March 24, 2026 2:19 pm

ଶିଶୁ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର :କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଚାନ୍ଦପୁର ଏକ ଏକ ଶିଶୁ ସାଇକେଲ ଧକ୍କାରେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। କିନ୍ତୁ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଜି ପୋଷ୍ଟମର୍ଟମ ଓ୍ବାର୍ଡରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି। ମୃତକର ପରିବାର ଡାକ୍ତର ଓ ନର୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ … Read more

ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ:ଆଜି ସକାଳ ୭ଟା ୪୯ ମିନିଟ୍ ସମୟରେ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କୁ ଏକ ମେଲ୍ ଆସିଥିଲା । ୭ଟା ୨୮ ମିନିଟରେ ମଧ୍ୟ ବିଧାନସଭାକୁ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଏହି ଧମକପୂର୍ଣ୍ଣ ମେଲରେ ଏଲଜି ତରନଜୀତ୍ ସନ୍ଧୁ, ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କ୍ୟାବିନେଟ୍ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସାଙ୍କ ନାମ ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧମକପୂର୍ଣ୍ଣ ମେଲ୍ … Read more

ଭୁବନେଶ୍ୱର ବିମାନ ବନ୍ଦରରୁ ୬ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ଵର : ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ଭୁବନେଶ୍ବର ବିମାନବନ୍ଦରରୁ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୬ କୋଟିର ମାରିଜୁଆନା ଜବତ ହୋଇଥିବା ସୂଚନା ମିଳିଛି। ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏୟାରପୋର୍ଟରୁ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି। ଦୁଇ ଅଭିଯୁକ୍ତ ତାମିଲ ବୋଲି ଜଣାପଡ଼ିଛି । ଜବତ ଗଞ୍ଜେଇର ଓଜନ ପ୍ରାୟ ୬ କିଲୋ ହୋଇଥିବାବେଳେ ଏହାର ବଜାର ମୂଲ୍ୟ ୬ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି l

ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ଶ୍ରମିକମାନଙ୍କ ନିମନ୍ତେ ନୂଆ ଗାଇଡ୍‌ଲାଇନ୍ ଜାରି ହୋଇଛି । ଏପ୍ରିଲ ୧ରୁ ଜୁନ୍‌ ୧୫ ମଧ୍ୟରେ ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା । ସମସ୍ତ ବାଣିଜ୍ୟ, ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଏହି କଟକଣା ଲାଗୁ ରହିବ ।ଏପ୍ରିଲ ମାସ ୧ ତାରିଖରୁ ଜୁନ ମାସ ୧୫ ତାରିଖ ଯାଏଁ ପ୍ରତ୍ୟହ ପୂର୍ବାହ୍ନ ୧୧ ଘଣ୍ଟାରୁ ଅପରାହ୍ନ … Read more

ଶ୍ରୀମନ୍ଦିର ମାଟି ତଳେ ଗଙ୍ଗ ବଂଶର ଗାରିମା

ପୁରୀ :ଶ୍ରୀକ୍ଷେତ୍ରର ମାଟି ତଳେ ଭର୍ତ୍ତି ହୋଇ ରହିଛି ଗଙ୍ଗବଂଶର କୀର୍ତ୍ତିରାଜି । ଜିପିଆର ସର୍ଭେ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଶ୍ରୀମନ୍ଦିରଠାରୁ ସମୁଦ୍ର ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ । ୨୧.୬ବର୍ଗମିଟର ପରିମିତ ଅଞ୍ଚଳରେ କୋଠା ରହିଛି।ଏ ଠାରୁ ଏଚ୍ ପର୍ଯ୍ୟନ୍ତ କାଟଗୋରୀ ର ରହିଛି ସର୍ଭେ ରିପୋର୍ଟ । ‘ଏରିଆ-ଏଚ୍‌’ ବା ଏମାର ମଠ ସହ ନୃସିଂହ ମନ୍ଦିର, ବୁଢ଼ୀ ମା’ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତା ଅଞ୍ଚଳରେ ଏଭଳି ୪୩ଟି … Read more