ସାଢ଼େ ୩ କୋଟି ଚାକିରି ଦେବେ ସରକାର

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ୧ ଲକ୍ଷ କୋଟି ଟଙ୍କାର ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ସୃଷ୍ଟି ହେବ ୩କୋଟି ୫୦ ଲକ୍ଷ ଚାକିରି । ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ବଢୁଥିବାରୁ ନିଯୁକ୍ତି ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଅଗଷ୍ଟ ୧ରୁ ୨୦୨୭ ଜୁଲାଇ ୧୭ ତାରିଖ ମଧ୍ୟରେ ଏହି ନିଯୁକ୍ତି ମିଳିବ । ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମାଷ୍ଟରଷ୍ଟ୍ରୋକ୍ … Read more

୯ ଟି ରାଜ୍ୟ ପାଇଁ ବିଜେପି ଘୋଷଣା କଲା ନୂଆ ସଭାପତିଙ୍କ ନାମ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପୁଡ଼ୁଚେରୀ, ମିଜୋରମ, ଆଣ୍ଡାମାନ ନିକୋବର ଓ ମଧ୍ୟପ୍ରଦେଶ ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ବିଜେପି ତରଫରୁ ୨୦ ଟି ରାଜ୍ୟପାଇଁ ବିଜେପି ସଭାପତିଙ୍କ ନାମ ଘୋଷଣା କରିଛି । କୁହାଯାଇଛି କି, ଆସନ୍ତା ୨ ଦିନ ମଧ୍ୟରେ ବାକି ଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଜେପି ତା’ର ସଭାପତିଙ୍କ ନାମ … Read more

ICMR ଓ AIIMS ର ସ୍ପଷ୍ଟୀକରଣ କରୋନା ଟିକା ନୁହେଁ ହୃଦ୍‌ଘାତର କାରଣ

ଭୁବନେଶ୍ୱର: କୋଭିଡ ଟିକା ନୁହେଁ ହୃଦଘାତର କାରଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କିନ୍ତୁ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିବା ସହ କୋଭିଡ ଟିକାର ହୃଦଘାତ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି କୁହାଯାଇଛି । ଇଣ୍ଡିଆନ୍ କାଉନସିଲ୍ … Read more

ମାସେ ପାଇଁ ଜାତିସଙ୍ଘ ସୁରକ୍ଷା ପରିଷଦର ସଭାପତି ହେଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ମଙ୍ଗଳବାର ଜୁଲାଇ ୨୦୨୫ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିବାକୁ ଯାଉଛି। ପାକିସ୍ତାନର ସରକାରୀ ଗଣମାଧ୍ୟମ ଏ ବିଷୟରେ ସୂଚନା ଦେଇଛି। ଏହା ହେଉଛି ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବରେ ପାକିସ୍ତାନର ଦୁଇ ବର୍ଷ କାର୍ଯ୍ୟକାଳର ଏକ ଅଂଶବିଶେଷ। ଜାନୁଆରୀ ୨୦୨୫ରେ ପାକିସ୍ତାନ ଦୁଇ ବର୍ଷ ପାଇଁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲା। ପାକିସ୍ତାନକୁ ୧୯୩ ଭୋଟରୁ ୧୮୨ ଭୋଟ ମିଳିଥିଲା। ଜାତିସଂଘରେ ପାକିସ୍ତାନର … Read more

ଆସନ୍ତା ୧୧ ଜୁଲାଇରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆସନ୍ତା ୧୧ ଜୁଲାଇରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ କଂଗ୍ରେସ (AICC)ର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବେ। ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା। ଉଭୟ ନେତା ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏକ ବିଶାଳ ସମାବେଶରେ ଯୋଗଦେବେ। ଗତ କିଛି ଦିନ ହେବ ରାହୁଲ ଗାନ୍ଧି ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆ ଓ … Read more

ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ ଘଟଣାକୁ ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ପରଦା ପଛରେ ଥିବା ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେଡି ନେତାଙ୍କ ପକ୍ଷରୁ ଦାବି କରାଯାଇଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ । ସରକାରଙ୍କର ଅହଙ୍କାର ଚରମ ସୀମାରେ ପହଞ୍ଚିଲାଣି ବୋଲି ବିଜେଡି ଅଭିଯୋଗ କରିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ। ଲୋକଙ୍କ ସରକାର ନୁହେ, ଏହା ଲୋକଙ୍କ ବିରୋଧୀ ସରକାର ବୋଲି ବିଜେଡି ନେତା ଅଶୋକ … Read more

