February 27, 2026 2:21 am

ଏସିଡ୍ ଆକ୍ରମଣ ମାମଲାରେ କଠୋର ଦଣ୍ଡ ଦିଆଯିବ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ:ଏସିଡ୍ ଆକ୍ରମଣ ମାମଲାରେ କଠୋର ଦଣ୍ଡ ଦିଆଯିବାର ଆବଶ୍ୟକତା ଉପରେ ସୁପ୍ରିମ୍‌କୋର୍ଟ ଗୁରୁତ୍ବାରୋପ କରି ପୀଡିତାଙ୍କୁ କ୍ଷତିପୂରଣ ଦେବା ପାଇଁ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରି ନିଲାମ କରିବାକୁ ପରାମର୍ଶ ଦେଇଛନ୍ତି। ଟ୍ରାଏଲ କୋର୍ଟ ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ଏସିଡ୍ ଆକ୍ରମଣରୁ ବଞ୍ଚିଥିବା ଶାହିନ୍ ମଲ୍ଲିକଙ୍କ ଆବେଦନର ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ … Read more

ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ପ୍ରସଙ୍ଗ; ସ୍ପଷ୍ଟୀକରଣ ଦେବାକୁ କହିଲେ ହାଇକୋର୍ଟ

ଭୁବନେଶ୍ୱର:ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ତଦନ୍ତ କମିଶନ ରିପୋର୍ଟ କେବେ ସାର୍ବଜନୀନ ହେବ ତା ଉପରେ ମଧ୍ୟ ସ୍ପଷ୍ଟୀକରଣ ଲୋଡିଛନ୍ତି ହାଇକୋର୍ଟ ।ତେବେ, ରତ୍ନ ଗଣତି ମଣତି ପାଇଁ ଏସ୍ଓପି ପ୍ରସ୍ତୁତ ହୋଇସାରିଛି ଏବଂ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଲେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି । ୧୯୭୮ ମସିହାରେ ଶେଷ ଥର ପାଇଁ ଗଣତି ମଣତି ହୋଇଥିଲା । କିନ୍ତୁ ସେହି ମୁତାବକ ରତ୍ନ … Read more

ଛାତ ଉପରେ ବୋମା ବିସ୍ପୋରଣରେ ୫ ଜଣ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ଏକ ଛାତ ଉପରେ ବୋମା ବିସ୍ପୋରଣରେ ୫ ଜଣ ଗୁରୁତର ହୋଇଛନ୍ତି lଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ଭୁବନେଶ୍ୱର ଡିସିପି ଘଟଣାର ତଦନ୍ତ କରିଛନ୍ତି। ଛାତ ଉପରେ ବିସ୍ଫୋରଣ ଘଟିଛି। ବୋମା ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ନେଇ ଫିଲ୍ଡ ଭିଜିଟ୍‌ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି। ତେବେ ଏହି ବୋମା ବିସ୍ଫୋରଣରେ ୫ଜଣ ଆହତ ହୋଇଥିବା ଜଣାପଡ଼ିଛି। … Read more

ଯାଜପୁର ମଞ୍ଚରେ ଏକାଠି ନଜର ଆସିଲେ ବିଜୟ, ଆମର ଓ ସୌମ୍ୟ

ଯାଜପୁର: ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବିଜୟ, ସୌମ୍ୟ ଓ ଅମର। ଏକାଠି ହେବା ପରେ ଚର୍ଚ୍ଚା ଜୋରଦାର ହୋଇଛି। ଖାସ୍ କରି ଯାଜପୁର ରାଜାନୀତିରେ ଅନେକ କଳ୍ପନା । ମଞ୍ଚରେ ବିଜୟ ମହାପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅମର ଶତପଥୀଙ୍କ ଭଳି ବରିଷ୍ଠଙ୍କୁ ଦେଖିବା ପରେ ପ୍ରବଳ ଆଲୋଚନା ହେଉଛି। ଏହା କୌଣସି ରାଜନୈତିକ ସଭା ହୋଇନଥିଲେ ବି ସମାଲୋଚକଙ୍କ ଦୃଷ୍ଟିଭଙ୍ଗୀ କିନ୍ତୁ ଅଲଗା ଅର୍ଥ ବାହାର କରିବାକୁ ପଛାନ୍ତି ନାହିଁ । ଏଭଳି ସ୍ଥିତିରେ … Read more

ଆସନ୍ତାକାଲି ସକାଳ ୬ରୁ ଅପରାହ୍ନ ୨ଟା ଯାଏ ଓଡ଼ିଶା ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ ଓ ସିପିଆଇ ପକ୍ଷରୁ ମଧ୍ୟ୍ୟ ସମର୍ଥନ କରାଯାଇଛି। ଚାଷୀ ସମସ୍ୟା, ପ୍ରଦୂଷଣ ଓ ଟାଟା ପାୱାରର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନଵନିର୍ମାଣ କୃଷକ ସଂଗଠନ । ସବୁ … Read more

ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ : ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ । ୨୦୦୭ ମସିହାରୁ ୧୮ ବର୍ଷ ଧରି ଚାଲିଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ଶେଷରେ ସଫଳ ହୋଇଛି । ଐତିହାସିକ ଚୁକ୍ତିନାମା ଉପରେ ମୋହର ଲାଗିଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି । “ମଦର ଅଫ୍ ଅଲ୍ ଡିଲ୍ “କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ … Read more

ଆମେରିକା ଆଉ ଇରାନ ମଧ୍ୟରେବଢୁଛି ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ: ଆମେରିକାର ବିଶାଳ ନୌସେନା ବାହାରିଛି ମଧ୍ୟପ୍ରାଚ୍ୟ ଅଭିମୁଖେ । ବିମାନବାହୀ ଜାହାଜ USS ଆବ୍ରାହମ ଲିଙ୍କନ ସହ ଏକାଧିକ କ୍ଷେପଣାସ୍ତ୍ରବାହୀ ଯୁଦ୍ଧ ଜାହାଜ ଭାରତ ମହାସାଗର ଦେଇ ଆଗକୁ ବଢ଼ୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏୟାରଫୋର୍ସ-ୱାନରୁ ସ୍ପଷ୍ଟ କରିଛନ୍ତି ଯେ, “କେବଳ ସତର୍କତା ମୂଳକ ଭାବେ ନୁହେଁ, ବରଂ ଇରାନକୁ ଶିକ୍ଷା ଦେବା ପାଇଁ ଯେକୌଣସି ପଦକ୍ଷେପ ନିଆଯାଇପାରେ।” ଏପରିକି ବ୍ରିଟେନ ମଧ୍ୟ ନିଜର ଟାଇଫୁନ୍ ଯୁଦ୍ଧ ବିମାନକୁ କତାର ପଠାଇ ଆମେରିକା ପଛରେ ଛିଡ଼ା ହୋଇଛି।ଏହି … Read more

ଶତ ପ୍ରତିଶତ ଡାଲିଜାତୀୟ ଫସଲ ସଂଗ୍ରହ କରିବେ ସରକାର:କୃଷି ମନ୍ତ୍ରୀ

ନୂଆଦିଲ୍ଲୀ : ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନକରି ସରକାର ଶତ ପ୍ରତିଶତ ଡାଲିଜାତୀୟ ଫସଲ ଚାଷୀଙ୍କଠୁ ସଂଗ୍ରହ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି । ସୋମବାର ନୂଆଦିଲ୍ଲୀରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ କୃଷକମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହା କହିଛନ୍ତି । ଶ୍ରୀ ଚୌହାନ କହିଛନ୍ତି, ଦେଶର ୭୦ ପ୍ରତିଶତ ଜନସଂଖ୍ୟା ପ୍ରତ୍ୟକ୍ଷ ବା ପରୋକ୍ଷ … Read more

ଆସନ୍ତା ୨ରୁ ବିଜେଡି କରିବ ବିକ୍ଷୋଭ

ଭୁବନେଶ୍ୱର: ଆସନ୍ତା ୨ରୁ ବିଜେଡି କରିବ ବିକ୍ଷୋଭ l ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ବିଜେଡି ଅଭିଯୋଗ କରିଛି ଯେ ବିଜେପିର ପ୍ରତିଶ୍ରୁତିର ଖିଲାପ ପରେ ବିଭିନ୍ନସ୍ତରରେ ଜନସାଧାରଣଙ୍କ କ୍ଷୋଭ ବଢ଼ୁଛି। ପ୍ରଥମେ ଚାଷୀଙ୍କୁ ସାର ଦେବା ପାଇଁ ସରକାର ହଇରାଣ କଲେ। ଧାନ ଉତ୍ପାଦନ ପରେ ଧାନକିଣା ପ୍ରକ୍ରିୟା ଠିକ୍‌ ଭାବେ ହୋଇପାରି ନାହିଁ। ରାଜ୍ୟର ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। … Read more

ଜାତୀୟ ପତାକା ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ: ଜାତୀୟ ପତାକା ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ତେରଗାଁର ଓମ ପ୍ରକାଶ ଦ୍ବିବେଦୀ। ଓମ ପ୍ରକାଶ କୁଜଙ୍ଗ ବିବି ହାଇସ୍କୁଲର ଜଣେ ମେଧାବୀ ଛାତ୍ର ଥିଲେ । ସେ କଜଙ୍ଗ ସମାଗୋଳରେ ନିଜ ମାମୁଁ ଘରେ ରହି ପାଠ ପଢୁଥିଲେ। ସୂଚନା ଅନୁଯାୟୀ, ସକାଳେ କୁଜଙ୍ଗ ସ୍ଥିତ ଏକ କୋଚିଂ ସେଣ୍ଟରରେ ପତାକା ଉତ୍ତୋଳନ କରାଯାଇଥିଲା। କିନ୍ତୁ … Read more