April 12, 2026 12:26 pm

ଫେବ୍ରୁଆରି ୧ରୁ କାମଚଳା ବଜେଟ୍ ପାର୍ଲାମେଣ୍ଟରେ 

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ରେ ଶେଷ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି।  ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ଏହାପରେ ଜାନୁଆରୀ ୩୧ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ୨୦୨୪-୨୫ର ପ୍ରଥମ ୪ ମାସ ପାଇଁ ଏକ ଅନ୍ତରୀଣ ବା କାମଚଳା … Read more

ଆନ୍ତଃ ରାଜ୍ୟ  ଚାକିରି  ଘୋଟଲା: ଓଡିଶା ପୁଲିସ ହାତରେ ୩ ଗିରଫ 

ଭୁବନେଶ୍ଵର: ଓଡ଼ିଶାର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ ) ବୁଧବାର ଦିନ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ଦେଶର ୬ ଟି ରାଜ୍ୟରେ ନକଲି ଚାକିରି ଦେବା ଘୋଟାଲା ସହ ଜଡିତ ଥିଲେ। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ହାଇଦ୍ରାବାଦର ମହମ୍ମଦ ସାନାଉଲ୍ଲା ଏବଂ ସାକ୍ଷୀ ଜୈନ  ଏବଂ ଓଡିଶାର ବାଲେଶ୍ଵରର ସୁରତ ଦଲାଇ।ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦରୁ ସଂଗଠିତ ଏହି ବେଆଇନ ଅପରେସନ ଓଡିଶା, ଜାମ୍ମୁ କାଶ୍ମୀର, ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ … Read more

ମୋଦୀ  ଦେଶର ଇତିହାସରେ ସବୁଠୁ ସଫଳ ପ୍ରଧାନମନ୍ତ୍ରୀ : ମୁକେଶଅମ୍ବାନୀ

ଗାନ୍ଧୀନଗର: ଦେଶର ଇତିହାସରେ ନରେନ୍ଦ୍ର ମୋଦୀ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ଓ  ବର୍ତମାନ ସର୍ବଶ୍ରେଷ୍ଠ ବିଶ୍ଵନେତା ବୋଲି କହିଛନ୍ତି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଗାନ୍ଧୀନଗରରେ ଆୟୋଜିତ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶିଷ୍ଟ ଶିଳ୍ପପତି ତଥା ମୁକେଶ ଅମ୍ବାନୀ କହିଛନ୍ତି, ‘ମୁଁ ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ସହରରୁ ଆଧୁନିକ ଭାରତର ବିକାଶର ଗେଟ୍‌ ୱେ (ପ୍ରବେଶ ଦ୍ୱାର) ଗୁଜରାଟକୁ ଆସିଛି। ମୁଁ ଜଣେ ଗର୍ବିତ ଗୁଜରାଟୀ। ଯେତେବେଳେ ବିଦେଶୀମାନେ ନୂଆ ଭାରତ … Read more

ଅଙ୍ଗନବାଡ଼ି ଦିଦିଙ୍କ ଦରମା ବଢ଼ିବ : ୫ଟି ଅଧ୍ୟକ୍ଷ ପାଣ୍ଡିଆନ

ରାଇଘର: ନବରଂଗପୁର ଜିଲ୍ଲା ଗସ୍ତରେ ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍‌ ମଙ୍ଗଳବାର ଆସି ବିଭିନ ଉନ୍ନୟନମୂଳକ  କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ସହିତ ସେ ରାଜ୍ୟର  ଅଙ୍ଗନବାଡ଼ି ଓ ଆଶାଦିଦିମାନଙ୍କର ଦରମା ଖୁବ୍‌ ଶୀଘ୍ର ବଢ଼ିବ  ବୋଲି ଘୋଷଣା କରିଛନ୍ତି।ଏହା ଦ୍ୱାରା ରାଜ୍ୟର ଲକ୍ଷାଧିକ ଅଙ୍ଗନବାଡ଼ି ଓ ଆଶାଦିଦି ମାନେ ଉପକୃତ ହେବେ। ରାଜ୍ୟ ସରକାର ଏଦିଗରେ କାମ କରୁଛନ୍ତି ବୋଲି ସେ କହିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ … Read more

