କେନ୍ଦ୍ରୀୟ ବିଦ୍ୟାଳୟ ଆଗରେ ବୋମା ମାଡ଼

ଭୁବନେଶ୍ୱର:ଶୁକ୍ରବାର ସକାଳୁ ସକାଳୁ ଭୁବନେଶ୍ୱର ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ ଫାଟକ ଉପରକୁ ହୋଇଛି ବୋମା ମାଡ଼ । ମଞ୍ଚେଶ୍ୱର ଥାନା ପୋଲିସ ଏବଂ ରେଳ ବିଭାଗ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ସକାଳ ପ୍ରାୟ ୭ଟା ୪୫ ସୁଦ୍ଧା କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ଭିତରକୁ ପ୍ରବେଶ କରିଯାଇଥିଲେ । ଏହା ପରେ ୭ଟା ୫୫ରୁ ୮ଟା ମଧ୍ୟରେ କେହି ଦୁର୍ବୃତ୍ତ ବାଇକରେ ଆସି ୨ଟି … Read more

ମନ୍ମଥ ରାଉତରାୟଙ୍କ ନାଁ ରେ ଥାନାରେ ମାମଲା ରୁଜୁ

ଭୁବନେଶ୍ୱର :ମନ୍ମଥଙ୍କ ବିରୋଧରେ ଭୁବନେଶ୍ୱର ସାଇବର ଥାନା ମାମଲା ରୁଜୁ କରିଛି । ବିଜେପି ଲିଗାଲ ସେଲ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଆପତ୍ତଜନକ ମନ୍ତବ୍ୟ ଦେଇଥିବା ନେଇ ବିଜେପି ଲିଗାଲ ସେଲ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ମନ୍ମଥଙ୍କ ବିରୋଧରେ ୫ଟି ଦଫା ଲାଗିଛି। ଏନେଇ ମନ୍ମଥଙ୍କ କିଛି ପ୍ରତିକ୍ରିୟା ମିଳି ପାରିନି ତେବେ ବର୍ତ୍ତମାନ ସେ ମୁମ୍ବାଇରେ ଅଛନ୍ତି, ଭୁବନେଶ୍ବର ପହଂଚିବା ପରେ ଗଣମାଧ୍ୟମରେ … Read more

କେଭି ଓ ଲକ୍ଷ୍ମଣଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ବନେଶ୍ୱର : ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ଚାଲିବ ମାମଲା । ଉଭୟଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ବିନା ଶୁଣାଣିରେ ମାମଲା ଖାରଜ ପାଇଁ ଉଭୟ ଆବେଦନ କରିଥିଲେ ଉଭୟ ନେତା । ୨୦୨୪ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ ଲକ୍ଷ୍ମଣ ବାଗ୍ । ସୂଚନା ଥାଉକି, ଉପ ମୁଖ୍ୟମନ୍ତ୍ରୀଙ୍କ କେ.ଭି ସିଂହଦେଓ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ମୂଳ ମାମଲା ଖାରଜ ପାଇଁ ହୋଇଥିବା … Read more

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ

ନୂଆଦିଲ୍ଲୀ: ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାବରଣ କରିଛନ୍ତି । ଭିଡ଼ିଓ କନଫେରନ୍ସିଂ ଜରିଆରେ ମୋଦି ଏହାର ଉନ୍ମୋଚନ କରିଛନ୍ତି । ଏହା ସହିତ ଦେଶର ପ୍ରଥମ ମହାକାଶ ଘରୋଇ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସର ଇନ୍ଫିନିଟି କ୍ୟାମ୍ପସ୍ କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ଆମର ଅଧିକାଂଶ ମହାକାଶ ଷ୍ଟାଟଅପ୍ ଅତି ଛୋଟ ଟିମରୁ ଆରମ୍ଭ ହୋଇଛି । ଏହି ଚିନ୍ତାଧାରା … Read more

