ଦୁର୍ଗାପୂଜା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଆଗୁଆ ଦରମା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ଦରମା ମିଳିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ … Read more

ଏମ୍‌କେସିଜିରେ ଶାନ୍ତି ମହାରଣାଙ୍କ ବିରଳ ଅସ୍ତ୍ରୋପଚାର

ବ୍ରହ୍ମପୁର: ଏମ୍‌କେସିଜି ବଡ଼ଡାକ୍ତରଖାନାର ପିଏମ୍‌ଏସ୍‌ଏସ୍‌ୱାଇ କୋଠାରେ ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ଡା. ରବିନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଏକ ବିରଳ ଅସ୍ତ୍ରୋପଚାର ଦ୍ବାରା ମସ୍ତିଷ୍କରୁ ବାହାର କରାଯାଇଛି ୨୦୦ଗ୍ରାମ ଓଜନର ଏକ ଟ୍ୟୁମର୍‌। ସୂଚନା ମିଳେ ଯେ, ଶାନ୍ତି ମହାରଣାଙ୍କ ଶରୀରରେ ରହିଥିବା ଏହି ଟ୍ୟୁମର କାରଣରୁ ସେ ଅନ୍ୟମାନଙ୍କୁ ଠିକ୍‌ ରୂପେ ଚିହ୍ନି ପାରୁନଥିଲେ। ଅନେକ ସମୟରେ ଶୁଣିବାରେ ସମସ୍ୟା ହେଉଥିଲା। ବିକୃତ ମସ୍ତିଷ୍କରେ ଆକ୍ରାନ୍ତ ରୋଗୀଙ୍କ ପରି ଶାନ୍ତି ବ୍ୟବହାର କରୁଥିଲେ। ମସ୍ତିଷ୍କରେ ମାଂସ ବଢ଼ିବା … Read more

BJDରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ କରାଯାଇଛି। ମହିଳା ବ୍ୟାପାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ l ସୋସିଆଲ ମିଡିଆରେ ଧୃତରାଷ୍ଟ୍ର ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ। ତେବେ ନିଲମ୍ବିତ ପରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ ମିଶ୍ର। ସେ କହିଛନ୍ତି, ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ କରିନାହିଁ … Read more

ଅବସରପ୍ରାପ୍ତଙ୍କୁ ନିଯୁକ୍ତି ନିଷ୍ପତ୍ତି,ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ: ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ଅବସରପ୍ରାପ୍ତଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ନିୟମିତ ନିଯୁକ୍ତି ପ୍ରକ୍ରିୟା ନ କରି ତଥା ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ବେକାର ଯୁବ ବର୍ଗଙ୍କୁ ସୁଯୋଗ ନ ଦେଇ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦିଆଯିବା ପ୍ରସଂଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଖାଲି ପଦବି ପାଇଁ ନିୟମିତ ବ୍ୟବଧାନରେ କାହିଁକି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ … Read more

ଓଡ଼ିଶାର ଦୁଇଟି ଚଳଚ୍ଚିତ୍ର କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନଭବନରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଦୁଇଟି ଚଳଚ୍ଚିତ୍ର କୁ ପୁରସ୍କାର ମିଳିଛି । ପୁଷ୍କରାକୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଯୋଜନା ସଂସ୍ଥା ପକ୍ଷରୁ ସୁଶ୍ରୀ ଲିତିସା ମଙ୍ଗତ ପଣ୍ଡା ଏବଂ ନିର୍ଦ୍ଦେଶକ ସୁଭ୍ରାଂଶୁ କୁମାର ଦାସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ତରଙ୍ଗ ସିନେ ପ୍ରୋଡ଼କସନସ୍ ପ୍ରଯୋଜିତ ପୁଷ୍କରା ଚଳଚ୍ଚିତ୍ରର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା … Read more

ମୟୂରଭଞ୍ଜରେ ହେବ ନୂଆ ଆୟୁର୍ବେଦିକ କଲେଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେ ହେବ ନୂଆ ଆୟୁର୍ବେଦିକ କଲେଜ। ଖର୍ଚ୍ଚ ହେବ ୮୫ କୋଟି ଟଙ୍କା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆୟୁର୍ବେଦ ହେଉଛି ସାରା ବିଶ୍ୱକୁ ଭାରତର ଏକ ଅମୂଲ୍ୟ ଅବଦାନ। ଏହା ଜୀବନର ଏକ ଧାରା । ଆମ ଉଦ୍ଦେଶ୍ୟ ହେଉଛି ଆୟୁର୍ବେଦକୁ … Read more

ଓଡ଼ିଆରେ ନାମ ଫଳକ ନ ଲେଖିଲେ ହେବ ମକଦ୍ଦମା ରୁଜୁ

ଭୁବନେଶ୍ୱର: ଓଡ଼ିଆରେ ନାମ ଫଳକ ଲେଖି ନଥିବା କାରଣରୁ ଆଇନ ଖିଲାପକାରୀ ୧୦୦ ଗୋଟି ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇଛି। ୧୬୦୬ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖା ନ ହୋଇ ଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆଜି ବିଧାନସଭାରେ ଏଭଳି ମତ ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଗଣେଶ … Read more

ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ

ଭୁବନେଶ୍ୱର: ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତା ଓ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇ ପ୍ରଥମ ବ୍ୟାରିକେଡ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ଭାଙ୍ଗିବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି । ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡକୁ ଅଗ୍ରସର ହେଉଥିବା ବେଳେ ବିଜେଡି କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । କିଛି ଆନ୍ଦୋଳନକାରୀଙ୍କୁ ପୋଲିସ … Read more

ଅନ୍ତର୍ଜାତୀୟ ଭାରୋତ୍ତୋଳକ ବିଜୟ କୁମାର ଶତପଥୀଙ୍କ ପରଲୋକ

ବ୍ରହ୍ମପୁର: ଜଣାଶୁଣା ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ବିଜୟ କୁମାର ଶତପଥୀଙ୍କ ଗତକାଲି ରାତି ୮ଟା ୪୦ ମିନିଟ୍ ସମୟରେ ବ୍ରହ୍ମପୁର ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କଥା ପରିବାର ଲୋକ କହିଛନ୍ତି । ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ ବିଜୟ। ସେ ଜଣେ ପୂର୍ବତନ ଭାରତୀୟ ଭାରୋତ୍ତଳକ ଯିଏ ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ବାଣ୍ଟାମୱେଟ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ତାଙ୍କୁ ୧୯୮୨ … Read more

ତିରୁପତି ମନ୍ଦିର ଦାନଅର୍ଥରେ ବଡ଼ ହେରଫେର

ଆନ୍ଧ୍ରପ୍ରଦେଶ ରାଜନୀତିରେ ଦେଖା ଦେଇଛି ନୂଆ ବିବାଦ । ତିରୁପତି ତିରୁମାଲା ମନ୍ଦିରରେ ପ୍ରାୟ ଶହେ କୋଟି ଟଙ୍କାର ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରିଛି ବିଜେପି । ଏନେଇ ଟିଡିପି ଏକ ଭିଡିଓ ଜାରି କରିଛି । ଦାନ ଟଙ୍କା ଗଣତି ସମୟରେ କିଭଳି ଅର୍ଥ ହେରଫେର କରାଯାଉଛି ତାର ସିସିଟିଭି ଭିଡିଓକୁ ସାର୍ବଜନୀନ କରିଛନ୍ତି ଦଳର ନେତା ନୋରା ଲୋକେଶ । ସବୁଠୁ ବଡ କଥା ହେଉଛି ଏନେଇ ଦଳ ସିଧାଳଖ ତତକାଳୀନ … Read more