ଯୋଗୀଙ୍କ ବଡ ଘୋଷଣା: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଉତ୍ତରପ୍ରଦେଶରେ ବିକ୍ରି ହେବନି ମଦ

ଲକ୍ଷ୍ନୌ: ଦେଶରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ୟୁପି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହା ସହ ମଦ ବିକ୍ରି ହେବ ନାହିଁ। ସରକାରୀ ଭବନ ସଜାଇବା ସହ ଆତସବାଜିର ବ୍ୟବସ୍ଥା ମଧ୍ୟ କରିବାକୁ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଦେଶବ୍ୟାପୀ ନିମନ୍ତ୍ରଣ ପତ୍ର … Read more

କେନ୍ଦ୍ର ସରକାରଙ୍କ ‘ସାଗର ପରିକ୍ରମା’ କାର୍ଯ୍ୟକ୍ରମ ମତ୍ସ୍ୟଜୀବୀଙ୍କ ଆର୍ଥିକ ଭାଗ୍ୟର ଉଦୟରେ ସହାୟକ ହେବ : ମନମୋହନ ସାମଲ

ଧାମରା: “ସାଗର ପରିକ୍ରମା” କାର୍ଯକ୍ରମ ଦେଶର  ସମସ୍ତ ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି ପାଇଁ ଏକ ମାଧ୍ୟମ ପାଲଟିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ମତ୍ସଜୀବୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ଏହି “ସାଗର ପରିକ୍ରମା” ଯୋଜନା ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି।  ମୋଦିଜୀ ମତ୍ସ୍ୟଜୀବୀ ସମ୍ପ୍ରଦାୟର କଲ୍ୟାଣ ତଥା ଉପକୂଳ ବିକାଶ ପାଇଁ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱର ପରିବର୍ତନଶୀଳ ଶକ୍ତିର ଏକ ପ୍ରମାଣ ସୃଷ୍ଟି କରିଛନ୍ତି । ସାମୁଦ୍ରିକ ଇକୋସିଷ୍ଟମକୁ ସୁରକ୍ଷା ଦେବା ପାଇଁ ସାଗର ପରିକ୍ରମାର ଲକ୍ଷ୍ୟ ରଖିଛନ୍ତି … Read more

ହାଇଟେକ୍‌ ଦୁର୍ଘଟଣା: ତୃତୀୟ ବ୍ୟକ୍ତି ଦିଲୀପ ସାମନ୍ତରାୟ ବୋଲି ଡିଏନ୍‌ଏ ରିପୋର୍ଟ ଆସିଲା

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ହାଇଟେକ୍‌ ମେଡିକାଲ କଲେଜ୍‌ ଏବଂ ହସ୍‌ପିଟାଲରେ ହୋଇଥିବା ଦୁର୍ଘଟଣା ରାଜ୍ୟରେ ଦୁଖର ଛାୟା ଖେଳାଇଥିବାବେଳେ, ଗତବର୍ଷ ଡିସେମ୍ବର ୩୦ ତାରିଖ ଦିନ ଘଟିଥିବା ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କର ଡିଏନ୍‌ଏ ରିପୋର୍ଟ ଆଜି ଆସିଛି। ଏହି ରିପୋର୍ଟ ଆସିଲା ପରେ ମୃତହେଦ ଦିଲୀପ ନା ଜ୍ୟୋତି ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି। ଡିଏନ୍‌ଏ ରିପୋର୍ଟରେ କୁହାଯାଇଛି ଯେ, ତୃତୀୟ ବ୍ୟକ୍ତିଙ୍କର ନାମ ହେଉଛି ଦିଲୀପ ସାମନ୍ତରାୟ। ତୃତୀୟ ବ୍ୟକ୍ତିଙ୍କର ମୃତଦେହ ଚିହ୍ନଟ କରାଯିବାରେ … Read more

