କାଣ୍ଟା ଲଗା ଫେମ ଶେଫାଳୀଙ୍କ ମୃତ୍ୟୁର ତଦନ୍ତ ପାଇଁ ଘରେ ପହଞ୍ଚିଲା ଫରେନ୍‌ସିକ୍‌ ଟିମ୍‌

ମୁମ୍ବାଇ: ଜଣାଶୁଣା ଅଭିନେତ୍ରୀ ଏବଂ ବିଗ୍ ବସ୍ ୧୩ ପ୍ରତିଯୋଗୀ ଶେଫାଳୀ ଜାରିୱାଲାଙ୍କ ଆକସ୍ମିକ ମୃତ୍ୟୁ ପରେ ମନୋରଞ୍ଜନ ଶିଳ୍ପ ବର୍ତ୍ତମାନ ସ୍ତବ୍ଧ ପାଲଟିଛି। ୨୦୦୦ ଦଶକରେ କାଣ୍ଟା ଲଗା ମ୍ୟୁଜିକ୍ ଭିଡିଓ ପରେ ପ୍ରସିଦ୍ଧି ହାସଲ କରିଥିବା ଏହି ଅଭିନେତ୍ରୀଙ୍କର ଶୁକ୍ରବାର (ଜୁନ୍ ୨୭) ମୁମ୍ବାଇରେ ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି।ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ମଧ୍ୟରାତ୍ରିରେ ଶେଫାଳୀଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତଥାପି, … Read more

ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ

ବ୍ରହ୍ମପୁର: ଅବସର ନେବାକୁ ତିନି ଦିନ ଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ଏକକାଳୀନ ୭ ଟି ସ୍ଥାନରେ ଚଢ଼ାଉ ଚାଲିଛି। ବ୍ରହ୍ମପୁର ରାମହରି ନଗରରେ ଥିବା ସୁଶୀଲଙ୍କ ବାସଭବନ, ଆଙ୍କୁଲି ମୁକ୍ତେଶ୍ଵର ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟ, ପୁରୀ ଚୁଡଙ୍ଗ ସାହି, କବିସୂର୍ଯ୍ୟନଗର ଗୁଡିଆଳିର ତାଙ୍କର ପୈତୃକ ଘର, ପୁରୁଷୋତ୍ତମପୁର ବେଢ ଗାଁରେ ଥିବା … Read more

କୋଲକାତା ‘ଲ’ କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ କୋଲକାତା ‘ଲ’ କଲେଜ ପରିସରରେ ଜଣେ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଶନିବାର କୋଲକାତା ପୋଲିସ କଲେଜର ଜଣେ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ଚତୁର୍ଥ ଗିରଫ। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ହେଉଛି ଶାସକ ଦଳ ଟିଏମ୍‌ସିର ନେତା। ରିପୋର୍ଟ ଅନୁସାରେ ଘଟଣା ଜୁନ୍ ୨୫ ତାରିଖରେ ଘଟିଥିଲ। ପୀଡ଼ିତା ୨୪ ବର୍ଷିୟା … Read more

ପୁରୀ ମେଡିକାଲରେ ୬୦୦ରୁ ଅଧିକ ଶ୍ରଦ୍ଧାଳୁ ଭର୍ତ୍ତି:ଆଜି ପୁଣି ହବ ରଥଟଣା

ପୁରୀ ମେଡିକାଲରେ ଅସମ୍ଭାଳ ସ୍ଥିତି । ୬୦୦ରୁ ଅଧିକ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରଥଟଣା ସମୟରେ ଦଳାଚକଟା ଏବଂ ଅଣନିଶ୍ବାସୀ ହୋଇ ଅଧିକାଂଶ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି କିଛି ଭକ୍ତ ସମୁଦ୍ରରେ ଗାଧେଇବା ବେଳେ ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସେଥି ମଧ୍ୟରୁ ଅଧିକାଂଶ ମହିଳା ବୟସ୍କ ବ୍ୟକ୍ତି ଅଛନ୍ତି । ପ୍ରତି ୫ ମିନିଟରେ ବଡ଼ଦାଣ୍ଡରୁ ଆମ୍ବୁଲାନ୍ସ ଯୋଗେ ଶ୍ରଦ୍ଧାଳୁଙ୍କୁ ମେଡିକାଲକୁ ନିଆଯାଇଥିଲା ।ରଥଟଣାରେ … Read more

ଜାତିସଂଘର ତଦନ୍ତ ସହାୟତାକୁ ପ୍ରତ୍ୟାଖ୍ୟାନ କଲା ଭାରତ

ଅହମଦାବାଦ: ବ୍ଲାକ୍‌ବକ୍ସ ତଥ୍ୟ ବିଶ୍ଳେଷଣରେ ବିଳମ୍ବ ହେଉଥିବାରୁ କେତେକ ସୁରକ୍ଷା ବିଶେଷଜ୍ଞ ଏହାକୁ ସମାଲୋଚନା କରିଥିବା ବେଳେ ଜାତିସଂଘ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତରେ ସହାୟତା କରିବାକୁ ପ୍ରସ୍ତାବ ଦେଇଛି। ମାତ୍ର ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ଭାରତରେ ଥିବା ଏହାର ଅନୁସନ୍ଧାନକାରୀଙ୍କୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେବାକୁ କହିଥିଲା, କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।ଗତ ଏକ ଦଶନ୍ଧି ମଧ୍ୟରେ ବିଶ୍ୱର … Read more

