December 7, 2025 3:39 am

ଫେବ୍ରୁଆରି ୨୯ ପରେ ବି ‘ପେଟିଏମ୍‌’ ଆପ୍‌ ପୂର୍ବ ପରି ଚାଲିବ: କମ୍ପାନୀ ସିଇଓ

ନୂଆଦିଲ୍ଲୀ: ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୨୯ ପରଠାରୁ ଏହି ବ୍ୟାଙ୍କ କୌଣସି ଗ୍ରାହକଙ୍କଠାରୁ ଜମା ସଂଗ୍ରହ କରିପାରିବ ନାହିଁ କିମ୍ବା ଋଣ କାରବାର ମଧ୍ୟ କରିପାରିବ ନାହିଁ। କୌଣସି ଟପ୍-ଅପ୍ ସୁବିଧା ବି ଦେଇପାରିବ ନାହିଁ। ୱାଲେଟ୍‌ ଓ ଫାସ୍‌ଟ୍ୟାଗ୍‌ ଭଳି ଲିଙ୍କ୍‌ ହୋଇଥିବା ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟରେ କାରବାର କରିପାରିବନି। ଏବେ ଏନେଇ ଗ୍ରାହକଙ୍କୁ ଆଶ୍ବସ୍ତି କରାଇବା ପରି ଏକ ସୂଚନା ଦେଇଛନ୍ତି … Read more

ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ୨୦୨୩-୨୪ ଫେବ୍ରୁୟାରୀ ୩ ରୁ  

ଭୁବନେଶ୍ଵର: ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ପୁଣି ଫେରିଛି ଓଡିଶାକୁ। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ୨୦୨୩-୨୪ ରାଜ୍ୟରେ ଆୟୋଜନ ହେଉଥିବାରୁ ରାଜଧାନୀ ଭୁବନେଶ୍ବର ଓ ଇସ୍ପାତ ନଗର ରାଉର‌କେଲା ଚଳଚଞ୍ଚଳ ହୋଇଛି। ଚଳିତ ମାସ ୩ରୁ ୨୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଆୟୋଜକ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ପ୍ରତିଦ୍ବନ୍ଦ୍ବିତା କରିବେ। ମହିଳାଙ୍କ ମ୍ୟାଚ୍‌ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଏବଂ … Read more

‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଫେବ୍ରୁଆରୀ ୩ରୁ

ଭୁବନେଶ୍ୱର:  ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ବିଭାଗର ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବିଭାଗର କମିସନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର କାର୍ତ୍ତିକେୟନ ପ୍ରମୁଖ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଅନେକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଦ୍ୱାନ-ପଦ୍ମଶ୍ରୀ ପ୍ରଫେସର ହରମାନ … Read more

ବିବାହ କରିବେ ଅଭିନେତା କୃଷ୍ଣ ଅଭିଷେକଙ୍କ ଭଉଣୀ ଅଭିନେତ୍ରୀ ଆରତୀ ସିଂ !

ନୂଆଦିଲ୍ଲୀ:  ଛୋଟ ପରଦାର ଲୋକପ୍ରିୟ  ଅଭିନେତ୍ରୀ ଆରତୀ ସିଂ ଶେଷରେ ବିବାହ କରିବାକୁ ଯାଉଛନ୍ତି। ଇଂରାଜୀ ଦୈନିକ ଖବର କାଗଜ ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ଭଉଣୀ ତଥା ଅଭିନେତ୍ରୀ ଆରତୀ ସିଂ ତାଙ୍କ ପ୍ରେମିକ ଦୀପକ ଚୌହ୍ବାନଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବେ। ରିପୋର୍ଟରୁ ପ୍ରକାଶ ଯେ ଆରତୀ ଆସନ୍ତା ମାସରେ ବିବାହ କରିବାକୁ ଚାହୁଁଛନ୍ତି। ସେ ଏପ୍ରିଲ କିମ୍ବା ମେ ମାସରେ ବିବାହ କରିବାକୁ ସ୍ଥିର କରିଛନ୍ତି। ନିଜ … Read more

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ଇଡିର ଚଢାଉ,୩୬ ଲକ୍ଷ ଟଙ୍କା,ଏକ ବିଏମ୍‌ଡବ୍ଲ୍ୟୁ ଜବତ 

