February 26, 2026 2:25 am

ଜମି ପଟ୍ଟାରେ ରହିବ QR କୋଡ୍; ତହସିଲଦାର ଏବଂ RIଙ୍କ ପାଖକୁ ଯିବ ସିଧା ଖବର

ଭୁବନେଶ୍ୱର: ଏଣିକି ଜମି ପଟ୍ଟାରେ ରହିବ ଇଲୋକ୍ଟ୍ରୋନିକ୍ ଯୁକ୍ତ QR କୋଡ୍। ସ୍କାନ୍ କଲେ ବାହାରିବ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ତଥ୍ୟ। ଜମି କିଣାବିକା ମାଲିକାନାରେ ଆସିବ ସ୍ବଚ୍ଛତା। ଜାଲିଆତି କଲେ ତହସିଲଦାର ଏବଂ ଆରଆଇଙ୍କ ପାଖକୁ ସିଧା ମେସେଜ୍। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ନୂଆ ଜମି ପଟ୍ଟା ଆସିବ। ଜମି ପଟାରେ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ … Read more

ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନାରେ ବିଭିନ୍ନ ଜିଲ୍ଲାରୁ ଆସିବେ ବୟସ୍କ ଓ ବିଧବା ଭକ୍ତ

ପୁରୀ: ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନା । ଚଳିତ ମାସ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁରଠାରୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାର ଶୁଭାରମ୍ଭ କରିବେ । ୫୦୦ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରଦ୍ଧାଳୁ ଯେପରି ଶ୍ରଦ୍ଧା ଓ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ଣରେ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ … Read more

ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ‘ସ୍ୱଦେଶୀ ଏଆଇ’ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀ ଗସ୍ତ କରି ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣୁଥିବା ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଭାରତରୁ ବିଶ୍ୱ ପାଇଁ’ ଆଭିମୁଖ୍ୟ ରଖି କାର୍ଯ୍ୟ କରୁଥିବା ଏହି ଷ୍ଟାର୍ଟ-ଅପ୍ ଗୁଡ଼ିକ ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ର ପ୍ରୟୋଗ ଉପରେ ଦୃଷ୍ଟି ଦେଉଛନ୍ତି। ଏହି ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାମାନେ ମଧ୍ୟବିତ୍ତ ପରିବାର ଏବଂ ଟିୟର-୩ … Read more

ବିଜେପି ପ୍ରାର୍ଥୀ ରିତୁ ତାୱଡେ ହେଲେ BMC ମେୟର: ମୁମ୍ବାଇ

ମୁମ୍ବାଇ: ବୁଧବାର ରିତୁ ତାୱଡେ (୫୩) ମୁମ୍ବାଇର ୭୮ତମ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ସେ ୪୪ ବର୍ଷ ପରେ ଏହି ପଦବୀ ଅଳଙ୍କୃତ କରୁଥିବା ଦ୍ୱିତୀୟ ବିଜେପି କର୍ପୋରେଟର। ଏହା ସହିତ ଶିବ ସେନାର ସଞ୍ଜୟ ଘାଡ଼ି (୫୭) ଉପମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଜାନୁଆରୀ ୧୫ରେ ହୋଇଥିବା ନଗର ନିର୍ବାଚନ ପରେ ବିଏମସି ସାଧାରଣ ସଭାର ବିଶେଷ ବୈଠକରେ ତାୱଡେ ଓ ଘାଡ଼ିଙ୍କୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଚୟନ କରାଯାଇଥିଲା। ଶିବ ସେନା (ୟୁବିଟି) ଓ … Read more

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ କଲା ଏନକାଉଣ୍ଟର

ପିପିଲି : କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ଗତ ୧ ତାରିଖରେ ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା କରାଯାଇଥିଲା । ତେବେ ବୁଧବାର ରାତିରେ ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ କୋଣାର୍କ ଅଞ୍ଚଳର ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ଏନ୍‌କାଉଣ୍ଟର କରିଛି ପୋଲିସ । ସୂଚନା ଅନୁଯାଇ ପିପିଲି ପୋଲିସ କ୍ରିଷ୍ଣାଙ୍କ ପିଛା କରୁଥିବା ବେଳେ ସେ ପୋଲିସ ଉପରକୁ ଗୁଳି ମାଡ଼ କରିଥିଲା । ଫଳରେ … Read more