December 13, 2025 9:17 pm

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବିକଲେ ଗୋବିନ୍ଦ ସାହୁଙ୍କ ପରିବାର

ଭୁବନେଶ୍ବର: ପିତାଙ୍କ ହତ୍ୟାକାରୀକୁ ଧରିବା ପାଇଁ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାବିପତ୍ର ଦେଲେ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ।ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋବିନ୍ଦ ସାହୁ । ୨୦୨୨ ଡିସେମ୍ବର ୨୦ ତାରିଖରେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ରେ ଥିବା ସମୟରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା ।ରବିବାର ଗୋବିନ୍ଦ ସାହୁଙ୍କ ପରିବାର ସଦସ୍ୟ ପୁର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଘଟଣାର … Read more

ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ ଶିକ୍ଷା ବିଭାଗରେ ଥିବା ଅଧିକାରୀ

ଭୁବନେଶ୍ୱର:ଆଗକୁ ଆଉ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ ଶିକ୍ଷା ବିଭାଗରେ ଥିବା ଅଧିକାରୀମାନେ । ୩ ବର୍ଷରୁ ଅଧିକ ଦିନ ଧରି ଗାଦି ମାଡ଼ି ବସିଥିବା ସମସ୍ତ ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯିବ । ଏନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।ଚଳିତ ବର୍ଷ ୫୦ ପ୍ରତିଶତ ଅଧିକାରୀ, କର୍ମଚାରୀ ବଦଳି ହେବେ । ଆସନ୍ତାବର୍ଷକୁ ବାକି ରହିଯାଇଥିବା ଅଣଶିକ୍ଷକଙ୍କୁ ବଦଳି କରାଯିବ । ସେହିପରି ନିଜ … Read more

ପାକିସ୍ତାନକୁ 5 ୱିକେଟରେ ପରାସ୍ତ କରି ଭାରତ ଏସିଆ କପ୍ ଚାମ୍ପିଅନ୍

ଦୁବାଇ:ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଭାରତ ଟ୍ରଫି ଜିତିଛି। ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ୧୯.୧ ଓଭରରେ ୧୪୬ ରନରେ ଅଲଆଉଟ ହୋଇଥିଲା। ପାକିସ୍ତାନର ଓପନର ସାହିବଜାଦା ଫରହାନ (୩୮ ବଲରେ ୫୭) ଏବଂ ଫଖର ଜମାନ (୩୫ ବଲରେ ୪୬) ଦମଦାର ଆରମ୍ଭ ଦେଇଥିଲେ। ମାତ୍ର ଭାରତୀୟ ସ୍ପିନର କୁଲଦୀପ ଯାଦବ, ବରୁଣ ଚକ୍ରବର୍ତୀ ଏବଂ ଅକ୍ଷର … Read more

ବିସ୍ଫୋରକ ଓ ବନ୍ଧୁକ ତିଆରି କାରଖାନାକୁ ଧ୍ବଂସ 

ମାଲକାନଗିରି: ସୁକମା ଜିଲ୍ଲାର ମେଟାଗୁଡା ଜଙ୍ଗଲରେ ଏକ ବଡଧରଣର ହମଲାକୁ ବିଫଳ କଲେ ଯବାନ ମାନେ । ଜଙ୍ଗଲରେ ନକ୍ସଲ ତିଆରି କରିଥିବା ବନ୍ଧୁକ କାରଖାନା ଚାଲିଥିଲା । ଏହି କାରଖାନାରେ ବାରୁଦ, ବନ୍ଧୁକ ତିଆରି କରିବା ସାମଗ୍ରୀ ସମେତ ବହୁ ବିସ୍ଫୋରକ ଥିଲା ଯାହାକୁ ଜବତ କରିବାରେ ସଫଳ ହୋଇଛନ୍ତି ଯବାନ ମାନେ । ମେଟାଗୁଡା ଅଞ୍ଚଳର ଇରାପଲ୍ଲୀ ଓ କୋଇମେଟା ମଧ୍ୟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଯବାନ ମାନେ ଏକ … Read more

ବ୍ରାଉନ ସୁଗାର ଜବତ ବେଳେ ୨ ଗିରଫ

ପୁରୀ: ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା ଏବଂ ଜଳେଶ୍ବର ଅଞ୍ଚଳର ମହମ୍ମଦ ସାଜଦ୍ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁରୀ ଏସ୍ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ପୋଲିସର ଖବର ଅନୁଯାୟୀ, … Read more