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର କହିଛି ଯେ ସେମାନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ାଉ କରି ୩୬ ଲକ୍ଷ ଟଙ୍କା, ଏକ ବିଏମ୍‌ଡବ୍ଲ୍ୟୁ ଏବଂ କିଛି ଆପତ୍ତିଜନକ କାଗଜପତ୍ର ଜବତ କରିଛନ୍ତି।   ଇଡି ହେମନ୍ତ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ସୋମବାର ଦିନ ଚଢ଼ାଉ କରିଥିଲା।  ସୋମବାର ଇଡିର ଏକ ଟିମ୍‌ ସୋରେନଙ୍କ ଦକ୍ଷିଣ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ଜମି ଠକେଇ ମାମଲାର ତଦନ୍ତରେ ପଚରାଉଚରା କରିବାକୁ ଯାଇଥିଲା। କିନ୍ତୁ ସେ … Read more

ଅଯୋଧ୍ୟାକୁ ଦେଶର ୮ ସହରରୁ  ସିଧାସଳଖ ବିମାନସେବା  ଉପଲବ୍ଧ ହେବ

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ରାମ ମନ୍ଦିର ଉଦଘାଟନ ହେବାପରେ ଦେଶ ବିଦେଶରୁ ଦୈନିକ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚୁଛନ୍ତି । ନିର୍ଭରଯୋଗ୍ୟ ତଥ୍ୟ ଅନୁଯାୟୀ ଦୈନିକ ତିନି ଚାରି  ଲକ୍ଷ ଲୋକ ରାମଲଲ୍ଲାଙ୍କ ଦର୍ଶନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଯୋଧ୍ୟାରେ ପହଞ୍ଚିବା ପାଇଁ ବିମାନ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ   ପଦକ୍ଷେପ ନେବାକୁ ଯାଉଛି। ଅଯୋଧ୍ୟାରେ ତୀର୍ଥଯାତ୍ରୀଙ୍କ ଆଗମନକୁ ସୁଗମ କରିବା … Read more

ପରିବାର ପାଇଁ ବୋଝ ହୋଇନାହାନ୍ତି ଦିବ୍ୟାଙ୍ଗ ଶିବାନୀ, ମମତା

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ପୁଅ-ଝିଅ ଭେଦଭାବ ଦୂର ପାଇଁ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବେଟି ବଚାଓ ବେଟି ପଢ଼ାଓ ଯୋଜନାରେ ଶିଶୁକନ୍ୟାର ସୁରକ୍ଷା, ଝିଅମାନଙ୍କ କାର୍ଯ୍ୟଦକ୍ଷତା ଓ ସାମଗ୍ରିକ ବିକାଶ ପାଇଁ କାମ କରାଯାଉଛି । ତଥାପି ଲୋକେ ଏ ଦିଗରେ ସଚେତନ ହେଉ ନାହାନ୍ତି । ଝିଅ ଜନ୍ମ ପରେ ପରିବାରବର୍ଗ ତାକୁ ବୋଝ ବୋଲି ଭାବୁଛନ୍ତି । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଦୁଇ ଦିବ୍ୟାଙ୍ଗ … Read more

ସଞ୍ଜୀବ ପଣ୍ଡା ଟୁଇନ୍ ସିଟି ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ 

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହି ଅବସରରେ ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହାକୁ କିପରି ସୁରଖୁରୁରେ ସମ୍ପାଦନ କରାଯିବ, ସେଥିନିମନ୍ତେ ଏବେଠୁ ପ୍ରସ୍ତୁତି … Read more

ଫେବ୍ରୁଆରୀ ୨୭ ରେ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର:  ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଏଠି ସହ ଓଡ଼ିଶାରୁ ଖାଲି ହେଉଥିବା ୩ ଆସନରେ ମଧ୍ୟ ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବ୍ରୁଆରୀ ୧୫ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ । ୧୬ ରେ ନାମାଙ୍କନପତ୍ର ଯାଞ୍ଚ ହେବ । ୨୦ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ … Read more

କେନ୍ଦୁଝର ନୂଆ-ଓ କାର୍ଯ୍ୟକ୍ରମରେ  ଯୋଗଦେଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କେନ୍ଦୁଝର: ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସ୍ଥାନୀୟ ଧରଣୀଧର ବିଶ୍ଵବିଦ୍ୟାଳୟ‌ ପଡ଼ିଆରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କରିବା ଦରକାର ସେ ନେଇ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏହାସହ ୟୁନିଭର୍ସିଟିରେ ଚାଲିଥିବା ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ପିଲାମାନଙ୍କ ସହ କଥା ହୋଇ ୫ଯି ଅଧ୍ୟକ୍ଷ କହିଥିଲେ, ‘ନିଜ ପ୍ରତିଭା ପରିପ୍ରକାଶ କରିବାର ଏକ ଭଲ ପ୍ଲାଟଫର୍ମ ହେଉଛି ନୂଆ-ଓ କାର୍ଯ୍ୟକ୍ରମ। … Read more