ପୁଣି ବିଜେଡିକୁ ଶ୍ରୀମୟୀଙ୍କ ତାଚ୍ଛଲ୍ୟ…

ନୂଆପଡ଼ା: ଏକଦା ଏକ ନମ୍ବର କୁହାଉଥିବା ବିଜୁ ଜନତା ଦଳ ଶେଷରେ ତୃତୀୟକୁ ଖସିଆସିଛି । ବିପୁଳ ଭୋଟ ବ୍ୟବଧାନରେ ଜୟ ଢୋଲକିଆ ଜିତିବା ପରେ ପୁଣି ବିଜେଡ଼ିକୁ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ଏଥର ଶ୍ରୀମୟୀଙ୍କ ଟାର୍ଗେଟରେ ଅଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ନବରାତ୍ରିରେ ଆରମ୍ଭ ହୋଇଥିଲା, ମାର୍ଗଶୀରରେ ଲକ୍ଷ୍ମୀ ଛାଡ଼ିଗଲେ ବୋଲି କହିଛନ୍ତି ଶ୍ରୀମୟୀ ।ଶ୍ରୀମୟୀ ମିଶ୍ର ସାମାଜିକ ଗଣମାଧ୍ୟମରେ ବିଜେଡ଼ି ଏବଂ ସ୍ନେହାଙ୍ଗିନୀଙ୍କୁ କଟାକ୍ଷ କରିବା ସହିତ ତାଙ୍କୁ ଦିଆଯାଇଥିବା ଅପମାନର … Read more

ଶ୍ରୀନଗରର ନୌଗାମ ପୋଲିସ ଷ୍ଟେସନ ପରିସରରେ ବିସ୍ଫୋରଣ ୯ ମୃତ୍ୟୁ, ୨୯ ଆହତ

ଜମ୍ମୁ କାଶ୍ମୀର: ଶ୍ରୀନଗର ସ୍ଥିତ ନୌଗାମ ପୁଲିସ ଥାନାରେ ହୋଇଥିବା ଏକ ବଡ ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ରୁ ଅଧିକ ଜଣ ଆହତ ହୋଇଛନ୍ତି । ଏହାସହିତ ଅନେକ ଗାଡି ସମ୍ପୂର୍ଣ୍ଣ ଜଳିଯାଇଛି । ବିସ୍ଫୋରଣରେ ପୁଲିସ ଥାନାର କୋଠାର ଏକ ଅଂଶ ମଧ୍ୟ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ସେ ଶରୀରର ବିଭିନ୍ନ ଅଂଶ ଖଣ୍ଡ ଖଣ୍ଡ ହୋଇ ୩୦୦ ଫୁଟ ଦୂର ପର୍ଯ୍ୟନ୍ତ ବିଛାଡି ହୋଇ … Read more

ବିହାରରେ ଏନ୍‌ଡିଏର ବିପୁଳ ବିଜୟ

ଆଦିଲ୍ଲୀ : ବିହାରରେ ପୁଣି ଥରେ ଏନଡିଏ ସରକାର ଗଢ଼ିବାକୁ ଯାଉଛି । ସରକାର ଗଢ଼ିବାକୁ ଏନଡିଏକୁ ବାଛି ଥିବାରୁ ମୋଦି ସମସ୍ତ ବିହାର ବାସିନ୍ଦାଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିହାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ମଧ୍ୟରେ ମୋଦିରେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ସୁଶାସନ, ବିକାଶ, ଜନ କଲ୍ୟାଣର ଭାବନା ଏବଂ ସାମାଜିକ ନ୍ୟାୟର ବିଜୟ ହୋଇଛି । ମୋଦି ଲେଖିଛନ୍ତି ଯେ ୨୦୨୫ ବିଧାନସଭା ନିର୍ବାଚନରେ ଏନଡିଏକୁ ଐତିହାସିକ ଏବଂ ଅଭୂତପୂର୍ବ ବିଜୟ … Read more

ଓଡ଼ିଶାରେ ଜାତୀୟ ଫୋରେନ୍‌ସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ଜଟଣୀଠାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଅଗ୍ରଗତି ନେଇ ସମୀକ୍ଷା କରି ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସାହୁ ଭୁବନେଶ୍ୱରରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU)ର ସ୍ଥାୟୀ କ୍ୟାମ୍ପସ ସ୍ଥାପନର ପ୍ରଗତି ଏବଂ NFSUର ବର୍ତ୍ତମାନ … Read more

ନୂଆପଡା ଉପ ନିର୍ବାଚନ: ୮୩ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଜିତିଲେ ଜୟ ଢୋଲକିଆ

ଭୁବନେଶ୍ଵର: ଓଡିଶାର ଏକ ମାତ୍ର ବିଧାନସଭା ଆସନ ନୂଆପଡା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଭୋଟ ଗଣତି ଶେଷ ହୋଇଛି। ଏହି ଉପନିର୍ବାଚନର ଫଳାଫଳ ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ନିର୍ବାଚନ ଆୟୋଗ ଅନୁଯାୟୀ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହୋଇଛନ୍ତି। ଜୟ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୮୩, ୭୪୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସେପଟେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ତୃତୀୟ ସ୍ଥାନରେ ଅଛନ୍ତି। ଜୟ ଢୋଲକିଆ ମୋଟ … Read more

