ଭାରତୀୟ ସୀମାକୁ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ୪ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: କୃଷ୍ଣାଘାଟି ସେକ୍ଟରରେ ଆତଙ୍କବାଦୀ ଭାରତୀୟ ସେନା ବିଛାଇଥିବା ଲ୍ୟାଣ୍ଡମାଇନର ଶିକାର ହୋଇଛନ୍ତି। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଲସ୍କର-ଏ-ତୌୟବା (ଏଲଇଟି)ର ଜଣେ ବରିଷ୍ଠ କମାଣ୍ଡର ସହିତ ୪ ପାକିସ୍ତାନୀ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଏହି ଘଟଣା ସୋମବାର କୃଷ୍ଣାଘାଟି ସେକ୍ଟରର ସତବାଲ-ନାକି କ୍ଷେତ୍ରରେ ଘଟିଛି। ଏହି ଅଞ୍ଚଳଟି ନିୟନ୍ତ୍ରଣ ରେଖାରେ ଏକ ଅନୁପ୍ରବେଶ ମାର୍ଗ ଭାବେ ବେଶ୍ ଜଣାଶୁଣା। ଏହି ରାସ୍ତା ଦେଇ ପୂର୍ବରୁ ମଧ୍ୟ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ପିଓକେ ପଟରୁ … Read more

ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡକ୍ଟର ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସେ ଖୁବଶୀଘ୍ର ରାଜ୍ୟପାଳ ଭବନର ଦାୟିତ୍ୱ ଗ୍ରହଣ କରିବେ l ୧୯୫୮ ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାଠାରେ ତାଙ୍କର ଜନ୍ମ । ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ପୂର୍ବରୁ ବିହାର … Read more

ବାଣୀ ବିହାରରେ ଛାତ୍ର ସଂସଦ ନିର୍ବାଚନ ପ୍ରଚାର ବେଳେ ବୋମାମାଡ଼ ଅଭିଯୋଗ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି। ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ବାଣୀ ବିହାରରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବାବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କ୍ୟାମ୍ପସରେ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ କ୍ୟାମ୍ପସରେ ବୋମା ଫୁଟିବା ଭଳି ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ … Read more

ଏବିଇଓଙ୍କ ଘରେ ଭିଜିଲାନ୍ସ ରେଡ୍: ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ (ଏବିଇଓ) ଜୟଦେବ ଜେନାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୋମବାର ବ୍ରହ୍ମପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ତାଙ୍କର ଏକାଧିକ ଠିକଣାରେ ଏକକାଳୀନ ଚାଷୀ/ତଲାସୀ ଜାରି ରହିଛି। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ଥିବା ମୋଟ ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ୩ ଜଣ … Read more

ରାଜସ୍ଥାନରେ ବିଜେପି ପୂର୍ବତନ ବିଧାୟକଙ୍କୁ ପିଟି ପିଟି ହତ୍ୟା

ଜୟପୁର: ରାଜସ୍ଥାନର ଭରତପୁରରେ ବିଜେପିର ଜଣେ ପୂର୍ବତନ ବିଧାୟକ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଥାଉ ଯେ, ଅକ୍ଟୋବର ୧୧ ତାରିଖ ସନ୍ଧ୍ୟା ପ୍ରାୟ ୬:୩୦ ସମୟରେ ୱେର୍ ଥାନା ଅଞ୍ଚଳ ଅନ୍ତର୍ଗତ ଭୌଣ୍ଡା ଗ୍ରାମରେ କ୍ରସର୍ ପ୍ଲାଣ୍ଟ ପୁନର୍ବାର ଚାଲୁ ହେବାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପ୍ରାୟ ଏକ ବର୍ଷ ଧରି ବନ୍ଦ ରହିଥିବା ଏହି କ୍ରସର୍ ପ୍ଲାଣ୍ଟକୁ ପୁନର୍ବାର ଚାଲୁ କରିବା … Read more

ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବାକୁ ମନାକଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ବିରୋଧୀ ଦଳ ନେତାମାନଙ୍କୁ ସାକ୍ଷାତ କରିବାକୁ ମନା କରିଦେଇଛନ୍ତି। ଉଭୟ ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଆଜି ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ପ୍ରଧାନ ବିଚାରପତିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ସମୟ ମାଗିଥିଲେ। ସୂଚନା ଅନୁଯାୟୀ, ପ୍ରଧାନ ବିଚାରପତି ଇ-ମେଲ ମାଧ୍ୟମରେ ଦୁଇ ନେତାଙ୍କୁ ଜଣାଇଛନ୍ତି ଯେ ସେମାନେ ଯେଉଁ ଦାବି ଉଠାଇଛନ୍ତି, ସେଗୁଡ଼ିକ ସୁପ୍ରିମକୋର୍ଟରେ … Read more