ବସ୍‌ ଧର୍ମଘଟ ପ୍ରତ୍ୟାହୃତ…

ଭୁବନେଶ୍ୱର: ଡିସେମ୍ବର ୧ ତାରିଖରେ ହେବାକୁଥିବା ବସ୍‌ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ। ବସ୍‌ ବନ୍ଦ ଡାକରା ପ୍ରତ୍ୟାହୃତ ନେଇ ଘରୋଇ ବସ୍‌ ସଂଘର ସୂଚନା। ରାଜ୍ୟ ପରିବହନ ବିଭାଗ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି ଦିଆଯିବା ପରେ ବସ୍‌ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ସୂଚନାଥାଉ କି, ପୋଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ରାଜ୍ୟ ସରକାର ଦେବେ ବୋଲି ଘୋଷଣା କରିଥିଲେ। ଏହା … Read more

ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପରେ ଗୃହ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ଏହା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ୩୦ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଜଣ ଦିବଙ୍ଗତ ପୂର୍ବତନ ବିଧାୟକ ଏବଂ ସହୀଦ କନଷ୍ଟେବଳଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଦିବଙ୍ଗତ ପୂର୍ବତନ ବଣାଇ ବିଧାୟକ ହେମେନ୍ଦ୍ର … Read more

ଡିସେମ୍ବର ୧ ତାରିଖରେ ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ : ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଆସନ୍ତା ଡିସେମ୍ବର ୧ ତାରିଖରେ ଖୋଲିବ ଗୁଣ୍ଡିଚା ମନ୍ଦିର । ଦୀର୍ଘ ପ୍ରାୟ ୬ ବର୍ଷ ହେଲା ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର । ଏନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା । ଜିଲ୍ଲାପାଳ କହିଛନ୍ତି ଗୁଣ୍ଡିଚା ମନ୍ଦିର ନିକଟରୁ ହଟିଛି ଜବରଦଖଲ । ଭକ୍ତଙ୍କ ଦର୍ଶନ ପାଇଁ ହୋଇଛି ବ୍ୟବସ୍ଥା । ଗୁଣ୍ଡିଚା ମନ୍ଦିରର ପରିଚାଳନା କରିବ ଶ୍ରୀମନ୍ଦିର ପ୍ରଶାସନ । … Read more

ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରଦାନ

ଭୁବନେଶ୍ୱର :ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବୁଧବାର ଦିନ ୨୦୨୩,୨୦୨୪ ଏବଂ ୨୦୨୫ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।୩ ବର୍ଷ ପାଇଁ ସର୍ବମୋଟ ୧୩୪ଜଣ କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (ସର୍ବୋଚ୍ଚ ସମ୍ମାନ) ୬ଜଣଙ୍କୁ ପ୍ରଦାନ … Read more

ପାଣ୍ଡିଆନ ଙ୍କ ବିରୋଧ ରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ବିଜେଡିର ଶୋଚନୀୟ ପରାଜୟ ପରେ ଦଳରେ ପାଣ୍ଡିଆନଙ୍କ ହାକିମାତିକୁ ନେଇ କୁହୁଳୁଥିବା ଅସନ୍ତୋଷ ଏବେ ଧୀରେ ଧୀରେ ବିସ୍ଫୋରକ ରୂପ ନେଉଛି । ଦଳର ଜଣେପରେ ଜଣେ ନେତା ମୁହଁ ଖୋଲିବାରେ ଲାଗିଛନ୍ତି । ଦେବାଶୀଷ ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇବା ସହ ସିଧାସଳଖ ପାଣ୍ଡିଆନଙ୍କ ଏକଚାଟିଆ ନୀତି ଓ ନବୀନ ନିବାସରେ ଚାଲିଥିବା ଅଘୋଷିତ କଟକଣା ବିରୋଧରେ ମୁହଁ ଖୋଲିଛନ୍ତି ।ସାଂସଦ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଛନ୍ତି ଯେ,ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ … Read more

ବିଧାନସଭା ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା କଲି ଆରମ୍ଭ ହେଉଛି ବିଧାନସଭାର ଶୀଳକାଳୀନ ଅଧିବେଶନ । ବିଧାନସଭା ସର୍ବଦଳୀୟ ବୈଠକ ଶେଷ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଏବଂ ବିଧାନସଭାରେ ଉଦବୋଧନ ଦେବା ନେଇ ଆଲୋଚନା ହୋଇଛି । ଏ ନେଇ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଭଳି ଭାବେ ବିଧାସଭାରେ ସୁରୁଖୁରୁରେ ବିଭନ୍ନ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଜିରୋ ଆୱାର କେତେ ସମୟ … Read more