ସୁଧୀର ପାତ୍ର ହତ୍ୟା ମାମଲା: ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ସୋମବାର ବିଳମ୍ବିତ ରାତିରେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ସେମାନେ ହେଲେ ହେଲେ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ(୨୭) ଓ ଗୁଜରାଟ ସୁରତ ଜିଲ୍ଲା ମୋଦି ମହଲା ଏକେ ରୋଡ୍ର ସରୋଜ ପଣ୍ଡା(୩୫) । ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍ କହିଛନ୍ତି ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏହି … Read more

ସିଏସଟିଟି -କିଟ୍ ମିଳିତ ବିଶେଷଜ୍ଞ ପରାମର୍ଶଦାତା କମିଟି କର୍ମଶାଳା ଉଦଯାପିତ

ଭୁବନେଶ୍ୱର:ଜାତୀୟ ଶିକ୍ଷା ନୀତି ୨୦୨୦ର ଲକ୍ଷ୍ୟ ଅନୁଯାୟୀ ଭାରତୀୟ ଭାଷାରେ ବୈଷୟିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦାବଳୀ ଆୟୋଗ (ସିଏସଟିଟି) ଓ କିଟ୍ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଆୟୋଜିତ ପାଞ୍ଚଦିନିଆ ବିଶେଷଜ୍ଞ ପରାମର୍ଶଦାତା କମିଟି କର୍ମଶାଳା ଇତି ମଧ୍ୟରେ ସଫଳତାର ସହ ସମାପ୍ତ ହୋଇଛି। ୧୮ରୁ ୨୨ ମଇ ପର୍ଯ୍ୟନ୍ତ ଆୟୋଜିତ ଏହି କର୍ମଶାଳାରେ “ଇଲେକ୍ଟ୍ରୋନିକ୍ସ” ଏବଂ “ରାଜନୀତି ବିଜ୍ଞାନ” ବିଷୟର ଇଂରାଜୀ–ହିନ୍ଦୀ–ଓଡ଼ିଆ ଶବ୍ଦକୋଷ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। … Read more

ହରମନପ୍ରୀତ କୌରଙ୍କୁ ମିଳିଲା ପଦ୍ମଶ୍ରୀ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟକୁ ଏକ ନୂଆ ପରିଚୟ ଓ ସଫଳତାର ଶିଖରକୁ ନେଇଥିବା ଅଧିନାୟିକା ହରମନପ୍ରୀତ କୌର ସୋମବାର ଦେଶର ପ୍ରତିଷ୍ଠିତ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୦୨୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଥିଲା। ଏଥିରେ କ୍ରୀଡ଼ା ଜଗତର ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ … Read more

ପୁରୀରେ ହେବ BRICS ଦ୍ବିତୀୟ ବୈଷୟିକ ସମ୍ମିଳନୀ

ନୂଆଦିଲ୍ଲୀ:ଆସନ୍ତା ଜୁନ୍ ୩ରୁ ପୁରୀରେ ହେବ BRICS ଦ୍ବିତୀୟ ବୈଷୟିକ ସମ୍ମିଳନୀ। ଭାରତର BRICS ଅଧ୍ୟକ୍ଷତା ଅଧୀନରେ Disaster Risk Reduction Working Groupର ବୈଠକ ହେବ। ଜୁନ୍ ୩ରୁ ୫ ତାରିଖ ଯାଏଁ ୩ ଦିନିଆ ସମ୍ମିଳନୀରେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଯୋଗଦେବେ।ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ଏଥିରେ ଆଲୋଚନା ହେବ। ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଭଳି ଦେଶର ପ୍ରତିନିଧି … Read more

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ

ଭୁବନେଶ୍ୱର:ପୁଣି ଜଣେ ପୁରୁଖା ନେତା ଦଳ ଛାଡ଼ିବା ପରେ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ନାଁ ନ ଧରି ଶ୍ରୀମୟୀ କହିଛନ୍ତି, ଯେପର୍ଯ୍ୟନ୍ତ ଭଣ୍ଡ ରହିବ, ସେପର୍ଯ୍ୟନ୍ତ ୱିକେଟ୍ ପଡ଼ିଚାଲିବ । ଶ୍ରୀମୟୀ ସିଧାସଳଖ କାହାକୁ ଇଙ୍ଗିତ ନ କରିଥିଲେ ବି ଭଣ୍ଡ ସନ୍ନ୍ୟାସୀ ଭିକେ ପାଣ୍ଡିଆନଙ୍କ ପାଇଁ, ତାହା ସ୍ପଷ୍ଟ ଅଟେ । ଶ୍ରୀମୟୀ ଗତକାଲିଠାରୁ ସାମାଜିକ ଗଣମାଧ୍ୟମରେ ଏକାଧିକ ପୋଷ୍ଟ କରିଛନ୍ତି । ସେ କହିବାନୁସାରେ ଦେବାଶିଷଙ୍କୁ ଅଟକାଇବାକୁ ଦଳ ପକ୍ଷରୁ ଅନେକ … Read more

