ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ କରିବାକୁ କଲେଜ ଅଧ୍ୟକ୍ଷ ଓ କୁଳପତିମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ: ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଦଳର ଦାବି ଅନୁସାରେ, ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ କରିବାକୁ କଲେଜ ଅଧ୍ୟକ୍ଷ ଓ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଥିବା ମଧ୍ୟ ଦଳ ଅଭିଯୋଗ କରିଛି। ବିଜେଡି କହିଛି, ଆଇନଶୃଙ୍ଖଳା ସମସ୍ୟା ନଥିବା ସତ୍ତ୍ୱେ କେତେକ କଲେଜରେ ନିର୍ବାଚନ ବାତିଲ କରାଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହେଉଥିବା ଦଳ ଅଭିଯୋଗ କରିଛି। ଦଳ … Read more

ମଣିପୁରରେ ପୁଣି ହିଂସା:୭ ମୃତ ଅଭିଯୋଗ

ମଣିପୁର: ମଣିପୁରର କାମଜୋଙ୍ଗ, ଉଖରୁଲ ଏବଂ କାଙ୍ଗପୋକପି ଜିଲ୍ଲାରେ ଆତଙ୍କବାଦୀ ଗୋଷ୍ଠୀମାନଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି । ଏହି ହିଂସା ସମୟରେ ଅନେକ ଘର ପୋଡ଼ି ଦିଆଯାଇଛି, ଯାହା ସମଗ୍ର ଅଞ୍ଚଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି । ପ୍ରଶାସନିକ ଅଧିକାରୀମାନେ ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କ ମୃତ୍ୟୁକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି । ତଥାପି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି, କହିଛନ୍ତି … Read more

R&B ଡିଭିଜନ୍‌ରେ ୯.୨୪ କୋଟି ଟଙ୍କା ହଡ଼ପ ମାମଲା: ଆଉ ୩ ଗିରଫ

ଭୁବନେଶ୍ବର: ଭିଜିଲାନ୍ସ ବିଭାଗ ପକ୍ଷରୁ R&B ଡିଭିଜନ୍-୧ କାର୍ଯ୍ୟାଳୟରେ ଘଟିଥିବା ୯ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କା ସରକାରୀ ଅର୍ଥ ହଡ଼ପ ଘଟଣାରେ ଆଉ ତିନି ଜଣ ସରକାରୀ କର୍ମଚାରୀ ଗିରଫ ହୋଇଛନ୍ତି। ଏହାକୁ ମିଶାଇ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୯ରେ ପହଞ୍ଚିଛି। ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ପୁରୀ R&B ଡିଭିଜନ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱନାଥ … Read more

ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତୀର୍ଥକ୍ଷେତ୍ରରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାଳୟା ତିଥି। ଏହି ଅବସରରେ ଦେଶବ୍ୟାପୀ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପିତୃପୁରୁଷଙ୍କୁ ସ୍ମରଣ କରାଯାଇ ପିଣ୍ଡଦାନ ଏବଂ ତର୍ପଣ କରାଯାଉଛି। ହିନ୍ଦୁ ଧାର୍ମିକ ପରମ୍ପରା ଅନୁସାରେ, ପିତୃପକ୍ଷର ଶେଷ ଦିନରେ ପୂର୍ବପୁରୁଷଙ୍କୁ ସ୍ମରଣ କରି ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ କରାଯାଏ। ପଞ୍ଜିକା ଅନୁସାରେ, ଚଳିତ ବର୍ଷ ଅମାବାସ୍ୟା ତିଥି ଅକ୍ଟୋବର ୯ ରାତି ପ୍ରାୟ ୯ଟା ୩୫ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ … Read more

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରତିବାଦ ପୂର୍ବରୁ ୩ ନେତା ଅଟକ

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ନୂଆଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଯାଉଥିବା ‘କକ୍ରୋଚ୍ ଜନତା ଦଳ’ର ତିନିଜଣ ପ୍ରମୁଖ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ଏହି ଗିରଫ କିମ୍ବା ଅଟକ ହୋଇଥିବା ନେତାମାନେ ହେଲେ ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା। ସୂଚନା ଅନୁଯାୟୀ, ଏହି ତିନିଜଣ ନେତାଙ୍କୁ ଦିଲ୍ଲୀରେ ବିମାନ ଅବତରଣ କରିବା ପରେ ପୋଲିସ ଅଟକ ରଖିଥିଲା। ପରେ … Read more

