February 26, 2026 10:35 pm

ବଢ଼ିଲା ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର। ବଢିଲା ମାସିକ ଭତ୍ତା। ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଏଥି ସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ, ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି। ସୂଚନାଥାଉ ଯେ, ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା … Read more

ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡିଶା ସମେତ ୧୦ ଟି ରାଜ୍ୟରେ ୩୭ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସବୁ ଆସନଗୁଡିକ ଆସନ୍ତା ଏପ୍ରିଲ ମାସରେ ଖାଲି ହେବ। ଓଡିଶାରେ ୪ ଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ମହାରଷ୍ଟ୍ରରେ ସର୍ବାଧିକ ୭ ଟି ଆସନ, ତାମିଲନାଡୁ ଓ ବିହାରରେ ୬ ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗରେ ୫ ଟି ଆସନ, ଆସାମରେ ୩, ତେଲେଙ୍ଗନା, … Read more

କିସ୍‍ ରେ ୬୬ତମ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ବର : ଗୁରୁବାରରୁ ୨୪ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡା ପଡ଼ିଆରେ କୃଷି ଓଡ଼ିଶା ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ କୃଷି ଓଡ଼ିଶାରେ ଆକର୍ଷଣ ସାଜିବ ଜଳବାୟୁ ଅନୁକୂଳ ମେସିନ୍ । ଯେହେତୁ ଚଳିତବର୍ଷ ପରିବର୍ତ୍ତିତ ପାଣିପାଗକୁ ସୁହାଇଲା ଭଳି ଚାଷ ଫୋକସ୍ ରେ ରହିବ। ତେଣୁ ସେହିପରି ସବୁ ପ୍ରକାରର ପାଣିପାଗକୁ ସୁହାଇଲା ଭଳି ଜଳବାୟୁ ଅନୁକୂଳ ମେସିନ୍ ରହିବ । ଫଳରେ ସେହି ମେସିନ୍ ଖରା, ବର୍ଷା ଓ କାକରେ ନଷ୍ଟ ନହୋଇ ଦୀର୍ଘ ଦିନ … Read more

ନିଶା ଦ୍ରବ୍ୟ ଉତ୍ପାଦନ ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କଲେ ରାଜ୍ୟ ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷେଧାଜ୍ଞା ଖାଦ୍ୟ ସୁରକ୍ଷା ଓ ମାନକ ଆଇନ–୨୦୦୬ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ଉପରେ ପ୍ରତିବନ୍ଧ … Read more

ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଯୁବକ ଗିରଫ

ପୁରୀ: ଶ୍ରୀମନ୍ଦିରକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ନାମ ପ୍ରତୀକ ମିଶ୍ର ବୋଲି ଜଣା ପଡିଛି । ସୂଚନା ଅନୁଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ ପ୍ରତୀକ। ହେଲେ ଏଥିରେ ବିଫଳ ହେବାରୁ ଉକ୍ତ ମହିଳାଙ୍କ ନାଁରେ ଏକ ଆକାଉଣ୍ଟ କରି ଶ୍ରୀମନ୍ଦିରରେ ବୋମାମାଡ଼ କରିବା ଧମକ ପୋଷ୍ଟ କରିଥିଲେ। ଖାଲି ସେତିକି ନୁହେଁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଧମକ ଓ ଗ୍ରାଣ୍ଡ ସେଣ୍ଟରରେ … Read more

ମୋଟର ଯାନ ଆଇନରେ ସଂଶୋଧନ

ନୂଆଦିଲ୍ଲୀ: ମୋଟର ଯାନ ଆଇନ ଉଲଙ୍ଘନକାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଗେଜେଟ ବିଜ୍ଞପ୍ତି ଜାରି କଲା କେନ୍ଦ୍ର ସଡ଼କ ପରିବହନ ବିଭାଗ lନୂଆ ସଂଶୋଧନ ଅନୁସାରେ ବର୍ଷକରେ ପାଞ୍ଚ ଥର ମୋଟର ଯାନ ଆଇନ ଉଲଙ୍ଘନ କଲେ ଗାଡ଼ିର ପଞ୍ଜିକରଣ ରଦ୍ଦ ହେବ। ସେହିଭଳି ଯଦି କେହି ଚାଳକ ପାଞ୍ଚ ଥର ଆଇନ ଉଲଙ୍ଘନ କରୁଛନ୍ତି ତେବେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ ହେବାର ମଧ୍ୟ ବ୍ୟବସ୍ଥା କରାଯିବ। ଏହି ନିୟମକୁ … Read more