June 30, 2025 9:13 pm

ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର : ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କାଶ୍ମୀର ହେଉଛି ଭାରତର ଏକ ଅଂଶ ଏବଂ ଏହା ହେଉଛି ବାସ୍ତବତା। ପିଓକେ ର ମୁସଲମାନ ଭାଇମାନେ ମଧ୍ୟ ଆମର ଏବଂ ଜମି ମଧ୍ୟ ଆମର। ପାକିସ୍ତାନ ପିଓକେ କୁ କାବୁ କରିଛି। ଏହି ସମୟରେ ଧାରା ୩୭୦ ସହିତ ଅନେକ ପ୍ରସଙ୍ଗ ଉଲ୍ଲେଖ କରି ସେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କୁ … Read more

ସମ ଅଲଟିମେଟରେ ଅଂଗଦାନ: ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରର ବିଭିନ୍ନ ଅଂଗ ଅନ୍ୟ ରାଜ୍ୟକୁ ପଠାଗଲା 

ଭୁବନେଶ୍ୱର:  ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ କେତେକ ଅଂଗ ବାହାର କରାଯାଇ ଦ୍ୱିତୀୟ ଥର ପାଇଁ ରାଜ୍ୟ ବାହାରେ ଗୁରୁତର ଥିବା ଦୁଇ ଜଣ ରୋଗୀଙ୍କୁ ନୂତନ ଜୀବନ ଦେବା ପାଇଁ ପଠାଯାଇଛି। ନଅ ମାସ ବ୍ୟବଧାନ ମଧ୍ୟରେ ସହରର ସମ୍ ଅଲ୍ଟିମେଟ ମେଡିକେୟାର ଠାରେ ଏହି ପ୍ରକ୍ରିୟା  ଦ୍ଵିତୀୟ ଥର ପାଇଁ  ସଫଳତାର ସହ  ହୋଇପାରିଛି।   କୃଷ୍ଣ ଚନ୍ଦ୍ର ମହାଭୋଇ ନାମକ ୪୮ ବର୍ଷୀୟ ଜଣେ ସିଆର୍‌ପିଏଫ୍ ଜବାନଙ୍କର ବୃକକ୍ ଅକାମି ହୋଇଯାଇଥିବାରୁ ସମ୍ମମ୍‌ରେ … Read more

ବିଜେଡିର ୧୫ ଲୋକସଭା, ୭୨ ବିଧାନସଭା ପ୍ରାର୍ଥୀ ତାଲିକା ଆସିଲା 

ସମ୍ବଲପୁରରେ ମହାମୁକାବିଲା ଭୁବନେଶ୍ୱର: ବିଜେଡିର  ସଭାପତି ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ଦୁଇଟି ପର୍ଯ୍ୟାୟରେ ମୋଟ ୧୫ ଟି ଲୋକସଭା ଆସନ ଏବଂ ୭୨ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।  ବହୁଚର୍ଚ୍ଚିତ ସମ୍ବଲପୁର ଲୋକସଭା ଆସନରେ ପ୍ରଣବ ପ୍ରକାଶ(ବବି) ଦାସ ପ୍ରାର୍ଥୀ ହୋଇଥିବାବଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଲଢ଼େଇ ହେବ । ସେହିଭଳି ଭୁବନେଶ୍ୱର ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଲଢ଼ିବେ ବିଜେଡିର ନବାଗତ ତଥା … Read more

ହୋଲି ଖେଳିଲେ ରାଜନେତା 

ଭୁବନେଶ୍ୱର : ରାଜ୍ୟରେ ରାଜନୈତିକ ବାତାବରଣ  ଊଷ୍ମରୁ ରୁ ଉଷ୍ମତର ହୋଇ ଚାଲିଥିବାବେଳେ  ରଙ୍ଗର ପର୍ବ ହୋଲି ସେଥିରେ କିଛି ଶୀତଳତା  ଆଣିଛି।  ରଙ୍ଗର ପର୍ବରେ ଝୁମିଛନ୍ତି ନେତା । ବାଜା ବାଣ -ମିଠା ପିଠାରେ କମ୍ପିଛି  ତିନି ଦଳର କ୍ୟାମ୍ପ । ମୁଣ୍ଡ ଉପରେ ନିର୍ବାଚନ । ହେଲେ ହୋଲିର ଅବସରକୁ ହାତ ଛଡା କରିବା ମୁଡରେ ନ ଥିଲେ ନେତା । ବିଜେପି- ବିଜେଡି- କଂଗ୍ରେସ ତିନି ପ୍ରମୁଖ ଶିବିରରେ ଉଡିଲା ରଙ୍ଗ । … Read more

ଏନଡିଏରେ ମିଶି ପାରନ୍ତି ଏମଏନଏସ ମୁଖ୍ୟ ରାଜ ଠାକରେ

ମୁମ୍ବାଇ: ଚଳିତ ମାସ ୨୮ ତାରିଖରେ ଏନଡିଏ ମହାରାଷ୍ଟ୍ରରେ ଏହାର ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା କରିବ।  ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ରାଜନୈତିକ ଦଳ ଏମଏନଏସ ଏନଡିଏରେ ସାମିଲ ହେବା ନେଇ ଆସନ୍ତାକାଲି ନିଷ୍ପତ୍ତିନେବ। ଏଥିଲାଗି  ଆସନ୍ତାକାଲି ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିରେ ଏନଡିଏରେ ସାମିଲ ହେବା ନେଇ ଦଳ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି। । ଏଣୁ ଏମଏନଏସକୁ ଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି କୁହାଯାଉଛି। ଗତ କିଛି ଦିନ ଧରି … Read more

