ବିଜେଡି ଓଡିଶାରେ ତିନି ଚତୁର୍ଥାଂଶରୁ ଅଧିକ ଆସନ ଜିତିବ: ବବି ଦାସ 

ଭୁବନେଶ୍ୱର: ସାରା  ଓଡିଶାରେ ବିଜେଡି -ବିଜେପି   ମେଣ୍ଟ ସମ୍ଭାବନାକୁ ନେଇ ଲାଗିରହିଥିବା  କଳ୍ପନାଜଳ୍ପନାରେ ଆଜି ସମ୍ପୂର୍ଣ ଅନ୍ତ ଘଟାଇଛନ୍ତି  ବିଜେଡ଼ି  ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗତକାଲିର  ‘ଏକ୍ସ’ ପୋଷ୍ଟର ଜବାବରେ ବବି  ଆଜି ଏକ  ପୋଷ୍ଟ କରିଛନ୍ତି । ବିଜେଡି ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବ ବୋଲି ସେ ଲେଖିଛନ୍ତି । ଖାଲି … Read more

ବିଶ୍ୱ ଦକ୍ଷତା କେନ୍ଦ୍ରରେ ମାର୍ଚ୍ଚ ୨୭ରୁ ‘ସ୍ପଟ୍ ନାମଲେଖା’

ଭୁବନେଶ୍ୱର: ଆଗାମୀ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ସାଙ୍ଗରେ ଆଣି ନାମ ଲେଖାଇବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ଏହି ସ୍ପଟ୍ ନାମଲେଖା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନରେ ଥିବା ମୋଟ ୭ଟି … Read more

ବିଜେପି ଓଡିଶାରେ ଏକାକୀ ଲଢିବ: ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ଵର: ବିଜେପି-ବିଜେଡ଼ି ମେଣ୍ଟ ସମ୍ଭାବନାରେ ଏକ ପ୍ରକାର ପୂର୍ଣଚ୍ଛେଦ ପଡିଛି ବୋଲି କହିଲେ ଭୁଲ ହୋଇନପାରେ। ବିଜେପି ଓଡିଶା ସଭାପତି କହିଛନ୍ତି ଯେ  ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ଓଡ଼ିଶାର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ … Read more

ଦାମ ବାବୁ ଆଉ ନାହାନ୍ତି 

ଭୁବନେଶ୍ଵର: ବରିଷ୍ଠ ବିଜେଡି ନେତା ଏବଂ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସକାଳ ୫ଟା ୨୩ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଓଡିଶା ରାଜନୀତିରେ ଦାମୋଦର ରାଉତ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ପରିଚିତ । ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି ସରକାରରେ … Read more

ବିଜେଡିରୁ ଇସ୍ତଫା ହେଲେ କଟକ  ସାଂସଦ ଭର୍ତ୍ତୃହରି ମହତାବ 

ଭବିଷ୍ୟତ ପଦକ୍ଷେପ ନେଇ କୌଣସି ସୂଚନା ଦେଇ ନାହାନ୍ତି  ଭୁବନେଶ୍ଵର: ଲଗାତର ୬ ଥର କଟକରୁ  ସାଂସଦ  ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବ୍‌ ଶୁକ୍ରବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏଥି ସହିତ ଶ୍ରୀ ମହତାବ୍‌ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଶ୍ରୀ ମହତାବ୍‌ ଏହି ସୂଚନା ଦେଇଛନ୍ତି। ତେବେ ଶ୍ରୀ … Read more

ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମକୁ ନେଇ ସତର୍କତା ଜାରି କଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ: ବିଦେଶୀ ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମ ସମେତ ସରୋଗେଟ୍ (ଛଦ୍ମ) ବିଜ୍ଞାପନ କିମ୍ବା ପ୍ରଚାରପ୍ରସାର ଠାରୁ ଦୂରେଇ ରହିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ସାମାଜିକ ଗଣମାଧ୍ୟମର ସମସ୍ତ ସମର୍ଥକ ଏବଂ ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନଙ୍କୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଏହି ବିଜ୍ଞାପନଗୁଡ଼ିକ ଗ୍ରାହକ, ବିଶେଷ କରି ଯୁବବର୍ଗଙ୍କ ଉପରେ ଅନଲାଇନ୍ ବେଟିଂ ଏବଂ ଜୁଆଖେଳର ଏକ ଗୁରୁତ୍ୱପୂର୍ଣ୍ଣ ବିତ୍ତୀୟ ଏବଂ ସାମାଜିକ-ଆର୍ଥିକ ପ୍ରଭାବ ପକାଇଥାଏ। ଭାରତୀୟ ଦର୍ଶକଙ୍କୁ ଆଖି ଆଗରେ ରଖି … Read more

