February 25, 2026 11:08 pm

ଲିଙ୍ଗିପୁର ସ୍ଥିତ ସୁପରମାର୍ଟ ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର: ଲିଙ୍ଗିପୁର ଛକ ନିକଟରେ ଥିବା ସୁପର ମାର୍ଟରେ ଲାଗିଛି ନିଆଁ । ସୁପର ମାର୍କେଟରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ । ସୂଚନା ଅନୁଯାୟୀ ସୋମବାର ରାତି ସାଢେ ୧୦ଟାରୁ ଏ ପର୍ଯ୍ୟନ୍ତ ହୁତୁହୁତୁ ହୋଇ ଜଳୁଛି ସୁପରମାର୍ଟ। ନିଆଁ ଲିଭାଇବା କାମରେ ଲାଗିଛନ୍ତି ୮ ଦମକଳ। ସୋମବାରଠୁ ନିୟୋଜିତ ଥିବା ଅଗ୍ନିଶମ ବାହିନୀ ସହ ଆଜି ସକାଳେ ଆଉ ଅଧିକ ଅଗ୍ନିଶମ ଗାଡି ସହଯୋଗ କରୁଛି । ୨ ଶହ ଫୁଟ ଉଚ୍ଚତାକୁ ଯାଇ ନିଆଁ ଲିଭାଇବାର କ୍ଷମତା ରଖୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମ ଲାଗିଛି। ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିଆଁ ଲିଭାଇବା ପାଇଁ ନୂଆ କୌଶଳ ଆପଣାଇଛି। ବିଲ୍ଡିଙ୍ଗ କାନ୍ଥରେ ଏବେ ବଡ଼ ଫାଟ ସୃଷ୍ଟି ହୋଇଛି। ତେଣୁ କିଛି ଅଂଶ ଭାଙ୍ଗିବା ପାଇଁ ପ୍ରୟାସ କରୁଛି ଅଗ୍ନିଶମ ଟିମ୍। କାନ୍ଥ ନଭାଙ୍ଗିଲେ ଵିଲ୍ଡିଂକୁ ଅଧିକ କ୍ଷତି ପହଞ୍ଚିବା ଆଶଙ୍କା ରହିଛି।ଭୟଙ୍କର ନିଆଁ ଲାଗିଥିବାରୁ ଆଖପାଖରେ ଥିବା ଦୋକାନ ଏବଂ ଘରକୁ ମଧ୍ୟ ବିପଦ ରହିଛି । ପୁରା ଅଞ୍ଚଳରେ କାଲି ରାତିରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଛି।