ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ମାରି ଅଡୁଆରେ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ସରକାର ଶିକ୍ଷାର ବିକାଶ କ୍ଷେତ୍ରରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଉଛି। କୌଣସି ଛାତ୍ରଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ଆଘାତ ନଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦେଶ ରହିଛି। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅଣଦେଖା କରୁଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯିବା ସହ ମାଡ଼ ମାରି ଲହୁଲୁହାଣ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଳକ ଦ୍ଵାରଗାଁ ସ୍ଥିତ … Read more

ଏଣିକି ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା, ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ବସିଛି । ୧୦ଟି ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ରାଜ୍ୟର ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା । ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଳା ସ୍ତରୀୟ ସବୁ ସରକାରୀ ଅଫିସରେ ଏଆଇ କ୍ୟାମେରା ଲଗାଯିବ। ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ। ସେହିପରି … Read more

ଅନଲାଇନ୍ ଗେମ ହେଲା କାଳ,ନେଲା ନାବାଳକ ଛାତ୍ରର ଜୀବନ…

ବାଲେଶ୍ୱର: ଅନଲାଇନ୍ ଗେମ ଖେଳିବାକୁ ବାରଣ କରିବାରୁ ଘଟିଛି ଏକ ଦୁଃଖଦ ଘଟଣା । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗ୍ରାମରେ ଘଟିଛି ଅଘଟଣ। ଅନଲାଇନ୍ ଗେମ୍ ନେଲା ନାବାଳକ ଛାତ୍ରଙ୍କ ଜୀବନ। ଏହି ଗ୍ରାମର ଅଷ୍ଟମ ଶ୍ରେଣୀର ନାବାଳକ ଛାତ୍ର ସନ୍ତୋଷ କୁମାର ଜେନା(୧୩) ପ୍ରତ୍ୟେକ ଦିନ ବିଦ୍ୟାଳୟରୁ ଫେରିବା ପରେ ଅନଲାଇନ୍ ଗେମରେ ବ୍ୟସ୍ତ ରୁହନ୍ତି। ପରିବାର ଲୋକ ଏନେଇ ବାରମ୍ବାର ପୁଅକୁ ତାଗିଦ୍ କରୁଥିବା ବେଳେ ଲୁଚି ଲୁଚି ସନ୍ତୋଷ ଫ୍ରି … Read more

ରାଜ୍ୟର ବିଭିନ୍ନ ପୋଷ୍ଟ ଅଫିସରେ ଅଚଳାବସ୍ଥା

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ହେଲାଣି ବିଭିନ୍ନ ପୋଷ୍ଟ ଅଫିସରେ ଅଚଳାବସ୍ଥା ଲାଗି ରହିଛି। ଧାଡ଼ିରେ ଠିଆ ହୋଇ ଅତିଷ୍ଠ ହେଲେଣି ଗ୍ରାହକ । ବିଭିନ୍ନ ଡାକଘରେ ଲାଗିଛି ଲିଙ୍କ୍‌ ଫେଲ୍‌ର ଫଳକ । ତେବେ ରାଖୀ ପାଇଁ ଭାରତୀୟ ଡାକ ସେବା ପକ୍ଷରୁ ରାଜ୍ୟରେ ନୂଆ ସଫ୍ଟୱେୟାର ଲଞ୍ଚ୍‌ ହୋଇଥିଲା । ଫଳରେ ସେ ସମୟରେ ସମସ୍ୟା ହେଉଥିଲା । ଲୋକମାନେ ଭାବୁଥିଲେ ରାଖୀ ପରେ ସମସ୍ୟାର ସମାଧାନ ହୋଇଯିବ । … Read more

ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୫ ମସିହାରେ ଏକ ନୂତନ ବିସ୍ଥାପନ ଓ ଥଇଥାନ (ଆରଆଣ୍ଡଆର) ନୀତି ଆଣିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାର ଏହି ସମ୍ପର୍କରେ ଏକ ନୂତନ ବ୍ୟବସ୍ଥା ପ୍ରସ୍ତୁତ ଏବଂ ପ୍ରଣୟନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଦିନ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି। ପ୍ରସ୍ତାବିତ ନୀତିର ଅଂଶ ଭାବରେ ବିସ୍ଥାପିତ ଲୋକଙ୍କୁ ବିଭିନ୍ନ ପ୍ରକାରର କ୍ଷତିପୂରଣ ମଧ୍ୟରୁ ଗୋଟିଏ … Read more

