କ୍ୟାବିନେଟ୍ ବୈଠକରେ ପାଞ୍ଚ ବିଭାଗର ୧୦ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ୪୧ତମ ମନ୍ତ୍ରୀମଣ୍ଡଳ ବୈଠକରେ ୫ଟି ପ୍ରମୁଖ ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି।ଜଳ ସମ୍ପଦ,ପର୍ଯ୍ୟଟନ ଏବଂ ସହରାଞ୍ଚଳ ଉନ୍ନୟନକୁ ନେଇ ସରକାର ଅନେକ ବଡ଼ ଘୋଷଣା କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏ … Read more

ଷ୍ଟିଲ୍ ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଗରମ ତରଳ ଧାତୁ, ୮ମୃତ

ବିଶାଖାପାଟନମ୍‌: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପ୍ଲାଣ୍ଟର ଏସଏମଏସ୍‌-୨ ଓ ଏସ୍‌ଟିସି-୩ ହିଟ୍‌ ୟୁନିଟରେ ଗରମ ତରଳ ଲୁହା ମାଡି ଯିବାରୁ ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଉତ୍ତପ୍ତ ତରଳ ଷ୍ଟିଲକୁ ଗୋଟିଏ ଲାଡଲେରେ ସ୍ଥାନାନ୍ତର କରାଯାଉଥିବା ବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ପରେ ବିପୁଳ ପରିମାଣର ଉତ୍ତପ୍ତ ତରଳ ଷ୍ଟିଲ … Read more

କଂଗ୍ରେସକୁ ରାଜ୍ୟସଭା ଆସନ ଦେଲା ଟିଭିକେ; ରାହୁଲଙ୍କୁ ଥାଲାପତି ବିଜୟଙ୍କ ଉପହାର

ନୂଆଦିଲ୍ଲୀ: ସୁପରଷ୍ଟାର ତଥା ଟିଭିକେ (TVK) ମୁଖ୍ୟ ଥାଲାପତି ବିଜୟ ନିଜ ଦଳର ପ୍ରଥମ ରାଜ୍ୟସଭା ଆସନଟିକୁ କଂଗ୍ରେସକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଜୟଙ୍କ ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ପରେ ଡିଏମକେ (DMK) ଆନୁଷ୍ଠାନିକ ଭାବେ ‘ଇଣ୍ଡିଆ’ (INDIA) ବ୍ଲକରୁ ଅଲଗା ହେଉଥିବା ଘୋଷଣା କରିଛି। ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସର ମନୋଭାବ ଯୋଗୁଁ ସେମାନଙ୍କ ଦଳୀୟ କର୍ମୀମାନେ ଆଘାତ ପାଇଛନ୍ତି ବୋଲି ଡିଏମକେ ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟିଭିକେର ଏହି ପ୍ରଥମ ରାଜ୍ୟସଭା … Read more

ଆସନ୍ତା ୧୦ ତାରିଖରେ ବିଜେଡି ଡାକିଛି ବଡ଼ ବୈଠକ

ଭୁବନେଶ୍ୱର: ଆସନ୍ତା ୧୦ରେ ବିଜୁ ଜନତା ଦଳ ଡାକିଛି ବଡ଼ ବୈଠକ । ଏହି ବୈଠକରେ ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି । ଏନେଇ ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି । ପ୍ରେସ ରିଲିଜ୍ ରେ କୁହାଯାଇଛି ଯେ, ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟ ବିଜେଡି କାର୍ଯ୍ୟାଳୟ, ଶଙ୍ଖଭବନରେ ଏକ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ଗତ ସାଧାରଣ ନିର୍ବାଚନରେ … Read more

IIT ପ୍ରଫେସର ଦେବେ ମିଶନ ଶକ୍ତି ମହିଳାମାନଙ୍କୁ ଟେକ୍ନୋଲୋଜିର ଟ୍ରେନିଂ

ଭୁବନେଶ୍ୱର: ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଯେଉଁଥିରେ ମିଶନ ଶକ୍ତି ମହିଳାମାନଙ୍କୁ ଟେକ୍ନୋଲୋଜି ଉପରେ ଟ୍ରେନିଂ ଦିଆଯିବ । ସେମାନଙ୍କୁ ଟ୍ରେନିଂ ଦେବେ ଆଇଆଇଟି ପ୍ରଫେସର। ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ଆଇଆଇଟି ନିର୍ଦେଶକ ଶ୍ରୀପଦ କରମାକରଙ୍କ ମଧ୍ୟରେ ବୁଝାମଣା ହୋଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୩ ବର୍ଷ ମଧ୍ୟରେ ରାଜ୍ୟର ୧୫୦ … Read more

