ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅର୍ଡର ଅଫ୍‍ ଓମାନ୍‍’ ସମ୍ମାନରେ ହେଲେ ସମ୍ମାନିତ

ମସ୍କଟ: ମସ୍କଟ ରାଜପ୍ରାସାଦରେ ଆୟୋଜିତ ଏକ ସମାରୋହରେ ଓମାନ୍‍ର ସୁଲତାନ’ ସୁଲତାନ ହାଇଥମ୍‍ ବିନ୍‍ ତାରିକ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଅର୍ଡର ଅଫ୍‍ ଓମାନ୍‍’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭାରତ-ଓମାନ୍‍ ସମ୍ପର୍କ ନେଇ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ଅବଦାନ ପାଇଁ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଓମାନ୍‍ ଗସ୍ତ ଗୁରୁତ୍ୱ ବହନ କରିଛି। ଶ୍ରୀ ମୋଦୀ’ ସମ୍ମାନକୁ ଭାରତବାସୀଙ୍କ … Read more

ଲୋକସଭାରେ ‘ଭିବି ଜି ରାମ ଜି’ ବିଲ୍ ପାରିତ

ନୂଆଦିଲ୍ଲୀ: ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୁରୁବାର ଲୋକସଭାରେ ପାରିତ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) ବା ‘ଭିବି ଜି ରାମ ଜି’ ବିଲ୍ ୨୦୨୫। ଏହା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନର (ମନେରେଗା)ର ସ୍ଥାନ ନେବାକୁ ଯାଉଥିବା ବେଳେ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଏହି ପଦକ୍ଷେପ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ। ଏହା ସହିତ ଏହି … Read more

କିସ୍ ଛାତ୍ର ହତ୍ୟା ଘଟଣାରେ ଜେଲ ଗଲେ ୮ ଅଭିଯୁକ୍ତ

ଭୁବନେଶ୍ୱର: କିସ୍ ଛାତ୍ର ଶିବ ମୁଣ୍ଡାଙ୍କ ହତ୍ୟା ମାମଲାରେ ଇନଫୋସିଟି ଥାନା ପୋଲିସ ଗତକାଲି ୮ ଜଣଙ୍କୁ ଗିରଫ କରିଥିଲା । ସେମାନେ ଅତିରିକ୍ତ ସିଇଓ ପ୍ରମୋଦ କୁମାର ପାତ୍ର, ଶିକ୍ଷକ ବିନୟ କୁମାର ଗୋଛି, ସିନିଅର୍ ଏକାଡେମିକ୍ କୋର୍ଡିନେଟର୍ ପ୍ରସନ୍ନ କୁମାର ମଲ୍ଲ, ଶିକ୍ଷକ ପ୍ରଦୀପ କୁମାର ଦାସ, କିସ୍ ସେକେଣ୍ଡାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ନାୟକ, ଛାତ୍ରାବାସର ଫିଲ୍ଡ ଅଫିସର ହେମନ୍ତ କୁମାର ମହାପାତ୍ର, ସୁପରଭାଇଜର୍ ଶୁଭକାନ୍ତ ବେହେରା ଓ ସହକାରୀ ଶିକ୍ଷୟତ୍ରୀ … Read more

ଏମ୍‌ସ କୁ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର

ଭୁବନେଶ୍ୱର: ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର । ସର୍ଭିସ୍ ରୋଡକୁ ଆହୁରି ଚଉଡା କରାଯିବ। ଯେଉଁଠି ଆବଶ୍ୟକ ପଡିବ, ଡ୍ରେନ୍ ଘୁଞ୍ଚିବ ଓ ଜମି ଅଧିଗ୍ରହଣ ବି ହେବ। ଏପରି ଯୋଜନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏନେଇ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ (NHI) ଏନେଇ ପ୍ରାଥମିକ ସର୍ଭେ ବି କରିସାରିଛି । ଖୁବଶୀଘ୍ର ବିସ୍ତୃତ ପ୍ରକଳ୍ପ … Read more

କେନ୍ଦୁଝର ଅତିଥି ଅଧ୍ୟାପିକାଙ୍କ ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ମାଇନିଂ କଲୋନୀରେ ପୁରୁଷ ବନ୍ଧୁଙ୍କ ଘରୁ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ରେମୁଣା ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗ୍ରାମର ପ୍ରିୟଙ୍କା ଦାଶ(୨୯)। ସେ ୨ ବର୍ଷ ହେଲା ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ପ୍ରିୟଙ୍କାଙ୍କ ଦାଦା ହେମେନ୍ଦ୍ର ପ୍ରସାଦ ଦାଶ ଓ ଖୁଡ଼ୀ ପଦ୍ମଜା ଦାଶ ଝିଆରୀଙ୍କୁ ବଳାତ୍କାର … Read more