ରାୟଗଡା ଜିଲ୍ଲା ଖାଉଟି ଅଦାଲତରେ ସୋନି କମ୍ପାନି ଦଣ୍ଡିତ 

ରାୟଗଡା: ରାୟଗଡା ଜିଲ୍ଲା ଖାଉଟି ଅଦାଲତରେ ଇଲେକ୍ଟ୍ରୋନିକ୍ସ  ସାମଗ୍ରୀ ଉତ୍ପାଦନକାରି କମ୍ପାନୀ   ସୋନି  ଦଣ୍ଡିତ ହୋଇଛି। ଅଦାଲତର  ନିର୍ଦ୍ଦେଶ ପରେ ସୋନି କମ୍ପାନୀ ଦୁଇ ଜଣଙ୍କୁ ଗ୍ରାହକଙ୍କୁ ସେମାନଙ୍କ କ୍ୟାମେରାର କ୍ରୟ ମୂଲ୍ୟ ଅନୁଯାୟୀ ଟଙ୍କା ଫେରସ୍ତ କରିଛି। ସୂଚନା ଅନୁଯାୟୀ ରାୟଗଡାର ଆହ୍ୱାନର ସାମ୍ବାଦିକ ସୁରେଶ ଚନ୍ଦ୍ର ଦାସ ଓ କନକ ନିୟୁଜର ରାୟଗଡା ପ୍ରତିନିଧି ସିମାଞ୍ଚଳ ପଣ୍ଡା ଦୁହେଁ ନିଜର ପ୍ରଫେସନ ପାଇଁ ସୋନିର ଦୁଇଟି କ୍ୟାମେରା କିଣିଥିଲେ। କିନ୍ତୁ ଗ୍ୟାରେଣ୍ଟି ସମୟ … Read more

ସାଉଥ ସୁପରଷ୍ଟାର ମହେଶ ବାବୁ ଅନେକ ବଲିଉଡ ଷ୍ଟାରଙ୍କ ଠାରୁ ଅଧିକ ଧନୀ!

ହାଇଦ୍ରାବାଦ: ଦକ୍ଷିଣ ଭାରତର  ସିନେମାରେ ଦୀର୍ଘ ଦିନ ଧରି ରାଜୁତି କରୁଥିବା  ସୁପରଷ୍ଟାର ମହେଶ ବାବୁ ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପାଉଥିବା  ଅଭିନେତାମାନଙ୍କ ମଧ୍ୟରୁ ଜଣେ। ମାତ୍ର ୪ ବର୍ଷ ବୟସରେ ‘ନିଡା’ ଚଳଚ୍ଚିତ୍ରରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଖୁବ୍ କମ୍ ଲୋକ ଏହା ଜାଣନ୍ତି ଯେ ମହେଶ ବାବୁ ଅଭିନୟ ଜୀବନ ତାଙ୍କ ପିତା ଘଟ୍ଟମନେନି ଶିବା ରାମ କୃଷ୍ଣ ମୂର୍ତ୍ତିଙ୍କ ଫିଲ୍ମରୁ ଆରମ୍ଭ କରିଥିଲେ। ତେବେ ଶିଶୁ କଳାକାର ଭାବେ … Read more

ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ୮୫ ଶିକ୍ଷକ ବହିଷ୍କୃତ

ଦେଓରିଆ: ଜାଲ ପ୍ରମାଣପତ୍ର ଦାଖଲ କରି ଚାକିରି କରିବା ମାମଲା ଦିନକୁ ଦିନ ବଢିଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଜାଲ ପ୍ରମାଣପତ୍ରର ଏପରି ଏକ ମାମଲା ସାମନାକୁ ଆସିଛି ତାହାକୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଗୋଟିଏ ଜିଲ୍ଲାର ୮୫ ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିଲେ, ତାହା ପୁଣି ଶିକ୍ଷକ ଚାକିରି । ରାଜ୍ୟର ଦେଓରିଆ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୮୫ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସମସ୍ତଙ୍କ ବିରୋଧରେ ଏତଲା ମଧ୍ୟ ରୁଜୁ … Read more