ଶ୍ରୀମନ୍ଦିର ଭିତରୁ ଧରା ପଡ଼ିଲେ ନକଲି ଆର୍ମି ଅଫିସର

ପୁରୀ: ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ନକଲି ଆର୍ମି ଅଫିସରକୁ ଧରିଲା ଏନଫୋର୍ସମେଣ୍ଟ ସ୍କ୍ୱାଡ। ଧରାପଡ଼ିଥିବା ଯୁବକଙ୍କ ପରିଚୟ ଉପେନ୍ଦ୍ର ପୁରୋହିତ ବୋଲି ଜଣାପଡ଼ିଛି। ସେ ରାଜସ୍ଥାନର ବାସିନ୍ଦା ବୋଲି ସୂଚନା ମିଳିଛି। ଆର୍ମି ପୋଷାକ ପିନ୍ଧି ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ବେଳେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ର ସନ୍ଦେହ ହୋଇଥିଲା। ପ୍ରବେଶ ସମୟରେ ତାଙ୍କ ଆଚରଣ ଓ ପରିଚୟପତ୍ର ଯାଞ୍ଚ କରିବା ପରେ ସତ୍ୟ ସାମ୍ନାକୁ ଆସିଥିଲା। … Read more

୧୧ ବଲରେ ୫୦ ରନ୍ କରି ବିଶ୍ୱ ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ଇନିଂସ୍ ଖେଳି ଲିଷ୍ଟ-ଏ କ୍ରିକେଟରେ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୧୧ଟି ବଲରେ ଅର୍ଦ୍ଧଶତକ ପୂରଣ କରି ସମସ୍ତଙ୍କୁ ଚକିତ କରିଛନ୍ତି ଏହି ଯୁବ ବ୍ୟାଟର । ଏହି ବିସ୍ଫୋରକ ପାଳିରେ ସେ ୧୦ଟି ଚୌକା ଓ ୮ଟି ବିଶାଳ ଛକା ମାରି ପ୍ରତିପକ୍ଷ ବୋଲିଂ ଆକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ନିଷ୍ପ୍ରଭ କରିଦେଇଥିଲେ । ବୈଭବଙ୍କ ଏହି ଇନିଂସ୍ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାର … Read more

ହର୍ମୁଜ ପାର ହେଲେ ଆଉ ୩ ଭାରତୀୟ ପତାକା ଥିବା ତୈଳ ଟ୍ୟାଙ୍କର

ନୂଆଦିଲ୍ଲୀ: ଭାରତ ପତାକା ଥିବା ୩ ଅଶୋଧିତ ତୈଳ ଟ୍ୟାଙ୍କର ଜାହାଜ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବନ୍ଦର, ପୋତ ପରିବହନ ଓ ଜଳ ମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ lଏହି ଜାହାଜମାନଙ୍କରେ ୯୪ ଜଣ ଭାରତୀୟ ଚାଳକ ଦଳ ସଦସ୍ୟ ଅଛନ୍ତି। ଏହି ୩ଟି ତୈଳବାହୀ ଟ୍ୟାଙ୍କର ଜାହାଜରେ ପାଖାପାଖି ୮.୬ ଲକ୍ଷ ଟନରୁ ଅଧିକ ଅଶୋଧିତ ତୈଳ ଅଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ‘ଦେଶ ବୈଭବ’, ‘ଦେଶ … Read more

କୋଲକାତାର ରେଡ ରୋଡରେ ୩୫୦୦୦ ଲୋକଙ୍କ ସହ ଯୋଗ କଲେ ମୋଦି

କୋଲକାତା: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ରେଡ ରୋଡରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ, ସେ ଦେଶକୁ ଏକ ବାର୍ତ୍ତା ଦେଇଥିଲେ ଯେଉଁଥିରେ ଯୋଗକୁ ସେମାନଙ୍କ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ କରିବାକୁ ଆହ୍ୱାନ କରାଯାଇଥିଲା। ସେ ମନ୍ତବ୍ୟ ଦେଇଥିଲେ ଯେ ଯୋଗର ଶକ୍ତି ହିମାଳୟରୁ ଭାରତ ମହାସାଗର ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ବ୍ୟାପି ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ … Read more

