April 12, 2026 9:09 pm

ଦଳ ଛାଡିଲେ ବିଜେଡି ବିଧାୟକ ରମେଶ ପଟୁଆ

ଭୁବନେଶ୍ୱର: ଆଜି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ରମେଶ ପଟୁଆ ବିଧିବଦ୍ଧ ଭାବରେ ବିଜେପି ଦଳରେ ଯୋଗଦାନ କରିଛନ୍ତି l ରବିବାର ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାୟକ, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ଉପସ୍ଥିତିରେ ରମେଶ ପଦ୍ମ ଧରିଛନ୍ତି । ଶ୍ରୀ ପଟୁଆଙ୍କ ସହ ରେଙ୍ଗାଲି ନିର୍ଵାଚନ ମଣ୍ଡଳୀର ଅନେକ ସରପଞ୍ଚ, ୱାର୍ଡ ମେମ୍ବରଙ୍କ ସହ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି l ରମେଶ ଗତ ଦୁଇ ଦିନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ l ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମେଲ ମାଧ୍ୟମରେ ପଠାଇଥିଲେ l ବିଜେଡି ଦଳ ଛାଡିବାର ମୁଖ୍ୟ କାରଣ ତାଙ୍କୁ ଦଳ ବାରମ୍ବାର ଅଣଦେଖା କରୁଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ l ରମେଶ ପଟୁଆ ୨୦୧୪ରେ ବିଜେଡିରୁ ଟିକେଟ୍ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଅଣଦେଖା କରି ଟିକେଟ ଦେଇନଥିଲା l ଯାହାଫଳରେ ସେ ଆଜି ବିଜେଡି ଛାଡି ବିଜେପି ରେ ଯୋଗଦାନ କରିଛନ୍ତି l ସେପଟେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ପୁଣି ଥରେ କଟାକ୍ଷ କରି କହିଛନ୍ତି ଯେ ବିଜେପି ହୁଇସିଲ ମାରିବା ପୂର୍ବରୁ ବିଜେଡି ଦଳ ଭାଙ୍ଗି ଯାଉଛି l ୨୦୨୯ ସୁଦ୍ଧା ବିଜେଡି ଦଳ ଓଡିଶାରୁ ମୂଳପୋଛ ହୋଇଯିବ ବୋଲି ଜୟ କହିଛନ୍ତି l