ଏସସିବି ମେଡିକାଲରେ ମାନସିକ ରୋଗୀଙ୍କ ମୃତ୍ୟୁ ଘଟଣା ରେ ଦୁଇ ଜଣ କର୍ମଚାରୀ ଗିରଫ

କଟକ: ଏସସିବି ମେଡିକାଲର ମାନସିକ ରୋଗ ବିଭାଗରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଘଟଣାରେ କମିଶନରେଟ୍ ପୋଲିସ ତଦନ୍ତ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତ ରୋଗୀଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ। ଗତ ସେପ୍ଟେମ୍ବର ୨୮ ତାରିଖରେ ତାଙ୍କୁ ଏହି ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ସେପ୍ଟେମ୍ବର ୩୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେଯେ ଶ୍ରୀକାନ୍ତଙ୍କୁ ମାନସିକ ରୋଗ ବିଭାଗରେ ପ୍ଲାଷ୍ଟିକ … Read more

ଇଣ୍ଟରନେଟ୍-ମେଟ୍ରୋ ଷ୍ଟେସନ୍ ଚାଲୁ ରଖ; ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତିବାଦକୁ ନେଇ ଜାରି କଟକଣା ମଧ୍ୟରେ ଲୋକଙ୍କ ଯାତାୟାତ ସ୍ୱାଭାବିକ ରଖିବା ସହ ମେଟ୍ରୋ ସେବାକୁ ନିୟମିତ ସମୟସୂଚୀ ଅନୁଯାୟୀ ଚାଲୁ ରଖିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ଏହାସହ ଇଣ୍ଟରନେଟ୍ ସେବାରେ ଅନାବଶ୍ୟକ ବାଧା ନଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ ସାମ୍ୱାଦିକ ଓ ଓକିଲଙ୍କୁ ମିଳିବ ସୁରକ୍ଷା। ଦିଲ୍ଲୀରେ ପ୍ରତିବାଦକୁ ନେଇ ଯାତାୟାତ ଓ ନାଗରିକଙ୍କ ଅଧିକାର ଉପରେ ଦାଖଲ ହୋଇଥିବା ଯାଚିକାଗୁଡ଼ିକର ଶୁଣାଣି ସମୟରେ କୋର୍ଟ ଏହି … Read more

ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ; ୧୩ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯହା ଆଗକୁ ଉତ୍ତର ଆଣ୍ଡାମାନ ଦିଗକୁ ଅଗ୍ରସର ହୋଇପାରେ। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ଆକଳନ ଅନୁସାରେ, ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଡ଼ କିମ୍ବା ଲଗାଣ ବର୍ଷାର ସମ୍ଭାବନା କମ୍ ଥିବାବେଳେ ମୁଖ୍ୟତଃ ଦଶହରାରେ ପାଗ ଶୁଖିଲା ରହିବ। ଆସନ୍ତା ୫ ଦିନ ଯାଏଁ … Read more

ଔଷଧ ବିଜ୍ଞାପନ ନିୟମ କଡ଼ାକଡ଼ି କରିବାକୁ କେନ୍ଦ୍ରର ପଦକ୍ଷେପ

ନୂଆଦିଲ୍ଲୀ: ଔଷଧ ବିଜ୍ଞାପନ ନିୟମକୁ ଆହୁରି କଡ଼ାକଡ଼ି କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରେସକ୍ରିପସନ୍‌ରେ ମିଳୁଥିବା କେତେକ ଔଷଧର ବିଜ୍ଞାପନ ନିୟନ୍ତ୍ରଣ ପାଇଁ ଔଷଧ ନିୟମ, ୧୯୪୫ରେ ସଂଶୋଧନ ନିମନ୍ତେ ଏକ ଡ୍ରାଫ୍ଟ ପ୍ରସ୍ତାବ ଅଣାଯାଇଛି। ଏହା ଲାଗୁ ହେଲେ କେବଳ ଔଷଧ ନିର୍ମାତା କମ୍ପାନୀ ନୁହେଁ, ବରଂ ଖୁଚୁରା ଔଷଧ ଦୋକାନୀ, ପାଇକାରୀ ବ୍ୟବସାୟୀ ଏବଂ ଔଷଧ ବିତରକମାନଙ୍କ ବିଜ୍ଞାପନ ଉପରେ ମଧ୍ୟ କଟକଣା ଲାଗୁ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ … Read more