୬ ଓଡ଼ିଆ ଅଗ୍ନିବୀରଙ୍କ ସହିତ ୭୨୬ ଅଗ୍ନିବୀରଙ୍କ ପାସିଂ ଆଉଟ ପ୍ୟାରେଡ ସମ୍ପନ୍ନ

ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ୱାରା ସେନା ବାହିନୀରେ ଯୋଗ ଦେବା ନିମନ୍ତେ ପ୍ରଚଳିତ ଅଗ୍ନିବୀର ଯୋଜନା ଅନୁସାରେ ଜଳ, ସ୍ଥଳ ଓ ଆକାଶ ବାହିନୀର ବିଭିନ୍ନ ତାଲିମ କେନ୍ଦ୍ରରେ ସଫଳତାର ସହିତ ଅଗ୍ନିବୀର ଜବାନ ତାଲିମ ଗ୍ରହଣ କରିବା ସହିତ ନିଜ କର୍ମ ଭୂମିରେ ଯୋଗ ଦେଉଛନ୍ତି | ପୋଣ୍ଡା (ଗୋଆ )ସ୍ଥିତ ସିଗନାଲ କର୍ପସର ମିଲିଟାରୀ କ୍ୟାମ୍ପରୁ ୮ମ ବ୍ୟାଚରେ ତାଲିମ ଗ୍ରହଣ କରିଥିବା ୭୨୬ ଜଣ ଅଗ୍ନିବୀରଙ୍କ ପ୍ରେଷ୍ଟିଜିୟସ ପାସିଙ୍ଗ ଆଉଟ ପ୍ୟାରେଡ ବୁଧବାର … Read more

ବିଶ୍ୱସ୍ତରୀୟ ସ୍ୱୀକୃତି ପାଇଲା ଓଡ଼ିଶାର ଡିଜିଟାଲ ପରିମଳ ମଡେଲ

ଭୁବନେଶ୍ୱର: ସହରାଞ୍ଚଳ ପରିମଳ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି ଓଡିଶା । ‘ସାଉଥ୍-ସାଉଥ୍ କୋଅପରେସନ୍’ କ୍ଷେତ୍ରରେ ଓଡିଶାର ଡିଜିଟାଲ ସାନିଟେସନ ମଡେଲକୁ ବିଶ୍ୱସ୍ତରୀୟ ସ୍ୱୀକୃତି ଏବଂ ପ୍ରଶଂସା ମିଳିଛି। ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ଜାତିସଂଘ-ହାବିଟାଟ୍ ଦ୍ୱାରା ସମର୍ଥିତ ଏକ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅଧୀନରେ ନାଇଜେରିଆର ‘ଲାଗୋସ ଷ୍ଟେଟ୍ ୱେଷ୍ଟୱାଟର ମ୍ୟାନେଜମେଣ୍ଟ ଅଫିସ’ (LSWMO) କୁ ମାର୍ଗଦର୍ଶନ (ମେଣ୍ଟରସିପ୍) ପ୍ରଦାନ କରିବା ପାଇଁ ମନୋନୀତ ହୋଇଛି। ‘ଗ୍ଲୋବାଲ ୱାଟର ଅପରେଟର୍ସ … Read more

ପାହାଡପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଓ ପିଏମ୍ ମୋଦି, ରାଜ୍ୟ ପାଇଁ ସ୍ମରଣୀୟ ଦିନ