ଅବସରପ୍ରାପ୍ତ ଆଇଏଫଏସ ଅମରେଶ କୁମାର ଜୟସୱାଲଙ୍କୁ ଦୁଇ ବର୍ଷ କାରାଦଣ୍ଡ

କଟକ: ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସୋମବାର ଏକ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଅବସରପ୍ରାପ୍ତ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଅମରେଶ କୁମାର ଜୟସୱାଲଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ଭିଜିଲାନ୍ସ କୋର୍ଟର ବିଚାରପତି ଅରୁଣ କୁମାର ମଲ୍ଲିକ ଭୁବନେଶ୍ୱରର ଅରଣ୍ୟ ଭବନର ପୂର୍ବତନ ବନ ସଂରକ୍ଷକ ଜୟସୱାଲଙ୍କୁ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ କରିଛନ୍ତି।ସମ୍ବଲପୁରରେ ଡିଭିଜନାଲ ଫରେଷ୍ଟ ଅଫିସର (ଟେରିଟୋରିଆଲ୍) ଭାବରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ୨୦୨୩ … Read more

ଅଷ୍ଟମ ଶ୍ରେଣୀ ନାବାଳିକାର ଆତ୍ମାହୁତି ଉଦ୍ୟମ..

ବରଗଡ଼: ଆଉ ଜଣେ ନାବାଳିକା ପେଟ୍ରୋଲ୍ ଢାଳି ଆତ୍ମାହୁତି ଉଦ୍ୟମ କରିଛି । ବରଗଡ଼ ଜିଲ୍ଲା ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ପଡ଼ିଆରୁ ମୁର୍ମୁଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ନାବାଳିକାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ନାବାଳିକା ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି ନା ତାକୁ କେହି ଜାଳି ଦେଇଛି ତାହା ସ୍ପଷ୍ଟ ହୋଇପାରିନି। ସେ ତାଙ୍କ ମାମୁଁ … Read more

ସରୁନି ଯାନ୍ତ୍ରିକ ତ୍ରୁଟି ସମସ୍ୟା, ମଝି ଆକାଶରେ ଏୟାର ଇଣ୍ଡିଆ ବିମାନ..

ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ। ୨ ଘଣ୍ଟା ଧରି ମଝି ଆକାଶରେ ବୁଲିଲା । ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ଅଗଷ୍ଟ ୧୦ ତାରିଖରେ ତିରୁବନନ୍ତପୁରମରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିବା ଏଆଇ୨୪୫୫ ର କର୍ମଚାରୀମାନେ ସନ୍ଦେହଜନକ ଯାନ୍ତ୍ରିକ ସମସ୍ୟା ଏବଂ ରାସ୍ତାରେ ଖରାପ ପାଗ ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିଲେ ଏବଂ ବିମାନଟି ସୁରକ୍ଷିତ ଭାବରେ ଚେନ୍ନାଇରେ ଅବତରଣ କରିଥିଲା। ଏହି ବିମାନରେ … Read more

ଶ୍ରୀମନ୍ଦିରରୁ ୧୨ ନକଲି ଗୁମାସ୍ତା ଗିରଫ

ପୁରୀ: ପୁରୀସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନ୍‌ଏସ୍ ଧାରା ୧୧୧ ଅନୁଯାୟୀ ଏହି ନକଲି ଗୁମାସ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆସିଥାନ୍ତି । ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରା … Read more

ବିନା ନୋଟିସ୍‌ରେ ଭୋଟରଙ୍କ କଟିବନି ନାମ: ଇସି

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ସୁପ୍ରିମ୍‌କୋର୍ଟରେ ଏକ ନୂଆ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କମିସନ କହିଛନ୍ତି ବିନା ଆଗୁଆ ନୋଟିସ୍‌ ଏବଂ ଶୁଣାଣି ସୁଯୋଗ ବିନା କୌଣସି ଭୋଟରଙ୍କ ନାମ ତାଲିକାରୁ ହଟାଯିବ ନାହିଁ। ସଂଶୋଧନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକାରୀମାନେ ଅଦାଲତଙ୍କୁ ବିଭ୍ରାନ୍ତ କରିବାକୁ ଲଗାତାର ଚେଷ୍ଟା କରୁଛନ୍ତି ବୋଲି ଆୟୋଗ ଅଭିଯୋଗ କରିଛନ୍ତି। ସେମାନଙ୍କର ଏଭଳି ଷଡ୍‌ଯନ୍ତ୍ରପୂର୍ଣ୍ଣ ପ୍ରୟାସକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତଙ୍କୁ କମିସନ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଭୋଟର … Read more