ହୋଲି ଉପଲକ୍ଷେ ରେଳଯାତ୍ରା ଶସ୍ତା ହେଲା   

ନୂଆଦିଲ୍ଲୀ: ରେଲୱେ ପକ୍ଷରୁ ଯାତ୍ରୀ ଭଡ଼ା ୪୦ରୁ ୫୦ ପ୍ରତିଶତ ଶସ୍ତା ହୋଇଥିବା ନେଇ ଘୋଷଣା କରାଯାଇଛି। ହୋଲି ପୂର୍ବରୁ ରେଲୱେ ପକ୍ଷରୁ ଯାତ୍ରୀମାନଙ୍କୁ ଏହି ସୁବିଧା ଦିଆଯାଇଛି। ଉତ୍ତର ରେଲୱେ ପକ୍ଷରୁ ଟିକେଟ ଦର କମ୍ କରାଯାଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ରେଲୱେ ଅନୁସାରେ କଶ୍ମୀର ଘାଟି ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ ଗୁଡ଼ିକର ଯାତ୍ରୀ ଭଡ଼ା କମ୍ କରାଯାଇଛି। ନୂଆ ଟିକେଟ ଦର ତତ୍କାଳ ଲାଗୁ କରାଯାଇଥିବା ଉତ୍ତର ରେଲୱେ ପକ୍ଷରୁ କୁହାଯାଇଛି। … Read more

ସନ୍ଦୀପ ମିଶ୍ର ଓସ୍‌ଜା ସଭାପତି ଓ ସଂବିତ ମହାପାତ୍ର କାର୍ଯ୍ୟକାରୀ ସଭାପତି ନିର୍ବାଚିତ 

ସୁରେଶ ସ୍ଵାଇଁ ତୃତୀୟ ଥର ପାଇଁ ସମ୍ପାଦକ ପଦବୀରେ ରହିଲେ ଭୁବନେଶ୍ବର: ୨୦୨୪-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ  (ଓସ୍‌ଜା)ର  ନୂଆ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଆଜି ସମାପ୍ତ ହୋଇଛି। ସନ୍ଦୀପ ମିଶ୍ର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ବେଳେ ସମ୍ବିତ ମହାପାତ୍ର ନୂଆ କାର୍ଯ୍ୟକାରୀ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି।  ସେହିପରି ସୁରେଶ ସ୍ଵାଇଁ  ତୃତୀୟ ଥର ପାଇଁ  ସମ୍ପାଦକ ପଦକୁ ‌ଫେରିଛନ୍ତି।  ଭାରତୀୟ କ୍ରୀଡ଼ା ସାମ୍ବାଦିକ … Read more

ମାର୍ଚ୍ଚ ୩୧ ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ:  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମଧ୍ୟ ମାର୍ଚ୍ଚ ୩୧ ତାରିଖ ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଟୁଇଟ୍ ମାଧ୍ୟମରେ ଆରବିଆଇ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ମାର୍ଚ୍ଚ ୩୧ ତାରିଖ ୨୦୨୪ ରବିବାର ହୋଇଥିଲେ ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରହିବ। ଚଳିତ ଆର୍ଥିକ ବର୍ଷର ୨୦୨୩-୨୪ ର ଶେଷ ଦିନ ହୋଇଥିବାରୁ ଏହି … Read more

ବିଜେଡିରେ ସାମିଲ ହେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ଵର:ଗତକାଲି  କଂଗ୍ରେସରୁ ଇସ୍ତଫା ଦେଇଥିବା  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।  ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳରେ ଯୋଗଦାନ ନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଘୋଷଣା କରିଛନ୍ତି। ସେ ନିଜର ବହୁ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ … Read more