ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ୩୪ ବର୍ଷ ବୟସରେ ପରଲୋକ । ଭୁବନେଶ୍ୱର ଏମ୍ସରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଲିଭର୍‌ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ । ସେ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ । ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା । ଡାକ୍ତରଙ୍କ … Read more

ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ହବ ଟିକେଟ୍‌ ବିକ୍ରି

କଟକ : ବାରବାଟୀରେ ଟି-୨୦ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମର ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍‌। ଡିସେମ୍ବର ୧ ତାରିଖରେ ଅନଲାଇନ୍‌ରେ ମିଳିବ ଟିକେଟ୍‌। ଡିସେମ୍ବର ୩ ଓ ୪ରେ OCA ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍‌ ଦିଆଯିବl ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ୯ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ … Read more

ଶେଖ ହସିନାଙ୍କୁ ଦଣ୍ଡ ଘୋଷଣା ପରେ ଢାକାରେ ହିଂସାକାଣ୍ଡ

ଢାକା : ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀଦଣ୍ଡ ଶୁଣା ଯାଇଛି। ଏହାପରେ ଢାକାରେ ହିଂସାକାଣ୍ଡ ତେଜିଛି। ଏହାକୁ ନେଇ ୟୁନୁସ ସରକାର ଆକ୍ସନରେ ଏବଂ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆ ଯାଇଛି। ଉଲ୍ଲେଖନୀୟ ଯେ, ବଂଲାଦେଶର ଆନ୍ତଃର୍ଜାତିକ ଅପରାଧ ନ୍ୟାୟାଧିକରଣ (ଆଇସିଟି-ବିଡି) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ତାଙ୍କୁ ଏହି ଦଣ୍ଡ ଗତ ବର୍ଷ ସରକାରଙ୍କ ବିରୋଧରେ ହୋଇଥିବା ବିରୋଧ ପ୍ରଦର୍ଶନ ବେଳେ ଘାତକ କାର୍ଯ୍ୟାନୁଷ୍ଠାନ ପାଇଁ … Read more

ଘରୋଇ ବସ ମାଲିକଙ୍କ ଧର୍ମଘଟ ଚେତାବନୀ

ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି। ୧୪ ହଜାର ଘରୋଇ ବସ୍ ଏହି ଆନ୍ଦୋଳନରେ ସାମିଲ ହେବେ। ପୁଲିସକୁ ଏମଭି କ୍ଷମତା ନ ଦେବାକୁ ବସ୍ ମାଲିକ ସଂଘ ଦାବି କରିଛି । ଏ ନେଇ ବସ୍‌ ମାଲିକ ସଂଘ ସରକାରଙ୍କୁ ଦାବିପତ୍ର ଦେବ ।ଡିସେମ୍ବର ୧ରୁ ପୁଲିସ୍‌କୁ ଗାଡ଼ି ଚେକିଂ ପାଇଁ … Read more

ବ୍ରହ୍ମପୁରରୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍

ଗଞ୍ଜାମ: ସବୁଜ ପତାକା ଦେଖାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନରୁ ଉତ୍ତରପ୍ରଦେଶର ଓଁକାରେଶ୍ଵର ଓ ଉଜ୍ଜୟିନୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ସ୍ଵତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଓଡ଼ିଶାର ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରୀ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ପୂର୍ବରୁ ଆବେଦନ ପ୍ରକ୍ରିୟାରେ ୬୦ରୁ ୭୫ ବର୍ଷ ବୟସ୍କ ବରିଷ୍ଠ … Read more

ଦଲାଲଙ୍କ କବ୍‌ଜାରେ ବାଲେଶ୍ୱରର ୧୦ ଶିଶୁଶ୍ରମିକ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଧାନ କାଟିବା ପାଇଁ ଶ୍ରମିକଙ୍କ ଅଭାବ ଯୋଗୁ ଲୋକେ ବାହାର ଜିଲ୍ଲାର ଶ୍ରମିକମାନଙ୍କୁ ଆଣି ଧାନକଟାରେ ନିୟୋଜିତ କରୁଛନ୍ତି। ଏହାର ସୁଯୋଗ ନେଇ କେତେକ ଦଲାଲ ବାହାର ଜିଲ୍ଲାର ଶିଶୁଶ୍ରମିକମାନଙ୍କୁ ଆଣି ଏହି ଥାନା ଅଧୀନ ଅଞ୍ଚଳକୁ ଆସୁଥିଲେ। ଖବର ପାଇ ମହାକାଳପଡ଼ା ପୋଲିସ ଦଧିପୁର ଗ୍ରାମ ନିକଟ ଲୁଣାବନ୍ଧରୁ ୧୦ ଶିଶୁଶ୍ରମିକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ସେମାନଙ୍କ ଠିକଣା … Read more

