ଭୁବନେଶ୍ୱର :ଗୁରୁବାର ଦିନ ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ହାନି ଘଟିଥିଲା । ଏହାପରେ ଚିଲିକା ରେ ଡ଼ଙ୍ଗା ଚଳା ଚଳକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳକୁ ବାରଣ କରାଯାଇଛି । କୁହୁଡ଼ି ନକମିବା ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲାପାଳ ।ବର୍ତ୍ତମାନ ରାଜ୍ୟରେ ଘନ କୁହୁଡ଼ି ଲାଗି ରହିଛି । ଫଳରେ ୫୦ ମିଟର ଦୂରକୁ ଦେଖିବା ମଧ୍ୟ ଅସମ୍ଭବ ହୋଇପଡୁଛି । ଗୁରୁବାର ଦିନ ସାତପଡା ଠାରୁ ଜହ୍ନିକୁଦା ଭସାପୋଲରେ ଯାତ୍ରା କରୁଥିବାବେଳେ ପାଣି ଭିତରକୁ ଖସି ପଡ଼ି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଜଳ ଯାତ୍ରା ପାଇଁ ସରକାର ସେଫଟି ଜ୍ୟାକେଟ ବାଧ୍ୟତାମୂଳକ କରିଥିବାବେଳେ ଭସାପୋଲରେ ଥିବା ଯାତ୍ରୀ ପିନ୍ଧିନଥିଲେ । ମୃତ ବ୍ୟକ୍ତିଙ୍କ ନାମ ଉମା ଶଙ୍କର ସାବତ(୬୦) ବୋଲି ଜଣାପଡିଛି। ତାଙ୍କ ଘର ମାଲକାନଗିରିର ବାଲିମେଳା ଗ୍ରାମ। ଏହି ଘଟଣା ପରେ ଶୁକ୍ରବାର ଦିନ ପୁରୀ ଜିଲାପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
Post Views: 102









