ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳରୁ ବହିଷ୍କୃତ

ଭୁବନେଶ୍ୱର: ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଡୁଆରେ ପଡ଼ିଲେ ମହମ୍ମଦ ମୋକିମ୍। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକୁ AICCର ଅନୁମୋଦନ। ଏନେଇ ଏକ୍ସରେ କଂଗ୍ରେସ ପ୍ରଦେଶ କମିଟି ପକ୍ଷରୁ ସୂଚନା ମିଳିଛି । ରବିବାର କଂଗ୍ରେସ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବାର କାହାର ଅଧିକାର ନାହିଁ କହିଥିଲେ ପିସିସି ସଭାପତି । ଯିଏ ବିଜେପି ସମ୍ପର୍କରେ ଅଛନ୍ତି ସେମାନେ ଦଳ ଛାଡ଼ି ଚାଲିଯାଆନ୍ତୁ । କଂଗ୍ରେସରେ ରହି ଦଳ ବିରୋଧୀ କାର୍ଯ୍ୟ କଲେ ସେମାନଙ୍କ … Read more

ନୀତୀନ ନବୀନ ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନାଁ ଘୋଷଣା କରିଛି । ବିହାର ସରକାରରେ ମନ୍ତ୍ରୀ ରହିଥିବା ନୀତୀନ ନବୀନଙ୍କୁ ପାର୍ଟି ଦାୟିତ୍ଵ ଦେଇଛି । ନବୀନ ବର୍ତ୍ତମାନ ବିହାରର ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏ ସରକାରରେ ମନ୍ତ୍ରୀ ଅଛନ୍ତି। ବିହାରର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ ଏହାର ସୂଚନା ଦେଇଛନ୍ତି ।ସୂଚନା ଅନୁଯାଇ, ବିଜେପିର ସଂସଦୀୟ ବୋର୍ଡ ନୀତୀନ ନବୀନଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି । ଏହି … Read more

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ୨ଯବାନ ଆହତ

ରାଉରକେଲା: ଆଜି ସନ୍ଧ୍ୟାରେ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ, ଖଞ୍ଜାଯାଇଥିବା ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ସିଆରପିଏଫର କୋବ୍ରା ବାଟାଲିୟନର ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ଆହତ ଯବାନ ହେଲେ ହେଡ୍ କନଷ୍ଟେବଳ ଅଲେଖ ଦାସ ଏବଂ ହେଡ୍ କନଷ୍ଟେବଳ ନାରାୟଣ ଦାସ । ଖବର ଅନୁସାରେ, ଛୋଟନାଗରା ପୋଲିସ ଷ୍ଟେସନ ଅଞ୍ଚଳର ବାଲିବା ଗାଁ ନିକଟରେ ଏହି ଘଟଣା ଘଟିଥିଲା । ସୁରକ୍ଷା ବାହିନୀ … Read more

ସ୍କୁଲ ବସ୍ ଖସିଲା ନଦୀକୁ

ମଧ୍ୟପ୍ରଦେଶ: ଜୋହର ଗାଁ ନିକଟରେ ଏକ ସ୍କୁଲ ବସ୍ ନଦୀକୁ ଖସିପଡ଼ିବାରୁ ଅନେକ ପିଲା ଆହତ ହୋଇଥିଲେ। ସେଥି ମଧ୍ୟରୁ ୬ ଜଣ ଗୁରୁତର ଥିବା ଜଣାପଡିଥିଲା । ଖବର ଅନୁସାରେ, ଆଜି ସକାଳ ପ୍ରାୟ ୧୧ଟା ବେଳେ ୨୫ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଜାହୋଦ ନଦୀକୁ ଖସିପଡ଼ିଥିଲା। ଘଟଣା ପରେ ପ୍ରାୟ ୧.୩୦ ସମୟରେ ୬ ଜଣ ପିଲାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା। ଭର୍ତ୍ତି ହୋଇଥିବା ୬ ଜଣ ପିଲାଙ୍କ … Read more

