ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ

ନୂଆପଡା: ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ୨୦ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜନତା ଦଳର ଜୟ ଢୋଲକିଆ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ , ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିର ରାଜା ରାମ … Read more

INS ବିକ୍ରାନ୍ତରେ ଯବାନଙ୍କ ସହ ଦୀପାବଳି ମନାଇଲେ ମୋଦୀ

ଗୋଆ:ପ୍ରତିଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି । ଏଥର, ପ୍ରଧାନମନ୍ତ୍ରୀ ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତକୁ ଦୀପାବଳି ପାଳନ କରିବା ପାଇଁବାଛିଥିଲେ। ସେଠାରେ ସୈନିକମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଭାରତୀୟ ସ୍ଥଳସେନା, ବାୟୁସେନା ଏବଂ ଭାରତୀୟ ନୌସେନା ମଧ୍ୟରେ ସମନ୍ବୟ ପାକିସ୍ତାନକୁ ଅପରେଶନ ସିନ୍ଦୂରରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା। ଯେଉଁମାନଙ୍କ ପାଖରେ ନିଜ ଦମରେ ଲଢ଼ିବାର … Read more

ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା: ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ଛୁରିଆଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଏହାପୂର୍ବରୁ ସେ ମାଆ ଦୂର୍ଗାଙ୍କର ଦର୍ଶନ କରିଥିଲେ । ଏକ ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଇଥିଲେ । ଏହି ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହି ଉପନିର୍ବାଚନ ପାଇଁ ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସୀରାମ ମାଝି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଉପନିର୍ବାଚନ ପାଇଁ ୨୦ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ … Read more

ନୂଆଦିଲ୍ଲୀ: ଚନ୍ଦ୍ରାୟଣ-୨ ବ୍ୟବହାର କରି ପ୍ରଥମ ଥର ପାଇଁ ଚନ୍ଦ୍ର ଉପରେ ସୌର କରୋନାଲ୍ ମାସ୍ ଇଜେକ୍ସନ୍ (CME)ର ପ୍ରଭାବ ପର୍ଯ୍ୟବେକ୍ଷଣ କରିଛି ଇସ୍ରୋ l CHACE-2 ଉପକରଣ ଜାଣିପାରିଲା ଯେ CME ଚନ୍ଦ୍ରର ଏକ୍ସୋସ୍ଫିୟରରେ ଚାପ ବୃଦ୍ଧି କରିଛି। ନିରପେକ୍ଷ ପରମାଣୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି, ଯାହା ତାତ୍ତ୍ୱିକ ମଡେଲଗୁଡ଼ିକୁ ନିଶ୍ଚିତ କରିଛି। ଏହି ଆବିଷ୍କାର ଚନ୍ଦ୍ରରେ ଭବିଷ୍ୟତର ମାନବ ବାସସ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚନ୍ଦ୍ରର ବାୟୁମଣ୍ଡଳୀୟ କମ୍ପୋଜିସନ୍ ଏକ୍ସପ୍ଲୋରର୍-୨ (CHACE-2) ବ୍ୟବହାର କରି … Read more

ଗିନିଜ୍‌ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାର ଦୀପୋତ୍ସବ

ଅଯୋଧ୍ୟା : ଗିନିଜ୍‌ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାର ଦୀପୋତ୍ସବ । ଏକକାଳୀନ ସର୍ବାଧିକ ଲୋକଙ୍କ ଦ୍ୱାରା ‘ଦୀପ’ ଘୂର୍ଣ୍ଣନର ଗିନିଜ୍‌ ବିଶ୍ୱ ରେକର୍ଡ। ୨୬,୧୭,୨୧୫ ଦୀପର ସର୍ବବୃହତ ପ୍ରଦର୍ଶନ ପାଇଁ ମଧ୍ୟ କଲା ରେକର୍ଡ । ଏହି ଗିନିଜ୍‌ ବିଶ୍ୱ ରେକର୍ଡ ପୁରସ୍କାର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୀପୋତ୍ସବ ପୂର୍ବରୁ ଅଯୋଧ୍ୟାରେ ବିଶ୍ୱ ରେକର୍ଡ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ସରୟୁ ନଦୀକୂଳରେ ଅନୁଷ୍ଠିତ ଆରତୀରେ ୨୧,୦୦୦ ରୁ ଅଧିକ ଲୋକ ଅଂଶଗ୍ରହଣ … Read more

କଳିଙ୍ଗା ଘାଟିରେ ବାଇପାସ୍ ରାସ୍ତା ପ୍ରସ୍ତାବ

ଉଦୟଗିରି: ଘାଟିରେ ଭୂସ୍ଖଳନ ଯୋଗୁଁ ୩୪ ଦିନ ହେଲା ଯାତାୟାତ ବାଧାପ୍ରାପ୍ତ ହେବାରୁ ସ୍ଥାନୀୟ ଲୋକେ ଅସୁବିଧା ଭୋଗୁଛନ୍ତି। ଜରୁରୀକାଳୀନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏଯାବତ ଯାତାୟାତ ସମ୍ଭବ ହୋଇପାରିନାହିଁ। ଏଭଳି ପରିସ୍ଥିତି ଯୋଗୁଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗତ ୧୭ ତାରିଖରେ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହିତ କଳିଙ୍ଗା ଘାଟିରେ ବିକଳ୍ପ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଅନୁଧ୍ୟାନ କରିଥିଲେ। ଏହା ପରେ ବନ ବିଭାଗ ଅଧିକାରୀଙ୍କୁ ସ୍ଥିତି … Read more

୨୧ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ଗଞ୍ଜାମ ଜିଲ୍ଲାରେ । ୬୧.୨ ମିଲିମିଟର ରେକର୍ଡ କରାଯାଇଛି । ବର୍ତ୍ତମାନ ଗୋଟିଏ ଘୂର୍ଣ୍ଣିବଳୟ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଖାପାଖି ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ରହିଛି । ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହାର ପ୍ରଭାବରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର … Read more

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୪୭୧ଟି ଗ୍ରାମ ପଞ୍ଚାୟତର ଭିତ୍ତି ପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ଆଜି ଲୋକସେବା ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ ପର୍ଯ୍ୟାୟ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ମୁଖ୍ଯ ଶାସନ ସଚିବ ମନୋଜ ଆହୁଜା ମଧ୍ଯ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର, … Read more

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ: ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ ହେବେ

ପୁରୀ : ଆସନ୍ତାକାଲି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ। ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି , ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ହେବେ … Read more

ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । କେନ୍ଦ୍ର ଓ ରାଜ୍ୟ ଠାରୁ ୧୮ ହଜାରରୁ ଊର୍ଦ୍ଧ୍ବ ଆର୍ଥିକ ସହାୟତା ପାଉଥିଲେ ସୁଭଦ୍ରା ଟଙ୍କା ମିଳିବ ନାହିଁ । ଏନେଇ ଉଚ୍ଚ ଶିକ୍ଷା ଓ SC/ST ବିଭାଗକୁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଚିଠି ଦିଆଯାଇଛି । ଏଭଳି ସହାୟତା ପାଉଥିବା ୨୧ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ତଥ୍ୟ ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି । ଏ ନେଇ ବିଭାଗକୁ ଅନେକ … Read more