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ସାଂସଦଙ୍କ ପ୍ରତିନିଧିମଣ୍ଡଳୀ

ନୂଆଦିଲ୍ଲୀ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ ମେଣ୍ଟର ଏମ୍‌ପିମାନେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ବିଜୟ ଚୌକ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ। ଏହାପରେ ବିରୋଧୀ ଦଳଗୁଡ଼ିକର ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି lକଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ … Read more

ନନ୍ଦିଗ୍ରାମ ଉପନିର୍ବାଚନରେ ‌ରେକର୍ଡ ବ୍ୟବଧାନରେ ଜିତିଲା ବିଜେପି

ପଶ୍ଚିମବଙ୍ଗ: ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଦଳୀୟ ପ୍ରାର୍ଥୀ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ୧ ଲକ୍ଷ ୨୨ ହଜାର ୬୦୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ହାସୀରାଣୀ ରଥ। ସେ ୧ ଲକ୍ଷ ୬୪ ହଜାର ୨୭୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ମିଲନ ପ୍ରଧାନ ମାତ୍ର ୪୧ ହଜାର ୬୭୪ ଖଣ୍ଡ ଭୋଟ୍ ପାଇଛନ୍ତି।ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ … Read more

ବିଡ଼ିଓଙ୍କ ମନମୁଖି କାର୍ଯ୍ୟକୁ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ବିଜେଡି ସମର୍ଥିତ ଜନ ପ୍ରତିନିଧି ମାନେ ବ୍ଲକ ମୁଖ୍ୟ ଫାଟକ ସାମ୍ନାରେ ତାଲା ପକାଇ ଆମରଣ ଅନଶନରେ ବସିଥିଲେ । ବ୍ଲକ ଭିତରକୁ କର୍ମଚାରୀ ମାନେ ପ୍ରବେଶ କରିପାରୁ ନଥିଲେ । ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକରେ ସେବା ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଥିବା ବେଳେ ମହିଳା ମହାବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଆୟୋଜନ … Read more

ଜେୱାର ବିମାନବନ୍ଦରର ନାମ ବଦଳିବ, ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ରଖିବାକୁ ପ୍ରସ୍ତାବ ମଞ୍ଜୁର

ନୂଆଦିଲ୍ଲୀ: ନୋଏଡ଼ାର ଜେୱାର୍ ଠାରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରି ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର’ ରଖିବା ପାଇଁ ପ୍ରସ୍ତାବକୁ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି। ଲକ୍ଷ୍ନୌରେ ଏକ ପ୍ରେସ୍ କନ୍‌ଫରେନ୍ସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନସେବାର ୨୫ ବର୍ଷର ଅବିରତ ଯାତ୍ରାକୁ ଅଭିନନ୍ଦନ ଜଣାଇଛନ୍ତି । ମୋଦୀଙ୍କ ସରକାର ସମୟରେ ଉତ୍ତର ପ୍ରଦେଶରେ ହୋଇଥିବା ଉନ୍ନତି ସମ୍ପର୍କରେ ଯୋଗୀ ବିସ୍ତୃତ ରିପୋର୍ଟ ପ୍ରଦାନ … Read more

ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ କେନ୍ଦ୍ରର ସବୁଜ ସଙ୍କେତ:ଜଗନ୍ନାଥବଲ୍ଲଭ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର

ପୁରୀ: ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲିଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତିକ ବିମାନବନ୍ଦର ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଚୂଡ଼ାନ୍ତ ପରିବେଶ ମଞ୍ଜୁରୀ ସହ ଉପକୂଳ ନିୟାମକ କ୍ଷେତ୍ର (ସିଆରଜେଡ୍‌) କ୍ଲିୟରାନ୍ସ ପ୍ରଦାନ କରାଯାଇଛି। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ଓଡ଼ିଶା ଉପକୂଳ କ୍ଷେତ୍ର ପରିଚାଳନା କର୍ତ୍ତୃପକ୍ଷ ଓ ଜଙ୍ଗଲ ବିଭାଗରୁ ଆବଶ୍ୟକ ସମସ୍ତ ବୈଧାନିକ କ୍ଲିୟରାନ୍ସ ମିଳିସାରିଥିବାରୁ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମୋଡରେ ଖୁବ୍‌ଶୀଘ୍ର ଏହି ବିମାନବନ୍ଦରର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ … Read more