ବିଧାୟିକାଙ୍କ ଘରେ ପୋଲିସର ଚଢାଉ

ଭୁବନେଶ୍ୱର:କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ପୋଲିସ ଚଢାଉ କରିଛି । କେସିଙ୍ଗା ପୋଲିସ ପକ୍ଷରୁ ଚାଲିଛି ଚଢାଉ ହୋଇଛି l ସୂଚନା ଅନୁଯାୟୀ ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଗତ ୧୫ ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କେସିଙ୍ଗା ପୋଲିସ ପକ୍ଷରୁ ରବିବାର ଦିନ … Read more

ରାମ ନବମୀ ଶୋଭାଯାତ୍ରା ରେ ଫାଙ୍କା ଗୁଳିଚାଳନା କରିଥିବା ବିଧାୟକଙ୍କ ପିଏସଓ ନିଲମ୍ବିତ

ବଲାଙ୍ଗୀର:ରାମନବମୀ ଶୋଭାଯାତ୍ରାରେ ସର୍ବସାଧାରଣରେ ଏକାଧିକ ଥର ଗୁଳି ଫୁଟାଇ ବିବାଦୀୟ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଧାୟକ ନବୀନ ଜୈନ l ବିଧାୟକଙ୍କ ଫାଙ୍କା ଗୁଳି ଚାଳନାରେ ବିଧାୟକଙ୍କ ପାଖେ ପାଖେ ରହି ସହଯୋଗ କରୁଥିବା ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଠିକାଦାରପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଶୁକ୍ରବାର ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାକାରୀ ନଗର ପରିଭ୍ରମଣ କରୁଥିଲେ । ଶତାଧିକ ପୁରୁଷ, ମହିଳା ଶୋଭାଯାତ୍ରାରେ ସାମିଲ ହୋଇଥିଲେ lଶାସ୍ତ୍ରୀ ଛକ … Read more

ସାଉଦି ଆରବ ପ୍ରଧାନମନ୍ତ୍ରୀଙ୍କ ସହ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଷୟରେ ଆଲୋଚନା କଲେ ମୋଦୀ

ନୂଆଦିଲ୍ଲୀ:ସାଉଦି ଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧନମନ୍ତ୍ରୀ ମୋଦୀ । ଇସ୍ରାଏଲ-ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ସାଉଦି ଆରବର ଆଞ୍ଚଳିକ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ମୋଦୀ।ପିଏମ ମୋଦୀ ଏକ୍ସରେ ସୂଚନା ଦେଇଛନ୍ତି ଯେ, ‘ମୁଁ ସାଉଦି ଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ରାଜକୁମାର ମହମ୍ମଦ ବିନ୍ … Read more

ଭୁବନେଶ୍ୱର ବାର ସଂଘ ସଭାପତି ହେଲେ ଅଶୋକ ଛୋଟରାୟ

ଭୁବନେଶ୍ୱର:ଶନିବାର ସାରା ରାଜ୍ୟରେ ବାର ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇ ଏହାର ଫଳାଫଳ ଘୋଷଣା ହୋଇଛି। ଏଥିରେ ଅଶୋକ ଛୋଟରାୟ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ପଦରେ ସୁଶାନ୍ତ ଦାଶ ନିର୍ବାଚିତ ହୋଇଛନ୍ତି। ହିତେନ୍ ନାୟକ କୋଷାଧ୍ୟକ୍ଷ, ସୁମନ ରାଉତରାୟ ସମ୍ପାଦକ, ସଙ୍ଗୀତା ପଟ୍ଟନାଏକ ଯୁଗ୍ମ ସମ୍ପାଦକ, ଜ୍ୟୋତିର୍ମୟୀ ପଣ୍ଡା ସହକାରୀ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି। ସେହିପରି ଭୁବନେଶ୍ୱର ଟ୍ୟାକ୍ସ … Read more

ଆହତ ସମସ୍ୟା ପାଇଁ ୨ ସପ୍ତାହ ପର୍ଯ୍ୟନ୍ତ ଆଇପିଏଲ ଖେଳି ପାରିବେନି ଧୋନି

ନୂଆଦିଲ୍ଲୀ:ଆଇପିଏଲ ରେ ଚେନ୍ନାଇ ସୁପର କିଙ୍ଗସ ସୋମବାର ଠାରୁ ତା’ର ଅଭିଯାନ ଆରମ୍ଭ କରିବ।କିନ୍ତୁ ଏହା ପୂର୍ବରୁ ଚେନ୍ନାଇକୁ ଲାଗିଛି ସବୁଠାରୁ ବଡ଼ ଝଟକା। ଦଳର ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂହ ଧୋନି ଆହତ ହୋଇଛନ୍ତି। ଆହତ ସମସ୍ୟା ଅତ୍ୟନ୍ତ ଗୁରୁତର ଥିବାରୁ ଆସନ୍ତା ୨ ସପ୍ତାହ ପାଇଁ ସେ ଆଇପିଏଲର କୌଣସି ମ୍ୟାଚ ଖେଳି ପାରିବେ ନାହିଁ। ଧୋନିଙ୍କ ଗୋଡ଼ ରେ ସମସ୍ୟା ରହିଥିବାରୁ ସେ ଆଗାମୀ ୨ ସପ୍ତାହ ପାଇଁ ମ୍ୟାଚ୍‌ ଖେଳିବେ ନାହିଁ … Read more

