ଆୟକର ବିଲ୍ ୨୦୨୫ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ଆୟକର ବିଲ୍-୨୦୨୫କୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଫେବ୍ରୁଆରୀ ୧୩ରେ ଆଗତ ଆୟକର ବିଲ୍ ପ୍ରତ୍ୟାହୃତ ହୋଇଛି। ତର୍ଜମା ପାଇଁ ସିଲେକ୍ଟ କମିଟି ନିକଟକୁ ପଠାଯାଇଥିଲା ବିଲ୍। ସିଲେକ୍ଟ କମିଟିର ସୁପାରିସ୍ ଆଧାରରେ କେନ୍ଦ୍ର ସରକାର ଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ଖୁବ୍ ଶୀଘ୍ର ନୂଆ ଆୟକର ବିଲ୍ ଆଗତ କରିବେ ସରକାର। ୬ ଦଶନ୍ଧିର ପୁରୁଣା ଆୟକର ଆଇନର ସ୍ଥାନ ନେବ ନୂଆ ଆଇନ୍ । ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶକୁ ସାମିଲ କରି … Read more

କପିଲଙ୍କ କାଫେ ଉପରେ ଆକ୍ରମଣ ତାପରେ ପୁଣି ମିଳିଲା ଲରେନ୍ସର ଧମକ

ମୁମ୍ବାଇ: କାନାଡାର ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେ ଉପରେ ଗୁରୁବାର ପୁଣି ଥରେ ଗୁଳି ଚାଳନା ହୋଇଥିଲା। ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କପିଲ ଶର୍ମାଙ୍କ କାପ୍ସ କାଫେରେ ଗୁଳି ଚାଳନା ହେବା ପରେ ଏବେ କପିଲଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି। କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ବୋଲି ପ୍ରଶ୍ନ ଉଠୁଥିବା ବେଳେ ଏବେ ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସାମ୍ନାକୁ ଆସିଛି। ଏହା … Read more

ଦିଲ୍ଲୀ ବିମାନବନ୍ଦରକୁ ସୁରକ୍ଷା ସତର୍କତା

ନୂଆଦିଲ୍ଲୀ: ସ୍ଵାଧୀନତା ଦିବସ ପୂର୍ବରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର ସମେତ ଦେଶର ସମସ୍ତ ବିମାନବନ୍ଦରକୁ ଉଚ୍ଚ ସ୍ତରୀୟ ସୁରକ୍ଷା ସତର୍କତାରେ ରଖାଯାଇଛି। ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି (BCAS) ର ତିନୋଟି ସୁରକ୍ଷା ପରାମର୍ଶ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଯାହା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଙ୍କଠାରୁ ମିଳିଥିବା ଆକ୍ରମଣ ଜନିତ ସୂଚନାକୁ ଦୃଷ୍ଟିରେ ରଖି ନିଆଯାଇଛି।କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଙ୍କ ଦ୍ୱାରା ମିଳିଥିବା ସୂଚନା ଅନୁସାରେ, ଆସନ୍ତା ସେପ୍ଟେମ୍ବର ୨୨ ରୁ ଅକ୍ଟୋବର … Read more

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାର ଅଭିଯୁକ୍ତକୁ ଧରିଲା ପୋଲିସ

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ପୋଲିସ ହାତରେ ଧରାପଡିଛି । ମୁଖ୍ୟ ଅଭିଯୁକ୍ତ ହେଲା ଗଣେଶ୍ବର ବେହେରାଙ୍କ ପୁଅ ପ୍ରମୋଦ ବେହେରା। ତାର ଘର ବିଲିକଣା ପଞ୍ଚାୟତ ତେରୋଇ ଗାଁରେ ବୋଲି ଜଣାଯାଇଛି। ତାକୁ ଚେନ୍ନାଇରୁ ଧରି କେନ୍ଦ୍ରାପଡ଼ା ଆଣୁଛି ପୋଲିସ୍। ସେପଟେ କାଠିଆପଡା ଯିବ ଫୋରେନସିକ ଟିମ୍ । ଏସ୍ପି ଙ୍କ ଉପସ୍ଥିତିରେ ହେବ ଅଧିକ ତଦନ୍ତ ।ସୂଚନାପାଇଁ ବୁଧବାର ଦିନ, ଜଣେ ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କ ବାରମ୍ବାର ଧମକର … Read more

ଭାରତ ସରକାରଙ୍କ “ଆଦି କର୍ମଯୋଗୀ ଅଭିଯାନ” ଆରମ୍ଭ

ଭୁବନେଶ୍ୱର: ଭାରତ ତଥା ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମିଶନ୍ ମୋଡରେ ଆରମ୍ଭ ହୋଇଛି “ଆଦି କର୍ମଯୋଗୀ ଅଭିଯାନ” । ବିକଶିତ ଭାରତ @୨୦୪୭ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ସରକାରଙ୍କ ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟ ଅଧିନରେ ଏକ ପ୍ରଶିକ୍ଷିତ କ୍ୟାଡର ପ୍ରସ୍ତୁତ କରି ଜନଜାତି ସମ୍ପ୍ରଦାୟଙ୍କ ନିକଟରେ ସରକାରଙ୍କ ସେବାକୁ ପହଞ୍ଚାଇବା ଏବଂ ସରକାରଙ୍କ ପ୍ରତି ସେମାନଙ୍କର ବିଶ୍ବାସକୁ ଦୃଢୀଭୂତ କରିବା ଉଦ୍ଦେଶ୍ୟରେ ଆଦି କର୍ମଯୋଗୀ ଅଭିଯାନର ଶୁଭାରମ୍ଭ … Read more

