ସର୍ବସାଧାରଣ ସ୍ଥାନରେ ଖୋଲାଯିବ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର,ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସପିଂ ମଲ୍‌ରେ ବ୍ରେଷ୍ଟ ଫିଡିଂ ସେଣ୍ଟର ଖୋଲିବା ପାଇଁ ବ୍ୟବସାୟୀ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନୁରୋଧ କରିଛନ୍ତି l ଆଗକୁ ସରକାରୀ ଅଫିସ୍ ଓ ଅଭିଯୋଗ ଶୁଣାଣି ସ୍ଥାନରେ,ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଣ୍ଟର ଖୋଲାଯିବ। ବିଶ୍ୱ ସ୍ତନ ପାନ ଦିବସ ଅବସରରେ ମହିଳା କମିଶନରେ ରାଜ୍ୟର ପ୍ରଥମ ର୍ବ୍ରେଷ୍ଟ ଫିଡ଼ିଂ ସେଣ୍ଟର୍ ଖୋଲାଯାଇଛି । ବ୍ରେଷ୍ଟ ଫିଡ଼ିଂ ଦ୍ଵାରା ବ୍ରେଷ୍ଟ କ୍ୟାନସର, ଟାଇପ୍ … Read more

ଛେପ ଟେଷ୍ଟ ରୁ ଜଣାପଡିଯିବ ଭବିଷ୍ୟତରେ ହେବାକୁ ଥିବା ରୋଗ

ଭୁବନେଶ୍ୱର: ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଧୀନ ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଦ୍ଵାରା ପୁଣି ଏକ ଗବେଷଣା ସଫଳ ହୋଇଛି । ଏଣିକି ବ୍ୟକ୍ତିର ଛେପରୁ ଭବିଷ୍ୟତରେ ତାଙ୍କୁ ହେବାକୁ ଥିବା ରୋଗ ବିଷୟରେ ଜଣାପଡ଼ିବ। ଏନେଇ ଏକ କିଟ୍ ପ୍ରସ୍ତୁତ କରାଯାଇଛି । ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ଏବଂ ଏହି ବିଭାଗର ଷ୍ଟାର୍ଟଅପ୍ ୱିଣ୍ଡ ଡିଏନ୍‌ଏ ଲାଇଫ୍‌ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ ହୋଇଛି … Read more

କର୍ତ୍ତବ୍ୟ ଭବନର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦିଲ୍ଲୀର ଅଲଗା ଅଲଗା ବିଲିଡିଂରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖୁବଶୀଘ୍ର କର୍ତ୍ତବ୍ୟଭବନକୁ ସ୍ଥାନାନ୍ତର ହେବ । କର୍ତ୍ତବ୍ୟ ଭବନ ୩ରେ କମନ ସେଣ୍ଟ୍ରାଲ ସେକ୍ରେଟରିଏଟ୍ ଭାବେ କାର୍ଯ୍ୟ କରିବ । ଏଥିରେ ଉଭୟ ସ୍ଵରାଷ୍ଟ୍ର ଓ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟ କରିବ । ମୋଟ ୧୦ଟି ବିଲ୍ଡିଂ ନିର୍ମାଣ ହେବ । ଆସନ୍ତା ୨୦୨୭ ଜୁନ୍ ସୁଦ୍ଧା ସମସ୍ତ ନିର୍ମାଣ ସରିବ । ତେଣୁ କର୍ତ୍ତବ୍ୟପଥରେ କର୍ତ୍ତବ୍ୟ ଭବନକୁ ଉଦ୍ଘାଟନ … Read more

୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ କରାଯିବ, ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ୧୬୩୫ ରାଜସ୍ୱ ଗାଁ ଗୁଡ଼ିକର ମ୍ୟାପ୍ କରିବା ପାଇଁ ଯାଉଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କହିବା ମୁତାବକ, ରାଜ୍ୟରେ ୧୯୯୧ରୁ ୨୦୨୪ ପର୍ଯ୍ୟନ୍ତ ୩୪ ବର୍ଷ ଭିତରେ ମାତ୍ର ୧ ହଜାର ଗାଁକୁ ରାଜସ୍ଵ ଗାଁ ଭାବେ ଘୋଷିତ କରାଯାଇଥିଲା । ହେଲେ ପୂର୍ବ ସରକାର ସେଥିରୁ ମାତ୍ର ୩୦୦ ଗାଁର ମ୍ୟାପ୍ ପ୍ରସ୍ତୁତ କରିଥିଲେ । କିନ୍ତୁ ପୂର୍ବ ସରକାର ବାକି ୭୦୦ ଗାଁର ମ୍ୟାପ୍ କରିପାରିଲେ ନାହିଁ … Read more

ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ ଦେବାଶିଷ ପଣ୍ଡା ଫସିଲେ ଭିଜିଲାନ୍ସ ଜାଲରେ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ ଦେବାଶିଷ ପଣ୍ଡା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ବାସଭବନ ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଭୁବନେଶ୍ୱରର ୪ଟି ଘର ଓ ବ୍ରହ୍ମପୁରରେ ଚଢାଉ ଚାଲିଛି । ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ … Read more

ଉତ୍ତରାଖଣ୍ଡରେ ବର୍ଷା ଯୋଗୁଁ ଧସିଲା ପାହାଡ଼, ରାତିସାରା ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଧାମର ମୁଖ୍ୟ ସ୍ଥାନ ଧରାଲି ଓ ଖୀରଗଙ୍ଗାରେ ବାଦଲଫଟା ବର୍ଷା ପରେ ବନ୍ୟା ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଗତକାଲି ଅପରାହ୍ନ ପ୍ରାୟ ୧ଟା ୩୦ରେ ହଠାତ୍ ବନ୍ୟା ଆସିବାରୁ ଚାରିଆଡ଼େ ଭଗ୍ନାବଶେଷ ବିସ୍ତାର ହୋଇଯାଇଥିଲା। ଏହି ଘଟଣାରେ ପ୍ରାୟ ୧୫ ରୁ ୨୦ ହୋଟେଲ ଏବଂ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ଅନୁଯାୟୀ, ଏହି ବିପର୍ଯ୍ୟୟରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ପାଇବା ପରେ, ଏନ୍‌ଡିଆରଏଫ, ଏସ୍‌ଡିଆରଏଫ୍‌, … Read more

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଦୁଇଗୋଷ୍ଠୀ ମୁହାଁମୁହିଁ: ୫ ଆହତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଯାହାଫଳରେ ୫ରୁ ଅଧିକ ଛାତ୍ର, ଏବଂ ଜଣେ ଅଣଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଗୋଷ୍ଠୀ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। କ୍ୟାମ୍ପସ୍‌ରେ ବ୍ୟାପକ ପୁଲିସ ମୁତୟନ ସହ … Read more

ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତ

ଭୁବନେଶ୍ୱର: ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇଛି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୪ ମସିହାରେ ମହିଳା କମିଶନ ଆୟୋଗକୁ ଭଙ୍ଗ କରିଥିଲେ ରାଜ୍ୟ ସରକାର। ଏହାପରଠାରୁ ପ୍ରାୟ ବର୍ଷେ ହେବ ଖାଲି ପଡିଥିଲା ମହିଳା କମିଶନ ଅଧ୍ୟକ୍ଷା ପଦ। ହେଲେ ମଙ୍ଗଳବାର ଦିନ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । … Read more

ଅପାରଗ କର୍ମଚାରୀଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଭାଗରେ ଥିବା ଅପାରଗ କର୍ମଚାରୀ ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତା’ର ହିସାବ ମାଗିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ନିକଟରେ ସଚିବସ୍ତରୀୟ ବୈଠକରେ ସମସ୍ତ ସଚିବଙ୍କୁ ସୂଚାଇ ଥିବାବେଳେ ଜୁଲାଇ ୩୧ରେ ମୁଖ୍ୟସଚିବଙ୍କ ନିର୍ଦ୍ଦେଶକ୍ରମେ ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ(ଓଏସ୍‌ଡି) କଲ୍ୟାଣ କୁମାର ରଥ ସମସ୍ତ ବିଭାଗର ସଚିବମାନଙ୍କୁ ପତ୍ର ଲେଖିଛନ୍ତି। ଚଳିତମାସ ୭ତାରିଖ ପୂର୍ବରୁ ସରକାରଙ୍କୁ ସମସ୍ତ ତଥ୍ୟ ଅବଗତ … Read more

ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ ହକି ଦଳ

ଭୁବନେଶ୍ୱର: ଭାରତୀୟ ହକି ଦଳ ଅଷ୍ଟ୍ରେଲିଆ ଗସ୍ତ ଲାଗି ୨୪ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ଓଡ଼ିଶାରୁ ୩ ଜଣ ସାମିଲ ଅଛନ୍ତି । ଅମିତ ରୋହିତଦାସ, ନୀଲମ ସଂଜୀପ ଖେସ୍‌ ଓ ଶିଳାନନ୍ଦ ଲାକ୍ରା ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଦଳର ନେତୃତ୍ୱଭାର ପୂର୍ବପରି ହର୍ମନପ୍ରୀତ ସିଂହଙ୍କ ହାତରେ ରହିଛି । ଏସିଆ କପ୍‌ ବିଜେତା ସିଧାସଳଖ ବିଶ୍ୱକପ୍‌ ଯୋଗ୍ୟତା ନିଶ୍ଚିତ ଥିବାରୁ ଏହି ପ୍ରତିଯୋଗିତା ଭାରତୀୟ ଦଳ ପାଇଁ … Read more