ୟୁପି:ମଥୁରା ନିକଟ ଯମୁନା ଏକ୍ସପ୍ରେସୱେରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯାତ୍ରୀମାନଙ୍କୁ ଶୌଚ ପାଇଁ ବସରୁ ଓହ୍ଲାଇବା ସମୟରେ ଏକଦ୍ରୁତଗାମୀ କଣ୍ଟେନର ସେମାନଙ୍କ ଉପରେ ଚଢିଯାଇଛି । ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ବୋର ୨ଟା ୪୫ରେ ଏହି ଦୁର୍ଘଟଣା ଘଟିଛି । ବସଟି ଦିଲ୍ଲୀର ନାଙ୍ଗୋଲୋଇରୁ କାନପୁରର ରସୁଲାବାଦ ଅଭିମୁଖେ ଯାତ୍ରା କରୁଥିଲା ।ସୁରିର ଥାନା ଅଞ୍ଚଳର ମାଇଲଷ୍ଟୋନ ୮୮ ନିକଟରେ ଯାତ୍ରୀମାନେ ଡ୍ରାଇଭରଙ୍କୁ ଶୌଚ ପାଇଁ ଅଟକିବାକୁ କହିଥିଲେ । ଡ୍ରାଇଭର ଗ୍ରୀନ ଜୋନରେ ଅଟକିବା ପରିବର୍ତ୍ତେ ବସକୁ ରାସ୍ତା କଡ଼ରେ ପାର୍କିଂ କରି ଦେଇଥିଲେ । ଯାତ୍ରୀମାନେ ଶୌଚ ପାଇଁ ବସରୁ ଓହ୍ଲାଇବା ସମୟରେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ କଣ୍ଟେନର ବସକୁ ଧକ୍କା ଦେଇଥିଲା । ଫଳରେ ତଳେ ଠିଆ ହୋଇଥିବା ଯାତ୍ରୀମାନେ ଚାପି ହୋଇଯାଇଥିଲେ ।
Post Views: 47









