ଅଷ୍ଟମ ବେତନ ଆୟୋଗକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ଦୀର୍ଘ ମାସର ଅପେକ୍ଷା ପରେ ମଙ୍ଗଳବାର ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଆୟୋଗର ସୁପାରିଶ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ଏବଂ ଭତ୍ତା ବୃଦ୍ଧି କରାଯିବ। ଏହା ସହିତ ଅଷ୍ଟମ ବେତନ ଆୟୋଗର ସମସ୍ତ ସର୍ତ୍ତଗୁଡ଼ିକୁ ମଞ୍ଜୁରି ମିଳିଛି । କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ୮ମ ବେତନ ଆୟୋଗରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ, ଜଣେ ସଦସ୍ୟ ଏବଂ ଜଣେ ସଚିବ ରହିବେ । ସୁପ୍ରିମକୋର୍ଟର … Read more

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ ହୋଇଛି । କଳାବଜାରୀ ରୋକିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡାକଡି କରାଯାଇଛି । ବାତ୍ୟା ମୋନ୍ଥାର ପ୍ରଭାବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଯେଭଳି କୌଣସି ବ୍ୟବସାୟୀ କଳାବଜାରୀ ଓ ଅନାବଶ୍ୟକ ଭାବେ ଖାଦ୍ୟ ସାମଗ୍ରୀ ମହଜୁଦ କରି ନ ରଖନ୍ତି ଏଥିନିମନ୍ତେ ଏହି ଚଢ଼ାଉ କରାଯାଇଛି । … Read more

ବାତ୍ୟା ‘ମୋନ୍ଥା’ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା : ଜିରୋ କାଜୁଆଲଟି ର ଲକ୍ଷ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ବାତ୍ୟା ମୋନ୍ଥାର ମୁକାବିଲା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ, କୃଷି, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ବିଭାଗକୁ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ବାତ୍ୟା ଦାନା ଭଳି ମୋନ୍ଥାରେ ଜିରୋ କାଜୁଆଲ୍‌ଟିର ଲକ୍ଷ୍ୟ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୌଣସି ବିପଦ ସଂକୁଳ ଅଞ୍ଚଳରେ ଯେପରି ଜଣେ ବି ଲୋକ ରହିଯିବେ ନାହିଁ, ସମସ୍ତେ … Read more

ବସରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ, ପ୍ରତି ୩ ମାସରେ ହେବ ଯାଞ୍ଚ

ଭୁବନେଶ୍ୱର: ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ ଘଟି ଯାତ୍ରୀଙ୍କ ଜୀବନ ଯିବା ଘଟଣାକୁ ଗୁରୁତର ନେଇଛି ରାଜ୍ୟ ପରିବହନ ଓ ଅଗ୍ନିଶମ ବିଭାଗ । କିଭଳି ଏହି ବିପଦପୂର୍ଣ୍ଣ ଯାତ୍ରାକୁ ଏଡ଼ାଇ ହେବ, ଏଥିପାଇଁ ‌ସ୍କୁଲ୍‌ ବସ୍‌ ଠାରୁ ଆରମ୍ଭ କରି ନାଇଟ୍‌ ‌କୋଚ୍‌, ଏସି ବସ୍‌, ସ୍ଲିପର କୋଚ୍‌ ପର୍ଯ୍ୟନ୍ତ ସମସ୍ତ ବସ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଜରିମାନା … Read more

ବିଜେପିର ବଡ଼ କାର୍ଯ୍ୟାନୁଷ୍ଠାନ, ଚାରି ନେତା ଦଳରୁ ବହିଷ୍କୃତ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଦଳୀୟ ଶୃଙ୍ଖଳା ଉଲ୍ଲଂଘନ କରିଥିବା ଚାରି ନେତାଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ବିଜେପି ଏହି ନେତାମାନଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି। ବିଜେପି ବିହାର ରାଜ୍ୟ ମୁଖ୍ୟାଳୟ ପ୍ରଭାରୀ ଅରବିନ୍ଦ ଶର୍ମା ଏକ ସରକାରୀ ଚିଠି ଜାରି କରି କହିଛନ୍ତି ଯେ, ସମ୍ପୃକ୍ତ ନେତାମାନେ ଦଳୀୟ ନୀତି ଏବଂ ଶୃଙ୍ଖଳା ବିପରୀତ ଏନଡିଏ ପ୍ରାର୍ଥୀଙ୍କ … Read more

