March 24, 2026 3:40 pm

ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ:ଆଜି ସକାଳ ୭ଟା ୪୯ ମିନିଟ୍ ସମୟରେ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କୁ ଏକ ମେଲ୍ ଆସିଥିଲା । ୭ଟା ୨୮ ମିନିଟରେ ମଧ୍ୟ ବିଧାନସଭାକୁ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଏହି ଧମକପୂର୍ଣ୍ଣ ମେଲରେ ଏଲଜି ତରନଜୀତ୍ ସନ୍ଧୁ, ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କ୍ୟାବିନେଟ୍ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସାଙ୍କ ନାମ ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧମକପୂର୍ଣ୍ଣ ମେଲ୍ ମିଳିଛି । ସୂଚନା ପାଇବା ମାତ୍ରେ ସୁରକ୍ଷାକର୍ମୀମାନେ ବିଧାନସଭା ବାଚସ୍ପତିଙ୍କ ଗୃହରେ ତଦନ୍ତ ପାଇଁ ପହଞ୍ଚିଛନ୍ତି । ଏଥିସହ ସ୍ନିଫର ଡଗ୍ ସ୍କ୍ୱାଡ୍ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।ଅନ୍ୟପଟେ ବିଜେପି ବିଧାୟକ ଅନିଲ ଗୋୟଲ କହିଛନ୍ତି, “ଏହା ଏକ ମିଛ ଖବର ଥିଲା । ସବୁକିଛି ସୁରକ୍ଷିତ ଅଛି