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ସଂକଟାପନ୍ନ

ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ଟିକେ ସୁଧୁରିଥିଲେ ମଧ୍ୟ ସଂକଟାପନ୍ନ ରହିଛି । ସେ ଭୁବନେଶ୍ଵର ଏମ୍ସ ICUରେ ଚିକିତ୍ସାଧୀନ ଅଛନ୍ତି। ହ୍ୟୁମାନ ସାଗର ଏକାଧିକ ରୋଗରେ ପୀଡ଼ିତ। ଶ୍ଵାସ ପ୍ରକ୍ରିୟାରେ ସମସ୍ୟା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଛି। ରେନାଲ ଫେଲ୍ୟୁୟର୍ ହୋଇଛି। ତାଙ୍କୁ ନିୟମିତ CRRT ଡାଇଲିସିସ୍ କରାଯାଉଛି। ତାଙ୍କୁ ସବୁବେଳେ ମନିଟରିଂ କରୁଛନ୍ତି MICU ଟିମ୍। ଏକାଧିକ ସ୍ପେସାଲିଷ୍ଟ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ଆଗ ଅପେକ୍ଷା ସେ ସାମାନ୍ୟ ସୁସ୍ଥ ଅଛନ୍ତି । … Read more

ଲାଲକିଲ୍ଲା ବିସ୍ଫୋରଣ:ଉମରର ସହଯୋଗୀ ଦିଲ୍ଲୀରୁ ଗିରଫ

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ଏକ ବଡ଼ ସଫଳତା ମିଳିଛି। ଏହି ଆତ୍ମଘାତୀ ଆକ୍ରମଣରେ ବ୍ୟବହୃତ କାର୍ ଯୋଗାଇବାରେ ସାହାଯ୍ୟ କରିଥିବା ଜଣେ କାଶ୍ମୀରୀ ଯୁବକଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ଜମ୍ମୁ-କାଶ୍ମୀରର ପାମ୍ପୋର ଅନ୍ତର୍ଗତ ସାମ୍ବୋରାର ବାସିନ୍ଦା ଆମୀର ରଶିଦ ଅଲ୍ଲୀ। ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ଏନଆଇଏ ରିପୋର୍ଟ ଅନୁଯାୟୀ, ଆମୀର ଫରିଦାବାଦର … Read more

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଠିକ ଖବର ପରିବେଷଣ ଓ ଗଠନମୂଳକ ସମାଲୋଚନା ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିଥାଏ । ମାତ୍ର ସାମ୍ପ୍ରତିକ ଦୁନିଆରେ ଅନେକ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଖବର ଭ୍ରମାତ୍ମକ ଭାବେ ପ୍ରସାରିତ ହେଉଥିବାରୁ ପ୍ରେସ୍‌ର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସ୍ୱୟଂ ନିୟନ୍ତ୍ରିତ ଗଣମାଧ୍ୟମ ସମାଜ ଗଠନ ସହ ଗଣତନ୍ତ୍ରର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବାର ନଜିର୍‌ ରହିଛି । ତେଣୁ … Read more

ସୁରଟ ଷ୍ଟେସନ୍ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅହମଦାବାଦ: ବର୍ଷ ବର୍ଷ ଧରି ଆଲୋଚନାରେ ଥିବା ବୁଲେଟ୍ ଟ୍ରେନ୍ ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡର (MAHSR) ର କାମ ଦ୍ରୁତ ଗତିରେ ଚାଲିଛି । ଏହି କରିଡର ପ୍ରାୟ ୫୦୮ କିଲୋମିଟର ଲମ୍ବା । ବିହାରରେ ଏକ ବିରାଟ ବିଜୟ ପରେ, ପ୍ରଧାନମନ୍ତ୍ରୀ ମୋଦି ଶନିବାର ସୁରଟ ବୁଲେଟ୍ ଟ୍ରେନ୍ ଷ୍ଟେସନ୍ ପରିଦର୍ଶନ କରିଥିଲେ । ଏହି ପ୍ରକଳ୍ପ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଉନ୍ନତ ଇଞ୍ଜିନିୟରିଂ କୌଶଳ … Read more