ତିହାର ଜେଲ ଯିବାରେ କେଜ୍ରିୱାଲ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲ୍‌ ଯାଇଛନ୍ତି। ଜେଲ ଯିବାରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଫସିଥିବା କେଜ୍ରିୱାଲ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଇଡି ଅଭିଯୋଗ କରିବା ସହିତ ତାଙ୍କୁ ଆଉ ଇଡି ହାଜତରେ ରଖାଯିବ ନାହିଁ ବୋଲି କହିଥିଲା। ଏହାପରେ କୋର୍ଟ କେଜ୍ରିୱାଲଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ତିହାର ଜେଲ୍‌ରେ … Read more

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏପ୍ରିଲ ୩ରୁ “ପଖାଳ ଉତ୍ସବ” ଆରମ୍ଭ

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ ଆଦୃତ ଓ ପ୍ରିୟ ଖାଦ୍ୟ। ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି। ପ୍ରତ୍ୟେକ ଓଡ଼ିଆଙ୍କର ଏହି ପସନ୍ଦର ଖାଦ୍ୟର ଅଧିକ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍ ) ପକ୍ଷରୁ ସବୁ ବର୍ଷ … Read more

ଡିଏଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ଆଠ ଘଟିକାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଭାବେ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ଉତ୍କଳର ବରେଣ୍ୟ ବ୍ୟକ୍ତିତ୍ୱଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସେହି ବ୍ୟକ୍ତିତ୍ୱଧାରୀଙ୍କ ରୂପରେ ତୃତୀୟରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବେଶ ଧାରଣକରି ମଞ୍ଚର ଶୋଭାକୁ ପରିବର୍ଦ୍ଧିତ କରିଥିଲେ। … Read more

ସୋସିଆଲ ମିଡିଆରେ ମାଫିଆ ଡନର ଅନ୍ତିମ ସଂସ୍କାର ଫୋଟୋ ପୋଷ୍ଟ କରି କନଷ୍ଟେବଳ ନିଲମ୍ବିତ  

ନୂଆଦିଲ୍ଲୀ: ମାଫିଆ ଡନ୍ ମୁଖତାର ଅନସାରୀର ବ୍ୟବଚ୍ଛେଦ ପରେ ଶବକୁ ତାର ପୈତୃକ କବରସ୍ଥାନ କାଲିବାଗରେ ମା’ଙ୍କ କବର ନିକଟରେ ସୁପୁର୍ଦ-ଏ-ଖାକ କରାଯାଇଥିଲା। ଏହି ସମୟରେ ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମାତ୍ର ମାଫିଆ ଡନ୍ ମୁଖତାର ଅନସାରୀର ଅନ୍ତିମ ସଂସ୍କାର ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି କ୍ରମରେ ଉତ୍ତରପ୍ରଦେଶର ଚ‌ନ୍ଦୌଲି ପୁଲିସ ଷ୍ଟେସନରେ ନିୟୋଜିତ ଥିବା ଆଫତାପ ଆଲମ ନାମକ କନଷ୍ଟେବଳ ବି ମୁଖତାର … Read more

ବିଜେପିରେ ମିଶିଲେ ପୂର୍ବତନ ବିଜେଡ଼ି ଏମଏଲଏ ଅଭିନେତା ଆକାଶ ଦାସନାୟକ 

ଭୁବନେଶ୍ୱର: କୋରୋଇର ପୂର୍ବତନ ବିଜେଡ଼ି ବିଧାୟକ ତଥା ରାଜ୍ୟର  ଲୋକପ୍ରିୟ ଅଭିନେତା ଆକାଶ ଦାସନାୟକ ରବିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ କହିଛନ୍ତି ଯେ ଯାଜପୁର ଜିଲ୍ଲା କୋରେଇ ମାଟିର ଜନତା ହେଉଛନ୍ତି ମୋର ପରିବାରର ସଦସ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶିତ ଭାରତରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛି। କୋରେଇରେ ଅନେକ କାମ କରିଛି। ଆହୁରି କିଛି କାମ କରିବାର ବାକି ଅଛି। ମା’ ମାଟିର କାମ କରିବା ପାଇଁ … Read more

ବିଜେଡ଼ିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ଵାଳ ଓ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ 

