ନୂଆପଡା ଉପନିର୍ବାଚନ; ୫ ନାମାଙ୍କନ ପତ୍ର ନାକଚ

ଭୁବନେଶ୍ୱର: ନୂଆପଡା ବିଧାନସଭା ଉପନିର୍ବାଚନ ପୂର୍ବରୁ ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ମୋଟ ୫ଟି ନାମାଙ୍କନ ପତ୍ର ନାକଚ କରାଯାଇଛି ବୋଲି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ବୁଧବାର ସୂଚନା ଦେଇଛନ୍ତି। ଅଯୋଗ୍ୟ ଘୋଷଣା ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ବହୁଜନ ସମାଜ ପାର୍ଟି (ବିଏସପି) ପ୍ରାର୍ଥୀ ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ପ୍ରାର୍ଥୀ ସୀତାରାମ ବେହେରା ଏବଂ ତିନି ସ୍ୱାଧୀନ ପ୍ରାର୍ଥୀ – କମଳ କୁମାର ଛତ୍ରିଆ, ପୁରୁଷୋତ୍ତମ ବେହେରା ଏବଂ ଭୁଜବଳ ଆଦବାଙ୍ଗ। … Read more

ପୋଲିସ ସବ୍‌-‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତିର ସି.ବି.ଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇ କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶା ପୋଲିସ ସବ୍‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ ସି.ଆଇ.ଡିକୁ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସଂଧାନରୁ ଜଣାଯାଇଛି ଯେ ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ … Read more

ଦେଶବ୍ୟାପୀ SIR ପ୍ରସ୍ତୁତି ପାଇଁ ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ ଆରମ୍ଭ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ (ECI) ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସମ୍ମିଳନୀ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜମେଣ୍ଟ (IIIDEM) ରେ ଆରମ୍ଭ ହୋଇଛି । ଏହି ସମ୍ମିଳନୀ ରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଶ୍ରୀ ଆର ଏସ ଗୋପାଳନ (ଭା. ପ୍ର. ସେ), ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ ମିଶ୍ର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ଲକ୍ଷ୍ମୀପ୍ରସାଦ ସାହୁ … Read more

ବାଙ୍ଗାଲୋରରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ

କେନ୍ଦୁଝର: ବାଙ୍ଗାଲୋରରେ ଭଡା ଘରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ। ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଥିବା ଖବର ରହିଛି। ବାଙ୍ଗାଲୋରରେ କାମ କରୁଥିବା ଦେଉଳଡିହା ଗ୍ରାମର ଦମ୍ପତିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ରାକେଶ ପାତ୍ର (୨୫) ଓ ସୀମା ନାୟକ । ଖବର ଅନୁସାରେ, ଦେଉଳଡିହା ଗ୍ରାମର ଟଙ୍କଧର ପାତ୍ରଙ୍କ ପୁଅ ସ୍ଥାନୀୟ ଛାମୁଣ୍ଡା ପଞ୍ଚାୟତ ସିରିଆ ବାହାଳ ଗ୍ରାମର ହୃନନ୍ଦଦା ୟକଙ୍କ ଝିଅ ସୀମାକୁ ତିନି ଚାରି ବର୍ଷ ପୂର୍ବେ … Read more

ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର ୨୧/୧୦: ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃତିଗତ, ବୈଷୟିକ ଏବଂ ଗବେଷଣାତ୍ମକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ)ର ଷ୍ଟୁଡେଂଟ ବ୍ରାଂଚ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ନିକଟରେ ଉଦ୍‌ଘାଟିତ ହୋଇଯାଇଛି । ସେହିପରି ଆଇଇଇଇ କମ୍ପ୍ୟୁଟର ସୋସାଇଟିର ସୋଆ ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ମଧ୍ୟ ଏହି ଅବସରରେ ଆରମ୍ଭ କରାଯାଇଛି । ଏଥି ନିମନ୍ତେ … Read more