OPSC ପରୀକ୍ଷାରେ କପି କରି ଧରାପଡ଼ିଲେ ପରୀକ୍ଷାର୍ଥୀ

କଟକ: OPSC ପରୀକ୍ଷାରେ କପି କରିବା ଅଭିଯୋଗରେ କଟକ ମର୍କତନଗର ପୋଲିସ ଜଣେ ପରୀକ୍ଷାର୍ଥୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ମର୍କତନଗର ଅଞ୍ଚଳରେ ଓପିଏସସି ପରୀକ୍ଷା ଚାଲୁଥିବାବେଳେ ଜଣେ ପରୀକ୍ଷାର୍ଥୀ ଫିଲ୍ମ ଷ୍ଟାଇଲରେ କପି କରିଥିଲେ । ସେ ନିଜ କାନରେ ଇୟର୍ ଫୋନ୍ ଲଗାଇଥିଲେ । ସେ ଫୋନରେ ପ୍ରଶ୍ନ ଡାକୁଥିଲେ ଅପର ପାଖରେ ଥିବା ବ୍ୟକ୍ତି ତାଙ୍କୁ ଉତ୍ତର ଡାକୁଥିଲେ । ଯେତେବେଳେ ସ୍କ୍ୱାର୍ଡ ଟିମ୍ ପରୀକ୍ଷା ହଲରେ ଯାଞ୍ଚ ପାଇଁ … Read more

ବିହାର ଶ୍ରମ ସମ୍ବଳ ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ବିହାର: ବିହାର ସରକାରଙ୍କ ଶ୍ରମ ସମ୍ବଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ମନ୍ତ୍ରୀଙ୍କ କାରକେଡରେ ଥିବା ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ,ଖଜୌଲୀ ଥାନା ଅଧୀନରେ ଥିବା ଠାହର ଗ୍ରାମରେ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ବିଧାୟକ ତଥା ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦ ସେହି ମୃତ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବାକୁ ଯାଇଥିବା ବେଳେ … Read more

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଫାଇଲ ହଜିଯାଇଥିବା କଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ପରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି l ନୟାଗଡ଼ର ବିଜେଡି କାର୍ଯ୍ୟାଳୟରେ ଏକ ପ୍ରେସ ବିବୃତ୍ତିରେ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ଡ. ଅରୁଣ କୁମାର ସାହୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭଳି ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ସୁରକ୍ଷିତ ନୁହେଁ, ତେବେ ସାଧାରଣ ଲୋକଙ୍କ ଧନଜୀବନ ଓ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ … Read more

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଜଟଣୀ ନିର୍ବାଚନ ମଣ୍ଡଳୀର କୁମାର ବସ୍ତ ଲୋକନାଥ ବିଦ୍ୟାଳୟ ପ୍ରାଙ୍ଗଣରୁ ରାଜ୍ୟର ୨୦୪ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ପର୍ଯ୍ୟାୟରେ ୧୮୮ଟିର କରାଯାଇଥିଲା ଭିତିପ୍ରସ୍ତର ସ୍ଥାପନ। ପ୍ରତି ପଞ୍ଚାୟତରେ ପର୍ଯ୍ୟାୟକ୍ରମେ ସ୍ଥାପନ ହେବ ଏହି ଗୋଦାବରିସ ଆଦର୍ଶ ବିଦ୍ୟାଳୟ । ପ୍ରତି ବିଦ୍ୟାଳୟ ପାଇଁ ୫ ଏକର ଜାଗା ୫ରୁ ୭ କୋଟି ବ୍ୟୟ ବରାଦ ପାଇଁ ହୋଇଛି ଧାର୍ଯ୍ୟ । ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ … Read more

ଗିରଫ ହେଲେ କୁବେର ଇଞ୍ଜିନିୟର ବୈକୁଣ୍ଠ; ମିଳିଲା ୨କୋଟି କ୍ୟାସ୍‌, ୩୦୦ଗ୍ରାମ ସୁନା, ୧୩ ପ୍ଲଟ୍

ଭୁବନେଶ୍ୱର: କନ୍ଧମାଳ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସହ ଜଡ଼ିତ ୯ଟି ସ୍ଥାନରେ ଏକାସାଙ୍ଗେ ତଲାସି କରି ଭିଜିଲାନ୍ସ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ମାମଲାରେ ତାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଆଜି ତାଙ୍କୁ ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଚଢ଼ାଉ ସମୟରେ ବୈକୁଣ୍ଠ ନାଥ ବେହେରାଙ୍କ ନାମରେ ବିପୁଳ ପରିମାଣର ସମ୍ପତ୍ତି … Read more