ଜାଲ୍ ଜାତିଗତ ପ୍ରମାଣ ଦେଇଥିବାରୁ ଶିକ୍ଷକ ଚାକିରୀରୁ ବହିଷ୍କୃତ

ଜଗତସିଂହପୁର: ଶିକ୍ଷକ ସୁଶାନ୍ତ କୁମାର ମଣ୍ଡଳ ନକଲି ଜାତିଗତ ପ୍ରମାଣ ଦେଇ ଚାକିରୀ କରିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗ୍ରହଣ କରାଯାଇଛି । ୨୦୦୬ରେ ଶିକ୍ଷା ସହାୟକ ପକ୍ଷରୁ ଅନୁସୂଚିତ ଜାତି ବର୍ଗରେ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୁଶାନ୍ତ କୁମାର ମଣ୍ଡଳ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ଅନୁସୂଚିତ ଜାତି ସଂରକ୍ଷଣ ବର୍ଗ ଅଧୀନରେ ଅଣ-ପ୍ରଶିକ୍ଷିତ ପ୍ରାର୍ଥୀ ଭାବରେ ମନୋନୀତ … Read more

ପରୀକ୍ଷାର୍ଥୀଙ୍କ ପାଇଁ ବଦଳିଲା ସୂଚୀ , ୨୮ରେ ଆରଆଇ, ୫ରେ ଓଟିଇଟି

ଭୁବନେଶ୍ୱର: ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବଢ଼ୁଥିବା ଚିନ୍ତାର ଅବସାନ ଘଟିଛି । ଆରଆଇ ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଯାଇଛି । ନୂତନ ସୂଚୀ ଅନୁସାରେ, ଜୁନ୍ ୨୮ରେ ଆରଆଇ ପରୀକ୍ଷା ଆୟୋଜିତ ହେବ । ଅନ୍ୟପଟେ, ଜୁଲାଇ ୫ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦୁଇଟି ଯାକ ପରୀକ୍ଷା ଗୋଟିଏ ଦିନରେ ପଡୁଥିବାରୁ ପରୀକ୍ଷା … Read more

ବିଦ୍ୟୁତ୍ କର୍ମଚାରୀଙ୍କୁ ମାଡ ଘଟଣା: ପୋଲିସ ଫୋର୍ସ ସହ ଗାଁରେ ଚଢ଼ାଉ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ଚଣ୍ଡୀପୁର ଅଞ୍ଚଳରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡ଼ ଘଟଣାରେ ବନ୍ତ ପୋଲିସ ସ୍ୱତନ୍ତ୍ର ଫୋର୍ସ ସହ ଗାଁ ରେ ଚଢାଉ କରିଛି । ଗାଁରେ ଚଢାଉ କରି ଅଭିଯୁକ୍ତଙ୍କ ଘରର ମିଟର, ତାର ଜବତ କରିବା ସହ ଘରେ ଲଟକା ଲଗାଇଛି। ଆଗାମୀ ସମୟରେ ଅଭିଯୁକ୍ତଙ୍କୁ ବିଦ୍ୟୁତ୍ ସଂଯୋଗ ନ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ସୂଚନାମୁତାବକ, ହୁକ ପକାଇବେଆଇନ ଭାବେ … Read more

କୋଚିଂ ସେଣ୍ଟରରେ ଲାଗିଲା ନିଆଁ :୧୫ ଛାତ୍ର ଜୀବନ୍ତ ଦଗ୍ଧ

ୟୁପି: ଲକ୍ଷ୍ନୌର ଅଲୀଗଞ୍ଜ ଅଞ୍ଚଳରେ ସୋମବାର ଏକ କୋଚିଂ ସେଣ୍ଟରରେ ଭୟଙ୍କର ନିଆଁ ଲାଗିଯିବା ଯୋଗୁଁ ୧୫ ଜଣ ଛାତ୍ର ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଭାବିତ ପରିବାରଙ୍କ ସହିତ ତୁରନ୍ତ ଯୋଗାଯୋଗ କରି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ମାମଲାର … Read more

ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି, ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ମିଳିବ ସହାୟତା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ଆଇନଜୀବୀମାନଙ୍କ ସହାୟତା ପରିମାଣ ବୃଦ୍ଧି। ଅବସର ନେଇଥିବା କିମ୍ବା ଦେହାନ୍ତ ହେବା କ୍ଷେତ୍ରରେ ରାଜ୍ୟ କଲ୍ୟାଣ ପାଣ୍ଠିରୁ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନଜୀବୀମାନଙ୍କ ପାଇଁ ଏହି ସହାୟତା ରାଶିର ପରିମାଣ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀମାନେ ଉପକୃତ ହୋଇପାରିବେ। ଖବର ଥାଉ ଯେ, ଶେଷଥର ପାଇଁ ଆଇନଜୀବୀମାନଙ୍କର ଏହି ସହାୟତା … Read more