ରାଇରଙ୍ଗପୁର: ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଜନ୍ମମାଟିରେ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଞ୍ଚିଛନ୍ତି । ପାହାଡ଼ପୁର ଗାଁରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପିଏମ ମୋଦିଙ୍କୁ ସ୍ୱାଗତ ଜଣାଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ପତ୍ର ଏବଂ ସ୍ମାରକୀ ପ୍ରଦାନ କରିଛନ୍ତି । ଗତକାଲି ମହାମହିମ ରାଇରଙ୍ଗପୁର ଗସ୍ତରେ … Read more

ପ୍ରତି ପଞ୍ଚାୟତରେ ହବ ‘ଜନକଲ୍ୟାଣ ଶିବିର’, ଲୋକଙ୍କ ପାଖରେ ପହଞ୍ଚିବ ସମସ୍ତ ସରକାରୀ ସେବା

ଭୁବନେଶ୍ୱର: ଆଜିଠୁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’ ଆୟୋଜନ କରାଯିବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟବ୍ୟାପୀ ସରକାରୀ ଜନସଂପର୍କ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଏହି ଜନକଲ୍ୟାଣ ଶିବିର ଆୟୋଜିତ ହେବ। ଏହା ମାଧ୍ୟମରେ ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ ହେବା ସହ ସରକାରୀ ଯୋଜନାର ସଚେତନତା, ହିତାଧିକାରୀ ଚିହ୍ନଟ, ପଞ୍ଜୀକରଣ, ଅଭିଯୋଗ … Read more

ପିଲା ଚୋର ସନ୍ଦେହରେ ଯୁବତୀଙ୍କୁ ଆକ୍ରମଣ :୧୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାୟଗଡା: କଲ୍ୟାଣସିଂହପୁରରେ ଏକ ବର୍ବରତା ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି । ପିଲା ଚୋର ସନ୍ଦେହରେ ବାହାର ରାଜ୍ୟର ଯୁବତୀଙ୍କୁ ବିବସ୍ତ୍ର କରି ନିର୍ଯାତନା ଦିଆଯାଇଛି l ପୀଡିତାଙ୍କ ସମେତ ଅନ୍ୟ ଜଣେ ସାମାଜିକ କର୍ମୀଙ୍କୁ ମଧ୍ୟ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକ । ଏହି ଘଟଣାରେ ପୋଲିସ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ଭିଡିଓ ଫୁଟେଜ୍ ଆଧାରରେ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ … Read more

୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ କିମସ ଡାକ୍ତରଙ୍କ ସଫଳ ହୃଦ୍‍ ଅସ୍ତ୍ରୋପଚାର

ଭୁବନେଶ୍ୱର: କିମସରେ ଜଣେ ୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଜୀବନ ରକ୍ଷାକାରୀ ଆର୍ଟିକ୍ ଭଲଭ୍ ରିପ୍ଲେସମେଣ୍ଟ (ଏଭିଆର୍‍) ସଫଳତାର ସହ କରାଯାଇଛି। କିମ୍‍ସର ବିଶିଷ୍ଟ ହୃଦ୍‍ ସର୍ଜନ ଡାକ୍ତର ଅମିତ ଅଗ୍ରୱାଲଙ୍କ ନେତୃତ୍ୱରେ ହୃଦ୍‌ରୋଗ ସର୍ଜରୀ ଦଳ ଏହି ଜଟିଳ ପ୍ରକ୍ରିୟାରେ ରୋଗୀଙ୍କୁ ଉନ୍ନତ ହୃଦ୍‌ରୋଗ ଚିକିତ୍ସା ଯୋଗାଇବା କିମସ ପାଇଁ ଏକ ପ୍ରମୁଖ ସଫଳତା ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ହୃଦୟର ଆର୍ଟିକ୍ ଭାଲଭରେ ଓ ବାମ ଭେଣ୍ଟ୍ରିକୁଲାର ସଂକୀର୍ଣ୍ଣ ହୋଇଯାଇଥିବାରୁ ରୋଗୀ ଜଣକ ଗୁରୁତର ଆର୍ଟିକ୍ … Read more