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର:ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଦେବାଶିଷ ବିଜେଡିରୁ ରାଜ୍ୟସଭା ସାଂସଦ ଅଛନ୍ତି । ବାରବାଟୀ କଟକ ଆସନରୁ ବିଜେଡି ବିଧାୟକ ଥିଲେ ଦେବାଶିଷ । ତିର୍ତ୍ତୋଲ ଆସନରୁ ମଧ୍ୟ ବିଜେଡି ବିଧାୟକ ଥିଲେ । ଶଙ୍ଖ ଶିବିର … Read more

ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର

ବ୍ରହ୍ମପୁର:ରବିବାର ରାତିରେ ବଡ଼ବଜାର ଥାନା ଅଞ୍ଚଳର ୫ଦିନ ତଳେ ଜାମିନରେ ଆସିଥିବା ମଙ୍ଗଳା ବେହେରାଙ୍କୁ ବିଚ୍‌ ରାସ୍ତାରେ ଅପରାଧୀ ଗୋଷ୍ଠୀ ଖଣ୍ଡାରେ ଚୋଟ ଉପରେ ଚୋଟ ପକାଇ ହାଣିବାର ଦୃଶ୍ୟ ସୋସିଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକି ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଥିଲା। ଅପରାଧୀମାନଙ୍କ କାଉଣ୍ଟର ଆକ୍ରମଣର ପୋଲିସ ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତିରେ ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ଗୁଳି କରିଛି। ଜଗାଙ୍କର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାରୁ ତାକୁ … Read more

ଫାଲଟା ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ

କୋଲକାତା:ଦୀର୍ଘ ବର୍ଷ ହେବ ଟିଏମସି ଦଖଲରେ ଥିବା ଦକ୍ଷିଣ ୨୪ ପରଗଣା ଜିଲ୍ଲାର ଫାଲଟା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଐତିହାସିକ ବିଜୟ ହାସଲ କରିଛନ୍ତି । ଦେବାଂଶୁ ଜାହାଙ୍ଗୀର ଖାନଙ୍କୁ ଏକ ଲକ୍ଷ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଜାହାଙ୍ଗୀର ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଅତି ଘନିଷ୍ଠ ଅଟନ୍ତି । ଏପ୍ରିଲ ୨୯ ତାରିଖରେ ହୋଇଥିବା ମତଦାନରେ ଅନିୟମିତତା ହୋଇଥିବା ବିଜେପି ଅଭିଯୋଗ କରିଥିଲା । ନିର୍ବାଚନ ସମୟରେ … Read more

ଆତଙ୍କବାଦୀଙ୍କ ଗୋପନ ଆଡ୍ଡାକୁ ଧ୍ୱଂସ କଲା ଜମ୍ମୁ-କାଶ୍ମୀର ପୋଲିସ

ଜମ୍ମୁ-କାଶ୍ମୀର:ବାରାମୂଲା ଜିଲ୍ଲା ଚନ୍ଦୋସା ଅଞ୍ଚଳରେ ଆତଙ୍କବାଦୀଙ୍କ ଗୋପନ ଆଡ୍ଡାକୁ ଧ୍ୱଂସ କରିଛି ଜମ୍ମୁ-କାଶ୍ମୀର ପୋଲିସ । ନିଲସର କାଣ୍ଡି କ୍ଷେତ୍ରରେ ହୋଇଥିବା ଏହି ମିଳିତ ଅପରେସନରେ ସୁରକ୍ଷା ବଳ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛନ୍ତି। ଗୁଇନ୍ଦା ସୂଚନା ଆଧାରିତ ଏହି ଅପରେସନରେ ବାରାମୂଲା ପୋଲିସ ସହିତ ୫୨ ରାଷ୍ଟ୍ରୀୟ ରାଇଫଲସ୍, ସିଆରିପିଏଫର ୫୩ତମ ବଟାଲିୟନ ଓ ଏସଏସବିର ବଟାଲିୟନ ୨ ଅଂଶଗ୍ରହଣ କରିଥିଲା। ପାଖାପାଖି ୬ ଘଣ୍ଟା ଧରି ଜାରି ତଲାସୀ ଅଭିଯାନରେ … Read more

ପାକିସ୍ତାନର କ୍ୱେଟାରେ ଟ୍ରେନରେ ଭୟଙ୍କର ବିସ୍ଫୋରଣ:୨୩ ମୃତ, ୪୭ରୁ ଅଧିକ ଆହତ

ଇସଲାମାବାଦ: ବାଲୁଚିସ୍ତାନର ରାଜଧାନୀ କ୍ୱେଟା ସହରରେ ଏକ ଚଳନ୍ତା ଯାତ୍ରୀବାହୀ ଟ୍ରେନକୁ ଲକ୍ଷ୍ୟ କରି ରେଳ ଟ୍ରାକ୍ ନିକଟରେ ଶକ୍ତିଶାଳୀ ବୋମା ବିସ୍ଫୋରଣ କରାଯାଇଛି। ଏହି ଭୟାବହ ବ୍ଲାଷ୍ଟରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୨୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭ ରୁ ଅଧିକ ଲୋକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରୁତର ହୋଇଛନ୍ତି। ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ଟ୍ରେନଟି ଦୋହଲି ଯାଇଥିଲା ଏବଂ କିଛି ବଗି … Read more