କେମିକାଲ ଟ୍ୟାଙ୍କରରେ ବିସ୍ଫୋରଣ, ୧୦ ମୃତ ବଢ଼ିପାରେ ମୃତ୍ୟୁ ସଂଖ୍ୟା

ହାଇଦ୍ରାବାଦ: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରାସାୟନିକ ପଦାର୍ଥ ଭର୍ତ୍ତି ଏକ ଟ୍ୟାଙ୍କରରେ ଏକ ବଡ଼ ବିସ୍ଫୋରଣ ଘଟିଛି। ସିଗାଚି କେମିକାଲ୍ସରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣାରେ ଅତି କମରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଦୁର୍ଘଟଣାର ଖବର ପାଇବା ମାତ୍ରେ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଗୁରୁତର ଆହତମାନଙ୍କୁ ଆମ୍ବୁଲାନ୍ସ … Read more

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ

ଭୁବନେଶ୍ୱର ମହାନଗର ନିଗମ ଅଫିସରେ ମାର୍‌ପିଟ୍‌ । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କର୍ପୋରେଟରଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଅଫିସ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖବର ଅନୁଯାୟୀ, ଆଜି ବିଏମ୍‌ସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନିକଟକୁ କର୍ପୋରେଟରଙ୍କ ଲୋକେ ଅଭିଯୋଗ ଶୁଣାଣି କରୁଥିଲେ । … Read more

ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ଵର ଓ ମୟୂରଭଞ୍ଜରେ ବନ୍ୟା

ବାଲେଶ୍ୱର : ବନ୍ୟା ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର। ବାଲେଶ୍ଵର ଓ ମୟୂରଭଞ୍ଜରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର ବଢିବାରେ ଲାଗିଛି । ଏହି ତିନି ନଦୀରେ ବନ୍ୟା ସ୍ଥିତି ଅଛି । ସୁବର୍ଣ୍ଣରେଖାରେ ବିପଦ … Read more

ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ୱ

ପୁରୀ: ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ୱ । ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ୱ ବୁଝିବେ IPS ସୌମେନ୍ଦ୍ର ପ୍ରିୟଦର୍ଶୀ । ନୀତିକାନ୍ତି ଓ ଉତ୍ସବ ପାଳନ ବେଳେ ପୋଲିସ୍‌ ବ୍ୟବସ୍ଥା ଦେଖିବେ । ରବିବାର ଭୋରରୁ ଶରଧାବାଲିରେ ଦଳାଚକଟା ଘଟି ୩ ଭକ୍ତଙ୍କର ଜୀବନ ଚାଲିଗଲା ବହୁ ଭକ୍ତ ଆହତ ହେଲେ। ଏହାକୁ ନେଇ ବିଭିନ୍ନ ମହଲରେ ଦେଖିବାକୁ ମିଳିଲା ତୀବ୍ର ପ୍ରତିକ୍ରିୟା। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଏ ଘଟଣାକୁ ନେଇ ଏକ୍ସରେ ପୋଷ୍ଟ … Read more

ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ୱର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏନେଇ ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ କରାଯାଇଛି । ପୁରୀ ଅଘଟଣ ପାଇଁ ମର୍ମାହତ, ତେଣୁ ନିର୍ବାଚନ ସ୍ଥଗିତ ରହିଥିବା ନେଇ ପ୍ରତାପ ଷଡଙ୍ଗୀ କହିଛନ୍ତି । ତେବେ ପୁଣିଥରେ କେବେ ନିର୍ବାଚନ ହେବ ସେନେଇ ବର୍ତ୍ତମାନ ସୁଦ୍ଧା ତାରିଖ ଘୋଷଣା କରାଯାଇ ନାହିଁ … Read more

ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ଷା ଆରମ୍ଭ ହେଉଛି, ତେଣୁ ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୦୦ ଛୁଇଁଲାଣି। କେବଳ ଜୁନ୍‌ ମାସରେ ବହୁସଂଖ୍ୟକ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ଷ ଆରମ୍ଭରୁ ସଂଖ୍ୟା ବଢ଼ିଲାଣି । ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ଆଶଙ୍କା ରହିଛି। ଏପ୍ରିଲ ମାସରେ ମାତ୍ର ୬ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ମେ ମାସରେ ସଂଖ୍ୟା ୧୪ । ଜୁନ୍‌ ମାସ ଶେଷ … Read more

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ତାଣ୍ଡବ ; ୯ ଶ୍ରମିକ ନିଖୋଜ

ଉତ୍ତରାଖଣ୍ଡ: ପାହାଡିଆ ରାଜ୍ୟରେ ଲଗାତାର ବର୍ଷା ଯୋଗୁଁ ବିନାଶ ଦେଖାଯାଉଛି। ପ୍ରଥମେ ହିମାଚଳର କାଙ୍ଗଡ଼ା ଏବଂ କୁଲୁ, ଏବେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ବର୍ଷା ଏକ ବିପର୍ଯ୍ୟୟ ପାଲଟିଛି। ଉତ୍ତରକାଶୀର ବାରକୋଟ-ଯମୁନୋତ୍ରୀ ରାସ୍ତାରେ ବାଲିଗଡ଼ରେ ବାଦଲ ଫଟା ବର୍ଷା ହୋଇଛି। ଯାହା ବିପୁଳ କ୍ଷତି କରିଛି। ପାଣିର ଦ୍ରୁତ ପ୍ରବାହ ଯୋଗୁଁ ଏଠାରେ ଏକ ନିର୍ମାଣାଧୀନ ହୋଟେଲ ସ୍ଥାନରେ କାମ କରୁଥିବା ୮ ରୁ ୯ ଜଣ ଶ୍ରମିକ ନିଖୋଜ ଅଛନ୍ତି l ସୂଚନା ପାଇବା ମାତ୍ରେ SDRF … Read more

ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ପୁରୀ ଶରଧାବାଲିରେ ଠେଲାପେଲା ଘଟଣାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଘଟଣାରେ ମୁଁ ଓ ମୋ ସରକାର କ୍ଷମା ମାଗୁଛୁ ବୋଲି କହିଛନ୍ତି ମୋହନ ମାଝୀ । ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ନେଇ କହିଲେ ମୁଖ୍ୟମନ୍ତ୍ରୀ । ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ … Read more

ଶରଧାବାଲିରେ ଠେଲାପେଲା ୩ ଶ୍ରଦ୍ଧାଳୁ ମୃତ

ପୁରୀରେ ବଡ ଅଘଟଣ l ଶରଧାବାଲିରେ ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଦଶ ରୁ ଉର୍ଦ୍ଧ ଆହତ ହୋଇଛନ୍ତି l ରଥ ସାମ୍ନାରେ ହୋଇଛି ଠେଲାପେଲା। ଆଜି ଭୋର ୪ ଟା ୫୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୁରୀ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ପବିତ୍ର ମୋହନ ମଲ୍ଲିକ। ସେହିପରି ଅନ୍ୟ ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ … Read more

ଆଇପିଏସ ପରାଗ ଜୈନ ହେଲେ ନୂତନ RAW ମୁଖ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୯୮୯ ବ୍ୟାଚ୍ ର ପଞ୍ଜାବ କ୍ୟାଡରର IPS ଅଧିକାରୀ ହେଉଛନ୍ତି ପରାଗ ଜୈନ । ତାଙ୍କୁ ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ (RAW) ର ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି । ସେ ରବି ସିହ୍ନାଙ୍କ ସ୍ଥାନ ନେବେ । ରବି ସିହ୍ନାଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଜୁନ୍ ୩୦ରେ ଶେଷ ହେଉଛି । ପରାଗ ଜୈନଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ହେବ । ପରାଗ ଜୈନ ବର୍ତ୍ତମାନ ବିମାନ ଗବେଷଣା କେନ୍ଦ୍ରର … Read more