February 26, 2026 2:25 am

ରାଜ୍ୟରେ ଲାଗୁ ହେବ ନୂଆ ଅବକାରୀ ଆଇନ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଅବକାରୀ ବିଭାଗ ପକ୍ଷରୁ ନିଶଆମୁକ୍ତ ଓଡିଶା ଅଭିଯାନ ଜୋରଦାର ହେବ । ଅବୈଧ ନିଶା କାରବାର ରୋକିବା ପାଇଁ ପଦକ୍ଷେପ ନିଆଯିବ । ରେଡ୍ ବେଳେ ଅନଫୋର୍ସମେଣ୍ଟ ଟିମ୍ ବଡି କ୍ୟାମେରା ପିନ୍ଧିବେ । ଏହା ଦ୍ୱାରା କୋର୍ଟରେ ଭିଡିଓ ପ୍ରମାଣ ଦେଇପାରିବେ ତଦନ୍ତକାରୀ ଅଫିସର । ପ୍ରମାଣ … Read more

୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ ହେବ । ଟ୍ରିବ୍ୟୁନାଲ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ । ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ ଅବଧି ଶେଷ ହେବାକୁ ଯାଉଛି । ଓଡିଶା ଏବଂ ଛତିଶଗଡର ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି । ୨୦୨୭ ମାର୍ଚ୍ଚ୨୭ … Read more

ଯମୁନା ଏକ୍ସପ୍ରେସୱେରେ ବଡ଼ ଦୁର୍ଘଟଣା:୬ ମୃତ, ଅନେକ ଆହତ

ୟୁପି:ମଥୁରା ନିକଟ ଯମୁନା ଏକ୍ସପ୍ରେସୱେରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯାତ୍ରୀମାନଙ୍କୁ ଶୌଚ ପାଇଁ ବସରୁ ଓହ୍ଲାଇବା ସମୟରେ ଏକଦ୍ରୁତଗାମୀ କଣ୍ଟେନର ସେମାନଙ୍କ ଉପରେ ଚଢିଯାଇଛି । ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ବୋର ୨ଟା ୪୫ରେ ଏହି ଦୁର୍ଘଟଣା ଘଟିଛି । ବସଟି ଦିଲ୍ଲୀର ନାଙ୍ଗୋଲୋଇରୁ କାନପୁରର ରସୁଲାବାଦ ଅଭିମୁଖେ ଯାତ୍ରା କରୁଥିଲା … Read more

ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ଆଜି ଭୋରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିର ଭିତରେ ପ୍ରାୟ ୧୫ରୁ ୨୦ ମିନିଟ୍ ରହିଥିଲେ । ଫେରିବା ବେଳେ ବାଇଶି ପାହାଚରେ ଧର୍ମେନ୍ଦ୍ରଙ୍କୁ ନୀଳଚକ୍ରରେ ଲାଗି ପତାକା ପ୍ରଦାନ କରିଥିଲେ ସେବାୟତ । ପରେ ସିଂହଦ୍ବାର ଉପରେ ବିରାଜିତ ମା ଗୁମୁଟ ଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । ତାଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୁରୀ ଏସପି ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ … Read more

ରାଜଧାନୀରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: ନକଲି ଡାକ୍ତର ସରୋଜ ମିଶ୍ର ଓରଫ ଭବାନୀ ସିଦ୍ଧାର୍ଥ ଶଙ୍କରକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ଅଭିଯୋଗ ଅନୁସାରେ ନିଜକୁ ଡାକ୍ତର ଦର୍ଶାଇ ଘରୋଇ ମେଡିକାଲ କଲେଜର ଜଣେ ମହିଳା ମେଡିକାଲ ଅଫିସରଙ୍କ ସହ ଅଭିଯୁକ୍ତର ମେଟ୍ରିମୋନିଆଲ ସାଇଟରେ ସମ୍ପର୍କ ହୋଇଥିଲା । ନିଜକୁ ପୁଣେରେ ଡାକ୍ତର ଥିବା କହି ଅଭିଯୋଗକାରିଣୀ ଙ୍କ ପରିବାର ଲୋକଙ୍କୁ ମଧ୍ୟ ବିଶ୍ୱାସ ଜନ୍ମାଇଥିଲା । ପରେ ନକଲି ଡାକ୍ତର ସରୋଜ ନିଜ ସାଙ୍ଗର ମାଆଙ୍କ ଅନ୍ତିମ … Read more

ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍‌ ଚାମ୍ପିୟନ ହେଲା ଭାରତ

ନୂଆଦିଲ୍ଲୀ: ରେକର୍ଡ ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍‌ରେ ଚାମ୍ପିୟନ ହେଲା ଭାରତ। ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରି ଭାରତ ପୁଣି ହାତେଇଛି ଏହି ଟାଇଟଲ। ହରାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ଚିତ୍ତାକର୍ଷକ ବ୍ୟାଟିଂ ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪୧୧ ରନ୍ ସଂଗ୍ରହ କରିଥିଲା। ଦଳ ୯ଟି ୱିକେଟ୍ ହରାଇଥିଲା। ୪୧୨ ରନ୍‌ ବିଜୟ ଲକ୍ଷ୍ୟ … Read more