ରାଜ୍ୟସଭା କ୍ରସ୍ ଭୋଟିଂ ଅଭିଯୋଗ ଖାରଜ; ବିଜେଡିକୁ ବଡ ଝଟକା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ଅଭିଯୋଗରେ ଅଯୋଗ୍ୟ ଘୋଷଣା କରିବାକୁ ବିଜେଡ଼ି ପକ୍ଷରୁ କରାଯାଇଥିବା ଆବେଦନ ଖାରଜ ହୋଇଛି । ବାଚସ୍ପତି ସୁରମା ପାଢ଼ୀ ଆବେଦନକୁ ଖାରଜ କରିବା ସହିତ ୮ ବିଧାୟକଙ୍କ ସଭ୍ୟ ପଦକୁ ବଜାୟ ରଖିଛନ୍ତି । ଗତ ରାଜ୍ୟସଭା ନିର୍ବାଚନରେ ବିଜେଡ଼ିର ୮ ଜଣ ସଦସ୍ୟ ଦଳୀୟ ହ୍ୱିପକୁ ଅବମାନନା କରି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ରମାକାନ୍ତ ଭୋଇ, ଅରବିନ୍ଦ ମହାପାତ୍ର, ନବକିଶୋର ମଲ୍ଲିକ, … Read more

ଏକାଥରେ ମିଳିଲା ୨ ମାସର ଭତ୍ତା; ୧୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ମୁହଁରେ ହସ

ଭୁବନେଶ୍ୱର: ଏପ୍ରିଲ ଓ ମେ ମାସର ଭତ୍ତା ରାଶି ଏକାଥରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଜମା ହୋଇଛି। ଏହା ସହିତ ଜୁନ୍ ମାସର ଭତ୍ତା ବଣ୍ଟନ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସୂଚନା ଅନୁସାରେ, ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ଭତ୍ତା ହିତାଧିକାରୀଙ୍କୁ ଦୁଇ ମାସର ଭତ୍ତା ଏକାସାଙ୍ଗରେ ପ୍ରଦାନ କରାଯାଇଛି। ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୯୧.୫ … Read more

ସିନ୍ଧୁ ନଦୀ ଜଳ ଚୁକ୍ତି ବିବାଦ: ଭାରତକୁ ଯୁଦ୍ଧ ଧମକ ଦେଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ: ସିନ୍ଧୁ ନଦୀ ଜଳ ଚୁକ୍ତିକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଭାରତକୁ ସିଧାସଳଖ ଯୁଦ୍ଧ ଧମକ ଦେଇଛନ୍ତି। ଭାରତ ଯଦି ପାକିସ୍ତାନକୁ ଆସୁଥିବା ନଦୀ ପାଣି ବନ୍ଦ କରେ, ତେବେ ଇସଲାମାବାଦ ସାମରିକ ପଦକ୍ଷେପ ଗ୍ରହଣ କରିବା ସହ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିବ ବୋଲି ସେ ଚେତାବନୀ ଦେଇଛନ୍ତି।ଏକ ପାକିସ୍ତାନୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରତିରକ୍ଷା ମନ୍ତ୍ରୀ … Read more

ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍: ୭ ମୃତ ଓ ୬୦ରୁ ଊର୍ଦ୍ଧ୍ୱ ଗୁରୁତର

ତାମିଲନାଡ଼ୁ: ତିରୁଭାଲୁର୍ ଜିଲ୍ଲା ପେରିୟାପାଲାୟାମ ଅନ୍ତର୍ଗତ ମଞ୍ଜାନକାରାନାଇଠାରେ ଥିବା ଏକ ଚିଙ୍ଗୁଡ଼ି ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଏକ ବଡ଼ ଧରଣର ଅଘଟଣ ଘଟିଛି। ଗ୍ୟାସ ସଂସ୍ପର୍ଶରେ ଆସି ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, କାରଖାନାରେ କାମ ଚାଲିଥିବା ସମୟରେ ହଠାତ୍ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହାର ପ୍ରଭାବରେ ସେଠାରେ କାର୍ଯ୍ୟରତ ଶତାଧିକ ଶ୍ରମିକଙ୍କ ମଧ୍ୟରୁ ଅନେକେ ଶ୍ୱାସରୁଦ୍ଧ … Read more

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୭ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ପାଖତୁନଖାୱା ପ୍ରଦେଶରେ ପୁଣି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଶନିବାର ମାର୍କା ବେରା ଅଞ୍ଚଳରେ ହୋଇଥିବା ଦୁଇଟି ପୃଥକ ବୋମା ବିସ୍ଫୋରଣରେ ଅତିକମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ବିସ୍ଫୋରଣଟି ହାଥିଖେଲ ଗ୍ରାମରୁ ସହର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଭ୍ୟାନକୁ ଟାର୍ଗେଟ୍ କରି କରାଯାଇଥିଲା। ରାସ୍ତାକଡ଼ରେ ପୂର୍ବରୁ ପୋତା ଯାଇଥିବା ଏକ … Read more