ଡିସଚାର୍ଜ ପୂର୍ବରୁ ମିଳିବ ଶିଶୁର ଜନ୍ମ ପ୍ରମାଣପତ୍ର

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନବଜାତ ଶିଶୁଙ୍କ ମା’ମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ପୂର୍ବରୁ ଶିଶୁର ଜନ୍ମ ପ୍ରମାଣପତ୍ର ଜାରି କରିବାକୁ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ବିଶେଷକରି ସେହି ହସ୍ପିଟାଲଗୁଡ଼ିକ ଯେଉଁଠାରେ ଦେଶର ୫୦% ରୁ ଅଧିକ ଅନୁଷ୍ଠାନିକ ଜନ୍ମ ହୁଏ । ପ୍ରକୃତରେ, ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ପଞ୍ଜୀକରଣ ରେଜିଷ୍ଟ୍ରାରଙ୍କ ଦ୍ୱାରା ଜାରି … Read more

ବିଷ୍ଣୋଇଙ୍କ ଗୁରୁଙ୍କ ମା’ ସମେତ ୨ ଜଣଙ୍କୁ ଗୁଳି କରି ହତ୍ୟା

ପଞ୍ଜାବ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏବଂ ବମ୍ବିହା ଗ୍ୟାଙ୍ଗ ମଧ୍ୟରେ ଛକାପଞ୍ଛା ଆରମ୍ଭ ହୋଇଛି। ଲରେନ୍ସ ବିଷ୍ଣୋଇଙ୍କ ଗୁରୁ ତଥା ଗ୍ୟାଙ୍ଗଷ୍ଟର ଜଗୁ ଭଗବାନପୁରିଆଙ୍କ ମା’ ହରଜୀତ କୌରଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ତାଙ୍କ ସହିତ ଥିବା ଅନ୍ୟ ଜଣେ ବ୍ୟକ୍ତି କରଣବୀର ସିଂହ ମଧ୍ୟ ହତ୍ୟାର ଶିକାର ହୋଇଛନ୍ତି। ଏହି ହତ୍ୟାକାଣ୍ଡ ପାଇଁ ବମ୍ବିହା ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ଜଗୁ ଏବେ ଜେଲରେ ଅଛନ୍ତି। ତେବେ ଏହି ଗୁଳିକାଣ୍ଡର ଦୃଶ୍ୟ ସେଠାରେ ଲାଗିଥିବା … Read more

ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ରଥଯାତ୍ରା ନେଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ରଥଯାତ୍ରାରେ ମଧ୍ୟ ସାମିଲ ହୋଇ ପୁରୀ ବଡଦାଣ୍ଡରେ ଥିବା ଭକ୍ତଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭିଡ ନିୟନ୍ତ୍ରଣ ଏବଂ CCTV ସର୍ଭିଲାନ୍ସର ତଦାରଖ କରିଛନ୍ତି । ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର । ତାଙ୍କ ସହ ସାଥୀରେ ଥିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ … Read more

ଗୁଇନ୍ଦାଗିରୀ କରି ଗିରଫ ହେଲେ ନୌସେନା କର୍ମଚାରୀ

ନୂଆଦିଲ୍ଲୀ: ଜ୍ୟୋତି ମାଲହୋତ୍ରା କଥା ମନରୁ ଲିଭିନଥିବା ବେଳେ ଏବେ ଆଉ ଜଣେ ଗୁପ୍ତଚରଙ୍କ ତଥ୍ୟ ସାମ୍ମନାକୁ ଆସିଛି । ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହୋଇଛନ୍ତି ଆଉ ଜଣେ ଭାରତୀୟ । ନୌସେନା ମୁଖ୍ୟାଳୟର କର୍ମଚାରୀ ବିଶାଲ ଯାଦବ ଅପରେସନ୍ ସିନ୍ଦୂର ବେଳର ପ୍ରତିରକ୍ଷା ସୂଚନା ପାକିସ୍ତାନକୁ ଦେଉଥିଲେ । ଅଭିଯୁକ୍ତ ବିଶାଲ ଯାଦବ ହରିୟାଣାର ରେୱାଡିର ପୁନ୍ସିକା ଗାଁର ବାସିନ୍ଦା । ସେ ନୌସେନା ଭବନର ଡକୟାର୍ଡ ନିର୍ଦ୍ଦେଶ।ଳୟରେ ଉପର ଡିଭିଜନ କ୍ଲର୍କ … Read more

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ

ପୁରୀ: ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବେ ବୋଲି ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି। ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୬ଟା ରେ ମଙ୍ଗଳ ଆଳତି ନୀତି ପରେ ମଈଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ସହିତ … Read more