ଆଜି ହେଉଛି ହେରାପଞ୍ଚମୀ, ନନ୍ଦିଘୋଷ ରଥକାଠ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ରଥଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ଆଜି ରାତିରେ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବ। ହେରାପଞ୍ଚମୀ ନୀତି ପାଇଁ ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହେବ। ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁଙ୍କ ସହିତ ମହାଲକ୍ଷ୍ମୀ ବା ଶ୍ରୀଦେବୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ମହାପ୍ରଭୁଙ୍କ ଗଇଁଠାଳ ଫିଟି ନ ଥିବାବେଳେ ମହାପ୍ରଭୁ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହୋଇଥିଲେ। … Read more

ରେଳ ଭଡ଼ାରେ ବୃଦ୍ଧି,ରେଳ ଯାତ୍ରୀଙ୍କୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ: ରେଳବାଇ କୋଭିଡ୍‌ ମହାମାରୀ ପରେ ପ୍ରଥମ ଥର ପାଇଁ ଯାତ୍ରୀ ଭଡ଼ାରେ ବୃଦ୍ଧି ଘଟାଇଛି। ନୂଆ ଭଡ଼ା ବୃଦ୍ଧି ଜୁଲାଇ ପହିଲାରୁ ଅର୍ଥାତ ଆଜିଠାରୁ ଲାଗୁ ହୋଇଛି। ଏଥିରେ ଲୋକାଲଠାରୁ ଆରମ୍ଭ କରି ମେଲ୍ ଏକ୍ସପ୍ରେସ୍‌ର ଭଡ଼ା ବୃଦ୍ଧି କରାଯାଇଛି। ରିଜର୍ଭେସନ୍ ଫି, ସୁପରଫାଷ୍ଟର ଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି। ଦ୍ୱିତୀୟ ଶ୍ରେଣୀରେ ପ୍ରତି କିମି ଯାତ୍ରା ପାଇଁ ଅଧା ପଇସା ବୃଦ୍ଧି କରାଯାଇଛି। ଏହି ଅନୁଯାୟୀ ୫୦୧ ରୁ ୧୫୦୦ କିମିର … Read more

ଓଏଏସ ଅଧିକାରୀ ଙ୍କୁ ମାଡ଼ ନିନ୍ଦା କଲେ ନବୀନ:ଛୁଟି ରେ ରହିବେ ଓଏଏସ ଅଧିକାରୀ

ଭୁବନେଶ୍ୱର: ବିଏମସି କାର୍ଯ୍ୟାଳୟରେ ଆକ୍ରମଣ ଘଟଣାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଥିବା ବେଳେ ଦୃଢ଼ ନିନ୍ଦା କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆକ୍ରମଣ ପଛରେ ଥିବା ରାଜନେତାଙ୍କ ଉପରେ ମଧ୍ୟ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଦାବି କରିଛନ୍ତି । ଯେଉଁଠି ବରିଷ୍ଠଅଧିକାରୀକାର୍ଯ୍ୟାଳୟରେ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ନାଗରିକ ସରକାରଙ୍କଠୁ … Read more

ଯବାନଙ୍କୁ ମ୍ୟାଲେରିଆ ଚିନ୍ତା

ମାଲକାନଗିରି: ମାଓବାଦୀ ଅପରେସନରେ ଯାଉଥିବା ଯବାନ ଜଙ୍ଗଲରୁ ଫେରିବା ପରେ ସିଧା ମେଡିକାଲ ମୁହାଁ ହେଉଛନ୍ତି । କାରଣ ଘଞ୍ଚ ଜଙ୍ଗଲରେ କେବଳ ମାଓବାଦୀଙ୍କ ସହ ନୁହେଁ ମଶାଙ୍କ ସହ ମଧ୍ୟ ରୀତିମତ ଚାଲିଛି ଯବାନଙ୍କ ଲଢ଼େଇ । ମାଲକାନଗିରିରେ କାୟା ମେଲାଉଛି ମ୍ୟାଲେରିଆ। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମଶାଙ୍କ କୋପରୁ ବର୍ତ୍ତିନାହାନ୍ତି ସାହସୀ ଯବାନ । ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ବିଏସଏଫ୍ ଓ ଏସଓଜି ଯବାନଙ୍କ ପାଇଁ ମ୍ୟାଲେରିଆ ମୁଣ୍ଡବିନ୍ଧାର କାରଣ … Read more