ଭୁବନେଶ୍ଵର:  ଏକ ଗୁରୁତ୍ବପୂର୍ଣ ରାଜନୈତିକ ଘଟଣା କ୍ରମେ ଆଜି ବିଜୁ ଜନତା ଦଳ (ବିଜେଡି) ରେ ସାମିଲ ହୋଇଛନ୍ତି କଂଗ୍ରେସର ଭେଟରାନ ନେତା ଚିରଞ୍ଜୀବ ବିଶ୍ଵାଳ ଏବଂ ତାଙ୍କ ସମର୍ଥକ। ଆଜି ଚିରଞ୍ଜୀବ ଏକ ଶୋଭାଯାତ୍ରାରେ ଆସି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ସାଂସଦ ମାନସ ମଙ୍ଗରାଜ ଏବଂ ସାଂସଦ ସସ୍ମିତ ପାତ୍ର ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ … Read more

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କ ୧୯ତମ ପୂଣ୍ୟତିଥି ପାଳିତ

ଅନୁଗୁଳ:  ଓପି ଜିନ୍ଦଲ ଗ୍ରୁପ୍ ର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ଓପି ଜିନ୍ଦଲ(ବାଉଜି) ଙ୍କ ୧୯ ତମ ପୁଣ୍ୟତିଥି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି) ଅନୁଗୁଳ ପକ୍ଷରୁ ମାର୍ଚ୍ଚ 30, 2024 ରେ ଏକାଧିକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଅନ୍ୟର ଜୀବନ ବଞ୍ଚାଇବା ଭଳି ମହତ୍ କାର୍ଯ୍ୟ ର ଆୟୋଜନ କରାଯାଇଥିଲା। ଏହି ଅବସରରେ ସମାଜ ତଥା ଷ୍ଟିଲ ଉଦ୍ୟୋଗ ପ୍ରତି ବାଉଜୀ ଙ୍କ ସମର୍ପିତ ପ୍ରୟାସ କୁ ମନେପକାଇ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ … Read more

ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର: ପ୍ରସୂତିଙ୍କ ଗର୍ଭରୁ ବାହାରିଲା ଦେଢ଼ କିଲୋ ଓଜନର ଟ୍ୟୁମର

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା ସ୍ଥିତ କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର ଜରିଆରେ ଡାକ୍ତରୀ ଟିମ୍ ଜଣେ ଗର୍ଭବତୀଙ୍କ ପେଟରୁ ଦେଢ଼ କିଲୋ ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି। ଏହି ବିଶାଳ ଟ୍ୟୁମର ବାହାର କରିବା ସହ ସଫଳ ପ୍ରସବ ଦ୍ୱାରା ଉଭୟ ମା ଏବଂ ଶିଶୁ ପୁତ୍ରର ଜୀବନ ରକ୍ଷା ହୋଇପାରିଛି। ଗଙ୍ଗପଡ଼ା ଅଂଚଳର ରୁପାଲୀ ମାର୍ଥା ନାମକ ଜନୈକା ଗର୍ଭବତୀ ତାଙ୍କ ପେଟରେ ଟ୍ୟୁମର ମଧ୍ୟ … Read more

ବିଜେପି ସମ୍ବଲପୁରରେ ଏକତରଫା ଜିତିବ: ଜୟନାରାୟଣ ମିଶ୍ର

ସମ୍ବଲପୁର: ସମ୍ବଲପୁରରେ  ଆଗାମୀ ଦିନରେ ହାଇ-ଭୋଲ୍ଟେଜ ପ୍ରଚାର ଓ ଲଢେଇ ଦେଖିବାକୁ ଥିବାବେଳେ, ସାଧାରଣ ନିର୍ବାଚନ-୨୦୨୪ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତାମାନଙ୍କର ବୟାନ ରାଜନୀତିକୁ  ଆହୁରି ସରଗରମ କରୁଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର କହିଛନ୍ତି, ସମ୍ବଲପୁରରେ ଏଥର ବିଜେପି ଏକତରଫା ବିଜୟ ହାସଲ କରିବ। ସେ ନେଇ ଦୃଢ଼ୋକ୍ତିର ସହିତ କହିଛନ୍ତି ଯେ, ଏଥର ୱାନ ସାଇଡ୍ ଲଢ଼େଇ ହେବ । ବିଜେପି ଦେଢ଼ ଲକ୍ଷରୁ ଅଧିକ ଭୋଟରେ ବିଜୟ … Read more

ଓଡିଶାରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର  ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି  ପାଉଥିବା ବେଳେ ,  ପରିବର୍ତ୍ତିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ ଆଣିଛନ୍ତି।  ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ … Read more