ଦୁବାଇ ବଜାରରେ ବିକ୍ରି ହେବ ଓଡିଶାର ପନିପରିବା

ଭୁବନେଶ୍ୱର: ଏଥର ଓଡ଼ିଶା ରସୁଣ ଓ ବିନ୍ସର ସ୍ୱାଦ ମିଳିବ ଦୁବାଇରେ । ରସୁଣ ଏବଂ ଫ୍ରେଞ୍ଚ ବିନ୍ସ ବ୍ୟତୀତ, ସେମାନେ ଓଡ଼ିଶାର ସବୁଜ ପନିପରିବା ଯେପରିକି ପୋଟଳ, ଅମୃତଭଣ୍ଡା ଏବଂ ଆଳୁର ମଧ୍ୟ ସ୍ବାଦ ପାଇବେ। ଗତ ବୁଧବାର ଦିନ ଭୂବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଓଡ଼ିଶାର କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ ୟୁନାଇଟେଡ୍ ଆରବ ଏମିରେଟ୍ସର ଦୁବାଇକୁ ୧ ହଜାର କିଲୋଗ୍ରାମ ତାଜା ଉଦ୍ୟାନ କୃଷି ଉତ୍ପାଦ ସଫଳତାର ସହ ରପ୍ତାନୀ … Read more

ହର୍ବାଲ ଟି’କୁ ଚା’ କହି ବିକିବା ବେଆଇନ ବୋଲି ଘୋଷଣା କଲା FSSAI

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଏବେ ଚା’ର ନାମ ବ୍ୟବହାର ଉପରେ ନିୟମ ଲାଗୁ କରିଛନ୍ତି l ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ସ୍ପଷ୍ଟ କରିଛି ଯେ,ଚା’ କେବଳ ସେହି ଉତ୍ପାଦକୁ କହିହେବ ଯାହା କାମେଲିଆ ସାଇନେସିସ୍ ଗଛର ପତ୍ରରୁ ତିଆରି ହୋଇଥିବ। FSSAI ନିର୍ଦ୍ଦେଶ ଦେଇଛି ହର୍ବାଲ୍ ଟି, ଡିଟକ୍ସ ଟି ଏବଂ ଫ୍ଲାଓ୍ବାର ଟି ଭଳି ବହୁ ପ୍ରଡକ୍ଟକୁ ଏବେ ସେମାନଙ୍କର ନାମ ବଦଳାଇବାକୁ ପଡିବ। ଏହାକୁ ଚା’ ଭାବରେ ବିକ୍ରି ହୋଇପାରିବ … Read more

ଭାରତୀୟ ସେନାଙ୍କୁ ସୋସିଆଲ୍ ମିଡିଆ ବ୍ୟବହାର ପାଇଁ ଅନୁମତି ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତୀୟ ସେନାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଥିବା ପ୍ରତିବନ୍ଧକରେ ପରିବର୍ତନ କରି ସୋସିଆଲ୍ ମିଡ଼ିଆ ବ୍ୟବହାର ପାଇଁ ଅନୁମତି ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏବେ ସେନା, ସୈନିକ ଏବଂ ଅଧିକାରୀମାନେ କେବଳ ଦେଖିବା ଏବଂ ତଦାରଖ କରିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ । ସେମାନେ କୌଣସି ପୋଷ୍ଟ କରିପାରିବେ ନାହିଁ କିମ୍ବା କୌଣସି ପୋଷ୍ଟକୁ ଲାଇକ୍ କରିପାରିବେ ନାହିଁ । ରିପୋର୍ଟ ଅନୁଯାୟୀ, ଡିଜିଟାଲ କାର୍ଯ୍ୟକଳାପ ସମ୍ପର୍କରେ ସେନା ପାଇଁ ପୂର୍ବରୁ … Read more

କିଟ୍ ନହ୍ନିପରୀ ୨୦୨୫ ହେଲେ କର୍ଣ୍ଣାଟକର ସମୃଦ୍ଧି ତ୍ରିପାଠୀ

ଭୁବନେଶ୍ୱର: କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୫ର ଫାଇନାଲ୍ ତଥା ମେଗା ରାଉଣ୍ଡ ମଙ୍ଗଳବାର ଶେଷ ହୋଇଛି । ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ସମୃଦ୍ଧି ନହ୍ନିପରୀ ମୁକୁଟ ସହ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି । ସେମିଫାଇନାଲ୍‌କୁ ୩୫ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ। ମଧ୍ୟପ୍ରଦେଶର … Read more

ସାନ୍ତାଳୀ ଭାଷାରେ ସମ୍ବିଧାନ ଉନ୍ମୋଚନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ସମ୍ବିଧାନ ଜାରି କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ। ସାନ୍ତାଳୀ ସଂପ୍ରଦାୟର ସମସ୍ତ ଲୋକଙ୍କ ପାଇଁ ଏହା ଗର୍ବ ଏବଂ ଖୁସିର ବିଷୟ। ଅଲ୍ ଚିକି ଲିପିରେ ଏହା ଉପଲବ୍ଧ। ଏହାଦ୍ଵାରା ସେମାନେ ସମ୍ବିଧାନକୁ ନିଜ ଭାଷାରେ ପଢି ବୁଝି ପାରିବେ ସାନ୍ତାଳୀ ଲୋକ । ଅଲ୍ ଚିକି ଲିପିର ଶତବାର୍ଷିକୀ … Read more

ମହୋଦଧିରେ ଭାସିଆସିଲେ ମହାପ୍ରଭୁ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମୁଦ୍ର ବେଳାଭୂମିକୁ ଭାସି ଆସିଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ସମୁଦ୍ର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର ହୋଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ମହାପ୍ରଭୁଙ୍କ ଏକ ବିଗ୍ରହ ସମୁଦ୍ରରେ ଭାସୁଥିବା ବେଳେ କିଛି ଯୁବକ ଉଦ୍ଧାର କରି ଏହାକୁ କୂଳକୁ ଆଣିଛନ୍ତି। ପାଣି ଭିତରୁ ଆଣୁଥିବା ବେଳେ ଆଉ … Read more

ଅନୁ ଗର୍ଗ ହେଲେ ଓଡିଶା ର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ନୂଆ ବର୍ଷରୁ ଦାୟିତ୍ଵ ଗ୍ରହଣ କରିବେ ଅନୁ ଗର୍ଗ। ୧୯୯୧ ବ୍ୟାଚର ଆଇଏଏସ ଅଫିସର ଅନୁ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ ସ୍ଥାନ ନେଇଛନ୍ତି। ଆସନ୍ତା ୩୧ରେ ସରିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁ ଗର୍ଗ ବର୍ତ୍ତମାନ ଉନ୍ନୟନ କମିଶନର ମୁଖ୍ୟ ସଚିବ … Read more

କ୍ୟାବିନେଟ ବୈଠକ ରେ ୧୦ ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୩୩ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।କ୍ୟାବିନେଟ ବୈଠକରେ ମୋଟ ୭ଟି ବିଭାଗର ୧୦ଟି ପ୍ରସ୍ତାବ ଆଗତ ହେବା ସହ ପ୍ରସ୍ତାବ ଗୁଡ଼ିକ ଅନୁମୋଦନ ମିଳିଛି lଆରମ୍ଭ ହେବ ଐତିହ୍ୟ ଗ୍ରାମ ଯୋଜନା। ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୬ ବରପୁତ୍ରଙ୍କ ଗାଁ ସାମିଲ ହେବ। ପ୍ରତି ବରପୁତ୍ରଙ୍କ ଗାଁର ବିକାଶ … Read more

ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଶୀତକାଳୀନ ଛୁଟି ଘୋଷଣା

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଡିସେମ୍ବର ୨୫ ତାରିଖରୁ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି। ୫ ଜାନୁଆରି ୨୦୨୬ ସୋମବାର ଠାରୁ କୋର୍ଟ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟ ଆରମ୍ଭ କରିବେ। ଜାରି ହୋଇଥିବା ଏକ ବିଜ୍ଞପ୍ତିରେ, ହାଇକୋର୍ଟ ୨ ଜାନୁଆରି ୨୦୨୬ (ଶୁକ୍ରବାର)କୁ ଏକ ସ୍ୱତନ୍ତ୍ର ଛୁଟି ଦିନ ଭାବରେ ଘୋଷଣା କରିଛନ୍ତି। ଏହା ବଦଳରେ କୋର୍ଟ ୬ ମାର୍ଚ୍ଚ ୨୦୨୬ ଶନିବାର ଦିନ କାର୍ଯ୍ୟ କରିବେ। ବିଜ୍ଞପ୍ତି ଅନୁସାରେ, ଏକ ଛୁଟିଦିନ ବେଞ୍ଚ ୩୦ ଡିସେମ୍ବର … Read more

କିସ୍ ବିଦ୍ୟାଳୟକୁ ଏନ୍ଏଚ୍ଆରସିଙ୍କ ନୋଟିସ୍

ଭୁବନେଶ୍ୱର: କିଟ୍ କୁଳପତି ଏବଂ ଭୁବନେଶ୍ୱର କମିଶନରେଟ୍ ପୋଲିସକୁ ନୋଟିସ୍ ଜାରି ହୋଇଛି । ଛାତ୍ର ହତ୍ୟା ମାମଲାରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି, ୨ ସପ୍ତାହରେ ତାହାର ରିପୋର୍ଟ ପ୍ରଦାନ କରିବାକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ର ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିବାକୁ ଆବେଦନ ହୋଇଥିଲା । ସ୍ଵାଧୀନ ଭାବେ ଘଟଣାର ତଦନ୍ତ ପାଇଁ ଓଡ଼ିଶା ମାନବାଧିକାର କମିଶନ ନିକଟରେ ଆବେଦନ ହୋଇଥିଲା । ଅଧିକାରୀଙ୍କ … Read more