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରଥମ ବୈଠକ ହେବ ଆସନ୍ତା ୨୨ରେ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆସନ୍ତା ୨୨ ତାରିଖ ଅପରାହ୍ଣ ୪ଟାରେ ମହାନଦୀ ଜଳ ବିବାଦର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏଥିରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡ଼ିକୁ ଦୃଷ୍ଟିରେ ରଖି ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେ କରି ରାଜ୍ୟ ସରକାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ … Read more

ଛାତ୍ରଙ୍କ ପକେଟରୁ ବାହାରିଲା ବନ୍ଧୁକ

କେନ୍ଦ୍ରାପଡା: ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି। ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର କୁଦାନଗରୀ ଥାନା କୋରୁଆ ସରକାରୀ ହାଇସ୍କୁଲ ଭିତରେ। ମିଳିଥିବା ଖବର ଅନୁସାରେ, ଗଣିତ କ୍ଲାସ୍ ଚାଲିଥିବା ସମୟରେ ଛାତ୍ରଟିର ପକେଟ୍ ଉଚ୍ଚା ଦେଖା ଯାଇଥିଲା ଓ ସେ ଅସ୍ୱାଭାବିକ ଭାବରେ ଅନ୍ୟମନସ୍କ ଥିବାର ଜଣାପଡ଼ିଥିଲା। ଫଳରେ ଗଣିତ ସାର ନୃସିଂହ ସ୍ବାଇଁ ଛାତ୍ରକୁ ପଚରାଉଚରା ପରେ ଚେକିଂ କରିଥିଲେ। ଏହି ସମୟରେ ଛାତ୍ରଙ୍କ ପକେଟରୁ … Read more

ଆସନ୍ତା କାଲି ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

କଟକ : ଆସନ୍ତା ୧୪ ତାରିଖରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ। ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପ୍ରଧାନ ବିଚାରପତି। କଟକ ଶହୀଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟ ବକ୍ତା, ଆଡଭୋକେଟ ଜେନେରାଲ … Read more

ଜନଗଣନା ପାଇଁ ଖର୍ଚ୍ଚ ହେବ ୧୧ ହଜାର ୭୧୮ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। ପ୍ରଥମତଃ ୨୦୨୭ ଜନଗଣନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟ ପାରିତ ହୋଇଛି। ଦ୍ୱିତୀୟତଃ, କୋଇଲା ଏବଂ ଶକ୍ତି କ୍ଷେତ୍ରରେ ଏକ ବଡ଼ ସଂସ୍କାର କରାଯାଇଛି। ତୃତୀୟତଃ, କୃଷକମାନଙ୍କ ସହ ଜଡିତ ଏକ ନିଷ୍ପତ୍ତି ନିଆଯାଇଛି।କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭ ଜନଗଣନା ପ୍ରଥମ ଡିଜିଟାଲ ଜନଗଣନା ହେବ। ତଥ୍ୟ … Read more

ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ ଉଦଘାଟିତ

କୋଣାର୍କ:ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ (OSWALI)ଉଦଘାଟନ କରିଛନ୍ତି ।ଏହି ଅବସରରେ ରାଜ୍ୟରେ ଉନ୍ନତ ଅଣ୍ଡରୱାଟର ଉଦ୍ଧାର ତାଲିମକୁ ବ୍ୟାପକ କରିବା ପାଇଁ ପରିକଳ୍ପିତ ଅତ୍ୟାଧୁନିକ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଥିଲା । ଓଡ଼ିଶା ପର୍ଯ୍ୟଟନ … Read more

ଲୋକସଭାର ବାଚସ୍ପତି ଓ ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କ ଆଜି ସକାଳ ସାଢ଼େ ୬ଟା ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ସେ ଘରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ଲାତୁର ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶିବରାଜ ପାଟିଲ ପୂର୍ବରୁ ଲୋକସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ଏକାଧିକ ବାର … Read more