ନାବାଳିକାକୁ ନିର୍ଯାତନା ବାପା କୁ ସାତ ବର୍ଷ ଜେଲଦଣ୍ଡ

ବାଲେଶ୍ୱର ଜିଲ୍ଲା ପୋକ୍ସୋ ଅଦାଲତ ଜନୈକ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ପ୍ରକାଶ କରି ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପିତା ବାଦଲ ସିଂକୁ 7 ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି ।ମାମଲାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ବାସୁଖୁଣ୍ଟା ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ବାଦଲ ସିଂ ନିଜ ୧୦ ବର୍ଷର ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲା। ନାବାଳିକା ଜଣକ ବାପା ବାଦଲର … Read more

ରାଜ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଅଗଷ୍ଟ ୨୩ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ … Read more

ଶ୍ରୀମନ୍ଦିର ପରିସରରେ ହେବ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ

ଭୁବନେଶ୍ବର: ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଆସୁଥିବା ବେଳେ ଅନେକ ମା’ ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି। ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମା’ ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା କରାଯାଇଛି। ଇତି ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର୍ … Read more

ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍

ସମ୍ବଲପୁର: ଆଜି ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍‌। ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିବାରୁ ଆଜି ପୁଣି ଖୋଲିଛି ହୀରାକୁଦ ଗେଟ୍। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦.୧୦ ଫୁଟରେ ପହଞ୍ଚିଥିବା ବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୪୩ ହଜାର ୮୩୧ ଘନଫୁଟ ବନ୍ୟାଜଳ। ଫଳରେ ଆଜି ଗେଟ୍ ଖୋଲିବ ନେଇ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ ସୂଚନା ଜାରି … Read more

ପାତ୍ରପଡ଼ା ଦୁର୍ଘଟଣା , ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର:-ପାତ୍ରପଡ଼ାରେ ହିଟ ଆଣ୍ଡ ରନ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବହୁ ଧରପଗଡ଼ ପରେ ଏବେ ଧରା ପଡ଼ିଛନ୍ତି କିଲର ସ୍କର୍ପିଓର ଦୁଇ ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି କମିଶନରେଟ ପୋଲିସ । ଜଣଙ୍କ ନାଁ ସୋହମ ରାଜ ତ୍ରିପାଠୀ। ସେ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଜଣେ ରୋହନ ରଞ୍ଜନ ରାଉତ। ସେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ … Read more

ନବୀନ ନିବାସରେ ପହଞ୍ଚି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଶନିବାର ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ସହିତ ଶୀଘ୍ର ସୁସ୍ଥ ହୋଇ ବିଧାନସଭା ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ନବୀନଙ୍କୁ କହିଛନ୍ତି । ଗତ କିଛି ଦିନ ତଳେ ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା । ଡିହାଇଡ୍ରେସନ କାରଣରୁ ସେ ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। … Read more

ମଧ୍ୟାହ୍ନ ଭୋଜନ ବନ୍ଦ ଘଟଣାରେ ୫୬ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାର ୫୬ଟି ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ନ ଦେବା ମହଙ୍ଗା ପଡ଼ିଛି । ଜିଲ୍ଲାର ୩ ବ୍ଲକ ଶିକ୍ଷା ଅଧିକାରୀ ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗାଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ବୌଦ୍ଧ ବ୍ଲକର ୧୫ଟି ବିଦ୍ୟାଳୟ, ହରଭଙ୍ଗାର ୩୩ଟି ବିଦ୍ୟାଳୟ ଓ କଣ୍ଟାମାଳର ୮ଟି ବିଦ୍ୟାଳୟ ସ୍ଵାଧୀନତା … Read more

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀରେ ଫୁଟିଲା ବୋମା

ଭୁବନେଶ୍ୱର: ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମା ଫୁଟିବା ଘଟଣାକୁ ମାତ୍ର କିଛି ଦିନ ବିତିଥିବା ବେଳେ, ପୁଣି ଗତକାଲି ବିଳମ୍ୱିତ ରାତିରେ ଭୁବନେଶ୍ୱର ଫୁଲେଶ୍ୱରି ବସ୍ତିରେ ବୋମା ମାଡ଼ ହୋଇଛି । କମିଶନରେଟ୍ ପୋଲିସକୁ ଚାଲେଞ୍ଜ କରି ବୋମାମାଡ଼ କରିଛି ଦୃର୍ବୁତ୍ତ । ଫୁଲେଶ୍ୱରି ବସ୍ତିର ଏକ କ୍ଳବ୍ ଘର ଉପରକୁ ଦୃର୍ବୁତ୍ତ ମାନେ ବୋମା ମାଡ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅନୁମାନ କରିଛନ୍ତି ସ୍ଥାନୀୟ ଲୋକ । … Read more

ଭୁବନେଶ୍ୱରରେ ଥିବା ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ଗଣନା କରିବ ବିଏମସି

ଭୁବନେଶ୍ୱର: ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ଗଣନା ବିଏମସି କରିବ । ଏପରିକି କୁକୁରଙ୍କ କାନରେ ଲାଗିବ ଟ୍ୟାଗ। ରାଜଧାନୀରେ ଥିବା ସମସ୍ତ କୁକୁରଙ୍କ ତଥ୍ୟା ବିଏମସି ପାଖରେ ରହିବ। ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ତାହାର ସବୁ ତଥ୍ୟ ବିଏମସି ପାଖରେ ରହିବ । ରାଜଧାନୀରେ କେତେ କୁକୁର ଅଛନ୍ତି ତାହା ଜଣା ପଡିବା ସହିତ … Read more

E KYC ହୋଇ ପାରିନଥିବାରୁ ରାସନ କାର୍ଡ ରୁ ବଞ୍ଚିତ ହେବେ ୧୯ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୯ ଲକ୍ଷ ରାସନ କାର୍ଡ ଧାରୀଙ୍କ ହୋଇ ପାରିନାହିଁ ଇ କେୱାଇସି । ଏହି ହିତାଧିକାରୀମାନେ କେବଳ ରାସନ କାର୍ଡ଼ରୁ ନୁହେଁ ବରଂ ବିଭିନ୍ନ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। କାରଣ E-KYC ନହେଲେ କେବଳ ରାସନ ସାମଗ୍ରୀ ନୁହେଁ ବରଂ ସରକାର ଗରିବଙ୍କ ପାଇଁ କରିଥିବା ଅନେକ ଯୋଜନାରୁ ସେମାନେ ବାଦ୍ ପଡ଼ିବେ । ସରକାରୀ ତଥ୍ୟ ମୁତାବକ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ଲକ୍ଷ … Read more