ନୂଆପଡ଼ା ବିଧାନସଭା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବହାଦୁର ଖୁରାନିଆ ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ଏକ ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ନିର୍ବାଚନ ଆଚରଣ ବିଧିର କଡାକଡି ଅନୂପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା … Read more

ଲଘୁଚାପଜନିତ ବର୍ଷା ପାଇଁ ପ୍ରଶାସନ ଆର୍ଲଟ ରହିଛି:ସୁରେଶ ପୂଜାରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ପ୍ରବଳ ବର୍ଷା ପାଇଁ ପ୍ରଶାସନ ଆର୍ଲଟ ରହିଛି। ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମସ୍ତ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ … Read more

ପାକିସ୍ତାନକୁ ଆଫଗାନିସ୍ତାନର କଡ଼ା ଜବାବ

କାବୁଲ : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପାଇଁ ଭାରତ କୁ ଦାୟୀ କରିବା ଅଭିଯୋଗ ଉପରେ ତାଲିବାନ୍‌ର ପ୍ରତିରକ୍ଷା ମନ୍ତ୍ରୀ ମୌଲବୀ ମହମ୍ମଦ ୟାକୁବ ମୁଜାହିଦ୍ ପାକିସ୍ତାନ କୁ କଡ଼ା ଜବାବ ଦେଇଛନ୍ତି। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫଙ୍କ ବୟାନକୁ ‘ଆଧାରହୀନ ଓ ମୂଲ୍ୟହୀନ’ ବୋଲି କହିଛନ୍ତି। ୟାକୁବ୍ ମୁଜାହିଦ୍ କହିଛନ୍ତି ଯେ, ଆଫଗାନିସ୍ତାନ ଏକ ସ୍ୱାଧୀନ ରାଷ୍ଟ୍ର ଏବଂ କେହି କାବୁଲ୍ ଉପରେ ହୁକୁମ୍ ଚଳାଇ ପାରିବେ ନାହିଁ। ଆଫଗାନିସ୍ତାନ ଭାରତ … Read more

ହାସ୍ୟ ଅଭିନେତା ଅସରାନୀଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟାତ ହାସ୍ୟ ଅଭିନେତା ଅସରାନୀଙ୍କର 84 ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ବରିଷ୍ଠ ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସୋମବାର ଅପରାହ୍ନ 3ଟାରେ ତାଙ୍କର ଦେହାନ୍ତ ହୋଇଛି lଗଣମାଧ୍ୟମକୁ ସୂଚନା ଦେଇ , ଅସରାନୀଙ୍କ ମ୍ୟାନେଜର ବାବୁ ଭାଇ କହିଛନ୍ତି ଯେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସରାନିଙ୍କ ଫୁସଫୁସରେ ପାଣି ଜମିଥିବା ଜଣା ପଡ଼ିଥିଲା। ତାଙ୍କର ଚିକିତ୍ସା ଜାରି … Read more

ନିଶା ନିବାରଣ କେନ୍ଦ୍ରରେ ଅଘଟଣ: ଯୁବକ ମୃତ

କଟକ: ମାନସିକ ଦୁଶ୍ଚିନ୍ତାରେ ଥିଲେ ସୌମ୍ୟ । ସେଥିପାଇଁ ସେ ମାନସିକା ଚାପରୁ ମୁକ୍ତ ହେବାକୁ ନିଶା ନିବାରଣ କେନ୍ଦ୍ରକୁ ଆସିଥିଲେ । ଶେଷରେ ଯୁବକ ଜଣକ ଶବ ହୋଇ ଫେରିଛନ୍ତି । ପୁଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପରିବାର ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କଟକ ସଦର ଥାନା ଉତ୍ତମାପୁରରେ ଥିବା ସଂପର୍କ ନିଶାମୁକ୍ତି କେନ୍ଦ୍ର ବିରୋଧରେ ଏଭଳି ଅଭିଯୋଗ ଆସିଛି । ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାର । … Read more