେ ସ୍ୱତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ସ୍ଥାପନ ସହ ୩୫୮ଟି ପୁରୁଣା ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଅନୁମୋଦନ ମିଳିଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଆ … Read more