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନୂଆଦିଲ୍ଲୀ ଗସ୍ତ…

ଭୁବନେଶ୍ୱର : ଆଜି ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରେ ସେ ୪୪ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବେ । ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି ମେଳାରେ ଓଡ଼ିଶା ପ୍ରତ୍ୟେକ ବର୍ଷ ଏକ ପ୍ରମୁଖ ରାଜ୍ୟ ଭାବେ ଅଂଶଗ୍ରହଣ କରି ନିଜର ଅବଦାନ ରଖିବା ସହ ରାଜ୍ୟର ଐତିହ୍ୟ, କଳା, ପରମ୍ପରା, ସଂସ୍କୃତିର ପ୍ରଦର୍ଶନ ଜାରି ରଖିଛି ।ସେହିପରି ୧୫ ତାରିଖରେ ସେ ଦିନିକିଆ ବେଙ୍ଗାଲୁରୁ … Read more

ଅଲ-ଫଲାହ ୟୁନିଭର୍ସିଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ରଦ୍ଦ ହେଲା’ଏଆଇୟୁ’ ସଦସ୍ୟତା

ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ହୋଇଥିବା ଆତଙ୍କବାଦୀ ବିସ୍ଫୋରଣକୁ ନେଇ ଅଲ-ଫଲାହ ୟୁନିଭର୍ସିଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆସୋସିଏସନ ଅଫ ଇଣ୍ଡିଆନ ୟୁନିୟନ (ଏଆଇୟୁ) ହରିୟାଣାର ଫରିଦାବାଦସ୍ଥିତ ଅଲ-ଫଲାହ ୟୁନିଭର୍ସିଟିର ସଦସ୍ୟତା ରଦ୍ଦ କରିଦେଇଛି। ଏଣୁ ଅଲ-ଫଲାହକୁ ତତ୍କାଳ ପ୍ରଭାବରେ ଏଆଇୟୁର ଲୋଗୋ ହଟେଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୟୁନିଭର୍ସିଟିର କେତେକ ଡାକ୍ତରଙ୍କୁ ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ଯାଞ୍ଚ ଏଜେନ୍ସୀ ଗିରଫ କରିଛନ୍ତି। ଅଲ-ଫଲାହ ୟୁନିଭର୍ସିଟି ତା ୱେବସାଇଟ୍ ରେ ପାଠ୍ୟକ୍ରମକୁ ନେଇ ଭୂଲ ସୂଚନା … Read more

ବାଲିଯାତ୍ରାର ଶେଷ ଦିନରେ ହେଲା ପ୍ରବଳ ଭିଡ଼,ଦୁଇ ଜଣ ହେଲେ ଅଚେତ

କଟକ : ବାଲିଯାତ୍ରା ର ଅନ୍ତିମ ଦିବସ ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବିଶେଷ କରି ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସୋ’ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏପରିକି ପୁଲିସ ଓ ଲୋକ ହାତାହାତି ମଧ୍ୟ ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସିପି ପହଞ୍ଚିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି … Read more

ପ୍ରସ୍ତାବିତ ସାଇନ୍ସ ସିଟି ସ୍ଥାନ ବୁଲିକି ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ଭାରତରେ ବୈଜ୍ଞାନିକ ଅଧ୍ୟୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ତଥା ବୈଜ୍ଞାନିକ ଅନୁସନ୍ଧିତ୍ସା ଏବଂ ଶିକ୍ଷା ପାଇଁ ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଭୁବନେଶ୍ୱର ଠାରେ ଏକ ସାଇନ୍ସ ସିଟି ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ୧୦୦ଏକର ପରିମିତ ସ୍ଥାନରେ ନିର୍ମାଣ କରାଯିବ । ଉକ୍ତ ସାଇନ୍ସ ସିଟି ନିର୍ମାଣ ଅଗ୍ରଗତି ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି … Read more

ବିନା ପରମିଟ୍‌ରେ ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ୍

ଭୁବନେଶ୍ୱର: ସରକାରଙ୍କୁ ରାଜ୍ୟ ବସ୍ କଥା କହି ଭୁଆଁ ବୁଲାଉଥିଲେ କଲିକତା ବସ୍ । ନା ଥିଲା ପରମିଟ, ନା ଦେଉଥିଲେ ଟିକସ। ଆଉ ଏଭଳି କିଛି ବସ୍ କୁ ଜବତ କରି ଫାଇନ ପକେଇଛି ପରିବହନ ବିଭାଗ। ଟିକସ ଫାଙ୍କି ଓ ପରମିଟ୍ ନିୟମ ଉଲ୍ଲଙ୍ଘନ ବିରୋଧରେ STA, Odisha ଓ RTO ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି। ଏହି ବସ୍ ଗୁଡିକ ବାବଦରେ କୌଣସି ତଥ୍ୟ ନଥିଲା। ମନଇଚ୍ଛା ଆସୁଥିଲେ, ମନଇଚ୍ଛା … Read more