ଶ୍ରୀଜିଉଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ପୁରୀ: ଶ୍ରୀଜିଉଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ । ସପତ୍ନୀକ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଉପେନ୍ଦ୍ର ଦ୍ବିବେଦୀ । ସକାଳ ୭ଟାରେ ସିଂହଦ୍ବାରରେ ପହଞ୍ଚିବା ପରେ ସେବାୟତ ଓ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ମହାପ୍ରଭୁଙ୍କ ପତାକା ଦିଆଯାଇଥିଲା । ଏହାପରେ କୌଳିକ ପଣ୍ଡା ଉଭୟଙ୍କୁ ନେଇ ଦର୍ଶନ କରାଇଥିଲେ । ଅରୁଣ ସ୍ତମ୍ଭ ଓ ପତିତପାବନଙ୍କୁ ମୁଣ୍ଡିଆ ମାରି ବାଇଶି ପାହାଚ ଦେଇ ଭିତରକୁ ପ୍ରବେଶ କରିଥିଲେ ।ପ୍ରାୟ ୪୫ … Read more

ଏପ୍ରିଲ ୮ରୁ ବାହାର ରତ୍ନଭଣ୍ଡାର ଗଣତମଣତି

ଭୁବନେଶ୍ୱର:ଆସନ୍ତା ୮, ୯ ଏବଂ ୧୦ ତାରିଖରେ ବାହାର ରତ୍ନଭଣ୍ଡାରର ୨ୟ ପର୍ଯ୍ୟାୟ ଗଣତିମଣତି ହେବ । ଏନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ଗତ ୨୫ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଗଣତି ସୁରୁଖୁରରେ ସରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟ ଗଣତି ମଣତି ହେବ । ଏପ୍ରିଲ ମାସରେ ତିନି ଦିନ ଧରି ବାହାର ରତ୍ନଭଣ୍ଡାରରେ ଗଣତି ମଣତି କରାଯିବ । ସେଥିପାଇଁ ତାରିଖ … Read more

ସୋଆ ଏବଂ ସିସିଆରଏସ୍- ସିଏଆରଆଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଆୟୁର୍ବେଦ ବିଜ୍ଞାନ କ୍ଷେତ୍ରରେ ଗବେଷଣା ସହଭାଗିତା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ସେଂଟ୍ରାଲ୍ କାଉନ୍ସିଲ୍ ଫର ରିସର୍ଚ୍ଚ ଇନ୍ ଆୟୁର୍ବେଦିକ ସାଇନ୍ସେସ୍ (ସିସିଆରଏସ୍) ଅଧିନସ୍ଥ ସେଂଟ୍ରାଲ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅର୍ଥାତ୍ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ଅନୁଷ୍ଠାନ ମଧ୍ୟରେ ବୁଧବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।ସିସିଆରଏସ୍ ହେଉଛି ଆୟୁଷ ମନ୍ତ୍ରଣାଳୟ ଅଧିନସ୍ଥ ଏକ ସ୍ୱଂୟଚାଳିତ ଅନୁଷ୍ଠାନ ଯାହାକି ଭାରତରେ ଆୟୁର୍ବେଦ ବିଜ୍ଞାନର ଗବେଷଣା, ପରିଚାଳନା, ଗଠନ ଓ … Read more

ବସ୍‌ ଦୁର୍ଘଟଣା: ୫ଯାତ୍ରୀ ମୃତ

ନୟାଗଡ:ନୟାଗଡ଼ ଜିଲ୍ଲା ଦଶପଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକେରା ଘାଟି ନିକଟରେ ମଧ୍ୟରାତ୍ରୀରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହେଇଛନ୍ତି । ମୃତ ଯାତ୍ରୀମାନେ ହେଲେ ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଏବଂ ପ୍ରବୀଣ ସାହୁ। ମିଳିଥିବା ସୂଚନା ଅନୁସାରେ ଘରୋଇ ବସ୍‌ଟି ବ୍ରହ୍ମପୁରରୁ ବାହାରି ବଲାଙ୍ଗୀର ଜିଲ୍ଲାର ହରିଶଙ୍କରକୁ ଯାଉଥିଲା ବସ ରେ … Read more

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି ଗିରଫ

ନୂଆଦିଲ୍ଲୀ:ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ବଡ଼ ଆକ୍ସନ ନେଇଛନ୍ତି ନେପାଳ ର ନୂତନ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକରଙ୍କୁ ଗିରଫ କରିଛି ପୋଲିସ।ଜେନ-ଜି ବିରୋଧ ପ୍ରଦର୍ଶନ ସମୟରେ ଛାତ୍ରଙ୍କ ମୃତ୍ୟୁ ସହିତ ଲିଙ୍କରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପ୍ରତିବାଦ ସମୟରେ ନିରସ୍ତ୍ର ଛାତ୍ରଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଅନେକ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। … Read more