ରେଖା ପାତ୍ରାଙ୍କ ସହ କଥା ହେଲେ ହେଲେ ପ୍ରଧାନମନ୍ତ୍ରୀ ମୋଦୀ 

ସନ୍ଦେଶଖାଲି ପୀଡ଼ିତା ରେଖା ବଶିରହାଟର ବିଜେପି ପ୍ରାର୍ଥୀ  ନୂଆଦିଲ୍ଲୀ:  ବଶିରହାଟ ଲୋକସଭା ଆସନରୁ ବଙ୍ଗଳାର ସନ୍ଦେଶଖାଲି ଅଞ୍ଚଳର ଯୌନ ଉତ୍ପୀଡ଼ନ ପୀଡିତା ରେଖା ପାତ୍ରାଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଖାଙ୍କ ସହ ଟେଲିଫୋନରେ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ରେଖାଙ୍କ ଠାରୁ ନିର୍ବାଚନ ପ୍ରସ୍ତୁତି ବିଷୟରେ ସୂଚନା ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଖା ପାତ୍ରାଙ୍କୁ ‘ଶକ୍ତି ସ୍ଵରୁପା’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ବଙ୍ଗାଳୀ … Read more

ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ଇସ୍ତାହାର ପ୍ରସ୍ତୁତ କରିବ ବିଜେଡ଼ି, ନିର୍ଦ୍ଦେଶ ଦେଲେ ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଗାମୀ ନିର୍ବାଚନରେ  ବିଜୁ ଜନତା ଦଳ  ସମ୍ପୂର୍ଣ ରଣକୌଶଳରେ କୌଣସି  କମି ରଖିବାକୁ ଚାହୁଁନାହିଁ। ସାଧାରଣ ନିର୍ବାଚନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ  ପାଇଁ ବିଜେଡି  ସ୍ଵତନ୍ତ୍ର ଇସ୍ତାହାର ପ୍ରକାଶ କରିବା ଏହି ଇସ୍ତାହାରରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଶେଷ ଘୋଷଣା କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି କହିଛି ଯେ, ଦଳ ଷଷ୍ଠଥର ସରକାରକୁ ଆସିଲେ, ପ୍ରଥମ କ୍ୟାବିନେଟରେ ହିଁ ସବୁ ଘୋଷଣା ପୂରଣ ହେବା। ଇସ୍ତାହାରରେ କ’ଣ କ’ଣ ରହିବ, … Read more

ପ୍ରକାଶ ଅନୁଭୂତି ଉନ୍ମୋଚିତ ଓ ଶ୍ରଦ୍ଧା ସମର୍ପଣ ଉତ୍ସବ

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ବରିଷ୍ଠ ସାମ୍ୱାଦିକ ତଥା  କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସାମ୍ୱାଦିକତା ଜୀବନୀକୁ ନେଇ ତାଙ୍କ ଦ୍ୱାରା ରଚିତ ପୁସ୍ତକ “ପ୍ରକାଶ ଅନୁଭୂତି ପ୍ରକାଶ”ର ଶ୍ରଦ୍ଧା ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରେକ୍ଷାଳୟରେ ଅଭିଶେକ୍ କ୍ରିଏସନ ପକ୍ଷରୁ ରବିବାର ଆୟୋଜିତ ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ , ପୂର୍ବତନ … Read more

ଆମେରିକାରେ ଉପଲବ୍ଧ ହେବ ‘ଅମୁଲ’ ତାଜା ଦୁଗ୍ଧ 

ନୂଆଦିଲ୍ଲୀ: ସାରା ଭାରତରେ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ  ବିକ୍ରି କରୁଥିବା ସଂସ୍ଥା ଅମୁଲ ନୂତନ  ଇତିହାସ ସୃଷ୍ଟି କରିବାକୁ ଯାଉଛି। ପ୍ରଥମ ଥର ପାଇଁ ଅମୁଲ୍‌ ତାଜା କ୍ଷୀର ଭାରତ ବାହାରେ ଉପଲବ୍ଧ ହେବ ଏବଂ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେସନ୍‌ (ଜିସିଏମ୍‌ଏମ୍‌ଏଫ୍‌) ଭାରତୀୟ ପ୍ରବାସୀ ଏବଂ ଏସୀୟ ଜନସଂଖ୍ୟାକୁ ସେବା ଯୋଗାଇବା ପାଇଁ ଏକ ସପ୍ତାହ ମଧ୍ୟରେ ଆମେରିକା ବଜାରରେ 4 ପ୍ରକାର କ୍ଷୀର ଲଞ୍ଚ କରବ। ‘ଆମେ ଅନେକ ଦଶନ୍ଧି ଧରି ଦୁଗ୍ଧ … Read more

ବିଜେପି ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା 

ଭୁବନେଶ୍ୱର: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିଜେପି ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପଞ୍ଚମ ତାଲିକାରେ ୧୧୧ ପ୍ରାର୍ଥୀଙ୍କ ନାମ ବିଜେପି ପ୍ରକାଶ ପାଇଛି।   ଏହି  ତାଲିକାରେ ଓଡ଼ିଶାର ୨୧ ଟି ଆସନ ମଧ୍ୟରୁ ୧୮ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି। ବିଜେପି ବଲାଙ୍ଗୀର, କଳାହାଣ୍ଡି, ଭୁବନେଶ୍ଵର ଓ ଆସିକାରେ ବିଜେପି ମହିଳା ପ୍ରାର୍ଥୀ ‌ଦେଇଛି। … Read more