କାର୍-ଟ୍ରଲର୍ ଧକ୍କା ରେ : ୭ ଫୁଟବଲ୍ ଖେଳାଳି ଗୁରୁତର

ଭୁବନେଶ୍ୱର: କୋଇଡ଼ା ଖଣି ଅଞ୍ଚଳ ୫୨୦ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । କାର୍ ଦୁର୍ଘଟଣାରେ ୭ ଫୁଟବଲ୍ ଖେଳାଳି ଆହତ ହୋଇଛନ୍ତି । ଫୁଟବଲ୍ ମ୍ୟାଚ୍ ଖେଳି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ରେଙ୍ଗାଲବେଢ଼ା ନିକଟରେ କାର୍ ଓ ଟ୍ରଲର୍  ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୭ ଫୁଟବଲ୍ ଖେଳାଳୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ … Read more

ସୋନମ ଓ୍ଵାଙ୍ଗଚୁକଙ୍କ ପାକିସ୍ତାନ ଲିଙ୍କଙ୍କୁ ନେଇ ତଦନ୍ତ: ଡିଜିପି

ନୂଆଦିଲ୍ଲୀ: ଏନଏସଏ ଆଧାରରେ ଗିରଫ ହୋଇ ଏବେ ଜେଲରେ ସାମାଜିକ କର୍ମୀ ତଥା ପରିବେଶବିତ ସୋନମ ଓ୍ଵାଙ୍ଗଚୁକ। ଏହା ମଧ୍ୟରେ ଲଦାଖ ଡିଜିପି ଏସଡି ସିଂହ ଜାମୱାଲ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ନେଇ ବଡ଼ ବୟାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜାମୱାଲ କହିଛନ୍ତି ଯେ ସେପ୍ଟେମ୍ବର ୨୪ରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପୂର୍ବରୁ ପରିବେଶ କର୍ମୀ ଓ୍ଵାଙ୍ଗଚୁକଙ୍କ ଉତ୍ତେଜକ ଭାଷଣ ଦ୍ୱାରା ହିଂସା ସୃଷ୍ଟି ହୋଇଥିଲା।ଜାମୱାଲ କହିଛନ୍ତି ଯେ ତଦନ୍ତକାରୀ ଏଜେନ୍ସି ଓ୍ଵାଙ୍ଗୁଚକଙ୍କ ସମ୍ଭାବ୍ୟ ପାକିସ୍ତାନୀ … Read more

ବିଜୟ ଥାଲାପତିଙ୍କ ଶୋଭାଯାତ୍ରା ରେ ଦଳାଚକଟା:୩୦ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

ତାମିଲ ଅଭିନେତା ବିଜୟ ଥାଲାପତିଙ୍କ ଟିଭିକେ ଦଳର ନିର୍ବାଚନୀ ରାଲି ରେ ହୋଇଥିବା ଦଳାଚକଟାରେ ୩୦ ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜ​‌ଣେ ୯ ବର୍ଷୀୟ ଶିଶୁ ନିଖୋଜ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କରୁର ଜିଲାପାଳ ଏବଂ ଅନ୍ୟ ବରିଷ୍ଟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶନିବାର କରୁର ଜିଲ୍ଲାରେ ବିଜୟଙ୍କ ନିର୍ବାଚନୀ … Read more

ମୃତ ଗ୍ରାହକଙ୍କ କ୍ଲେମ ପାଇଁ, RBI ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏବେ ତା’ର ମୃତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଲକର ଦାବି ସମାଧାନ ପାଇଁ ଏକ ସମୟସୀମା ଧାର୍ଯ୍ୟ କରିଛି। ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇବାର ୧୫ଦିନ ମଧ୍ୟରେ ଦାବି ସମାଧାନ କରିବାକୁ RBI ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏହା ନକଲେ ଗ୍ରାହକମାନଙ୍କୁ କ୍ଷତିପୂରଣ ଦିଆଯିବ।RBI ର ନୂତନ ନିର୍ଦ୍ଦେଶାବଳୀ ଯାହାକୁ Reserve Bank of India (Settlement of Claims in respect of Deceased Customers of … Read more

ମୌଲାନା ଗିରଫ ପରେ ଇଣ୍ଟରନେଟ୍ ସେବା ବନ୍ଦ: ବରେଲୀ ହିଂସା

ନୂଆଦିଲ୍ଲୀ: ପୋଲିସ ଗୋଟି ଗୋଟି କରି ସମସ୍ତଙ୍କୁ ବାନ୍ଧୁଛି । ଆଇଏମସି ମୁଖ୍ୟ ମୌଲନା ତୌକୀର ରଜାକୁ ପୋଲିସ ଗିରଫ କରିବା ପରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ଶନିବାର ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ସରକାରୀ ନିର୍ଦ୍ଦେଶ ପରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ବରେଲୀରେ ଇଣ୍ଟରନେଟ୍ ସେବା ସ୍ଥଗିତ କରାଯାଇଛି । ବରେଲୀ ଏସଏସପିଙ୍କ କହିବା ଅନୁସାରେ, ମୋଟ୍ ୮ … Read more