ଗୋହତ୍ୟା ନିୟମ କଡାକଡି କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କଡ଼ାକଡ଼ି ହେବ । ଏହି ନିୟମ କୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଗୋଚାଲାଣ ଓ ଗୋହତ୍ୟା ଭଳି ଅପରାଧ ଦିନକୁ ଦିନ ବଢ଼ିଚାଲିଛି । ପ୍ରତିଦିନ କେଉଁଠି ନା କେଉଁଠି ଗୋଚାଲାଣ ବେଳେ ଗାଡ଼ି ଧରାପଡ଼ୁଛନ୍ତି । ଆଉ କେଉଁଠି କେଉଁଠିତ … Read more

ଭୁବନେଶ୍ୱରରେ EKTA କାର୍ଯ୍ୟକ୍ରମର ଉଦ୍ଘାଟନ କଲେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ

ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାଧୁରୀ । ଓଡ଼ିଶାରେ EKTA ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଆଜି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟପାଳ ଓ ସ୍ୱତନ୍ତ୍ର ଅତିଥି ଭାବେ ମାଧୁରୀ ଯୋଗ ଦେଇଛନ୍ତି । ଓଡ଼ିଶା ହସ୍ତତନ୍ତର ବ୍ରଣ୍ଡ ଆମ୍ବାସଡର ରହିଛନ୍ତି ମାଧୁରୀ । ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶା ହସ୍ତତନ୍ତର କଥା କହିଲେ ମାଧୁରୀ ଦୀକ୍ଷିତ … Read more

ଅଗଷ୍ଟ ୩୧ ସୁଦ୍ଧା ପୂରଣ ହେବ ୨୨ ହଜାର ୮୯୬ ପଦବୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧୦ ବିଭାଗର ଗ୍ରୁପ ସି ର ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ। ଅଗଷ୍ଟ ୩୧ ସୁଦ୍ଧା ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତି ପୂରଣ କରିବାକୁ ନିର୍ଦ୍ଦେଶ ରହିଛି। ଖାଲି ପଡ଼ିଥିବା ପଦବୀ ମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୮ ହଜାର୩୫୮, ପଞ୍ଚାୟତିରାଜ ବିଭାଗର ୪ ହଜାର ୪୨, ସ୍ୱାସ୍ଥ୍ୟ ବିଭାଗର ୩ ହଜାର ୬୭୭ ଟି ଏବଂ ସ୍ବାସ୍ଥ୍ୟ ବିଭାଗରେ ୩,୬୭୭ଟି ପଦବୀ … Read more

ଯୁବତୀ ଜଳିଯିବା ମାମଲା: ବଦଳି ହେଲେ ASI ପଲେଇ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଯୁବତୀ ଜଳିଯିବା ମାମଲାରେ ଆକ୍ସନ୍। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ପଲେଇଙ୍କୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସପି। ପୀଡ଼ିତାଙ୍କ ବାପା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ପଲେଇଙ୍କ ନାଁରେ ଅଭିଯୋଗ କରିଥିଲେ। ତେବେ ଯୁବତୀଙ୍କ ପୋଡି ହେବା ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଯୁବତୀଙ୍କ ମୃତ୍ୟୁ କେମିତି ହେଲା? କେଉଁ ପରିସ୍ଥିରେ ଘର ଭିତରେ ପୋଡ଼ିଗଲେ ଯୁବତୀ? ନିଜେ ଜଳିଗଲେ ନା ତାଙ୍କୁ … Read more

ପୂର୍ବତନ ଉପବାଚସ୍ପତି ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ନୟାଗଡ଼: ଖଣ୍ଡପଡ଼ାର ରାଜା ତଥା ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ପରଲୋକ ଘଟିଛି। ସେ ହୃଦରୋଗରେ ପୀଡିତ ଥିଲେ ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଅସୁସ୍ଥତା ଯୋଗୁ ତାଙ୍କର ୭୦ ବର୍ଷ ବୟସରେ ଦେହାନ୍ତ ଘଟିଛି। ସେ ଖଣ୍ଡପଡ଼ା ଗଡ଼ର ରାଜା ଥିଲେ। ସେ ୧୯୮୦, ୧୯୮୫ ଏବଂ ୧୯୯୫ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିଧାନସଭା ସଦସ୍ୟ (ବିଧାୟକ) ଭାବରେ କାର୍ଯ୍ୟ … Read more