‘ସବ୍‍ କା ବୀମା, ସବ୍‍ କୀ ରକ୍ଷା ୨୦୨୫’ ବିଲକୁ ସଂସଦର ଅନୁମୋଦନ

ନୂଆଦିଲ୍ଲୀ: ବୁଧବାର ଦିନ ସଂସଦରେ”ସବକା ବୀମା ସବକୀ ରକ୍ଷା”ବିଲ ୨୦୨୫ ଗୃହୀତ ହୋଇଯାଇଛି। ଏହି ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବହୁମତରେ ଗୃହୀତ କରାଯାଇଛି। ଦେଶର ବୀମା କ୍ଷେତ୍ରରେ ବିଦେଶରୁ ସିଧା ନିବେଶ (ଏଫଡିଆଇ)କୁ ଏବେ ଥିବା ୭୪%ରୁ ବଢାଇ ୧୦୦% କରିବାକୁ ବିଧେୟକରେ ପ୍ରାବଧାନ ରହିଛି। ବିଲ୍ ରେ ବିରୋଧୀ କିଛି ସଂଶୋଧନ ପ୍ରସ୍ତାବ ଦେଇଥିଲେ। ତେବେ ସଂସଦ ଏହାକୁ ଖାରଜ କରିଦେଇଛି। ବିଧେୟକ ଉପରେ ଚର୍ଚ୍ଚାର ଜବାବ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ … Read more

ଦିଲ୍ଲୀରେ ଲାଗୁହେଲା ନୋ ପିୟୁସି ନୋ ଫୁଏଲ୍ ନିୟମ

ନୂଆଦିଲ୍ଲୀ:ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।ଆଜିଠୁ ଲାଗୁ ହେଇଛି ନୋ ପିୟୁସି ନୋ ଫୁଏଲ୍ ନିୟମ । କାର କିମ୍ବା ବାଇକରେ ପଲ୍ୟୁସନ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ମିଳିବ ନାହିଁ ଇନ୍ଧନ ଏହା ବ୍ୟତୀତ, କେବଳ BS-VI ଅନୁପାଳନକାରୀ ଯାନଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଏନେଇ ଗତକାଲି ଠାରୁ ପିୟୁସି କେନ୍ଦ୍ର ଏବଂ ପଟ୍ରୋଲ ପମ୍ପ ଗୁଡିକରେ କାର-ବାଇକର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି … Read more

ରାଜ୍ୟରେ ଜାନୁଆରୀ ୬ରୁ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜାନୁଆରୀ ୬ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହେବ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଏହି ଗଣନା କାର୍ଯ୍ୟ କରାଯିବ। ଏ ବର୍ଷ ପକ୍ଷୀ ଗଣନା … Read more

ଆରପାରିରେ ଓଡ଼ିଆ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ

ଭୁବନେଶ୍ୱର: ବିଶିଷ୍ଟ ବ୍ୟବସାୟୀ ଓ ଓଡ଼ିଶାର ଜଣାଶୁଣା ସିନେ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ ଆଉ ନାହାନ୍ତି। ସେ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲ‌ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ। ତାଙ୍କର ଧର୍ମପତ୍ନୀ, ୫ ପୁଅ ଓ ଜଣେ ଝିଅ ଅଛନ୍ତି। ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଛବି ଥିଲା ‘ଏଇ ତ ଦୁନିଆଁ’। ଏହା … Read more

ଓଡିଆ ଷ୍ଟଡିଜ୍ ସେଣ୍ଟର ସ୍ଥାପନ ହେବ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହେବ ଦେଶର ପ୍ରଥମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଯେଉଁଠାରେ ଓଡ଼ିଆ ଭାଷାରେ ଅଧ୍ୟୟନ ହୋଇପାରିବ। ଏହି ସେଣ୍ଟରରେ କେବଳ ଓଡ଼ିଆ ଭାଷା ନୁହେଁ, ଓଡ଼ିଶାର ଇତିହାସ, କଳା, ସଂସ୍କୃତି ଏବଂ ଓଡ଼ିଶାର ମହାନ ମନିଷିମାନଙ୍କ ଦେଶର ପ୍ରଗତିରେ ଅବଦାନ ମଧ୍ୟ ପଢିବାର ସୁଯୋଗ ମିଳିବ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଡିନ୍ ଅଫ୍ କଲେଜେସ୍ ପ୍ରଫେସର ବଳରାମ ପାଣି, ଆସୋସିଏଟ୍ ପ୍ରଫେସର ନିତ୍ୟାନନ୍ଦ ଅଗସ୍ତି ଓ ଆସିଷ୍ଟାଣ୍ଟ ପ୍ରଫେସର … Read more