ସମ୍ଭାବ୍ୟ ବାତ୍ୟା “ମୋନ୍ଥା”କୁ ଦୃଷ୍ଟିରେ ରଖି କୃଷି ବିଭାଗର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା “ମୋନ୍ଥା”କୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ୩୧ ତାରିଖ ଯାଏଁ କୌଣସି କୃଷି ଅଧିକାରୀ ଛୁଟି ନେଇପାରିବେ ନାହିଁ ବୋଲି ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅବମାନନା କ୍ଷେତ୍ରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ। ଏହାବ୍ୟତୀତ, କୃଷି ବିଭାଗ ଦ୍ଵାରା ଜାରୀ ହୋଇଥିବା ପରାମର୍ଶକୁ ଚାଷୀଙ୍କ … Read more

ନୟାଗଡ଼ ଜିଲ୍ଲା କାରାଗାରରେ ଗୋଷ୍ଠୀ ସଂଘର୍ଷ

ନୟାଗଡ: ଖୁଣ୍ଟୁବନ୍ଧସ୍ଥିତ ନୟାଗଡ଼ ଜିଲ୍ଲା ଜେଲରେ ଏଭଳି ଘଟଣା ଘଟିଛି । ସୁପରିଟେଣ୍ଡେଣ୍ଟ ଓ ଜେଲ୍ କର୍ମଚାରୀଙ୍କୁ କଏଦୀ ଆକ୍ରମଣ କରିଛନ୍ତି। ଯାହାଫଳରେ ୪ ଜଣ ୱାର୍ଡରଙ୍କ ସମେତ ଜେଲ୍ ସୁପରିଟେଣ୍ଡେଣ୍ଟ ଆହତ ହୋଇଛନ୍ତି । ସେପଟେ ଜେଲ୍ ପରିସରରେ କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଗୋଷ୍ଠୀ ସଂଘର୍ଷରେ ଏକାଧିକ କଏଦୀ ଆହତ ହୋଇଛନ୍ତି। ଏନେଇ ଜେଲ ସୁପରିଟେଣ୍ଡେଣ୍ଟ ବାବୁଲି ବାରିକ ନୟାଗଡ଼ ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ … Read more

ପରବର୍ତ୍ତୀ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ଭାରତର ୫୩ତମ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ଗ୍ରହଣ କରିବେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସିଜେଆଇ ଗଭାଇ ନଭେମ୍ବର ୨୩ ତାରିଖରେ ତାଙ୍କ ପଦବୀରୁ ଅବସର ନେଉଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ମୁଖ୍ୟ ବିଚାରପତିଙ୍କ ପରେ ସବୁଠାରୁ ବରିଷ୍ଠ ବିଚାରପତି ଏବଂ ଭାରତୀୟ ନ୍ୟାୟପାଳିକାର ନେତୃତ୍ୱ ନେବା … Read more

ଶ୍ରେୟସ ଆୟର ଆଇସିୟୁରେ ଆଡ୍‌ମିଟ୍‌..

ମୁମ୍ବାଇ: ଆଇସିୟୁରେ ଶ୍ରେୟସ ଆୟର। ଟିମ୍‌ ଇଣ୍ଡିଆ ପାଇଁ ଟେନ୍‌ସନ। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଏହି ଘଟଣା ପରେ ଏବେ ଉପ-ଅଧିନାୟକ ଗୁରୁତର ଆଘାତ ପାଇ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଏବେ ICUରେ ରଖାଯାଇଛି। ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରେୟସଙ୍କ ସୁସ୍ଥତା ଉପରେ ନିର୍ଭର … Read more

ଘରେ ପଶି ନେଇଗଲେ ୪୦ ଗ୍ରାମ୍ ସୁନା ସହ ୨୫ ଲକ୍ଷ ଟଙ୍କା

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ମୁଖ୍ୟ ସହରରେ ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଲୁଟିନେଲେ ଟଙ୍କା ଓ ସୁନାଗହଣା। ବଣାଇ ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର ଦୁରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ ଦୋକାନ ମାଲିକଙ୍କ ଘରେ ମା, ଝିଅ ଓ ଦୋକାନରେ କାମ କରୁଥିବା ପିଲା ଶୋଇଥିବା ବେଳେ ମଧ୍ୟରାତ୍ରିରେ ହଠାତ୍‌ ୪ ଜଣ ଦୁର୍ବୃତ୍ତ ପହଞ୍ଚି ତଳେ ଶୋଇଥିବା ତାଙ୍କର ଚାକରକୁ ଆଗେ ପ୍ରବଳ ମାଡ଼ … Read more